STORYMIRROR

Pradipta Kumar Behera

Inspirational

4  

Pradipta Kumar Behera

Inspirational

ଗୁରୁକୃପା

ଗୁରୁକୃପା

2 mins
416


ଓଁ ଶ୍ରୀ ଗୁରବେ ନମଃ:

    ଗୁରୁ ଶବ୍ଦ ସଂଯୋଜନା ଦୁଇଟି ବର୍ଣ୍ଣର ମିଳନ। 'ଗୁ' ବର୍ଣ୍ଣର ଅର୍ଥ ହେଉଛି ଅନ୍ଧକାର ଏବଂ 'ରୁ' ର ଅର୍ଥ ଅପସାରି ଦେବା। ଯଦି ଆମେ 'ଗୁରୁ' ଶବ୍ଦ କଥା ବିଚାରକୁ ନେବା ତାହାର ଅର୍ଥ ଭାରି ବା ଅଧିକ ଓଜୋନକୁ ମଧ୍ୟ ବୁଝାଏ। ତେବେ ଅନ୍ଧକାରକୁ ଦୂରେଇବା ହେଉ କିମ୍ବା ବହନ କରିବା କ୍ଷମତାକୁ । ସକାରାତ୍ମକ ଭାବରେ ଯିଏ ବୁଝାଇ ଆମକୁ ସକ୍ଷମ କରିଥାନ୍ତି , ସେ ହିଁ ପ୍ରକୃତ ଗୁରୁ ପଦବାଚ୍ୟ ହୋଇଥାନ୍ତି।

  ମାତାପିତାଙ୍କ ପରେ ଶିକ୍ଷାଗୁରୁ ବା ଜ୍ଞାନଗୁରୁଙ୍କ ସ୍ଥାନ ସର୍ବାଗ୍ରେ । ଏ ଆର୍ଯ୍ୟଭୂମି ଭାରତ ବର୍ଷରେ ଗୁରୁ ପରମ୍ପରା କେଉଁ ଅନାଦି ଅନନ୍ତ କାଳରୁ ରହି ଆସିଛି ତାହା କୁହାଯାଇ ପାରିବନାହିଁ। ତଥାପି ଏଇ ପରମ୍ପରା ରଘୁକୁଳ ତିଳକ ଶ୍ରୀରାମଚନ୍ଦ୍ର ବଶିଷ୍ଠଙ୍କୁ ଗୁରୁ ଭାବରେ ଗ୍ରହଣ କରିବା ପରେ ତ୍ରେତୟା ଯୁଗରୁ ଆରମ୍ଭ ହୋଇଥିବା କୁହାଯାଏ। ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ସନ୍ଦ୍ୱୀପନିଙ୍କୁ ଗୁରୁ କରିଥିଲେ। ପୁରାଣ ବର୍ଣ୍ଣିତ ଆରୁଣି,ଏକଲବ୍ୟ,ସତ୍ୟକାମ ପ୍ରଭୃତି ଅନେକ ଶିଷ୍ୟ ଉତ୍ତମ ଗୁରୁଙ୍କର ଉତ୍ତମ ଶିଷ୍ୟ ଭାବରେ ପରିଚୟ ସୃଷ୍ଟି କରି ଯାଇଛନ୍ତି। ସ୍ବାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କ ଉପଯୁକ୍ତ ଶିଷ୍ୟ ଥିଲେ।

   ଆମେ ବର୍ତ୍ତମାନ୍ ଗୁରୁ ଦିବସ ଓ ଏହାର ତାତ୍ପର୍ଯ୍ୟ ପ୍ରସଙ୍ଗ ଆଲୋଚନାକୁ ନେବା। ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ଯାହାକୁ ଗୁରୁ ଦିବସ ରୂପେ ଆମ ଭାରତରେ ପାଳନ କରାଯାଏ । ଏହାର ତାତ୍ପର୍ଯ୍ୟ ରହିଛି। ଏହି ଦିନ ହେଉଛି ଜଣେ ମହାପୁରୁଷ ଉତ୍ତମ ଗୁରୁ ବିଶିଷ୍ଟ ରାଜନୀତିଜ୍ଞ ତଥା ଆମ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସ୍ଵନକ୍ଷତ୍ର ଦିବସ। ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୧୯୮୮ ସେପ୍ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଏକ ପଲ୍ଲୀ ଗାଁ ତିରୁତ୍ତାନିରେ ପୁରୋହିତ ପରିବାରରେ । ଦାରିଦ୍ର୍ୟତା ମଧ୍ୟରେ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପ୍ରତିପାଦନ କରିଥିଲେ ରାଧାକ୍ରିଷ୍ଣନ୍ । ସେ ଉତ୍ତମ ଗୁରୁ ଥିଲେ । 

   ମହାନ୍ ଦାର୍ଶନିକ ଗୁରୁ ଭାରତର ରାଷ୍ଟ୍ରପତିଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ଯେତେବେଳେ ପ୍ରସ୍ତାବ ଆଗତ କରାଗଲା। ଗୁରୁମାନଙ୍କର ବିଭିନ୍ନ ସମସ୍ୟା ସମାଧାନର ଉଦ୍ଦେଶ୍ୟରେ ତାଙ୍କର ଜନ୍ମଦିନକୁ ପାଳନ କରିବା ପାଇଁ କହିଥିଲେ। ଏହି ଗୁରୁଦିବସ ୧୯୬୨ ମସିହାରୁ ପାଳନ ହୋଇ ଆସୁଛି।

   ଗୁରୁ ପରମ୍ପରାକୁ ମନେ ରଖିବା ଓ ନିଜକୁ ଗୁରୁଙ୍କ ଚରଣରେ ସମର୍ପଣ ଭାବ ଜାଗ୍ରତ କରେଇବା ପାଇଁ ଏହି ଦିବସରେ ଶିଷ୍ୟମାନେ ଜ୍ଞାନ ଆହରଣ କରନ୍ତି। 

  ।।ଗୁରୁକୃପା ହିଁ କେବଳମ୍।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Pradipta Kumar Behera

Similar oriya story from Inspirational