STORYMIRROR

PRIYANKA PRIYADARSINI

Abstract Inspirational

4  

PRIYANKA PRIYADARSINI

Abstract Inspirational

ସନ୍ତାନ

ସନ୍ତାନ

2 mins
415

       ଗୋଟିଏ ଛୋଟ ଗାଁ, ନାଁ କଦମ୍ବପୁର। ସେଠାରେ ପ୍ରାୟ ପନ୍ଦର କୋଡ଼ିଏ ପରିବାର ରହୁଥିଲେ। ସେଠାକାର ଜଣେ କୃଷକ ଦମ୍ପତି ନିଃସନ୍ତାନ ଥିବାରୁ ଗାଁ ଲୋକ ସେମାନଙ୍କୁ ଅନେକ କଥା କହୁଥିଲେ, ଅନେକ ଟାହି ଟାପୁରା କରୁଥିଲେ। ସେମାନେ ଅନେକ ଦିଅଁ ଦେବତା କରି ମଧ୍ୟ ତାଙ୍କ କୋଳରେ ସନ୍ତାନ ଟିଏ ନଥାଏ। ତାଙ୍କ ପାଖ ପଡ଼ୋଶୀ ନରିଆ ଓ କୁନ୍ତୀଙ୍କର ତିନୋଟି ଝିଅରେ ଗୋଟିଏ ପୁଅ ଥାଏ। ପୁଅଟି ସବୁ ଠାରୁ ସାନ। ଝିଅ ତିନୋଟି ମଧ୍ୟ ବେଶୀ ବଡ଼ ନଥିଲେ, ବଡ଼ ଝିଅକୁ ଛଅ ବର୍ଷ, ମଝିଆ ଝିଅକୁ ସାଢ଼େ ଚାରି ବର୍ଷ , ସାନ ଝିଅକୁ ତିନି ବର୍ଷ ଓ ପୁଅକୁ ମାତ୍ର ବର୍ଷେ ହୋଇଥାଏ। ନରିଆ ଓ ତା ସ୍ତ୍ରୀ ଗରିବ ନଥିଲେ ମଧ୍ୟ କୁଣ୍ଠା ଓ ନିମ୍ନ ମାନସିକତା ର ଥିଲେ। ସେମାନେ ତାଙ୍କ ତିନି ଝିଅଙ୍କୁ ଆଦୌ ଭଲ ପାଉ ନଥିଲେ, କାରଣ ଝିଅ ମାନେ ତ ବାହା ହୋଇ ଅନ୍ୟ ଘରକୁ ଚାଲି ଯିବେ , ସେମାନଙ୍କ ଭରଣ ପୋଷଣ ବାହାଘର ଓ ଯୌତୁକ ସବୁ ଅଯଥା ଖର୍ଚ୍ଚ ବୋଲି। ଭାବୁଥିଲେ। ଅପର ପକ୍ଷରେ ତାଙ୍କ ପୁଅକୁ ଖୁବ୍ ଭଲ ପାଉଥିଲେ, କାରଣ ବଡ଼ ହେଲେ ସେ ତାଙ୍କୁ ପୋଷିବ ଓ ମରିଲେ ତାଙ୍କୁ ପିଣ୍ଡ ଦେବ। 

