Srimani Priyadarsini

Inspirational Others

4.5  

Srimani Priyadarsini

Inspirational Others

ସମୟ ବନାମ ହୃଦୟ

ସମୟ ବନାମ ହୃଦୟ

11 mins
181



    ଅଫିସ ରୁ ଆସି କ୍ଲାନ୍ତ ହୋଇ ଚୌକି ରେ ବସିପଡିଲେ ପ୍ରମୋଦ । ସମୟ ରାତି ନଅଟା ହୋଇଥାଏ । ରାଗ ଗରଗର ହୋଇ ଡାକିଲେ - "ରଞ୍ଜିତା କ'ଣ ତୁମକୁ ଜଣା ନାହିଁ କି ମୁଁ କେତେବେଳୁ ଅଫିସ୍ ରୁ ଆସି ବସିଛି, ପାଣି ଗ୍ଲାସ୍ ଦେବା ତ ଦୂରର କଥା ତୁମର ଦେଖା ଦର୍ଶନ ବି ନାହିଁ ! ଏତିକ କହୁ କହୁ ଜିଭ କାମୁଡି ପକାଇଲେ । ହେଃ ! କେଡେ ଭୁଲି ଯାଉଥିବା ମଣିଷଟିଏ ହୋଇଯାଇଛି ମୁଁ ! ଛାଡ଼ ପତ୍ର କୁ ତିନି ମାସ ଟିଏ ହେଲାଣି ତଥାପି କୌଣସି ନା କୌଣସି କାମ ରେ ରଞ୍ଜିତା ଙ୍କୁ ଡାକିବା ପାଇଁ ଭୁଲୁ ନାହିଁ । ଏ ରୋଗ ତ ଛାଡିଛି କି ନାହିଁ ପୂଜା ନାମରେ କେଶ୍ ଟିଏ ଦେଇ ଦୁଇ ମାସ ହେଲାଣି ପୁଣି ଅଫିସ ରେ ଜଏନ କରିବାକୁ ପଡିଲା, ସେଥିରେ ପୁଣି ଦେହ ମୁଣ୍ଡ କଣ ହୋଇ ଯାଉଛି । ଆଉ ଏ ଘରକୁ ଆସିଲେ ନିଜେ ରୋଷେଇ କରି ଖାଇବା ! ମଣିଷ ଆଉ କେତେ କଷ୍ଟ କରିବ ! ଏହା କହି ନିଜ ଅତୀତ କଥା ଭାବିବାକୁ ଲାଗନ୍ତି ପ୍ରମୋଦ ।

