Nityananda Sahu

Inspirational Others

4  

Nityananda Sahu

Inspirational Others

ସମୟ ର କ୍ରୀତଦାସ

ସମୟ ର କ୍ରୀତଦାସ

11 mins
285



ଅତୀତରେ ନେଇ ଥିବା ନିଷ୍ପତ୍ତି ପାଇଁ ଯେ ଭବିଷ୍ୟତରେ ପଶ୍ଚାତାପ କରିବାକୁ ହେବ, ଏ କଥା କେବେ ବି ରାମ ଦାସ ସ୍ୱପ୍ନରେ ଭାବି ନ ଥିଲେ । ପେଷାରେ ଶିକ୍ଷକତା କରନ୍ତି। ପଖା ଆଖ ସାତ ଖଣ୍ଡ ଗାଁ ରେ ଗୋସାଇଁ ଙ୍କର ପ୍ରବଳ ନାଁ ରହିଛି । ପୂଜା ପାଠ ଠାରୁ ଆରମ୍ଭ କରି , ମାଲି ମକଦ୍ଦମା ମିମାଂସା କରିବା ପର୍ଯ୍ୟନ୍ତ ସବୁଥି ପାଇଁ ଲୋକେ ଖୋଜନ୍ତି ରାମ ଗୋସାଇଁ ଙ୍କୁ । ସ୍ୱାଭିମାନ ରେ ବଞ୍ଚିବା କୁ ଭଲ ପାଉଥିବା ରାମ  ଗୋସାଇଁ ଆଜି ବୟସର ଅପରାହ୍ନ ରେ ଭାଙ୍ଗି ପଡିଛନ୍ତି । 

  ନା ଅଛି ଆତ୍ମୋ ଗର୍ବ , ନା" ଅହଂକାର ନା" ଆଉ ଅଛି ସାମାଜିକ ସ୍ୱାଭିମାନ ର ଜୀବନ । ତଥାପି ବାଟରେ ଘାଟରେ ଲୋକେ ଗୋସାଇଁ ଙ୍କୁ ଦେଖିଲେ ସମ୍ମାନ ଦିଅନ୍ତି । କିଛି ଲୋକ ଗାଁ ରେ କୁହନ୍ତି ରାମ ଗୋସାଇଁ ଆମର "କାଉଁରୀଆ କାଠି ଭାଙ୍ଗି ଯିବେ ସିନା ନଇଁବେ ନାହିଁ" । ଯାହାକୁ କୁହନ୍ତି ପୁରା ଅଟଳ ମହାମେରୁ।

  ବୟସ ଥିବା ବେଳେ ତେଜିୟାନ ଶରୀର ସହ ଭ୍ରହ୍ମ ପଇତା ପକାଇ ଦେହରେ ତିଳକ ଲଗାଇ ଗୋସାଇଁ ଯେବେ ବେଦ ଧ୍ୱନି ଉଚ୍ଚାରଣ କରି ଗାଁ ମଧ୍ୟ ଭାଗରେ ମନ୍ଦିର ଅଭିମୁଖେ ବାହାରି ଯାଆନ୍ତି , ଗାଁ ନବ ବିବାହିତା ବଧୂ ମଧ୍ୟ ଝରକା ପାଙ୍କ ଦେଇ ଗୋସାଇଁଙ୍କର ରୂପ କ୍ରାନ୍ତି ଦେଖି ମୁଗ୍ଧ ହୋଇ ଯାଏ । ସବୁ ପରେ ବି  ଗୋସାଇଁ ହେଉଛନ୍ତି ଏକ ପତ୍ନୀ ବ୍ରତା ସ୍ୱାମୀ । ସୀତା ଦେବୀ ଙ୍କ ଛଡା ଜୀବନରେ ପର ନାରୀ ଙ୍କୁ ଆଡ଼ ଆଖିରେ ବି ଦେଖି ନାହାନ୍ତି । ରାମ ସୀତା ଙ୍କର ଯୋଡି ବୋଲି ଦୁହିଁଙ୍କୁ ଦେଖିଲେ ଲୋକେ କହିବାର ଅନେକ ଥର ଗାଁ ରେ ଶୁଣିବାକୁ ମିଳେ । 

  ଘରକୁ ଯେତେବେଳେ ନୂଆ ବାହା ହୋଇ ସୀତା ଦେବୀ ଆସିଥିଲେ , ସେତେବେଳେ ରାମ ଦାଶ ଥିଲେ ଅନାଥ । ମାମୁଁ ଙ୍କ ନିକଟରେ ରହି ଶିକ୍ଷା ସମାପନ୍ନ କରିବା ସହ ବେଦ , ଉପନିଷଦ ଆଉ ପୂଜା କର୍ମ ସବୁ ଶିକ୍ଷା କରିଥିଲେ । ପରେ ମାମୁଁ ପାଖ ଗାଁ ର ସୀତା ଦେବୀ ଙ୍କ ସହ ତାଙ୍କର ବାହାଘର ବୈଦିକ ରୀତିନୀତି ଅନୁସାରେ କରାଇ ଦେଇଥିଲେ । 