         ଦିନେ ବିଦ୍ୟା ଓ ମାଳତୀ ନରିଆ ଓ କୁନ୍ତୀ ଙ୍କ ପାଖକୁ ଯାଇ ତାଙ୍କ ତିନି ଝିଅଙ୍କୁ ଆଇନ ଅନୁଯାୟୀ ନିଜ ଝିଅ ଭାବରେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଲେ, କାରଣ ସେମାନେ ନରିଆ ଘରେ ସେ ତିନିଙ୍କ ଅବସ୍ଥା ଦେଖି ପାରୁ ନ ଥିଲେ। ଏ ଅଳ୍ପ ଓ ଛୋଟ ବୁଦ୍ଧିରେ ପୂର୍ଣ୍ଣ ନରିଆ ଓ ତା ସ୍ତ୍ରୀ ସଙ୍ଗେ ସଙ୍ଗେ ରାଜି ହୋଇଗଲେ। ସମସ୍ତ କାଗଜ ପତ୍ର ସରିଲା, ତା ବାବଦକୁ ବିଦ୍ୟା ନରିଆକୁ ଦେଢ଼ ଲକ୍ଷ ଟଙ୍କା ଦେଲା। ତିନି ତିନୋଟି ସନ୍ତାନ ପାଇ ନରିଆ ଓ ମାଳତିର ପାଦ ତଳେ ଲାଗୁ ନ ଥାଏ। ସେମାନେ ତାଙ୍କର ଖୁବ୍ ଯତ୍ନ ନେଲେ। କୃଷି କ୍ଷେତ୍ରରୁ ଯାହା ଉପାର୍ଜିତ ହୁଏ ସେଥିରେ ସେମାନେ ଖୁବ୍ ଆନନ୍ଦରେ ଚଳି ଯାଉଥିଲେ। ବିଦ୍ୟା ଠିକ୍ ସମୟରେ ତାଙ୍କର ନାମ ବିଦ୍ୟାଳୟରେ ଲେଖାଇ ଦେଲା। ସେମାନେ ମଧ୍ୟ ଖୁବ୍ ମନ ଦେଇ ପଢ଼ିଲେ। ମାଳତୀ ମୂର୍ଖ ହେଲେ ମଧ୍ୟ ତା ଝିଅମାନେ ଯେତେବେଳେ ପାଠ ପଢନ୍ତି ତାଙ୍କ ପାଖରେ ଆସି ବସେ, ତାଙ୍କୁ ନୈତିକ ଶିକ୍ଷା ଦିଏ ଓ ଅନେକ ଭଲ ଭଲ ପୁରାଣ କଥା ମଧ୍ୟ କହେ। ସେମାନଙ୍କ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ବିଦ୍ୟା ତା ଜମି କେତେଖଣ୍ଡ ମଧ୍ୟ ବିକ୍ରି କରିଦେଲା। ସେମାନେ ପାଠ ପଢ଼ି ନିଜେ ନିଜ ଗୋଡ଼ରେ ଛିଡ଼ା ହେଲେ। ବଡ଼ ଝିଅ କୃଷି ଅଫିସର, ମଝିଆ ଝିଅ ପୋଲିସ ଓ ସାନ ଝିଅ ଶିକ୍ଷୟତ୍ରୀ ହେଲା। ସେମାନେ ବିଦ୍ୟା ନାଁ ରେ ଗାଁ ରେ ଅନେକ ଜମି ବାଡି କିଣି ଦେଲେ। 

         ସେପାଖେ ନରିଆର ପୁଅ , ଗୋଟିଏ ପୁଅ ବୋଲି ଅତ୍ୟନ୍ତ ଗେଲ୍ହା ରେ ବଢ଼ିଲା। ବାପା ମା ଙ୍କର ଆକଟ ନ ଥିବାରୁ, ସେ ଧିରେ ଧିରେ ଅବାଟକୁ ଚାଲିଗଲା। ନିଶା ଦ୍ରବ୍ୟ ଖାଇବା ଆରମ୍ଭ କରିଦେଲା। ତା ନିଶା ସେବନ ଅଧିକ ହେବାରୁ ତା ମାଆ ଟଙ୍କା ଦେବାକୁ ମନା କରିଲା, ସେ ତା ମାଆ କୁ ମାଡ଼ ମାରି ତା ବାକ୍ସରୁ ଟଙ୍କା ନେଇ ଚାଲିଗଲା। ତା ପର ଠାରୁ ତାକୁ ଯେତେ ଖୋଜିଲେ ମଧ୍ୟ ସେ ମିଳିଲା ନାହିଁ। 

           ଝିଅ ହେଉ ଅବା ପୁଅ, ସମସ୍ତେ ସନ୍ତାନ। ସମସ୍ତେ ଏକ। ଏଠାରେ କୌଣସି ସନ୍ତାନ ଖରାପ ନୁହଁ, ଆମେ ସେମାନଙ୍କୁ ଯେଉଁଭଳି ସଂସ୍କାର ଓ ସଭ୍ୟତା ଦେବା , ସେମାନେ ସେଇଭଳି ଗଢ଼ି ଉଠିବେ।


Rate this content
Log in

Similar oriya story from Abstract