   ପ୍ରମୋଦ ଏକ ସରକାରୀ କର୍ମଚାରୀ । ସ୍ବଳ୍ପ ବେତନ ରେ ଯେଣେ ତେଣେ ଚଳିଯାଉଥିବା ପୁରୁଷ ଟିଏ ! ପିତାମାତାଙ୍କର ଗୋଟିଏ ବୋଲି ପୁଅ, ଚାକିରି ପାଇବା ମାତ୍ରେ ତାଙ୍କ ବାପା ପ୍ରମୋଦ ଙ୍କ ବିବାହ ରଞ୍ଜିତା ଙ୍କ ସହିତ କରି ଦେଇଥିଲେ । ଗୋଟେ ସୁଗୃହିଣୀ କର୍ତ୍ତ୍ୟବ କରିବା ସହ ଛୋଟ ପରିବାର ଟିକୁ ହସଖୁସିର ପରିବାରରେ ଗଢି ଦେଇଥିଲେ ରଞ୍ଜିତା । ବର୍ଷକ ପରେ ପ୍ରମୋଦ ଓ ରଞ୍ଜିତା ଙ୍କ ଝିଅ ଟିଏ ହୁଏ । ତା ନାମ ଦିଆ ହୁଏ ରୂପସା । ରୂପସା ଧୀରେ ଧୀରେ ବଡ଼ ହେବାକୁ ଲାଗିଥିବା ବେଳେ ପ୍ରମୋଦ ନିଜ ପରିବାର ପ୍ରତି ଅବହେଳା କରିବାରେ ଲାଗି ଥାଆନ୍ତି । କଥା କଥାରେ ରଞ୍ଜିତା ଙ୍କ ଉପରେ ରାଗି ଯାଆନ୍ତି । ସମୟ ଅଭାବ ଆଳ ଦେଖାଇ ପରିବାର ଠାରୁ ଦୂରରେ ରୁହନ୍ତି । ପ୍ରମୋଦଙ୍କ ଏପରି ବ୍ୟବହାର ବାପା ମାଆ ଓ ରଞ୍ଜିତା ଙ୍କୁ ବ୍ୟତିବ୍ୟସ୍ତ କରେ । ଛୋଟ ଝିଅ ରୂପସା ତାର ବାପା ଙ୍କୁ ଖୋଜି ଖୋଜି ମାଆ କୋଳରେ ଶୋଇପଡେ । ଦିନକୁ ଦିନ ଘରକୁ ଦରମା ଦେବା ମଧ୍ୟ ବନ୍ଦ କରିଦେଲେ ପ୍ରମୋଦ । ରଞ୍ଜିତା ବାଧ୍ୟ ହୋଇ ପ୍ରମୋଦ ଙ୍କୁ କହିଲେ -" ମୋତେ ଶିକ୍ଷୟିତ୍ରୀ ଚାକିରି କରିବାରେ ଅନୁମତି ଦିଅ ! ତୁମେ ଯଦି ଏପରି ଦୂରେଇ ରହିବ ଏବଂ ଦରମା ପଠାଇବ ନାହିଁ, ତେବେ ଆମେ ରହିବୁ କିପରି ?" ପ୍ରମୋଦ ରଞ୍ଜିତା ଙ୍କ ମୁହଁକୁ ଥରେ ଚାହିଁ ଦେଇ କହିଲେ -" ତୁମ ଇଚ୍ଛା ଯାହା କରିପାର, ମୋର କୌଣସି ଆପତ୍ତି ନାହିଁ ।" ରଞ୍ଜିତା ଖୁସି ହୋଇଗଲେ, ମନେ ମନେ ଭାବିଲେ -" ଯା ହେଉ ! ଯେ କୌଣସି ମତେ ପରିବାର ଚଳେଇବା ପାଇଁ ବାଟ ମିଳିଗଲା ! ପ୍ରମୋଦ ନିଶ୍ଚୟ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିଥିବେ । ସେଥିପାଇଁ ବୋଧେ ବିଭିନ୍ନ ଆଳ ଦେଖାଇ ଟଙ୍କା ପଠାଉ ନଥିବେ । ହେ ପ୍ରଭୁ ! ମୋ ପରିବାରକୁ କୁଶଳ ରେ ରଖ ।" କହି ରଞ୍ଜିତା ନିକଟସ୍ଥ ବିଦ୍ୟାଳୟ କୁ ଚାକିରୀ ନିମନ୍ତେ ବାହାରି ଗଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ସେହି ବିଦ୍ୟାଳୟ ରେ ସହ - ଶିକ୍ଷୟତ୍ରୀ ରଖିବା ପାଇଁ ଅନୁରୋଧ କଲେ । ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ରାଜି ହୋଇଗଲେ । ସତରେ ନାରୀଟିଏ ତାର ପରିବାର ପାଇଁ କଣ ବା ନ କରିପାରେ ! ରଞ୍ଜିତା ବହୁତ୍ ଖୁସି ହୋଇଗଲେ, ହେଲେ ଏହି ଖୁସି କ୍ଷଣକ ପାଇଁ ଥିଲା । 