  ବିବାହର କିଛି ବର୍ଷ ପରେ ଦୁହିଁଙ୍କର ଭଲ ପାଇବାର ସନ୍ତକ ସ୍ୱରୂପ ଏକ ପୁତ୍ର ସନ୍ତାନ ଜନ୍ମ ନେଲା । ସ୍ନେହ ରେ ଗୋସାଇଁ ନାଁ" ରଖିଲେ କାମଦେବ । ପୁତ୍ର ଟିର ରୂପ କ୍ରାନ୍ତି ଆଉ ଡଉଲ ଡାଉଲ ଚେହେରା ଯିଏ ଦେଖୁ ଥିଲେ ବିମୋହିତ ହୋଇ ଯାଉଥିଲେ । ସେଥିପାଇଁ ଏକୋଇଶା ଦିନ ପୁତ୍ର ସନ୍ତାନ ର ନାମ କରଣ କାମଦେବ ଦାଶ ବୋଲି ଗୋସାଇଁ ଦେଇଥିଲେ । 

  ଛୋଟ ଆଉ ଖୁସି ପରିବାର ଥିଲା ରାମ ଦାଶ ଙ୍କର। ଧୀରେ ଧୀରେ ପୂଜା ବିଧି ଆଉ ବ୍ୟକ୍ତିତ୍ବ ପାଇଁ ପାଖ ଆଖ ଗାଁ ରେ ନାଁ" ହେବାକୁ ଲାଗିଲା ଗୋସାଇଁ ଙ୍କର । ସାମାଜିକ ପ୍ରତିଆରା ମଧ୍ୟ ବଢ଼ିଲା । ରାଜନୀତି ଠାରୁ ଆରମ୍ଭ କରି କୂଟନୀତି ଶାସ୍ତ୍ର ରେ ଚାଣକ୍ୟଙ୍କୁ ଭାରି ପସନ୍ଦ କରନ୍ତି ଗୋସାଇଁ। ନିଜର ସ୍ୱାଭିମାନ ଆଉ ଇଜ୍ଜତ ଉପରେ ଟିକେ ବି ଆଞ୍ଚ ଆସିବାକୁ ଦିଅନ୍ତି ନାହିଁ । ସମୟ ସହ ବିତି ଚାଲିଲା ଗୋସାଇଁ ଙ୍କର ଛୋଟ ହସ ଖୁସିର ସଂସାର। ଗୋଟେ ବୋଲି ପୁଅ କରୁଣା(ଡାକ ନାଁ, କାମଦେବ ର ) କୁ ଭଲ ପାଠ ପଢ଼ାଇ ଉଚ୍ଚ ଶିକ୍ଷିତା କରାଇବା ପାଇଁ ଗୋସାଇଁ ଙ୍କର ସ୍ୱପ୍ନ ଥିଲା । ଆଉ ବାପା ଙ୍କର ସ୍ୱପ୍ନକୁ ବି କରୁଣା କଠିନ ପରଶ୍ରମ ଆଉ ଅଧ୍ୟବସାୟ ଦ୍ୱାରା ସାକାର କରାଇବାରେ ସଫଳ ହେଲା । ପୁଅ ର ସଫଳତା ରେ ରାମ ଗୋସାଇଁ ଆଉ ସୀତା ଦେବୀ ବହୁତ ଖୁସି ହୋଇଥିଲେ । ପାଠ ପଢା ଶେଷ ହେବା ପରେ କରୁଣା ର ଚାକିରୀ ସହରରେ ହେଲା । ପିଲାଟି ଦିନରୁ କରୁଣା କୁ ଏତେ ଭଲ ପାଉଥିଲେ ରାମଗୋସାଇଁ ଯେ ପୁଅକୁ ସହରକୁ ଛାଡିବା ପାଇଁ ପ୍ରଥମେ ରାଜି ହୋଇ ନ ଥିଲେ । କିନ୍ତୁ ସୀତା ଦେବୀ ବହୁତ ବୁଝେଇବା ପରେ ଶେଷ ରେ ଗୋସାଇଁ ଚାକିରୀ କୁ ଛାଡିବା ପାଇଁ କରୁଣା କୁ ରାଜି ହୋଇ ଥିଲେ। 

  ପୁଅର ବୟସ କୁ ଦେଖି ଗୋସାଇଁ ସ୍ଥିର କଲେ ବିବାହ କରାଇ ଦେବେ । ସୀତା ଦେବୀ ଙ୍କର ଦେହ ଅସୁସ୍ଥତା ଆଉ ବ୍ଲଡ଼ ପ୍ରେସର ରୋଗ ପାଇଁ ଘର କାମ ବି ଦିନେ ଦିନେ ଗୋସାଇଁ ଙ୍କୁ କରିବାକୁ ପଡୁଥିଲା। ସେଥିପାଇଁ ନିଜ କୂଳ ର ଗୋଟେ ଝିଅକୁ ବୋହୂ କରି ଘରକୁ ଆଣିଲେ , ଏ ସବୁ ଚିନ୍ତାର ପରିସମାପ୍ତି ହେବ ଭାବି, ମନେ ମନେ ଝିଅ ଖୋଜିବାକୁ ଲାଗିଲେ । ଶେଷ ରେ ଗୋସାଇଁଙ୍କର ମନକୁ ପାଇଲା ପରି ପାଖ ଗାଁ ରୁ ସୁନ୍ଦରୀ ନାମ୍ନୀ ଝିଅ କୁ ଗୋସାଇଁ , ପୁଅ ପାଇଁ ପସନ୍ଦ କଲେ । ଝିଅ ଘରକୁ ବି ଖବର ପଠାଇ ଦେଲେ ,ଯେ ସେ ଏ ପ୍ରସ୍ତାବରେ ରାଜି ବୋଲି । ହେଲେ ପୁଅ କୁ ଅନ୍ଧ ପରି ବିଶ୍ୱାସ କରୁଥିବା ରାମ ଗୋସାଇଁ ଥରୁ ଟିଏ ପାଇଁ ପୁଅର ମତାମତ ନେବାକୁ ଉଚିତ ଭାବି ନ ଥିଲେ । ସୀତା ଦେବୀ ବି ଆପତ୍ତି କରି କହିଥିଲେ ଥରୁ ଟିଏ କରୁଣାର ମତାମତ ନେବା ପାଇଁ ଗୋସାଇଁଙ୍କୁ ଅନୁରୋଧ କରିଥିଲେ ବି , 

