ସନ୍ଦେହୀ ପ୍ରିୟତମା
ସନ୍ଦେହୀ ପ୍ରିୟତମା


କିଛି ବର୍ଷ ପୂର୍ବରୁ ଗଢି ହେଇଥିବା ଏକ ପ୍ରେମ କାହାଣୀ । ଚିଣ୍ଟୁ ଗୋଟେ ସ୍ଥାନରେ ବସି ତା ପୂର୍ବ କଥା ଏ ପାହାଡ ନଦୀ ବୃକ୍ଷକୁ କହୁଥାଏ ।
କାହିଁକି ନା ତାର ଯିଏ ଅତି ନିଜର ଥିଲା ସେ ଆଜି ପର ହେଇଯାଇଛି ।
ସେ ଦିନ ମୁଁ ବହୁତ ଖୁସି ହେଇଥିଲି ଯେଉଁଦିନ ସେ ମୋ କୋଳରେ ବସି ତାର ମନର କଥା ସବୁ କହିଥିଲା ।
ସୋନି - ତମେ ମତେ ବିବାହ କରିବ ?
ଚିଣ୍ଟୁ - ନକଲେ କ'ଣ ହେବନି !
ସୋନି - ତମେ ବି ନା ମୋର ସବୁ କଥାକୁ ମଜାକ କରିଦେଉଛ ।
ଚିଣ୍ଟୁ - ଆଲୋ ପାଗିଳି ତତେ ବାହା ହେବିନି ତ ଆଉ କାହାକୁ ବାହା ହେବି ।
ସୋନି - କେଜାଣି ତମରଯଦି ଆଉ କିଏ ଥିବ ?
ଚିଣ୍ଟୁ - ହା ହା ହାଃ ତୁ ବି ନା ... ହଁ ମୋର ଆଉ ଜଣେ ପ୍ରେମିକା ଅଛି ।
ସୋନି - ଯାଉନ.. ତାକୁ ଭଲପାଇବ ମତେ କ'ଣ ପାଇଁ ଭଲପାଉଛ।
ଚିଣ୍ଟୁ - ଏଇ ଗୋଟେ କଥା। ତୁମେ କହିବ ଆଉ ମୁଁ ମାନିବି ନାହିଁ। ଏଟା କେବେ ହେଇଛି।
ସୋନି - ହଉ ଯାଅ ତା ପାଖକୁ ମୁଁ ଯାଉଛି ହେଲା।
ଚିଣ୍ଟୁ - ମୋ ପାଗିଳିଟା ମୋ ଧନଟା ରାଗେନି। ସରି.. ମୁଁ ମଜ଼ାକ କରୁଥିଲି ।
ସୋନି - ଯାଉନ ତା ସହ ମଜ଼ାକ କରିବ।
ଚିଣ୍ଟୁ - ସରି ... ପ୍ଲିଜ଼ ମାନିଯାଅନା।
ସେଠୁ ସୋନି ରାଗିକି ପଳିଆସିଯାଏ । ରାତିରେ ଚିଣ୍ଟୁ ଫେସବୁକରେ ଯେତେ ମେସେଜ କଲା ହେଲେ ସୋନି କିଛି ରିପ୍ଲାଏ ଦେଲାନି । କଲ ବି କାଟିଦେଲା। ତା'ପର ଦିନ ସୋନିର ରାଗ କମିଯାଇଥିଲା। ଆଉ ସେ ଚିଣ୍ଟୁକୁ ମେସେଜ଼ ଦେଲା । ଚିଣ୍ଟୁ ଅନଲାଇନ ଥିଲା ସତ କିନ୍ତୁ ଫୋନ ତା ହାତରେ ନଥିଲା। ସୋନି ପୁଣି ବହୁତ ରାଗିଯାଇଥିଲା । ରାତିକୁ ଚିଣ୍ଟୁ ମେସେଜ଼ ଦେଖି ସେ ରିପ୍ଲାଏ ଦେଲା। ହେଲେ ସୋନି ଆଉ ମେସେଜ଼ ଦେଲାନି । ଚିଣ୍ଟୁ ରାତିସାରା ଅନଲାଇନ ତା ମେସେଜ଼କୁ ଅପେକ୍ଷା କରିଥିଲା । ସେଇ ସମୟରେ ତାର ପୂର୍ବ ପ୍ରେମିକା ମେସେଜ଼ ଦେଲା । କିନ୍ତୁ ଚିଣ୍ଟୁ ତା ସହ କିଛି କଥା ହେଲା ପରେ ଚିଣ୍ଟୁ ଆଖିକୁ ନିଦ ଆସିଗଲା ।