   ଦିନକୁ ଦିନ ପ୍ରମୋଦ ଙ୍କ ଘରକୁ ଯିବାଆସିବା କମ୍ ହୋଇ ଗଲା । ପ୍ରମୋଦଙ୍କ ପିତା ପୁତ୍ର ଚିନ୍ତାରେ ଶଯ୍ୟାଶାୟୀ ହେଲେ । ଏଣେ ରଞ୍ଜିତା ଭାଙ୍ଗି ପଡୁ ଥାଆନ୍ତି । ତଥାପି ସେ ନିୟମିତ ବିଦ୍ୟାଳୟକୁ ଯିବା ଆସିବା କରୁଥିଲେ । ନିଜର ସ୍ନେହୀ ସ୍ୱଭାବରେ ଅନେକ ପିଲାଙ୍କୁ ନିଜର କରିନେଇ ଥିଲେ ! ବିଦ୍ୟାଳୟରେ ସମସ୍ତଙ୍କର ବିଶ୍ୱାସ ଭଜିନୀ ହୋଇପାରିଥିଲେ । ରୂପସା ଚାରି ବର୍ଷ ର ହୋଇ ଥାଏ । ରଞ୍ଜିତା ତାକୁ ମଧ୍ୟ ବିଦ୍ୟାଳୟ କୁ ନେଇ ଆସିଲେ କାହାର କୌଣସି ଆପତ୍ତି ନଥିଲା । ବିଦ୍ୟାଳୟ ରେ ଖେଳି ବୁଲି ତାର ଦିନ ଗୁଡ଼ିକ କଟି ଯାଉଥିଲା । ତଥାପି ସେ ବାପା କାଇଁ ବାପା କାଇଁ ପଚାରି ପଚାରି ରଞ୍ଜିତା ଙ୍କୁ କନ୍ଦାଇ ଦେଉଥିଲା । ରଞ୍ଜିତା ଙ୍କ କାନ୍ଦ ଦେଖି ପୁଣି ଚୁପ୍ ହୋଇ ଖେଳି ବୁଲୁଥିଲା । ରଞ୍ଜିତା ରୂପସା ର ହସହସ ମୁହଁ ଟିକୁ ଦେଖି ଭାବନ୍ତି -" ସତରେ ଏ ସମୟ କେତେ ନିଷ୍ଠୁର ! ପ୍ରମୋଦ କଣ ଏକୁଟିଆ ତାଙ୍କ ଚାକିରୀରେ ବ୍ୟସ୍ତ, ଦୁନିଆରେ କଣ ଆଉ କେହି ନାହାନ୍ତି ? ହେଲେ କିଏ ତା ଚାକିରି ଓ ସମୟ ଆଳ ଦେଖାଇ ପରିବାର ଠୁ ଦୂରରେ ରୁହେ ? ଚାକିରି କରୁଥିବା ସ୍ଥାନ ଟି ବି ଘରଠୁ ଏତେ ଦୂର ନୁହଁ ଯେ ସେ ଆସିପାରିବେ ନାହିଁ ! ଯାହା ହେଲେ ବି କୌଣସି ଦିନ ଘରକୁ ଆସିବାର କଥା ହେଲେ ପ୍ରମୋଦ କାହିଁ ଆସୁନାହାନ୍ତି ଯେ ? ପ୍ରମୋଦ ଙ୍କୁ କଣ ନିଜର ଛୋଟ ଝିଅ କଥା ମନେ ପଡେ ନାହିଁ ? କେମିତି ସେ ଦୂରେଇ ରହୁଛନ୍ତି ! ନା, ଆଉ ନୁହେଁ ଆଜି ଯେମିତି ହେଲେ ଘରକୁ ଆସିବା ପାଇଁ କହିବି । ଏହା କହି ପ୍ରମୋଦ ଙ୍କ ପାଖକୁ ଫୋନ୍ ଲଗାନ୍ତି । ସେପଟରୁ ଦୁଇ ଚାରି ଥର ଫୋନ କାଟି ସରିବା ପରେ ପ୍ରମୋଦ କଥା ହୁଅନ୍ତି । -" କଣ ଏବେ ମୋର ଅଫିସ୍ ସମୟ ବୋଲି ଜାଣିନ କି ? ବାରମ୍ବାର ଫୋନ କରିବା କଣ ଦରକାର ଥିଲା ?" 

-" ଅଫିସ୍ ସମୟରେ ତ ତୁମେ କେବେ ଫୋନ୍ ବ୍ୟବହାର କରନି ! ଏବେ କେତେ ଥର ଫୋନ କାଟି ସାରିବା ପରେ କଥା ହେଲ, ସେଥିରେ ମୋତେ ଏତେ ଉପେକ୍ଷା କରୁଛ କଣ ପାଇଁ ?"

-"ମୋ ପାଖରେ ସମୟ ଅଭାବ ରଞ୍ଜିତା !"

-" ଆଉ କେତେ ସମୟ ବାହାନା କରିବ ? ରୂପସା କଥା କଣ କେବେ ତୁମର ମନେ ପଡେ ନାହିଁ ? ଚାଲି ଆସ ତୁମେ ! ତୁମ ବିନା ଅନେକ ମୁହୂର୍ତ୍ତ ଗୁଡ଼ିକ ମୁଁ କିପରି କାଟିଛି, ମୁଁ ହିଁ ଜାଣିଛି !"

   ସେପଟରୁ କୌଣସି ଝିଅର ସ୍ୱର ଶୁଣା ଗଲା ରଞ୍ଜିତା ଙ୍କୁ ଏବଂ ପ୍ରମୋଦ ଫୋନ କାଟିଦେଲେ । ଠିକ୍ ସେତିକି ବେଳେ ରଞ୍ଜିତା ଙ୍କୁ ସନ୍ଦେହ ଗ୍ରାସ କରିବାରେ ଲାଗିଲା । ରଞ୍ଜିତା ଭାବିଲେ, କୌଣସି ମହିଳା କର୍ମଚାରୀ ହୋଇଥିବେ, ଏତେ ସନ୍ଦେହ କରିବା ଠିକ୍ ନୁହେଁ । ପ୍ରମୋଦ ଯେ କିଛି ମାତ୍ରାରେ ବଦଳି ଯାଇଛନ୍ତି ଜାଣି ତାଙ୍କୁ ଦୁଃଖ ଲାଗୁଥିଲା ! ସେଦିନ ସନ୍ଧ୍ୟା ବେଳେ ପ୍ରମୋଦଙ୍କ ଫୋନ ଆସିଥିଲା । ରଞ୍ଜିତା ଖୁସି ହୋଇଯାଇଥିଲେ କାରଣ ପ୍ରମୋଦ ଅନେକ ଦିନ ହେବ ନିଜ ଆଡୁ ଆଉ ଫୋନ୍ କରି ନଥିଲେ । ପ୍ରମୋଦ କହୁଥିଲେ ଯେ ସେ କିଛିଦିନ ପାଇଁ ଘରକୁ ଆସୁଛନ୍ତି ! ଆସନ୍ତା କାଲି ସକାଳ ଆଠଟା ରେ ପହଞ୍ଚିବେ । ବାସ୍, ଏତିକି କଥା ଶୁଣି ସମସ୍ତେ ଖୁସି ହୋଇଗଲେ ଯୋଉ ଖୁସି ଟା ଅନେକ ଦିନ ହେବ ଲିଭି ଯାଇଥିଲା । ପ୍ରମୋଦଙ୍କ ବାପା ମଧ୍ୟ ରୋଗ ଶଯ୍ୟା ରୁ ଉଠି ବସିଲେ । ସମସ୍ତେ ପ୍ରମୋଦଙ୍କ ପାଇଁ କଣ କରିବେ କଣ ନ କରିବେ ସବୁ ପ୍ରସ୍ତୁତି ସାରି ଦେଇଥିଲେ, କେବଳ ଅପେକ୍ଷା ଥିଲା ପ୍ରମୋଦଙ୍କ ଆଗମନ କୁ ! 