  ହେଲେ ରାମ ଗୋସାଇଁ କହିଥିଲେ , ପୁଅ କାହାର । ମୋ ପୁଅ ଉପରେ ମୋର ବିଶ୍ୱାସ ଅଛି । ସେ କେବେ ବି ଆମ ଦୁହିଁଙ୍କ ର ନିଷ୍ପତିରେ ନିଜର ଅସମ୍ମତି ପ୍ରକାଶ କରିବ ନାହିଁ । ଘରକୁ ଆସିବା ପାଇଁ ଗୋସାଇଁ ଖବର ପଠାଇଲେ କରୁଣା ନିକଟକୁ । କରୁଣା ଆସିବା ଦିନ ହିଁ ନିର୍ବନ୍ଧ କାର୍ଯ୍ୟ କରିବା ପାଇଁ ଗୋସାଇଁ ତିଥି ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ କରି ସାରିଥିଲେ । 

  ଗାଁ ରେ ପହଞ୍ଚି ଘର ସମ୍ନାରେ ଯେତେବେଳେ ରାମ କାର ରୁ ଓଲ୍ଲାଏ ଏବଂ ସାଥିରେ ଏକ ଅଚିହ୍ନା ଝିଅକୁ ଆଣି ଗୋସାଇଁଙ୍କର ଆଉ ସୀତା ଦେବୀ ଙ୍କର ପାଦ ଛୁଇଁ ପ୍ରଣାମ କରିବାକୁ ଯିବା ପାଇଁ ଉଦ୍ୟତ ହୁଏ , 

ଗୋସାଇଁ ପଚାରିଲେ , ଏ ଝିଅ ଟି କିଏ ରେ ବାବୁ ? ତୋ ସହ ତ ଆଗରୁ କେବେ କେଉଁଠି ଦେଖି ନାହିଁ ! ଏ ଝିଅ ସହ ତୋର ସମ୍ପର୍କ କଣ?

ପ୍ରଥମରୁ ପ୍ରସ୍ତୁତ କରୁଣା ଅଚିହ୍ନା ଝିଅ ପୂଜାର ପରିଚୟ ଦେଇ କହିଲା ,ଏ ହେଉଛନ୍ତି ଆପଣଙ୍କ ଘର ର ବୋହୂ ଆଉ ମୋର ପତ୍ନୀ । ଆମେ ଦୁହେଁ କୋର୍ଟରେ ମ୍ୟାରେଜ କରିଛୁ ଆଜି। ଆପଣ ଦୁହିଁଙ୍କ ର ଆଶୀର୍ବାଦ ନେବା ପାଇଁ ଆସିଛୁ ।

କଣ କହିଲୁରେ କରୁଣା ? ଏ ଝିଅ ତୋର ବୋହୂ ! ମତେ ଏବେ କହ ଆଉ ଟିକେ ପୂର୍ବରୁ ତୁ ଯାହା କହିଲୁ ସବୁ ମିଛ । 

ନାଇ ବାବା ,ପୂଜା ହିଁ ମୋର ପତ୍ନୀ ଆଉ ଏ ଘର ର ବୋହୂ । 

ବାବୁ ତୁ କଣ କହୁଛୁ ତ ଜାଣି ପାରୁଛୁ । ଏ ଝିଅ ର ଜାତି କଣ , ଗୋତ୍ର କଣ ଆମେ କିଛି ଜାଣିନୁ । ଆମେ ବ୍ରାହ୍ମଣ ଘର ର ଲୋକ। ଉଚ୍ଚ ଜାତି ଆମର । ବାବୁ କହିଲୁ ଏ ଝିଅର ଜାତି କଣ ? ବିସ୍ମୟ ଭରା ନୟନ ରେ ପଚାରିଲେ ସୀତା ଦେବୀ ।

------ବୋଉ ତୁ ବୁଝିଲୁ ନା " ଯୁଗ ଆସି କେଉଁଠି ପହଞ୍ଚିଲାଣି। ଆଉ କଣ ଜାତି ପ୍ରଥାର ପ୍ରଚଳନ ଅଛି । ସରକାର ବି ଅନ୍ୟ ଜାତିରେ ବିବାହ କରିବା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ମାନୁଛି ପୂଜା ଜାତିରେ ଅନୁସୂଚିତ । ଆମ ଜାତି ଠାରୁ ନିମ୍ନ ଜାତିର ଝିଅ । ତା' ମାନେ କଣ ଆମ ଦେହରେ ଯେଉଁ ରକ୍ତ ପ୍ରଭାହିତ ହେଉଛି ତାର ରଙ୍ଗ ଲାଲ ଆଉ ପୂଜା ଙ୍କର ଦେହର ରକ୍ତ ର ରଙ୍ଗ କଳା କି ? ପୂଜା ବହୁତ ଭଲ ଝିଅ । ଘର ଚଳେଇବାର ସେ ଖୁବ ପାରଙ୍ଗମ । ପୂଜା ପାଠ , ଶାସ୍ତ୍ର ଆଦିରେ ତାଙ୍କର ଖୁବ ଭଲ ଜ୍ଞାନ ଅଛି । ଆଉ ମୁଁ ବି ତାଙ୍କୁ ବହୁତ ପସନ୍ଦ କରେ। ଦୁହେଁ ଗୋଟେ ଅଫିସ ରେ ଚାକିରୀ କରୁ । ତେବେ ଅସୁବିଧା କେଉଁଠି ଅଛି ?

