Samar Ballav Bhoi

Abstract Children Stories Inspirational

3  

Samar Ballav Bhoi

Abstract Children Stories Inspirational

ସମୟ ନାହିଁ

ସମୟ ନାହିଁ

2 mins
239



ଜଣେ ସାହିତ୍ୟ ଶିକ୍ଷକ, ଶ୍ରେଣୀ କକ୍ଷରେ ପଢ଼ାଉଥିବା ସମୟରେ ପାଂଚ ଜଣ ଚତୁର୍ଥ ଶ୍ରେଣୀ

ଶିଶୁଙ୍କ ହାବଭାବ କୁ ଲକ୍ଷ କରୁଥିଲେ। ସେହି ପାଂଚ ଜଣ ଶିଶୁ ପରସ୍ପର ମଧ୍ୟରେ ଗପସପ ହେଉଥିବା ର ଦେଖିଲେ। ବହିଟିକୁ ଟେବୁଲ ଉପରେ ରଖିଦେଇ ତାଙ୍କ ପାଖକୁ ଯାଇ ପଚାରିଲେ। ଆରେ ପିଲେ ! ତମେ ମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ପାଠ ଶୁଣିବାରେ ଅବହେଳା କାହିଁକି କରୁଛ ? ପିଲାମାନେ ଶିକ୍ଷକଙ୍କ ସିଧାସଳଖ କଥା ଶୁଣି ଟିକିଏ ଡରିଗଲେ। ଶିକ୍ଷକ ସେମାନଙ୍କୁ ପଚାରିଲେ କ'ଣ ଅସୁବିଧା ସବୁ ଅଛି କୁହ? ପଢାବିଷୟ ବୁଝିପାରୁନ କି? ପାଂଚ ଜଣ ପିଲା ଏକାବେଳେ ଠିଆହୋଇ ଏକ ସ୍ୱରରେ କହିଲେ, ସାର ! କଥା ଆପଣଙ୍କ ପଢା ଶୈଳୀରେ ନୁହେଁ, ଆପଣ ଯେଉଁ ସମୟ ଓ ଶିକ୍ଷା ବିଷୟରେ ଆମକୁ ବୁଝାଉଥିଲେ, ସେହି ବିଷୟରେ ଆମେ ପରସ୍ପର କଥା ହେଉଥିଲୁ , ଏ କଥା ଶୁଣି ଶିକ୍ଷକ ଜଣ ଜଣ କରି ପଚାରି ବୁଝିଲେ। ପ୍ରକୃତରେ କଥା କ'ଣ? 

ପ୍ରଥମ ପିଲା ଜଣକ କହିଲା-ସାର ! ମୋ ବାପା ସରକାରୀ ଚାକିରୀ କରିଛନ୍ତି, କିନ୍ତୁ ଦରମା ବହୁତ କମ୍, ତାଙ୍କ ପାଖରେ ମୋ ପାଇଁ କ'ଣ, ସାରା ପରିବାର ପାଇଁ ମଧ୍ୟ ସମୟ ନାହିଁ, ହଠାତ୍ ଯଦି ପରିବାରରେ କିଛି ଘଟଣା ଘଟିଲା, ବାପା ଙ୍କୁ ଡାକିଲେ ସେ ଆସିପାରନ୍ତି ନାହିଁ।କାରଣ ସେ କହନ୍ତି, ଆଗରୁ ଯେମିତି ସମୟ ସୀମାରେ କାମ କରୁଥିଲୁ, ଆଉ ସେ ସମୟ ନାହିଁ।ଆମ ଅଫିସର ସମୟ ସୀମା ସାତ ଘଣ୍ଟା, ସାତ ଘଣ୍ଟା ରୁ ଟିକିଏ ବି ସମୟ କମ ହୋଇପାରିବ ନାହିଁ, ନ ହେଲେ ଆଙ୍ଗୁଳି ଟିପ ଯନ୍ତ୍ର ସାହାଯ୍ୟରେ ମାସର ଦରମା କଟିଯିବାର ବ୍ୟବସ୍ଥା ଅଛି, ସମୟର ଘଟଣା ସହିତ ପରିବାରର ଜଣେ ମୁଖ୍ୟ ଲୋକର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ। 

