STORYMIRROR

Jayashree Maharana

Crime Inspirational

3  

Jayashree Maharana

Crime Inspirational

ସ୍ପର୍ଶ

ସ୍ପର୍ଶ

1 min
217

   ଚୁନି ବୁଝିସାରିଥିଲା ପଡିଶା ଘର ରାମୁ ଭାଇର ଏ ସ୍ପର୍ଶ କିଛି ଭଲ ଉଦ୍ଦେଶ୍ୟ ନୁହେଁ ।କାରଣ ଆଜିଯାଏଁ ତାକୁ ବାବା,ଭାଇ,ଦାଦା,ପିଉସା,ମଉସା ଏମିତି ଶ୍ରେଣୀରେ ପଢ଼ୁଥିବା ଅନେକ ପୁଅ ସାଙ୍ଗଙ୍କ ସ୍ପର୍ଶ ପାଇଛି ।କାହିଁ କେବେ ଏମିତି ଉଦ୍ ବିଗ୍ନତା ଅନୁଭବ କରିନି ।ଶରୀରରେ ଏମିତି ଶିହରଣ କିଛି ଅନୁଭବ କରିନାହିଁ ।ହଟାତ ମନେ ପଡ଼ିଲା ଶ୍ରେଣୀରେ ବିଜ୍ଞାନ ଗୁରୁମାଙ୍କ କଥା ।କେତେ ସୁନ୍ଦର ଭାବରେ ବୁଝାଇଥିଲେ ସେ ।ପୁରୁଷ ଓ ନାରୀ ଦୁଇ ବିପରୀତ ଲିଙ୍ଗ ।ପୁରୁଷ ଓ ନାରୀର ଶାରୀରିକ ସମ୍ପର୍କରେ ନୂତନ ଭ୍ରୂଣ ମାତୃଗର୍ଭରେ ସ୍ଥାନ ପାଏ ।ପୁରୁଷ ଓ ନାରୀର ଆକର୍ଷଣ ପ୍ରକୃତି

ନିୟମ ।ସେଥିପାଇଁ ଆମ ସମାଜରେ ବିବାହ ବୋଲି ରୀତି ପ୍ରମାଣିତ ।ମାତ୍ର କେତେକ କୁମାନସିକଧାରୀ ପୁରୁଷ ଯଦି କିଛି ଖରାପ ଉଦ୍ଦେଶ୍ୟରେ ତୁମର କୌଣସି ଅଙ୍ଗକୁ ସ୍ପର୍ଶ କରନ୍ତି ତେବେ ମନ୍ଦ ଉଦ୍ଦେଶ୍ୟ ବୋଲି ଜାଣି ଏହାର ପ୍ରତିବାଦ କରିବା ଉଚିତ ।


  ମନେ ମନେ ଚିନ୍ତା କଲା ସେ କଣ କରିପାରିବ ।ସଂଗେ ସଂଗେ ଗୋଟିଏ ଶକ୍ତ ଚାପୁଡ଼ା ଦେଇ ବାହାରି ଆସିଲା ତା ଘରୁ ।ବାପା ବୋଉଙ୍କ ଆଗରେ ସବୁ ଖୋଲି କହିଲା ।ଯୋଉ ରାମୁକୁ ସେମାନେ ନିଜ ପୁଅ ପରି ଦେଖନ୍ତି ,ମାଆ ବାପା ଛେଉଣ୍ଡ ବୋଲି ତାହାର ଯତ୍ନ ନିଅନ୍ତି,ଯେଉଁ ଚୁନି ନିଜ ଭାଇ ମନେ କରି ତା'ହାତରେ ରାଖୀ ବାନ୍ଧେ ସେ ପୁଣି ଏପରି କଦର୍ଯ୍ୟ କାମ କରିପାରେ ।ବୋଉ ଚୁନି କୁ କୋଳେଇ ନେଲେ ।ମାଆ ଲୋ ମୁଁ ଆଜି ନିଶ୍ଚିତ ହୋଇଗଲି ମୋ ଝିଅ ନିଜକୁ ସୁରକ୍ଷା ଦେଇପାରିବ ।ଚୁନି ସଙ୍ଗେ ସଙ୍ଗେ କହିଲା ନା ମାଆ ମୋ ଗୁରୁମାଙ୍କ ଧନ୍ୟବାଦ ।ସେ ଆମକୁ ଏ ବିଷୟରେ ସୁନ୍ଦର ଭାବରେ ସଚେତନ କରିଛନ୍ତି ।ବାପା ବହୁତ ଖୁସି ହେଉଥିଲେ ଝିଅକୁ ଶିକ୍ଷା ଦୀକ୍ଷା ଦେଇଛନ୍ତି ବୋଲି ।ରାମୁ ପରି ଲୋକଙ୍କର ସ୍ପର୍ଶକୁ ବୁଝିପାରି ପ୍ରତିବାଦ କରିବାର ସାହସ ପ୍ରତ୍ୟେକ ଝିଅର ରହିବ ଉଚିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Crime