--------ହଁ, ଅସୁବିଧା ଅଛି । ତୋ ବାପାର ଆତ୍ମୋ ସମ୍ମାନ ଆଉ ଇଜ୍ଜତ କୁ ଦାଣ୍ଡରେ ପକାଇ କେଉଁ ମୁହଁ ରେ ଆଉ କହୁଛୁ ଅସୁବିଧା ନାହିଁ । ଏ ତୁ କଣ କଲୁରେ କୁଳାଙ୍ଗାର ? ମୋ ଘର ର ଇଜ୍ଜତ ନିଲାମ କରି ଦେଲୁ ଏଇ ଅଜାତି ଝିଅର ଚକର ରେ ପଡି । ଆରେ ତୋ ବାପା ଗାଁ ରେ ନ୍ୟାୟ ନିଷ୍ପାପ ରେ ଏମିତି କେତେ କେସ ର ମିମାଂସା କରିଛି । କୂଳ ରକ୍ଷା ପାଇଁ ତୋ ପରି କୁଳାଙ୍ଗାର କୁ ଜନମ ଦେଇ ଆଜି ମୋ ନିଜକୁ ଧିକାର କରୁଛି ମୁଁ। 

  ଯା" ଚାଲି ଯା" ମୋ ଘର ଛାଡ଼ି । ଆଜି ଠାରୁ ଆମ ପାଇଁ ତୁ ମରି ଗଲୁ ।

ଏ କଣ କହୁଛ କରୁଣାର ବାପା ? ସେ ଆମ ପୁଅ , କଣ ଟିକେ ପିଲା ବୟସରେ ଭୂଲ କରି ଦେଲା ବୋଲି ଏତେ ବଡ଼ ନିଷ୍ପତି ତୁମେ ନେଇ ପାରିଲ ! ତୁମେ ଆଉ ରାଗ ନାହିଁ , ମୋ ପୁଅ କୁ ମୁଁ ବୁଝେଇ କହି ଦେବି । ସେ ଏ ଝିଅ କୁ ନେଇ ତାଙ୍କ ଘରେ ଛାଡ଼ି ଦେଇ ଆସିବ । ମତେ , ମୋ ପୁଅ ଦରକାର । କରୁଣା ରେ ......ବାବୁ ରେ .... ତୁ ତ ଜାଣୁ ତୋ ବାପାଙ୍କର ରାଗ । ସେଥିପାଇଁ ତାଙ୍କ କଥାକୁ ଆଦୌ ଧରିବୁ ନାହିଁ । 

------ନାଇଁ ବୋଉ , ବାସ ବହୁତ ହୋଇ ଗଲା । ଭାବିଥିଲି ଆପଣ ଦୁହେଁ ଙ୍କର ସମର୍ଥନ ମିଳିବ କିନ୍ତୁ ସ୍ୱପ୍ନ ରେ ଭାବି ନ ଥିଲି ଯେ ଏମିତି ହତାଦର ହେବାକୁ ପଡିବ ବୋଲି । ତୁମ ପୁଅ ଏମିତି କି ଭୂଲ ଟା କରି ଦେଇଛି ଯେ , ଯାହା ପାଇଁ ମୁଁ ବଞ୍ଚି ଥାଉ ଥାଉ ବାପା ମତେ ମାରି ଦେଲେ । ଯେଉଁଠି ଭଗବାନ ଙ୍କର ସିଂହ ଦ୍ୱାର ରେ ଉଚ୍ଚନୀଚ ଜାତିର ଭେଦ ଭାଵ ନାହିଁ ,ଯେଉଁ ଭଗବାନ ମଣିଷ ଙ୍କୁ ସୃଷ୍ଟି କରିଛନ୍ତି ରକ୍ତ ଶରୀର ଦେଇ , ତାଙ୍କ ନିକଟରେ ଯେତେବେଳେ କୌଣସି ପ୍ରଭେଦ ନାହିଁ ତେବେ ଆମ ଭିତରେ କାହିଁକି ? କିଛି ବି ହେଇ ଯାଉ ପୂଜା ଙ୍କୁ ଛାଡି କେବେ ବି ମୁଁ ଏକା ରହି ପାରିବି ନାହିଁ । 

