STORYMIRROR

Barsha rani Nanda

Fantasy

3  

Barsha rani Nanda

Fantasy

ସୁପର୍ ଲେଡି

ସୁପର୍ ଲେଡି

1 min
218

ମା ତୋ ଦେହରେ ସୁପର୍ ମ୍ୟାନ୍ ପରି ଏତେ ବଳ କେଉଁଠୁ ଆସିଲା ସବୁ ଦୁଃଖ କୁ ଏକା ଏକା ସହିଯାଉ।ସତରେ କ'ଣ ତତେ କେବେ କଷ୍ଟ ହୁଏନି।ମା ମୁଁ ଏବେ ବଡ଼ ହେଇ ଗଲିଣି ମୁଁ ବି ଦୁଃଖ କୁ ସାମ୍ନା କରିବା ପାଇଁ ଶିଖୁଛି କିନ୍ତୁ ତୋ ପରି ଧୈର୍ଯ୍ୟ ନାହିଁ ମୋ ଭିତରେ।ଏତେ ବିଦ୍ୟା କେଉଁଠୁ ଶିଖିଲୁ ମା ପ୍ରତ୍ୟେକ ସମସ୍ୟା ର ସମାଧାନ ସହଜ ରେ କରିଦେଉ। କାହିଁକି ମୁଁ ଚେଷ୍ଟା କଲେ ସମସ୍ୟା ର ସମାଧାନ ମତେ ମିଳୁନି।ମା ତୋ ହାତ କେମିତି ଏତେ ଶକ୍ତ ହେଲା ପରିବାର ସାରା ଲୋକ ଙ୍କୁ ଏକା ଏକା ସମ୍ଭାଳି ନେଉ।କୁହନ୍ତି ମା ସ୍ନେହ ର ଅନ୍ତ ନାହିଁ ମା କହିଦେ ନା ଥରେ କେଉଁଠି ତୁ ଏତେ ସ୍ନେହ ର ଅସରନ୍ତି ଭଣ୍ଡାର ରଖିଚୁ ଯେ ସରୁନି।ମା ତୋ ପଣତରେ ମତେ ଯେତେବେଳେ ଘୋଡେଇ ଦେଉ ଏତେ ଶକ୍ତି ମତେ କେଉଁଠୁ ଆସେ କୁହ ନା ମା ଥରେ। ତୋ ପଣତରେ କ'ଣ ଭିଟାମିନ ଅଛି।ମା ଏସବୁ ପ୍ରଶ୍ନର ଉତ୍ତର ମୁଁ କେବେ ଖୋଜିକି ପାଏନି । ଏତେ ଧର୍ଯ୍ୟ ରେ ଦୁଃଖ କୁ ସାମ୍ନା କରୁ ମୁଁ ତ ଟିକିଏ ଦୁଃଖ ରେ ଭାଙ୍ଗି ପଡୁଛି।ମତେ ଏ କୁହୁକ ବିଦ୍ୟା ଶିଖେଇ ଦେ ମା ମୁଁ ବି ଦୁଃଖ କୁ ଯେମିତି ଧର୍ଯ୍ୟ ଧରି ସାମ୍ନା କରିବି ।ତୁ ଆମ ପାଇଁ ଶକ୍ତିମାନ ନୁହେଁ ତୁ ଆମର ସୁପର୍ ଲେଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy