KAMALKUMAR DASH

Romance Tragedy Thriller

3.4  

KAMALKUMAR DASH

Romance Tragedy Thriller

ଷ୍ଟୋରି

ଷ୍ଟୋରି

2 mins
54


        ଲକ ଡାଉନ ପରେ ଶୁଭମ ଘରକୁ ଫେରୁଥିଲା ଦିଲ୍ଲୀରୁ । ବହୁତ ଦିନରୁ ଘରକୁ ଫେରିବାକୁ ଚେଷ୍ଟା କରୁଥିଲା ସେ ହେଲେ ଫ୍ଲାଇଟ ନଥିଲା । 3ଘଣ୍ଟା ଆଗରୁ ଏଆର ପୋର୍ଟ ପହଁଚିଲା ଶୁଭମ । ରାସ୍ତା ପୁରା ଖାଲି ଖାଲି ଥିଲା । ଚେକ ଇନ କଲାପରେ ଫ୍ଲାଇଟରେ ଉଠିଲା ଶୁଭମ । ନିଜ ସିଟରେ ବସିଲା କିଛି ସମୟ ପରେ ପାଖ ସିଟ୍ ରେ ଜଣେ ସ୍ତ୍ରୀ ଲୋକ ଆସି ବସିଲା ସାଥିରେ ପୁଅ ଟିଏ ବୋଧେ ସ୍କୁଲ୍ ରେ ପଢୁ ଥିବ । ମୁହଁ ରେ N 95 ମାସ୍କ ହାତରେ ଗ୍ଳୋବ୍ସ । କିଛି ସମୟ ପରେ ସେ ପାଣି ପିଇ ବାକୁ ମୁହଁ ଖୋଲିଲେ ସେ ,ଶୁଭମକୁ ଲାଗିଲା ସେ ତାଙ୍କୁ କେଉଁଠି ଦେଖିଚି । ଅନେକ ଭାବିଲା ପରେ କହିଲା ଲିନା ।


ଲିନା ଚମକି ପଡିଲା ଓ ଶୁଭମକୁ ଦେଖିଲା ଓ ମାସ୍କ କାଢି ଶୁଭମ କହିଲା ମୁଁ ଶୁଭମ ମାଡାମ ଚିହ୍ନି ପାରିଲେ । ସେ ପଚାରିଲା ଆରେ ଦିଲ୍ଲୀରେ କଣ କରୁଚୁ ? ଆରେ ଗୋଟେ ମିଟିଂରେ ଆସିଥିଲି ଓ ଲକ ଡାଉନ ରେ ଫସିଗଲି , ଆଉ ତୁ ? ମୁଁ ଏଇଠି ରହେ ମୋ ମିଷ୍ଟର ଏଇଠି ଚାକିରୀ କରନ୍ତି ,ଏଇ ମୋ ପୁଅ ଶୁଭାଶିଷ , ଘରକୁ ଯାଉଛି କାରଣ ବାପାଙ୍କ ଦେହ ଭଲ ନାହିଁ ।ଶୁଭାଶିଷ ନମସ୍କାର କଲା ଓ ସେ ମତେ ଅନୁରୋଧ କରି ମୋ ସାଇଡ ସିଟ୍ ରେ ଯାଇ ବସିଲା ଓ ତା ମୋବାଇଲ ରେ ଲାଗିଗଲା । ଫ୍ଲାଇଟ ଉଡିବାକୁ ଆରମ୍ଭ କଲା ।  ଶୁଭମ  ପାଖ ସିଟ କୁ ଆସିଗଲା ଲିନା କଲେଜରେ ମୋ ସାଙ୍ଗରେ ପଢୁଥିଲା ଓ ତା ପରେ ଥରେ ଅଧେ କେଉଁଠି ଦେଖା ହୋଇଛି । ସେ କଲେଜ ରେ ଲେଖା ଲେଖି କରୁଥିଲା ପଚାରିଲି ଆଉ ଲେଖୁଛୁ ନା ନାହିଁ ? ସେ କହିଲା ଟାଇମ ହେଲେ ଲେଖୁଛି ନହେଲେ ନାହିଁ । ସେ ଶୁଭମ କୁ ପଚାରିଲା ତୁ ଲେଖୁଛୁ କି ନାହିଁ ସେ କହିଲା ଅଫିସ ଘର ପିଲା ସବୁ ଦେଖୁ ଦେଖୁ ସମୟ ଚାଲି ଯାଉଛି । ତା ପରେ ଶୁଭମ ପଚାରିଲା ଆରେ କଲଜ୍ ରେ ତୁ ଯେଉଁ ପ୍ଲେ ଟା ଲେଖିଥିଲୁ ସେଇଟା କଣ ହେଲା । ଓଃ ତୋର ସେ କଥା ତା ଆଜି ବି ମନେ ଅଛି ? ମୁଁ ଆଉ ବିଭୁ ଦିଟା ଷ୍ଟୋରି ଦେଇଥିଲୁ ତା ଷ୍ଟୋରି ସିଲେକ୍ଟ ହେଲା ଆଉ ମୁଁ ମୋ ଟା ଫେରେଇ ଆଣିଲି ତା ପରେ ଗୋଟେ ମାଗାଜିନ କୁ ଦେଇଥିଲି ପବ୍ଲିସ ବି ହୋଇଥିଲା । ଶୁଭମ ମଜାରେ ପଚାରିଲା ଆଛା କହିଲୁ ତୋ ତୋରି ସିଲେକ୍ଟ ହୋଇଥିଲେ ହିରୋ କିଏ ହୋଇଥାନ୍ତା ? ସେ ଧୀରେ କହିଲା ,ସେ ଷ୍ଟୋରି ତ ମୁଁ ତୋ ପାଇଁ ଲେଖିଥିଲି ହେଲେ ଆଜି ତା କିଛି ମାନେ ନାହିଁ । ଫ୍ଲାଇଟ ପହଁଚିଲା ଭୁବନେଶ୍ୱରରେ ,ଲିନା ତା ନମ୍ବର ଶୁଭମକୁ ଦେଉ ଦେଉ କହିଲା ଆମ ବେଳେ ମୋବାଇଲ ନଥିଲା ନେହେଲେ  ଷ୍ଟୋରି ଅଲଗା ହୋଇଥାନ୍ତା । ତାକୁ ବାୟ କହି ଆଗୁକୁ ବଢ଼ୁଥିଲା ଶୁଭମ ,ପଛରୁ ହାତ ହଲାଉ ଥିଲା ଲିନା ଦିଜଣଙ୍କ ଆଖି ଭାରି ହୋଇଯାଇଥିଲା । 


Rate this content
Log in

Similar oriya story from Romance