   ଏହା ଭିତରେ ଗାଁ"ର କିଛି ଲୋକେ ଆସି ଘର ନିକଟରେ ଭିଡ଼ ଜମାଇ ଦେଇ ଥିଲେ । ସମସ୍ତେ ଆହାଃ....କଣ ଘଟିଗଲା କହି ଟୁପୁର ଟାପୁର ହେଉଥିଲେ । ବ୍ରାହ୍ମଣ ଘର ପୁଅ ହୋଇ ବାପର ମୁହଁରେ କଳା କନା ବୁଲେଇ ଦେଲା । ଧର୍ମ ସହିବ ନାହିଁ ଏ ଟୋକାକୁ। କେତେ ଭଲ ଆମ ଗୋସାଇଁ । ଆଜି ଦେଖିବାକୁ ମିଳିବ ପକୃତ ଗୋସାଇଁ ଙ୍କର ନ୍ୟାୟ । ସମସ୍ତ ଙ୍କ ପାଇଁ ଯାହା ନିଷ୍ପତି ନିଅନ୍ତି ଗୋସାଇଁ ଆଜି ନିଜ ପକ୍ଷରେ ଆଉ ପାତର ଅନ୍ତର କରିବେ ନାହିଁ ତ ? ଆଉ ଯଦି ସେମିତି କଲେ ତା" ହେଲେ ଗାଁ ରେ ଗୋସାଇଁ ଙ୍କ ପାଇଁ ନିଆଁ ପାଣି ସବୁ ଦିନ ପାଇଁ ବନ୍ଦ ହେବ। 

  ଗାଁ ଲୋକଙ୍କର କଟାକ୍ଷ ଆଉ ରାମ ଗୋସାଇଁ ଙ୍କର ଦେହ ସହି ପାରୁ ନ ଥିଲା । ସମ୍ନାରେ ଥିବା ମାଠିଆ ଭର୍ତ୍ତି ପାଣି କୁ ଦେହରେ ଢାଳି ହୋଇ କହିଲେ , ଆଜି ଠାରୁ କୁଳାଙ୍ଗାର ତୁ ,ମୋ ପାଇଁ ମରିଗଲୁ। ଘର ଭିତରକୁ ଆସ ସୀତା । ସେ କୁଳାଙ୍ଗାର ସହ ଆମର ଆଉ କୌଣସି ସମ୍ପର୍କ ନାହିଁ । 

  ସୀତା ଦେବୀ ଶେଷ ଥର ପାଇଁ ବାପ ପୁଅଙ୍କୁ ବୁଝେଇବା ପାଇଁ ଚେଷ୍ଟା କରି ଅସଫଳ ହେଲେ । କରୁଣା ଘର ଛାଡ଼ି ଗଲା ବେଳେ ଶୁଣେଇ କହିଥିଲା , ଯେଉଁ ଦିନ ଯାଏ ପୁଅ ବୋହୂ ର ସ୍ୱୀକୃତି ଦେଇ ଘରକୁ ନ ଡାକିବ , ସେ ଯାଏଁ ମୋ ପାଦ ଆପଣଙ୍କ ର ଅଗଣାରେ ପଡିବ ନାହିଁ । ଲୋକ ଅପମାନ ଭୟରେ ବାପ ପୁଅ ଦୁହେଁ ଯିଏ ଯାହା ବାଟରେ ଚାଲିଗଲେ । ପିଣ୍ଡା ନିକଟରେ ବସି ସୀତା ଦେବୀଙ୍କର କାନ୍ଦିବା ଛଡା ଆଉ କିଛି ବାଟ ନ ଥିଲା । ନା " ସ୍ୱାମୀ ଙ୍କୁ ଛାଡି ପାରୁଥିଲେ , ନା" ପୁଅ କୁ ନିଜ ପଣତ ରେ ବାନ୍ଧି ରକ୍ଷା କରିବାକୁ ସମର୍ଥ ହେଉ ଥିଲେ । କେବଳ ଅଶ୍ରୁ ର ବନ୍ୟାରେ ନିଜକୁ ଭିଜେଇବା ଛଡା ଆଉ କିଛି ତାଙ୍କ ପାଇଁ ବାକି ରହି ଯାଇ ନ ଥିଲା । ଦେଖୁ ଦେଖୁ କରୁଣା କୁ ଦିନ ରାତି ଝୁରି ଝୁରି ଶେଷ ରେ ରକ୍ତ ଚାପ ବଢିବାରୁ ସୀତା ଦେବୀ ଙ୍କୁ ହରେଇ ବସିଥିଲେ ଗୋସାଇଁ । ସ୍ୱାଭିମାନ ଆଉ ଅତ୍ମୋ ସମ୍ମାନ ପାଇଁ ମାଆ ର ଦେହରେ ଅଗ୍ନି ସଂଯୋଗ କରିବା ପାଇଁ ବି ପୁଅ କୁ ଡକାଇ ନ ଥିଲେ ଗୋସାଇଁ । 

  ଧୀରେ ଧୀରେ ନିଜକୁ ସମ୍ଭାଳି ନେଲେ ଗୋସାଇଁ। ପୁତ୍ରକୁ ଅଭିମାନରେ ପର କରିଦେଲା ପରେ ପତ୍ନୀ କୁ ହରାଇ ବି ଗୋସାଇଁ ଦୁର୍ବଳ ହୋଇ ଯାଇ ନ ଥିଲେ । ଯିଏ ଯାହା ଦିଅନ୍ତି ଖାଇ ପିଇ ଚଳି ଯାଆନ୍ତି । ହେଲେ ସମୟ ଆଉ ପରିସ୍ଥିତି କଣ ସବୁ ବେଳେ ସମାନ ଥାଏ । କରୁଣାର ପୁଅ ଟିଏ ହୋଇ ଥିବାର ଖବର ଗାଁ ଲୋକଙ୍କ ନିକଟରୁ ଶୁଣିଥିଲେ ବି କେବେ ବି ସ୍ୱାଭିମାନ ଆଉ ଅହଂକାର କୁ ଛାଡି ନାତି ଟୋକାକୁ ଦେଖିବା ପାଇଁ ଯିବାକୁ ଇଛା ପ୍ରକାଶ କରି ନାହାନ୍ତି। 