   ଠିକ୍ ସକାଳ ଆଠଟା ବେଳେ ପ୍ରମୋଦ ଆସି ପହଞ୍ଚି ଗଲେ । ତାଙ୍କ ମୁଁହ ରୁ ଚିନ୍ତାଗ୍ରସ୍ତ ଥିଲେ ବୋଲି ସ୍ପଷ୍ଟ ବାରିପରୁଥିଲେ ରଞ୍ଜିତା । ପ୍ରମୋଦ କାହାକୁ କିଛି ନ କହି ତାଙ୍କ ବେଡ୍ ରୁମ୍ ଭିତରେ ପଶି କବାଟ କିଳିଦେଲେ । ରଞ୍ଜିତା ବହୁତ୍ ଥର ଡାକି ଡାକି ନୟାନ୍ତ ହୋଇଯାଇଥିଲେ ! କଣ ହୋଇଛି ପ୍ରମୋଦଙ୍କର‌ କେହି ଜାଣିପାରୁନଥିଲେ । କିଛି ସମୟପରେ କବାଟ ଖୋଲି ରଞ୍ଜିତା ଙ୍କୁ ଖାଇବାକୁ ମାଗିଲେ । ରଞ୍ଜିତା ପ୍ରମୋଦ ଙ୍କ ଆସିବା ଖୁସିରେ ବନାଇ ଥିବା ତାଙ୍କ ପସନ୍ଦ ବିଭିନ୍ନ ପ୍ରକାର ଖାଦ୍ୟ ଆଣି ପ୍ରମୋଦ ଙ୍କ ଆଗରେ ଥୋଇ ଦେଲେ, ହେଲେ ପ୍ରମୋଦ ଟିକେ ବି ଖୁସି ହେଲେ ନାହିଁ । ରଞ୍ଜିତା ତାଙ୍କ ମୁହଁରୁ ହସ ନ ଦେଖି ପଚାରିଲେ -" କଣ ହୋଇଛି ପ୍ରମୋଦ ? ଘରକୁ ଆସୁ ଆସୁ ଏପରି ଅଜବ ବ୍ୟବହାର କଣ ପାଇଁ ?" -" ଓଃ ମୋତେ ଶାନ୍ତିରେ ତ ଟିକେ ଖାଇବାକୁ ଦିଅ ।" ପ୍ରମୋଦ ଗର୍ଜି ଉଠି କୁହନ୍ତି ।

   ରଞ୍ଜିତା ଆଉ କିଛି ପଚାରିବାକୁ ଠିକ୍ ମନେ କଲେନି । ସେଠାରୁ ଉଠି ନିଜ ବୃଦ୍ଧ ଶାଶୁ ଶଶୁର ଙ୍କ ଦେଖା ଶୁଣା କରିବାକୁ ଚାଲିଗଲେ । ରଞ୍ଜିତା ଯିବାର କେଇ ମିନିଟ ହେଇଛି କି ନାହିଁ, ରୂପସା ହଠାତ୍ ବାପା ବାପା ଡାକି ପାମୋଦଙ୍କ ନିକଟକୁ ଦୋୖଡି ଆସିଲା । ପ୍ରମୋଦ ହାତରେ ଧରିଥିବା ପାଣି ଗ୍ଲାସ୍ ତଳକୁ ଖସିପଡ଼ି ଭାଙ୍ଗି ଗଲା ! ବ୍ୟାଡ୍ ଗର୍ଲ କହି ରୂପସା ଉପରକୁ ହାତ ଉଠନ୍ତି ପ୍ରମୋଦ । ରୂପସା ଡରିଯାଇ କାନ୍ଦିବାକୁ ଲାଗେ ! ତାର କାନ୍ଦ ଶୁଣି ରଞ୍ଜିତା ଓ ତାଙ୍କ ଶାଶୁ ଶଶୁର କଣ ହେଲା ବୋଲି କହି ଚାଲି ଆସନ୍ତି । ସେତେବେଳେ ରୂପସା କାନ୍ଦୁଥାଏ ଓ ପ୍ରମୋଦ ତାକୁ କ୍ରୋଧ ରେ ଚାହିଁ ରହିଥାନ୍ତି । ରଞ୍ଜିତା ଙ୍କୁ ଦେଖି ରୂପସା ତାଙ୍କ କାନି ରେ ମୁହଁ ଲୁଚାଇ କାନ୍ଦେ । ତା କାନ୍ଦ ଦେଖି ରଞ୍ଜିତା ପଚାରନ୍ତି -" କଣ ହେଲା ତୋର ? ତୁ କାନ୍ଦୁଛୁ କାହିଁକି ?