ଦ୍ବିତୀୟ ପିଲାଟି କହିଲା, ସାର୍! ମୋର ବାପା ମାଆ ଦୁହେଁ ଅଧ୍ୟାପକ ଓ ଅଧ୍ୟାପିକା ଅଟନ୍ତି, ସେମାନଙ୍କ ପାଖରେ ମୋ ପାଇଁ ଟିକେ ବି ସମୟ ନାହିଁ, ମୁଁ ସ୍କୁଲ ଗଲା ବେଳେ ବାପା ଶୋଇ ଥାନ୍ତି , ମୁଁ ଅଟୋ ରିକ୍ସା ରେ ସ୍କୁଲ ଯାଏ, ବାପା ମା ଫେରିଲା ବେଳକୁ ମୁଁ ଶୋଇ ପଡ଼ିଥାଏ, ମୁଁ ସ୍କୁଲରୁ ଫେରିଲା ବେଳକୁ ସେମାନେ ତାଙ୍କ ଚାକିରି କୁ ଚାଲିଯାଇଥାଆନ୍ତି, ଫେରିଲା ବେଳକୁ ପ୍ରାୟ ବିଳମ୍ବିତ ରାତି ହୋଇଯାଏ, ଦିନେ ବାପାଙ୍କୁ ପଚାରିଲି, ବାପା !! ଆପଣ କ'ଣ ଚାକିରି କରିଛ କି? ଏତେ ସମୟ ବ୍ୟସ୍ତ ରହୁଛ? ମୋ ପାଇଁ ଟିକେ ସମୟ ଦେଇ ପାରୁନ? ମୋତେ ଟିକେ ପାର୍କ, ହୋଟେଲ, ସିନେମା, ନଈପଠା, ସର୍କସ, ଆମ୍ବତୋଟା, ସାଇକେଲ ଚଢା, ଖେଳପଡିଆକୁ ନେଇ ପାରୁନ? ଏସବୁ କ'ଣ ଆମ ପାଇଁ ସ୍ୱପ୍ନ ଆଉ ଇତିହାସ ହୋଇ ରହିଯିବ? ଆମେ ଖାଲି ଏହି ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ଟିଭି ଆଉ ମୋବାଇଲରେ ବ୍ୟସ୍ତ ରହିବୁ? ବାହ୍ୟ ଜ୍ଞାନ କେମିତି ଅର୍ଜନ କରିପାରିବୁ? ସମୟର ମୂଲ୍ୟ କ'ଣ ଆମ ପାଇଁ ପ୍ରଶ୍ନବାଚୀ ହୋଇ ରହିବ? ଏକଥା ଶୁଣି ଶିକ୍ଷକ ଅବାକ୍ ହୋଇଗଲେ। ଆଉ ଯେଉଁ ତିନି ଜଣ କହିବା ଅପେକ୍ଷାରେ ଥିଲେ, ଶିକ୍ଷକ ତାଙ୍କୁ ମନାକଲେ, କାରଣ ସେମାନେ ମଧ୍ୟ ସେହିପରି ସମସ୍ୟା ବିଷୟରେ କହିବେ। ଏସବୁ କଥା ଶିକ୍ଷକଙ୍କ ମନକୁ ଉଦ୍ ଭ୍ରାନ୍ତ ଓ ଉଦ୍ ବେଳିତ 

କରୁଥାଏ, ସାର୍ ପିଲାଙ୍କ ଚିନ୍ତନକୁ ନେଇ ବିଚାର ବିମର୍ଷ କରି କହିଲେ, ପିଲାମାନେ ତମେ ମାନେ ଯେଉଁ ସମୟ ସୀମା ବିଷୟରେ କହିଲ ତାହା ଯୁକ୍ତି ଯୁକ୍ତ, ପିଲା ମାନେ ଏସବୁ କାହିଁକି ହେଉଛି ? ତା'ର ପ୍ରକୃତ କାରଣ ହେଲା ଆଗରୁ ସମାଜରେ ଯୌଥ ପରିବାର ଥିଲା ସେଥିପାଇଁ ସେମାନେ ପରସ୍ପର ମଧ୍ୟରେ ସମୟ ଦିଆନିଆ କରିପାରୁଥିଲେ, ପରିବାର ଯେ କେହି ଜଣେ ସମୟ ଦେଇପାରୁ ଥିଲା, ଆଜି କାଲି ସମସ୍ତେ ଏକା ପରିବାର, ତେଣୁ ଯଦି ବାପା ମାଆ ଚାକିରି କଲେ ସେମାନେ ସମୟ ବେଶୀ ଦେଇପାରୁ ନାହାନ୍ତି। ତେଣୁ ସେମାନେ ନିଜ ବାପା ମା'ଙ୍କୁ ବୟସର ଅପରାହ୍ନରେ ଦାୟିତ୍ଵ ର ବୋଝ ଲଦି ଦେଉଛନ୍ତି। ସେଥିପାଇଁ ପିଲାଙ୍କ ପ୍ରତି ସେମାନଙ୍କର ସମୟ ନାହିଁ କହି ବାହାନା କରିବାକୁ ପଡ଼ିଥାଏ। 



Rate this content
Log in

Similar oriya story from Abstract