  ହେଲେ ଆଜି ସମୟ ଆଉ ପରିସ୍ଥିତି ବଦଳି ଯାଇଛି। ଦେହରେ ଆଉ ଖଟି ଖାଇବାର ବଳ ନାହିଁ। ସୁଦୃଢ଼ ଶରୀର ଆଜି ରୁଗ୍ଣକାୟ । ଆଖି ସବୁ କୋରଡରେ ପଶି ଗଲାଣି । ଦେହର ଚର୍ମ ଧୁଡୁକି ଗଲାଣି । ମେରୁଦଣ୍ଡ ବି ବଙ୍କା ହୋଇ ଯିବାରୁ ଗୋସାଇଁ ଠେଙ୍ଗୁଲି ଧରି ବହୁ କଷ୍ଟରେ କିଛି ବାଟ ଯିବା ଆସିବା କରି ପାରୁଛନ୍ତି । ଚୁଲି ରେ ବେଳାଇ ଫୁଟାଇ ଖେଚୁଡ଼ି ଟିକେ ପକାଇ ଦୁଇ ଟା ବକ୍ତ ଖାଉଛନ୍ତି । 

   ଏହା ଭିତରେ ଗାଁ ରେ ଘରେ ଘରେ ଖାଲି ବୁଢା ବୁଢ଼ୀ ରହୁଥିବାର ଦେଖି ଗୋସାଇଁ ସନ୍ତାନ ଜନ୍ମ କରିବାର କାରଣ ଖୋଜୁଛନ୍ତି ? କେତେ ଜଣଙ୍କ ର ପୁଅ ମାନେ ବୋହୂ ଙ୍କୁ ଧରି ସହରରେ ରହୁଛନ୍ତି ତ ଆଉ କେତେ ପାଖରେ ରହି ଦେଖା ରେଖା କରୁଛନ୍ତି । ହେଲେ ଗୋସାଇଁ ଆଜି ଅସହାୟ । ଗାଁ ଶେଷ ବୁଢା ବରଗଛ କହିଲେ ଚଳେ । ଯିଏ ଦିନେ ଗାଁ ସାରା ର ସୁଖ ଦୁଃଖ ବୁଲି ବୁଲି ବୁଝୁଥିଲା ଆଜି ସେ ଅସହାୟ । କାହାରି ନିକଟରେ ସମୟ ନାହିଁ ବୁଢା ଟିର କଥା ବୁଝିବା ପାଇଁ । ଦେହ ପା" ଖରାପ ହେଲେ ବି ପାଖରେ ବସି ଦେହ ହାତ ଟିକେ ଚିପି ଦେବା ପାଇଁ କେହି ନାହାନ୍ତି କି ଆହାଃ ପଦେ ବି ଗାଁର କୌଣସି ଲୋକେ କହିବା ପାଇଁ ଆସନ୍ତି ନାହିଁ । କିଛି ଲୋକେ ତ ଘର ବାଟ ଦେଇ ଗଲା ବେଳେ କୁହନ୍ତି ବୁଢା ଟା ଆଉ ଅଳ୍ପ ଦିନ ବଞ୍ଚିବ। ଏମିତି କୁଳାଙ୍ଗାର ପୁଅ ଜନମ କଲା ଯେ ,ଦେଖୁନ ବୁଢା ଟା କୁ ଦେଖିବା ପାଇଁ ବି ଟିକେ ଆସୁନି କି ଭଲ ମନ୍ଦ ବି କାହା ମାଧ୍ୟମରେ ବୁଝୁନି । 

  ଗୋସାଇଁ ବୁଢା ଏତକ ଶୁଣି ସମ୍ନାରେ ସିନା କାହାକୁ କିଛି କହି ପାରନ୍ତି ନାହିଁ କିନ୍ତୁ ଘର ଭିତରେ ପୁଅ ବୋହୂ ଆଉ ନାତି ଟୋକାକୁ ଝୁରି ସୀତା ଦେବୀ ଗଲା ପରେ ବହୁତ କାନ୍ଦନ୍ତି। ପୁରୁଷ ପୁଅ ଆଖିରେ ଲୁହ ଶୋଭା ପାଏ ନାହିଁ ବୋଲି ଅନେକ ସମୟ ମନକୁ ବୁଝାଇ ଦିଅନ୍ତି । ଆଉ ମନେ ମନେ ଗୋସାଇଁ ଭାବନ୍ତି ଯାହା ସେଇ ଭଗବାନଙ୍କର ଇଚ୍ଛା। ସିଏ ତ ଦୁନିଆଁ ଦେଖାଇଛନ୍ତି ତାଙ୍କର ନିର୍ଦ୍ଦେଶ ଆସିଲେ ଦୁନିଆଁ ଛାଡ଼ିବି । କାହିଁକି ବା ଆଉ ଏ ବୟସରେ କାହାକୁ ନିଜର କହି ମୋ ଅସହାୟତା କୁ ବୋଝ କରାଇବି । ଯାହା ମୋ କପାଳରେ ଲେଖା ସେୟା ହିଁ ଘଟିବ। 

   ଏତକ ପରେ ବି ପୁଅ ପୁଅ ବୋଲି ମନେ ମନେ କରୁଣା ର ଫଟୋ କୁ ଦେଖି ବହୁତ କାନ୍ଦନ୍ତି । ବାପ ହେବାର ଅଧିକାର କଣ ପୁଅ ପାଖରେ ଜାହିର କରିବା ମୋର ଭୂଲ ଥିଲା। ହେ ଈଶ୍ୱର ମୋ ପୁଅ ଯେଉଁଠି ବି ଥାଉ ସେ ଭଲରେ ଥାଉ। ଏ ବୁଢ଼ାର ବାକି ବୟସ ମୋ ନାତି ଟୋକା କୁ ଦେଇ ଦେବ ହେ ଠାକୁର । ଯଦି ଦୁନିଆଁରେ ଧର୍ମ ଅଛି ତେବେ ମୋ କର୍ମ ହିଁ ମତେ ଶେଷ ନିଶ୍ୱାସ ଯାଏ ଖୁସିରେ ରଖିବ ।

     ସେ ଦିନର ଜାତିପ୍ରଥା ଭଳି କୁ ପ୍ରଥା କୁ ଯଦି ମୁଁ ଖାତିର କରି ନ ଥାନ୍ତି ହୁଏତ ଆଜି ମୋ ଧର୍ମପତ୍ନୀ ସୀତା , ପୁଅ ବୋହୂ ଆଉ ନାତି ସହ ମୋ ଜୀବନ ଶାନ୍ତିରେ କଟି ଥାନ୍ତା। ସେ ଦିନ ଜଙ୍ଗଲରେ ଶବରୀ ବୁଢ଼ୀର ଅଇଁଠା ତ ଭଗବାନ ଖାଇଥିଲେ , ଶ୍ରୀୟା ଚଣ୍ଡାଳୁଣୀ ଘରେ ମାଆ ଲକ୍ଷ୍ମୀ ତ ବାସ କରିଥିଲେ ତେବେ ଏ ସାମାଜିକ ପ୍ରଥାର କଣ ସମାଧାନ ନାହିଁ ? ଜୀବନରେ ବଞ୍ଚିବା ପାଇଁ କଣ ରକ୍ତ ବଦଳରେ ଜାତି ପ୍ରଥା ଜରୁରୀ ଅଟେ ? 

   ଯେଉଁଠି ଭଗବାନଙ୍କ ନିକଟରେ ଉଚ୍ଚ ନୀଚ୍ଚ ର ଭେଦ ଭାଵ ନାହିଁ , ସେଠି ମଣିଷ ନିଜଟରେ କାହିଁକି ? କରୁଣା ସେ ଦିନ ଠିକ କହିଥିଲା । ଯେଉଁ ସମାଜ ଆକ୍ଷେପ କରେ ଅନ୍ୟକୁ ସେ ସମାଜ କଣ ତାର ଦୁଃଖ ସମୟରେ ଉପସ୍ଥିତ ରହି ସାହାଯ୍ୟ କରେ ? ହୁଏତ ନାହିଁ ! କିନ୍ତୁ ଅସହାୟତା ଦେଖି ଅନ୍ୟର ଏ ସମାଜ ଖୁବ ମଜା ନିଏ । 

  ସେ ଯାହା ବି ହେଇ ଯାଉ । କରୁଣାକୁ ସିନା ଆଖିରେ ଆଖି ମିଶେଇ ଦେଖି ପାରିବି ନାହିଁ ,ହେଲେ ମରିବା ପୂର୍ବରୁ ମୋ ନାତି ଟୋକାକୁ ଦୂରରୁ ଟିକେ ଦେଖି ଦେଇ ଆସିଲେ ,ମୋ ଆତ୍ମା କୁ ସଦଗତି ପ୍ରାପ୍ତ ହେବ । କାଲି ସକାଳ ହେଉ ମୁଁ ବସ ରେ ଯାଇ ପୁଅକୁ ଖୋଜି ଦେଖା କରିବି । ଯେଉଁ ସମାଜ ବୁଢା ଟିକୁ ବଞ୍ଚିବା ପାଇଁ ସହାରା ଦେଇ ପାରୁ ନାହିଁ। ଆଉ କେତେ ସେ ସମାଜ ପାଇଁ ନିଜକୁ କଷ୍ଟରେ ରଖିବି । ବାସ ବହୁତ ହୋଇଗଲା। କାଲି ସକାଳେ ହିଁ ମୁଁ ସହର ଅଭିମୁଖେ ବାହାରି ଯିବି । 

