STORYMIRROR

Sunanda Mohanty

Horror Tragedy Others

3  

Sunanda Mohanty

Horror Tragedy Others

ସମୟ ହାତରେ ଡୋରି

ସମୟ ହାତରେ ଡୋରି

1 min
290

ରେବତୀ ଙ୍କୁ ତ ଜେଜିମା ସିନା ବକୁଥିଲା, ଲୋ ରେବି। ଲୋ ନିଆଁ।ଲୋ ଚୁଲି କହି ହେଲେ ମୋ ଜେଜିମା ସମାନ ଆଇ ମତେ ଖୁବ ଭଲ ପାଉ ଥିଲା।କହିବାକୁ ଗଲେ ମୋ ଜୀବନରେ ସେହିଁ ଏକମାତ୍ର ଯେ କି ମତେ ସବୁଠୁ ଭଲ ପାଇବା ଦେଇଥିଲା ଅଉ ତାର କାରଣ ରେବତୀ ର ଠିକ ଓଲଟା ଥିଲି ମୁଁ lମନ ଲଗାଇ ପାଠ ପଡ଼ୁ ଥିଲି,କଥା ଶୁଣୁ ଥିଲି ଅଉ ମାନୁ ଥିଲି।1999 ମସିହା ମହା ବାତ୍ୟାରେ ସେ ଚାଲିଗଲା । ଯଦିଓ ସେ ଟାଉନ ରେ ରହୁଥିଲା,ତାର ଛାତ ଘର ଵି ଥିଲ।ତାପରଠୁ ମତେ ଏ ଯାଏଁ କେହି କେବେ ଭଲ ପାଇ ନାହିଁ।ଏଥର ତିତିଲ ଆସି ତା ବାଟରେ ଚାଲିଗଲା କିନ୍ତୁ ତା ପରେ ପରେ ବଡ଼ ମାଇଁ ଅସୁସ୍ଥ।ଅଉ ମତେ ଦେଖିବାକୁ ଚାଁହୁଛନ୍ତି।

    ମୁଁ ଯାଇଥିଲି,ମୋ ହାତ ଧରି ଢେର କାନ୍ଦିଲେ ସେ, ଆଉ ଆସିଲାବେଳେ ଆଉ କେବେ ଆସି ରେବା? ପଛରୁ କହୁଥିଲେ ତ ଚକିତ ହେଲି କାରଣ ଆଗରୁ ସେ ମତେ ଭଲ ନାମ ରେ ହିଁ ଡାକୁ ଥିଲେ।ଏଥର 19 ତାରିଖରେ ପୁଣି ବାତ୍ୟା ଆସିବା ଖବର ମତେ ଚିନ୍ତିତ କରୁଛି କାରଣ ରେବା ବୋଲି ଡାକିବା ଲୋକ ମାନେ ସବୁ ଦୂରେଇ ଗଲେଣି ମୋ ଠାରୁ। ଆଉ ମତେ କେହି ଜଣେ ଭଲପାଇ ଆଉଥରେ ଆସିବାକୁ କହୁଥିବାରୁ ମୁଁ ନିଜକୁ ଵେଶି ଭଲ ପାଇବାକୁ ଲାଗିଗଲି ,ହେଲେ ବାତ୍ୟା ଆସିବା ଖବର ଶୁଣିଲେ କବାଟରେ କିଏ ଲୋ ରେବି,ଲୋ ନିଆଁ ଲୋ ଚୁଲି ବୋଲି କହୁ ଥିବାର ଶୁଣି ପାରୁ ଥିଲି ଯଦିଓ ବୁଝିବାକୁ ଚେଷ୍ଟା କରୁଥିଲି ରହସ୍ୟ ଟା କଣ ହେଇପାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror