ତାରତମ୍ୟ
ତାରତମ୍ୟ
ପ୍ରଦୀପ୍ତ କୁମାର ବେହେରା
ଅପର୍ଣ୍ଣା ସର୍ବ ଗୁଣ ସମ୍ପନ୍ନା । ସାମନ୍ତସିଂହାର ପରିବାରର ବଡ଼ ବୋହୂ । ରୂପ ଯେମିତି ଗୋରା ଦକ୍ ଦକ୍ ମୁହଁ ବି ସେମିତି ଗୋଲ୍ । ଆଧୁନିକା ନାରୀ ସେ । ଆଭୂଷଣ ଓ ବସ୍ତ୍ର ପରିପାଟୀ ବେଶ୍ ମନ ମୁଗ୍ଧକର । ବ୍ରଜନାଥ ବାବୁ ପଚିଶ ଖଣ୍ଡ ଗାଁରେ ନାମ କରା ଜମିଦାର, ହେଲେ ଜୁଲୁମ୍ କରି ଖଜଣା ଆଦାୟ କରି ଜାଣି ନାହାନ୍ତି ସେ । ସମସ୍ତଙ୍କ ସୁଖ ଦୁଃଖରେ ସାଥୀ ହୋଇ ନିଜର ଜମିଦାରୀ କାମ କରୁଥିଲେ । ସ୍ତ୍ରୀ ହେମବତୀ ମଧ୍ୟ ବ୍ରଜନାଥ ବାବୁଙ୍କ ସଙ୍ଗେ ଅଛନ୍ତି । ସବୁ କାମରେ ସାହାଯ୍ୟ ସହଯୋଗ ଓ ବାବୁଙ୍କ ମନ ମୁତାବକ ଖାଦ୍ୟ ପାନୀୟ ସେବା ଶୁଶ୍ରୁଷା କରନ୍ତି । ଦୁଃଖି ଅରକ୍ଷିତ ପାଇଁ ସେ ଯେମିତି ଦେବୀ ପ୍ରତିମା ମାଆ । କିଏ ଅଭାବ ଅସୁବିଧାରେ ପାଖରେ ପହଞ୍ଚିଲା, ତା'ର ଆବଶ୍ୟକତାକୁ ପୂରଣ ନ କରିବା ପର୍ଯ୍ୟନ୍ତ ଅନ୍ୟାନ୍ୟ କାମକୁ ପାଶୋରି ଦିଅନ୍ତି । ତେଣୁ ସମସ୍ତେ ବ୍ରଜନାଥ ବାବୁ ଓ ହେମବତୀଙ୍କ ପ୍ରଶଂସାରେ ଶତମୁଖ । ଦୁଇ ପୁଅ ଅଂଶୁମାନ ଓ ଆଶୁତୋଷ । କେହି କାହାକୁ ଊଣା ନୁହଁନ୍ତି । ଡଉଲ ଡାଉଲ ଜ୍ଞାନ ବୁଦ୍ଧି ସବୁଥିରେ ଭରପୁର । ବାପା ଓ ମାଆଙ୍କ ସଦୃଶ ଆଚାର ବ୍ୟବହାର ଚାଲି ଚଳନି ଗାଁ ର ଲୋକମାନେ ଯଥୋଚିତ ସମ୍ମାନ କରନ୍ତି ।
ଅପର୍ଣ୍ଣା ଓ ଅଂଶୁମାନ ଗୋଟିଏ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଉଭୟ ଉଭୟଙ୍କୁ ଜାଣନ୍ତି । ସମୟ କ୍ରମେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଂଶୁମାନ ଦେଶମାତୃକାର ସୁରକ୍ଷା ପାଇଁ ସୀମାରେ କାର୍ଯ୍ୟରତ । ଅପର୍ଣ୍ଣା ଭୁବନେଶ୍ୱର ବାଣୀବିହାରର ଏକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ । ରେଳଷ୍ଟେସନ ପାଖରେ ରୁହନ୍ତି । ଆଶୁତୋଷ ବମ୍ବେ ଷ୍ଟକ୍ ମାର୍କେଟରେ କ'ଣ ଗୋଟେ ପୋଷ୍ଟ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ । ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ସେଦିନ ଥାଏ ରବିବାର, ଅପର୍ଣ୍ଣା ମାର୍କେଟିଂ କରିବାକୁ ବାହାରି ଥାଆନ୍ତି । ହଠାତ୍ ଆଶୁତୋଷ ସହ ଭେଟ୍ ଘାଟ । ପ୍ରଣାମ ଜଣେଇ ଦୁଇ ପଦ କଥା ହେବା ପରେ ଆଶୁ ଗାଆଁକୁ ଚାଲିଯିବାକୁ ଉଦ୍ୟତ ହେଲେ । କିନ୍ତୁ ଅପର୍ଣ୍ଣା ଯେ ଛାଡ଼ିବା ଲୋକ ନୁହନ୍ତି। ବହୁତ ଦିନ ପରେ ଆସିଛ, ଏମିତିକା କେମିତି ଯାଇପାରିବ.... ବାପା ବୋଉ କ'ଣ କହିବେ ? ଦୁହେଁ ସାଙ୍ଗ ହୋଇ ଘରକୁ ଫେରିଲେ । ଆଜି ତୁମେ ମୋ ପାଖରେ ରହିବ, ଲାଟିନ ଗାଧୁଆଘର ଦେଖାଇ ଦେଇ କହିଲେ ଫ୍ରେଶ୍ ହୁଅ । ହେଇ ମୁଁ ଗଲି ଆଉ ଆସିଲି । ଏ କଥା କହି ଅପର୍ଣ୍ଣା ବାହାରି ଗଲେ । କିଛି ସମୟ ପରେ ଫେରିଲେ, ମାର୍କେଟ ସାରି ।
ତରତର ହୋଇ ଚା' ଜଳଖିଆ ପ୍ରସ୍ତୁତିରେ ଲାଗିପଡିଛନ୍ତି, ଚୁମୁକି ଶାଢ଼ୀ ସାଙ୍ଗକୁ ଡୋରି ଲଗା ବ୍ଲାଉଜ ଗୋରା ଦେହ ଅଧା ପିଠି ଦେଖାଯାଇଥାଏ । କାମ କରିବା ପାଇଁ ଅଣ୍ଟାରେ କାନିର ଖୋଷଣୀ । ଆଶୁତୋଷ ମନରେ ଅନେକ ଭାବନା, ଭାଇ କେମିତି ଏକୁଟିଆ ରହୁଛନ୍ତି । ଭାଇଙ୍କ ଭାଗ୍ୟ ଏମିତିକା ଭାଉଜ ପାଇଛନ୍ତି ।ଭାବି ଭାବି କେତେବେଳେ କିଚେନ୍ ଘରେ ପହଞ୍ଚି ଯାଇଛି ସେ ଜାଣି ନାହାନ୍ତି । ଦେହର ଉଷ୍ମତାର ଶିହରଣ ଶୀତକଣ୍ଟା ମାରୁଛି ପିଇବା ପାଇଁ ପାଣି ମାଗିଛନ୍ତି ଆଶୁ । ମୋତେ ମାଗିଥାଆନ୍ତ କହି
ପାଣି ଗ୍ଲାସ୍ ବଢ଼େଇ ଦେଉ ଦେଉ ହାତରେ ହାତ ବାଜିବା ଯୋଗୁଁ ଅପର୍ଣ୍ଣା ଯାହା ଅନୁଭବ କଲେ ସେ ହତବାକ୍ ହୋଇଗଲେ । ଦେହରେ ଖଇ ଫୁଟା ଜ୍ଜର । ତିନି ଦିନର ଟ୍ରେନ ଯାତ୍ରାରେ ବାହାର ପାଣି,କୋହଲା ପବନ, ଠିକରେ ଖାଦ୍ୟ ନ ଖାଇବା ଯୋଗୁଁ ପେଟ ଗରମ ମୁଣ୍ଡ ଥଣ୍ଡା ।।
ଡାକ୍ତରଙ୍କ ପରାମର୍ଶରେ ଔଷଧ ନେବା ଓ ମୁଣ୍ଡରେ ପଟି ଦେବାରେ ପରେ ଜ୍ଜର ଛାଡ଼ିବା ଆରମ୍ଭ ହେଲା । ଦିନବେଳା ଖାଇବା ସରିଲା ଇଛା ନ ଥିଲେ ବି ଆଶୁତୋଷ ଦିନ ତିନିଟା ବେଳକୁ ଗାଆଁକୁ ବାହାରିବ ବୋଲି କହିଲା, ହେଲେ ଅପର୍ଣ୍ଣା ଛାଡ଼ିବାକୁ ଚାହୁଁ ନ ଥିଲେ । ଏଇ ସମୟକୁ ଅଂଶୁମାନ ର ଫୋନ କଲ୍ । ଅପର୍ଣ୍ଣା କଥା ହେଲେ । ହଠାତ୍ ଆଶୁ ଘାବରେଇ ଗଲା ।କହିଲା ଭାଉଜ ମୁଁ ଅଛି ବୋଲି କୁହ ନାହିଁ । କାରଣ ଭାଇଙ୍କ ସହ କଥା ହେଇଥିଲା ମୁଁ ଘରକୁ ଚାଲିଯିବି ବୋଲି । ଅଂଶୁ ଆଶୁକୁ ନ ଛାଡ଼ିବାକୁ ଅପର୍ଣ୍ଣାକୁ କହିଲା । କୋଚିଆକୁ ଗୋଳିଆ ପାଣି ସୁହାଇଲା କଥାରେ ଅଛି ...