-" ମାଆ, ବାପା ମୋତେ ମାରିବାକୁ ଯାଉଥିଲେ !"

-"ପ୍ରମୋଦ କଣ ହେଲା ! କଣ ପାଇଁ ଏସବୁ ?"

-"ପଚାର,ପଚାର ତୁମ ଝିଅକୁ ପାଣି ପିଇବା ସମୟରେ ବାପା ବାପା ହେଲା !"

-"ମାଆ ମୁଁ ବାପାଙ୍କ ସହ ଖେଳିବାକୁ ଚାହୁଁ ଥିଲି ।"

-"ଖେଳ ? ସମୟ ନାହିଁ ତୋ ଭଳି ଛୋଟ ଛୁଆ ସହ ମୋର ଖେଳିବାକୁ !"

-"ପ୍ରମୋଦ ଆମକୁ ସମୟ ନ ଦେଲେ ନାହିଁ ! ରୂପସା କୁ ତ ଦିଅ । ସେ ଯେତିକି ଖୁସି ହେବ ଏଇ ଚାରି ବର୍ଷ ହେଲା ଯେତିକି ଖୁସି ହୋଇନି !"

-"ରଖ ତୁମ ଝିଅକୁ ତୁମ ପାଖରେ । ମୋ ପାଖରେ ଏବେ କାହା ପାଇଁ ସମୟ ନାହିଁ । ମୁଁ ଏବେ ଘର ଛାଡ଼ି ଚାଲିଲି ବିଦାୟ ।"

-" କ୍ଷମା କର ! ତୁମ ଗୋଡ ଧରୁଛି ଘର ଛାଡ଼ି ଯାଅନି ! ମୁଁ ଆଉ କିଛି ବି କହିବିନି ତୁମକୁ ।" 

-" ଠିକ୍ ଅଛି ! ମୋତେ ଆଉ କୌଣସି କଥାରେ ବିରକ୍ତ କରିବନି", ଏହା କହି ପ୍ରମୋଦ ଚାଲିଯାଆନ୍ତି ।

    କିଛି ଦିନ ପରେ ପ୍ରମୋଦଙ୍କ ବାପାଙ୍କ ଦେହ ଭୀଷଣ ଅସୁସ୍ଥ ହୁଏ ! ତାଙ୍କ ମାଆ ମେଡିକାଲ୍ ନେଇଯିବାକୁ ପ୍ରମୋଦ ଙ୍କୁ କହୁଥିଲେ । ପ୍ରମୋଦ ମଧ୍ୟ ସମୟ। ନାହିଁ କହି ଏଡାଇ ଦେଇଥିଲେ । ରଞ୍ଜିତା ଯେତେବେଳେ ବିଦ୍ୟାଳୟ ରୁ ଆସି ଏସବୁ ଶୁଣିଲେ ପ୍ରମୋଦ ଙ୍କ ପାଖକୁ ଯାଇ ପଚାରିଲେ -" ଘରେ ଥାଇ ତୁମ ପାଖେ ସମୟ ଅଭାବ କଣ ? ତୁମ ପିତା ମାତା ଙ୍କ ପାଇଁ ମଧ୍ୟ ସମୟ ନାହିଁ ! ତୁମେ କି ପୁଅ ?

-" ହାଃ ହାଃ, ତୁମେ କିଏ ? ଏତେ କଥା ରେ ମୁଣ୍ଡ ଖେଳାଇବାକୁ ? ତାଙ୍କ କଥା ସେମାନେ ବୁଝିବେ, ତୁମ କଥା ତୁମେ ବୁଝ ! ମୁଁ ପ୍ରଥମରୁ କହିଛି ନା କାହା ପାଇଁ ମୋର ସମୟ ନାହିଁ । ଆଉ ହଁ ତୁମେ ଯଦି ଚାହୁଁଛ ଦୂରେଇ ରହିବାକୁ ତାହାଲେ ଏ ପେପର୍ ରେ ଦସ୍ତଖତ ଟିଏ ମଧ୍ୟ କରିଦିଅ ।"

-"ଦସ୍ତଖତ ! ଏ ପେପର୍ କଣ ?"