ସକାଳୁ ଯେତେବେଳେ ସୋନି ଦେଖିଛି କି ଚିଣ୍ଟୁ ଅନଲାଇନ ଥିଲେ ସେ ପୁଣି ରାତି 3 ପର୍ଯ୍ୟନ୍ତ। ଅନଲାଇନ ସେ ଥିଲେ ସେଠୁ ତାର ସନ୍ଦେହ ପୁଣି ହେଲା। ସୋନି ଚିଣ୍ଟୁ କୁ ଫୋନ କଲା।
ସୋନି - କାଲି ଅନଲାଇନରେ ମୁଁ ତ ନଥିଲି ତମେ ଏତେ ରାତି ପର୍ଯ୍ୟନ୍ତ କାହା ସହ କଥା ହେଉଥିଲା ।
ଚିଣ୍ଟୁ - ex-gf ସହ।
ସୋନି - ମୁଁ ରହୁଛି।
ଚିଣ୍ଟୁ - ଆରେ ଶୁଣ.. ମୁଁ କ'ଣ କହୁଚି ମୋର ପୁରା କଥା ତ ଶୁଣିକି ଯାଅ।
ସୋନି - ଥାଉ ମୁଁ ସବୁ ଜାଣିଗଲି ତମେ କ'ଣ !
ଚିଣ୍ଟୁ - କେତେ ଆଉ ମୋତେ ସନ୍ଦେହ କରିବ।
ସୋନି ଫୋନକୁ ରଖିଦେଲା । କିଛି ସମୟ ପରେ ପୁଣି ଥରେ ସୋନି ଫୋନ କଲା । ହେଲେ ଚିଣ୍ଟୁର ଫୋନ ବ୍ୟସ୍ତ କହିଲା । କାହିଁକି ନା ତାର ଗୋଟେ ସାଙ୍ଗ କଲ କରିଥିଲା। ତା' ପରେ ଚିଣ୍ଟୁ ସୋନି ପାଖକୁ କଲ କଲା ହେଲେ ସୋନି ରିସିଭ ନକରି ମେସେଜ ଦେଇଦେଲା। ଆଉ ସେ ମେସେଜ଼ରେ ଲେଖିଥିଲା। ତମକୁ ମୋ ରାଣ ତମେ କେବେ ବି ମୋ ପାଖକୁ କଲ କି ମେସେଜ଼ କି ଦେଖା କରିବନି। ଯଦିକରିଛ ମତେ ଏ ଦୁନିୟାରେ ପାଇବନି। ମୋତେ ଏକୁଟିଆ ବଞ୍ଚିବାକୁ ଦିଅ । ଚିଣ୍ଟୁ ଏ ମେସେଜ଼ ପଢି ତା ରାଣକୁ ଡରି ଆଉ ମେସେଜ଼ କି କଲ କଲାନି।
କିଛିଦିନ ପରେ । ସୋନି ଚିଣ୍ଟୁକୁ ନବୁଝି ତାକୁ ଧୋକାବାଜ଼ ଭାବି ରାତିସାରା କାନ୍ଦିଲା । ଏପଟେ ଚିଣ୍ଟୁ ନିଜର ଦୁଃଖକୁ ଏକ ସୁନସାନ ଜାଗାରେ ବସି ନଦୀ ପାହାଡ ଝରଣାକୁ ସବୁ କହୁଥିଲା। ଚିଣ୍ଟୁ ବହୁତ ଭାଙ୍ଗି ପଡିଥିଲା କାହିଁକି ନା ସେ ସୋନିକୁ କେବେ ମିଛ କହିନି କି ସେ ତା ଛଡ଼ା ଆଉ କାହାକୁ ଭଲପଏନି ।
ସୋନିର ମନ ବୁଝୁନ ଥାଏ । ସେ ଭାବିଲା କି ସେ କିଛି ଭୁଲ କରିନି ତ।
ସଂଗେ ସଙ୍ଗେ ସେ ଚିଣ୍ଟୁର ଫେସବୁକ ଓପେନ କଲା ଆଉ ତା ପୁରୁଣା ପ୍ରେମିକାର ମେସେଜ ପଢିବାକୁ ଲାଗିଲା।
ପୁରୁଣା ପ୍ରେମିକା - ମୁଁ ବହୁତ ବଡ ଭୁଲ କରିଛି ତମକୁ ଧୋକା ଦେଇ। ତମକୁବହୁତ କଷ୍ଟ ଦେଇଛି। ମତେକ୍ଷମା କରିଦେବ।
ଚିଣ୍ଟୁ - ସେତେବେଳେ ମତେ ତମେ ବୁଝିପାରିଲନି । ଏଵେ କ୍ଷମା ମାଗିଲେ କଣ ହେବ
ପୁରୁଣା ପ୍ରେମିକା - ମାନେ ?