ମଳୁ ଖୋଜୁଥିଲା କାକର ପାଣି,
ବଇଦ କହିଲା ଦିଅ ତୋରାଣି ।।
ଆଶୁତୋଷର ଦିଲ୍ ଖୁସିରେ ନାଚିଉଠିଲା । ଆଉ ଏ ସୁଯୋଗ ହୁଏତ ଆସି ନପାରେ,ଯାହା ହେଲେ ଭାଉଜ ସହିତ ଏକା ଏକା ରାତି କଟେଇବା ନିଆରା ଅନୁଭୂତି ସାଉଁଟିବ ନିଶ୍ଚୟ । ରୋଷେଇ ଘରକୁ ଯାଇ ପୁରା ଦମ୍ରେ ଖାଦ୍ୟ ପ୍ରସ୍ତୁତ କରି ଅପର୍ଣ୍ଣା ଆଶୁକୁ ଖାଇବାକୁ ଦେଲେ ମିଶିକି ଖାଇବା କଥା ଆଶୁ କୁହନ୍ତେ ଅପର୍ଣ୍ଣା ହଁ ଭରିଲେ । ଅପର୍ଣ୍ଣା ଆଶୁତୋଷକୁ ଖୁଆଇ ବି ଦେଲେ । ଦୁହେଁ ଖାଇବା ସାରିଲେ । ଆଗରୁ ବିଛା ହୋଇଥିବା ବିଛଣାରେ ଶୋଇବା ପାଇଁ ଆଶୁତୋଷ ଗଲା । ଅପର୍ଣ୍ଣା ଅନ୍ୟାନ୍ୟ କାମ ସାରି ଆଶୁ ପାଖରେ ଶୋଇବାକୁ ଗଲା । ମାପିଲା ଦେହର ତାତି ଛାତିରେ ହାତ ଲଗେଇ,ଚମକି ପଡ଼ିଲା ଜ୍ଵର ପୁଣି ଆରମ୍ଭ ହୋଇଛି କିଛି ଅସୁବିଧା ନ ହେଉ ଭଗବାନଙ୍କୁ ପ୍ରାର୍ଥନା କଲା । ଆଶୁ ଦେହରେ ସୋରିଷ ତେଲ ରସୁଣ ଗରମ କରି ଗୋଡ଼ ହାତ ମାଲିସ୍ କଲା ଏବଂ ସେହି ବିଛଣାରେ ଶୋଇଗଲା,କିନ୍ତୁ ଆଶୁତୋଷ ଏ କଥା ଜାଣେନା । ତା'ର ନିଦ ଭାଙ୍ଗିବା ବେଳକୁ ଭାଉଜ ପାଖରେ ଶୋଇଛନ୍ତି । ନିଜକୁ ଧିକ୍କାର କରିବାକୁ ଲାଗିଲା କ'ଣ ଏ ସବୁ ଘଟିଗଲା ? ନିଜକୁ ନିଜ ପ୍ରଶ୍ନ ଜର୍ଜରିତ କରିବାକୁ ଲାଗିଲା । ଭାଇ ବାପା ବୋଉ ଗାଆଁ ଗଣ୍ଡା ସାହି ପଡିଶା କ'ଣ ଭାବିବେ ଏମିତି ଅନେକ ଅନେକ କିଛି..
ସମାଧାନ ବି ମନେ ମନେ ଭାବିଲା ଭାଉଜଙ୍କ ଗୋଡ଼ ତଳେ ପଡ଼ିବ ଭୁଲ ମାଗିବାକୁ ଏହା କହିବାକୁ ମୁଁ କିଛି ଜାଣିନାହିଁ ମୋତେ କ୍ଷମା କରିଦିଅ । ଯାହା ହେଇଛି ଏକଥା ଯେମିତି ଆମ ଦୁହିଁଙ୍କ ଭିତରେ ସୀମିତ ରୁହେ ଏ ବିଷୟରେ କେହି ଜାଣି ପାରିବେ ନାହିଁ ।
ସକାଳ ହେଲା ଅପର୍ଣ୍ଣା ନିଦ ଭାଙ୍ଗିବା ଆଗରୁ ଅଂଶୁମାନ ଫୋନ ରିଙ୍ଗ କରିଦେଲେ । ରାତ୍ରିର ସମସ୍ତ ବୃତ୍ତାନ୍ତ ଭାଇ ଭାଉଜ କଥାହେଲେ । ମୁଁ ଚେଇଁ ଶୋଇଥାଏ ନିଜକୁ ଧନ୍ୟ ମନେ କଲି । ବୋଉର କୌଣସି ଗୁଣ କମ୍ ଥିଲା ଭଳି ମନେ ହେଉ ନ ଥିଲା ଭାଉଜଙ୍କ ପାଖରେ । ଏତିକି କୁହାଯାଇପାରେ ବୋଉ ଆଉ ଭାଉଜଙ୍କ ଭିତରେ କେବଳ ତାରତମ୍ୟ ବୟସର ।
ସବୁ ସମୟରେ ନାରୀର ଭୂମିକା ବନ୍ଦନୀୟ ସ୍ମରଣୀୟ ଓ ସମାଜ କଲ୍ୟାଣକାରୀ ହୋଇଥାଏ ।।