-"ଏ ହଉଛି ଛାଡ଼ପତ୍ର ପେପର୍ ।"

-" କଣ କହୁଛ ତୁମେ, ମୁଣ୍ଡ ଠିକ୍ ଅଛି ତ ?

-"ମୁଁ ତୁମକୁ ଛାଡ଼ପତ୍ର ଦେବା ପାଇଁ ହିଁ ଚାହୁଁ ଥିଲି । ମୋର ଏ ପରିବାର ପାଇଁ ସମୟ ହିଁ ନାହିଁ । ମୁଁ ତୁମକୁ ଛାଡ଼ପତ୍ର ଦେଇ ସାରିବା ପରେ ମୋର ନୂତନ ଜୀବନ ସୃଷ୍ଟି କରିବାକୁ ଚାହେଁ ପୂଜା ଙ୍କ ସହିତ ।"

-"ପୂଜା ! ସେ କିଏ ?"

-"ସେ ବର୍ତ୍ତମାନ ମୋର ପ୍ରେମିକା, ତୁମକୁ ଛାଡ଼ପତ୍ର ଦେଇ ସାରିବା ପରେ ତାଙ୍କୁ ସ୍ତ୍ରୀ ରୂପେ ଆପଣେଇ ନେବି ।"

ଆକାଶ ଛିଣ୍ଡି ପଡ଼ିବା ଭଳି ଲାଗିଲା ରଞ୍ଜିତା ଙ୍କୁ ! କଣ ଘଟୁଛି ୟେ ? ସତରେ ସମୟ କଣ ମଣିଷକୁ ଏତେ ବଦଳାଇ ଦେଇ ପାରେ ?

-" କଣ ଭାବୁଛ ? ହାତରେ ଆଉ ସମୟ ନାହିଁ । ଏ ପେପର୍ ରେ ଦସ୍ତଖତ କରି ଯେତେ ଶୀଘ୍ର ପାରୁଛ ଏ ଘର ଛାଡ଼ି ଚାଲି ଯାଅ । ଆଉ ହଁ ଏ ବୁଢ଼ା ବୁଢ଼ୀ ଙ୍କୁ ମଧ୍ୟ ସାଥିରେ ନେଇଯାଅ, ମୁଁ ଏମାନଙ୍କୁ ଏଠାରେ ରଖି ବିରକ୍ତ ହେବା ପାଇଁ ଚାହୁଁନି !"

-" ଦେଖ ପ୍ରମୋଦ, ସମୟ ସିନା ତୁମକୁ ବଦଳାଇ ଦେଲା ! ସମୟ ଅଭାବ ଅଛି ବୋଲି କହି ତୁମେ ଆମଠୁ ଦୂରେଇ ଯାଇ ଅନ୍ୟ ନାରୀ ସହ ସମୟ ବିତାଇଲ ! କିନ୍ତୁ ମନେରଖ ପ୍ରମୋଦ ଏ ସମ୍ପର୍କ ତ ହୃଦୟର ସୂତା ରେ ବନ୍ଧା ଯେ କିଏ ଚାହିଁଲେ ତାକୁ ଛିଣ୍ଡାଇ ପାରିବ ନାହିଁ ।"

  ରଞ୍ଜିତା କାନ୍ଦି କାନ୍ଦି ସେଇ ପେପର୍ ଟିରେ ଦସ୍ତଖତ କରିଦେଇ ଚାଲି ଆସନ୍ତି । ସାଥୀରେ ଶାଶୁ ଶଶୁର ଓ ଝିଅ ରୂପସା କୁ ନେଇ ଯାଉଥିଲା ବେଳେ ରୂପସା ମାଆ ବାବା ଆମ ସହ ଯିବେ କହି କହି କାନ୍ଦି ପକେଇଲା । ପ୍ରମୋଦ ଙ୍କୁ ଏସବୁର କିଛି ଫରକ ପଡ଼ିଲା ନାହିଁ । ରଞ୍ଜିତା ପ୍ରମୋଦ ଙ୍କ ଜଣେ ବନ୍ଧୁ ରାଜା ଙ୍କ ସହାୟତାରେ ଏକ ଘର ଭଡ଼ା କରି ରହିଲେ ଏବଂ ନିୟମିତ ବିଦ୍ୟାଳୟ କୁ ଯିବା ଆସିବା କଲେ, ୟା ଭିତରେ ସେ ପ୍ରମୋଦ ଙ୍କ ଖବର ରଖିବାକୁ ଭୁଲୁ ନଥିଲେ । ପ୍ରମୋଦଙ୍କ ବନ୍ଧୁ ରାଜା ଙ୍କ ସହାୟତାରେ ପ୍ରମୋଦ ଙ୍କ ଟିକିନିଖି ଖବର ରଖୁଥିଲେ ଏବଂ ରାଜାଙ୍କୁ ପ୍ରତିଦିନ ପ୍ରମୋଦଙ୍କ ସହ କଥା ହେବାକୁ ବାଧ୍ୟ କରୁଥିଲେ ! ତେଣୁ ରାଜା ନିୟମିତ ପ୍ରମୋଦ ଙ୍କ ପାଖକୁ ଯାଇ ପ୍ରମୋଦ ଙ୍କୁ ଦେଖି ଆସି ସବୁ ଖବର ରଞ୍ଜିତା ଙ୍କୁ ଦେଉଥିଲେ । 

