kamal kumar dash

Romance Inspirational Thriller

3  

kamal kumar dash

Romance Inspirational Thriller

ସୋନା ସୋନମ

ସୋନା ସୋନମ

1 min
246


ରାକେଶ ଗୃପରେ   ଲେଖିଲା, ୪ଦିନ ପରେ ସୋନାର ନିର୍ବନ୍ଧ ଓ ତାର ଦି ଦିନ ପରେ ବାହା ଘର ତାସାଙ୍ଗ ସୋନମ କହିଛି ସମସ୍ତଙ୍କୁ ନେଇ ସମ୍ବଲପୁର ଯିବାକୁ | ୭ଜଣ ରୁ ଦି ଜଣ ରାଜି ହେଲେ ବାକି ଦେଖିବା ଲେଖିଲେ | ସୋନା ଓ ସୋନମ ରାକେଶ ସାଙ୍ଗରେ ଭୁବନେଶ୍ୱରରେ ଇଂଜିନିୟରିଂ  ପଢୁ ଥିଲେ ୪ ବର୍ଷ ତଳେ ଏବେ କରୋନା ଯୋଗୁ ଘରୁ କାମ କରୁଛନ୍ତି ସମ୍ବଲପୁରରୁ |  ସନ୍ଧ୍ୟାରେ  ସୋନା ଓ ସୋନମ ସମସ୍ତଙ୍କ ସାଙ୍ଗରେ କନ୍ଫରେନ୍ସ କଲ କରି କଥା ହେଲେ | ସୋନା କହିଲା ସମସ୍ତେ ଆସିବ କହିଲେ ମୁଁ ହୋଟେଲ ବୁକ କରିବି , ସମସ୍ତେ ରାଜି ହେଲେ | 

ତିନି ଦିନ ପରେ ସମସ୍ତେ ଟ୍ରେନରେ ସମ୍ବଲପୁର ବାହାରିଲେ | ଷ୍ଟେସନରେ ସୋନମ ଆସିଥିଲା ରିସିଭ କରିବାକୁ | ଷ୍ଟେସନ ବାହାରେ ଦୁଇଟି କାର ରହିଥିଲା ରାକେଶ ଓ ତାର ସାଙ୍ଗ ମାନଙ୍କ ପାଇଁ | ସୋନମ ସମସ୍ତଙ୍କ ସଂଗେ ହାଣ୍ଡସେକ କଲା ଓ କlର ପର୍ଯନ୍ତ ସମସ୍ତଙ୍କୁ ନେଇଗଲା | କାରରେ ବସିଲା ବେଳେ ପଛରୁ ସିତୁ କହିଲା ଆରେ ସୋନମ ତୁ କେବେ ଡାକୁଛୁ ? ସେ ହସି କି କହିଲା ତମକୁ ଏବେ ସବୁ କହିଦେଲେ ସସ୍ପେନ୍ସ  ସରିଯିବ | ସାଙ୍ଗ ମାନଙ୍କୁ ହୋଟେଲରେ ଛlଡ଼ି ସେ ଚାଲିଗଲା ଓ କହିଲା କlଲି ସକାଳେ ଏକ ମନ୍ଦିରରେ ନିର୍ବନ୍ଧ ହେବ  ସନ୍ଧ୍ୟାରେ ଏଇ ହୋଟେଲରେ ରିଂ ସେରିମନି ହେବ | 

     ସକାଳେ ସମସ୍ତେ ମନ୍ଦିର ପହଁଚିଲେ , ହେଲେ ବରଘର ଟିକେ ଡେରିରେ ପହଁଚିଲେ ,ସୋନା କାନ୍ଦି ପକାଇଲା ସୋନମ ତାକୁ ବୁଝାଇ ଶାନ୍ତ କଲା | ନିର୍ବନ୍ଧ ପରେ ସମସ୍ତେ ହୋଟେଲ ଫେରିଲେ | ସନ୍ଧ୍ୟାରେ ହୋଟେଲ ରେ ଷ୍ଟେଜ ଉପରେ ୪ ଟା ଚେୟାର ପଡିଥିଲା ସୋନା ଓ ସୋନମ ବହୁତ ସୁନ୍ଦର ସଜାଇ ହୋଇ ଆସି ଦିଟା ଚେୟାର ରେ ବସିଗଲେ ,କିଛି ସମୟ ପରେ ସୋନାର ବର ଆସି ବସିଲେ ହେଲେ ସୋନମ ପାଖରେ କିଏ ବସିବ ସସ୍ପେନ୍ସ ଥିଲା | ରିଂ ସେରିମନିର କାମ ଆରମ୍ଭ ହେଲା ସମସ୍ତେ ସୋନମ କୁ ଚାହୁଁ ଥିଲେ | ସୋନମ କହିଲା ବାବୁ ରାକେଶ ବାହାରକୁ ଆସ ଆଉ ସସ୍ପେନ୍ସରେ ସମସ୍ତଙ୍କୁ ରଖନି | ରାକେଶ ସୋନମକୁ ମୁଦି ପିନ୍ଧାଇଲା ପରେ ସସ୍ପେନ୍ସ ସରିଲା ହେଲେ ସାଙ୍ଗ ମାନେ ରାକେଶ୍ କୁ ଟିକେ ଗେଲରେ ପିଟିଲେ ଓ ସୋନମ କୁ ଭାଉଜ ନମସ୍କାର କରି ଚିଡ଼ାଇଲେ | 



Rate this content
Log in

Similar oriya story from Romance