ଚିଣ୍ଟୁ - ମୁଁ ଆଉ ଜଣକୁ ଭଲପାଉଛି । ସେକେବେ ବି ମତେ ଭୁଲ ବୁଝି ଅଧା ରାସ୍ତା ରେ ଛାଡି ଚଳିଯିବନି।
ପୁରୁଣା ପ୍ରେମିକା - ତା ମାନେ ତମେ ତମ ପ୍ରଥମ ଭଲପାଇବା କୁଁ ଏତେ ସହଜରେ ଭୁଲିଗଲ।
ଚିଣ୍ଟୁ - ମୁ କିଛି ଶୁଣିବାକୁ ଚାହେଁନି । ମୁଁ ଯାହାକୁ ଭଲ ପାଇଛି ସେ ମୋ ପାଇଁ ସବୁକିଛି ..ମୁଁ ତା ଆଖିରେ ଟିକେ ବି ଲୁହ ଦେଖିପାରିବିନି ।
ଏଇ ସବୁ ମେସେଜ଼ ପଢି ସୋନି ତା ଭୁଲ ବୁଝିପାରି ତା ପ୍ରେମିକ ପାଖକୁ ଯାଇ ।
ସୋନି - (କାନ୍ଦିକି)
ଚିଣ୍ଟୁ - ଆରେ ପାଗିଳି କାନ୍ଦୁଛୁ କ'ଣ ପାଇଁ ?
ତାପରେ ଚିଣ୍ଟୁ ତାକୁ ଛାତିରେ ଲଗେଇକି ଚୁପ ହେଇଯା ମୋ ସୁନାଟା। କ'ଣ ହେଇଛି ?
ସୋନି - ମୁଁ ତୁମକୁ ଭୁଲବୁଝିଥିଲି ମତେ କ୍ଷମା କରିଦିଅ ।
ଚିଣ୍ଟୁ - ମୋ ଧନ ମୋ ସୁନା ଏଥିପାଇଁ କାନ୍ଦୁଛୁ। ଆରେ ତୁ ମତେ ସନ୍ଦେହ କରିବୁନି ତ ଅଉ କିଏ କରିବ ।
ଯୋଉ ଭଲପାଇବାରେ ନିଜର ଲୋକ ଆଉ କାହାର ହେବାର ଭୟ ନାହିଁ ସେ କି ଭଲ ପାଇବା। ହଁ ତୋର ବାସ ଏତିକି ଭୁଲ କି ତୁ ମୋ କଥା ନଶୁଣି ସବୁ ଭୁଲ ଭାଲ ଭାବିଦେଲୁ । ଆଉ ମୁଁ ତୋର କ'ଣ ଏଇ ଛୋଟ ଭୁଲକୁ କ୍ଷମା କରିପାରିବିନି ।
ସୋନି - ତମ ପାଗିଳି ଟିକେ ସତରେ ପାଗିଳି କ୍ଷମା କରିଦେବା।
ଚିଣ୍ଟୁ - ହା ହା ହା.
I love you
ସୋନି - i love you too .