   ପ୍ରମୋଦ ଏପଟେ ପୂଜା, ଯେ କି ପ୍ରମୋଦ ଙ୍କ ସହକର୍ମୀ ତାଙ୍କୁ ନିର୍ଭୟ ରେ ଘରକୁ ଯିବା ଆସିବା ପାଇଁ ଅନୁମତି ଦେଲେ । ଆଗକୁ ପ୍ରମୋଦ ଙ୍କ ଚାକିରୀରେ ପ୍ରମୋସନ ହେବାର ଥିଲା ଯାହାକି ତାଙ୍କ ଅଫିସ୍ ରେ କାମ କରୁଥିବା ଲୋକ ଙ୍କ ଛଡା ରଞ୍ଜିତା ଜାଣି ନଥିଲେ । ପୂଜା ଚାହୁଁ ଥିଲା ପ୍ରମୋଦ ଙ୍କ ଜାଗାରେ ସେ ପ୍ରମୋସନ ପାଇବାକୁ, ତେଣୁ ଫାଇଦା ଉଠାଇବା ପାଇଁ ପ୍ରମୋଦ ଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ଥିଲା । ଦିନକୁ ଦିନ ପ୍ରମୋଦ ଙ୍କ ଘରକୁ ପୂଜା ର ଯିବା ଆସିବା ଲାଗି ରହିଲା । ପ୍ରମୋଦ ଙ୍କୁ ମଦ ରେ ନିଦ ବଟିକା ମିଶାଇ ଶୁଆଇ ଦେଇ ଘରୁ ଅନେକ ଦରକାରୀ କାଗଜ ପତ୍ର ଧରି ଚମ୍ପଟ୍ ମାରୁଥିଲା । ଏହିପରି ଭାବେ ପୂଜା ଚାଲାକ୍ କରି ପ୍ରମୋଦ ଙ୍କ ଜାଗାରେ ସେ ପ୍ରମୋସନ ପାଇ ଯାଇଥିଲା, ଏବଂ ପ୍ରମୋଦ ନିଜ ଚାକିରି ଖଣ୍ଡକ ମଧ୍ୟ ହରାଇ ଥିଲେ । ଏହା ଶୁଣି ପ୍ରମୋଦ ପୁଣି ଚିନ୍ତାଗ୍ରସ୍ତ ହୋଇଗଲେ, ଯେଉଁ ଝିଅ ପାଇଁ ସେ ନିଜ ପରିବାରକୁ ଦୂରେଇ ଦେଲେ ସେ ଆଜି ତାଙ୍କୁ ବହୁତ୍ ବଡ଼ ଧୋକା ଦେଲା । ସେ ଦିନ ସାରା ରଞ୍ଜିତା ଙ୍କ କଥା ଭାବି ମଦ ପିଇବାକୁ ଲାଗିଲେ ! ଧୀରେ ଧୀରେ ତାଙ୍କ ପାଖରୁ ଟଙ୍କା ସାରିବାକୁ ଲାଗିଲା । ସତରେ ରଞ୍ଜିତା ଙ୍କ ବିନା ଘର ଟି ଯେମିତି ଲକ୍ଷ୍ମୀ ଛଡା ହୋଇଯାଇଥିଲା ! ସେଇ ଚିନ୍ତା ରେ ତାଙ୍କୁ ଭୟଙ୍କର ରୋଗ ଗ୍ରାସ କରି ବସିଲା ! ତାଙ୍କ ବନ୍ଧୁ କୌଣସି କାମ ରେ ପ୍ରମୋଦ ଙ୍କ ପାଖକୁ ଆସିନଥିଲେ, ଯେତେବେଳେ ଆସି ଦେଖିଲେ ଘର ଭିତରୁ ମଦର ବହୁତ୍ ଦୁର୍ଗନ୍ଧ ଆସୁଥିଲା ! ପ୍ରମୋଦ ମଦ ବଟଲ ଟି ଧରି ତଳେ ପଡ଼ିଥିଲେ । ଯେ ମଦ କୁ ଘୃଣା କରୁଥିଲା ସେ ଆଜି ମଦ କୁ ଆପଣାର କରି ଦେଇଛି ! ହାୟରେ ସମୟ କେମିତି ମୋ ବନ୍ଧୁ କୁ ବଦଳାଇ ଦେଲା । ଏହା ପରେ ରଞ୍ଜିତା ଙ୍କୁ ଫୋନ କରି ପ୍ରମୋଦ ଙ୍କୁ ମେଡିକାଲ୍ ନେଇ ଆସନ୍ତି ରାଜା ।

