STORYMIRROR

Jyotirmayee Panda

Drama Romance

3  

Jyotirmayee Panda

Drama Romance

ସଂପର୍କ ନୁହେଁ ଖେଳଘର (ଭାଗ -୫୯)

ସଂପର୍କ ନୁହେଁ ଖେଳଘର (ଭାଗ -୫୯)

2 mins
170

ଯେହେତୁ ବନ୍ଦନା ସେଇ ସମୟର ଠିକ୍ ବିନିଯୋଗ କରି ନାହାଁନ୍ତି , ତେଣୁ ତାଙ୍କୁ ଏବେ ହୁଏତ ପରିବର୍ତ୍ତନ ହେବାକୁ ପଡିବ । ନହେଲେ ଶେଷରେ ପ୍ରାୟଶ୍ଚିତ ଛଡା ତାଙ୍କ ପାଖରେ ଆଉ କିଛି ବି ରାସ୍ତା ନଥିବ । ଆଜି ଆସନ୍ତୁ ବନ୍ଦନା ମତେ ତାଙ୍କ ସହିତ କଥା ହେବାକୁ ହିଁ ପଡ଼ିବ । 


କିଛି ସମୟ ପରେ ବନ୍ଦନା ଘରକୁ ପ୍ରବେଶ କରିଛନ୍ତି , ବନ୍ଦନାଙ୍କୁ ଦେଖିବା ମାତ୍ରେ ବିକାଶ କହିଛନ୍ତି , ମୋ କଥା ନହେଲେ ନାହିଁ ଝିଅ କଥା ଟିକେ ବୁଝ , ସିଏ ସବୁବେଳେ ତମକୁ ଖୋଜୁଛି , ତମ ପଣତ କାନିକୁ ଲୋଡୁଛି । ତମ ସ୍ନେହ ମମତାକୁ ଝୁରୁଛି । ତୁମେ ବାହାରେ ସମୟ ବିତାଅ ମନା ନାହିଁ , କିନ୍ତୁ ଅତି କମ୍ ରେ କିଛି ସମୟ ତ ନିଜ ଝିଅକୁ ଦେଇ ପାରିବ । 


ଉତ୍ତେଜିତ ହେଇଉଠି ବନ୍ଦନା ଉତ୍ତର ଦେଇଛନ୍ତି , ମୋ ଜୀବନ ନଷ୍ଟ ହେଇଗଲା ତମ ପରିକା ସ୍ୱାମୀକୁ ବିବାହ କରି , ତମେ କେବଳ ଭଲ ପାଇବାର ଯୋଗ୍ୟ ବିବାହ ପାଇଁ ନୁହେଁ , ନିଜେ ତ ଦିନକୁ ଦିନ ଅସୁସ୍ଥ ରହି ମୋ ଉପରେ ବୋଝ ସାଜୁଛ , ଶେଷରେ ଛୁଆଟିକୁ ବି ସମ୍ଭାଳି ପରୁନ । ସିଏ କାଲିର ଛୁଆ ସିଏ କ'ଣ କହିବ ?? ତାକୁ ମୁହଁ ଦେଇକି ରଖିଛ ତୁମେ , ତମ ପାଇଁ ସେ ବିଗିଡି ଯାଉଛି । ଛୋଟ ଥିଲା ମତେ ଖୋଜୁଥିଲା ହଁ ବୁଝୁଛି , ଏବେ କାଇଁ ସିଏ ମତେ ଖୋଜିବ । ଏବେ ତ ସିଏ ତା ନିଜ କଥା ନିଜେ ବୁଝି ପାରିବ । ଝିଅ ଏବେ ସ୍କୁଲ୍ ଗଲାଣି , ସେଇଟା ତମେ ଭୁଲିବା କଥା ନୁହେଁ । 


ବିକାଶ ଉତ୍ତରରେ କହିଛନ୍ତି , ଛୋଟରୁ ତ ଦେଖୁଚି , ସେତେବେଳେ କୋଉ ତମେ ତା' ପାଇଁ ଚିନ୍ତା କରୁଥିଲ କି ?? । ନିଜେ ଯେମିତି ମା' ସ୍ନେହରୁ ବଞ୍ଚିତ ହେଇଛ , ଛୁଆଟିକୁ ମଧ୍ୟ ସେମିତି ଗଢ଼ିଦେଲ । ତୁମେ ମା' ର ସ୍ନେହକୁ ଅନୁଭବ କରିନ ବୋଲି ସବୁବେଳେ ଏସବୁ ତମକୁ ନାଟକ ପରିକା ଲାଗୁଚି । କିନ୍ତୁ ଦିନ ଏମିତି ଆସିବ ଯେ ତୁମେ ବୁଝିବ ପ୍ରକୃତରେ ମା' ପାଇଁ ଛୁଆ କ'ଣ ହେଇଥାଏ । ଏବେ ସମସ୍ତେ ତମ ସହିତ ଅଛନ୍ତି ସେଥି ପାଇଁ ତମକୁ କିଛି ବି ଫରକ୍ ପଡୁନି , ଯେବେ ତୁମେ ଚିତ୍କାର କରି ସମସ୍ତଙ୍କୁ ଡ଼ାକୁଥିବ ଆଉ ସେବେ ତୁମ ଚିତ୍କାର ଶୁଣିବାକୁ କେହି ନଥିବେ , ଠିକ୍ ସେଇ ସମୟରେ ହିଁ ତୁମେ ବୁଝି ପାରିବ ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Drama