  ପ୍ରଭାତ ହେବା କ୍ଷଣି , ଭୋରୁ ଭୋରୁ ଉଠି ଗୋସାଇଁ ଗାଧେଇ ସାରି ଠାକୁର ପୂଜା କରି ଯେତେବେଳେ ଘର ଏରୁଣ୍ଡି ଡେଇଁ ଝୁଲା ବ୍ୟାଗ ଆଉ ତାଙ୍କର ଠେଙ୍ଗୁଲିକୁ ହାତେ ଧରି ବାହାରନ୍ତି , ସେତେବେଳେ ଘର ସମ୍ନାରେ ଗୋଟେ ବଡ଼ କାର ଲାଗିଲା । କାର କବାଟ ଖୋଲି କୁନି ଟୋକା ଟିଏ ଜେଜେ ବାପା ଜେଜେ ବାପା ଡାକି ଗୋସାଇଁ ଆଡ଼କୁ ଦୌଡ଼ି ଆସି କୁଣ୍ଡେଇ ପକେଇଲା । ମୋତିଆ ବିନ୍ଧୁ ଆଖିରେ ଗୋସାଇଁକୁ ସଫା ଦେଖା ଯାଉ ନ ଥିଲେ ବି ଯେତେବେଳେ ବାପା ପ୍ରଣାମ କହି କରୁଣା ପାଦ ଛୁଏଁ , ରାମ ନନା ଙ୍କର ଆଖିରୁ ଧାର ଧାର ଲୁହ ଝରି ପଡିଲା । ବୋହୂ ବି ଆସି ପାଦ ଛୁଇଁ ପ୍ରଣାମ କରିବାରୁ ନନା ଆଉ ପାଦ ଘୁଞ୍ଚାଇ ନେଇ ନ ଥିଲେ ଅହିସୁଲକ୍ଷଣି ବୋଲି କହି ଆଶୀର୍ବାଦ କରିଥିଲେ। କରୁଣା ଆଉ ବୋହୂ ଦୁହେଁ ପାଦ ନିଜଟରେ ବସି ଭୂଲ ହୋଇ ଯାଇଛି କହି କ୍ଷମା ମାଗିବାରୁ, ନନା ଖୁସି ରେ ଗଦ ଗଦ୍ ହୋଇ କହିଲେ ,ଆରେ ଭୁଲ ମୁଁ ବି କରିଛି । ମଣିଷ ମଣିଷ ଭିତରେ ପ୍ରଭେଦ ସୃଷ୍ଟି କରି । ସେଥିପାଇଁ ଭଗବାନ ତାର ଦଣ୍ଡ ମତେ ଦେଇ ସାରିଛନ୍ତି । ତୁମେ ମାନେ ଏ ବୁଢା ବାପ ଟାକୁ କ୍ଷମା କରି ଆସିଛ ଜାଣିଲା ପରେ ମୋର ଆଉ କିଛି ଦରକାର ନାହିଁ। ଦୁନିଆଁ ଯାହା କହିଲେ କହୁ । ମୋର କାହାକୁ ବି ଆଉ ଖାତିର ନାହିଁ। ତୁମେ ମାନେ ହିଁ ତ ମୋର ସଂସାର । ସେ ସମାଜରୁ ମତେ କଣ ମିଳିବ କୁହ । ଏ ବୁଢ଼ାକୁ ମୁଠେ ଭାତ କି ତୋରାଣି ଯେଉଁ ସମାଜ ଅସହାୟତା ସମୟରେ ଦେଇ ପାରୁ ନ ଥିଲା , ସେଇ ସମାଜକୁ ଆଜି ଏ ବୁଢ଼ାର ଗୋଟେ ପ୍ରଶ୍ନ , ଆପଣ ମାନେ କୁହନ୍ତୁ କେଉଁଠି ଠିକ ? 

   ସମୟର କ୍ରୀତଦାସ ହୋଇ ନିଜେ ଭୁକ୍ତ ଭୋଗି ହେଲେ ହିଁ ଭୂଲ ଠିକ ର ବିଚାର ଶକ୍ତି ମଣିଷ ପ୍ରାପ୍ତି କରେ । ବେଳେ ବେଳେ ମଣିଷ ସବୁ କିଛି ହରାଇ ଦିଏ ଅହଂକାର ରେ ବଶବର୍ତ୍ତୀ ହୋଇ ତ ଆଉ କେତେବେଳେ ମଥା ନୁଆଁଇ ସମର୍ଥନ କରିବାକୁ ବାଧ୍ୟ ହୋଇଥାଏ । କାହିଁକି ନା" ଦୁନିଆଁ ରେ ସବୁ ସମ୍ପର୍କ ଠାରୁ ରକ୍ତ ସମ୍ପର୍କ ବଡ଼ ହୋଇଥାଏ । 

  ପୁଅ ବୋହୂ ଆଉ ନାତିଆ କୁ ପାଇ ଗୋସାଇଁ ବହୁତ ଖୁସି ଥିଲେ । ଅନ୍ୟ ମାନଙ୍କୁ ମଧ୍ୟ ପୁଅ ବୋହୂ ଙ୍କୁ ଫେରେଇ ଆଣିବା ପାଇଁ କହୁଥିଲେ । କେତେ ଜଣ ରାଜି ହେଉଥିଲେ ତ ଆଉ କେତେ ଜଣ ନିଜର ଗର୍ବ ଆଉ ଅହଂକାର ରେ ବଞ୍ଚିବାର ଜିଦି ରେ ଅଟଳ ରହି ନନା ଙ୍କୁ ଅପମାନିତ କରାଇ ଚାଲିଯିବାକୁ କହୁଥିଲେ । ହେଲେ ନନା ଆଜି ନିଜର ଭୂଲ କୁ ବୁଝି ପାରିଛନ୍ତି। ଆଉ ନିଜର ପରିବାର ସହ ଖୁସିରେ ଅଛନ୍ତି । ଗୋସାଇଁ ମନେ ମନେ ଭାବୁଥିଲେ ସମୟ ଆସିଲେ ମଣିଷ ଚାହିଁଲେ ସବୁ କିଛି ବଦଳି ଯିବ । ଆଉ ମଣିଷ ମଣିଷ ଭିତରେ ପ୍ରଭେଦ ରହିବ ନାହିଁ । 


Rate this content
Log in

Similar oriya story from Inspirational