   ଖବର ପାଇ ରଞ୍ଜିତା ମଧ୍ୟ ମେଡିକାଲ୍ ଧାଇଁ ଆସନ୍ତି । ପ୍ରମୋଦ ଙ୍କ ଅବସ୍ଥା ଦେଖି ସେ କାନ୍ଦି କାନ୍ଦି ନୟାନ୍ତ ହୋଇ ସାରିଥିଲେ । ଡାକ୍ତର କହୁଥିଲେ "ଧୌର୍ଯ୍ୟ ହରାନ୍ତୁ ନାହିଁ ! ତାଙ୍କର ଲିଭର ସମ୍ୟସା ଅଛି, ଉପଯୁକ୍ତ ଚିକିତ୍ସା ଏବଂ ସେବା ଦ୍ଵାରା ସେ ନିଶ୍ଚୟ ଭଲ ହୋଇଯିବେ" ! ଶେଷରେ ରଞ୍ଜିତା ଦିନରାତି ପ୍ରମୋଦ ଙ୍କ ସେବାରେ ଲାଗି ପଡ଼ିଲେ । ତାଙ୍କ ସେବାରେ ପ୍ରମୋଦ ମଧ୍ୟ ଆସ୍ତେ ଆସ୍ତେ ସୁସ୍ଥ ହୋଇ ଉଠନ୍ତି । ତଥାପି ରଞ୍ଜିତା ଙ୍କୁ ସେ କ୍ଷମା ମାଗିଲେ ନାହିଁ ! ରଞ୍ଜିତା ମଧ୍ୟ ତାଙ୍କ ଧନ୍ୟବାଦ କୁ ଅପେକ୍ଷା ନ କରି ଚାଲି ଆସିଲେ । ଦୁଇ ମାସ ପରେ ପ୍ରମୋଦ ସୁସ୍ଥ ହୋଇଗଲା ପରେ ପୂଜା ନାମ ରେ କେଶ୍ ଟିଏ ଦେଇ ନିଜ ଚାକିରି ଫେରି ପାଇଲେ, ପ୍ରମୋସନ ମଧ୍ୟ ହେଇଗଲା । ଘର ଭିତରେ ଏକୁଟିଆ ଜୀବନ ଜିଇଁ ବାକୁ ଲାଗିଲେ, ହେଲେ ଏତେ ସବୁ ଖୁସି ଭିତରେ ହିଁ କିଛି ଅଭାବ ରହି ଯାଇଥିଲା । 

   ଘଣ୍ଟାରେ ସମୟ ବାରଟା ହୋଇ ସାରିଥିଲା । ପ୍ରମୋଦ ସେତେବେଳୁ ଅଫିସ୍ ରୁ ଆସି ଏହି ସବୁ ଘଟି ଯାଇଥିବା ଘଟଣା ମାନ ଭାବୁ ଥାଆନ୍ତି । ଲମ୍ବା ନିଃଶ୍ୱାସ ଟିଏ ମାରି କହିଲେ " ଓଃ, ବହୁତ୍ ହୋଇଗଲା ମୋର ପରିବାର କୁ ମୋ ଠାରୁ ଦୂରେଇ ଦେବାରୁ ! ସତରେ ମୁଁ କଣ ଏତେ ନିଷ୍ଠୁର ଯିଏ କି ଲକ୍ଷ୍ମୀ ଭଳି ପତ୍ନୀ ରଞ୍ଜିତା ଙ୍କୁ ହତାଦର କରିଛି ? କି ବାଜେ ଲୋକ ଟି ମୁଁ, ମୋ ସେବାରେ ଦିନରାତି ଲାଗି ପଡ଼ିଥିବା ରଞ୍ଜିତା ଙ୍କୁ ଧନ୍ୟବାଦ ଟିଏ ଜଣାଇ ପାରିଲି ନାହିଁ ! ତାଙ୍କ ବିନା ଘରଟା କିପରି ଖାଁ ଖାଁ ଲାଗୁଛି । ଏବେ ନିଶ୍ଚୟ ସେମାନଙ୍କୁ ଫେରାଇ ଆଣିବି" ! କହି ପ୍ରମୋଦ ଚୌକି ରୁ ଉଠିପଡ଼ି ଚାଲିଲେ ରଞ୍ଜିତା ରହୁଥିବା ଭଡ଼ା ଘର ନିକଟକୁ ! ପ୍ରମୋଦ ଙ୍କ ବନ୍ଧୁ ରାଜା ମଧ୍ୟ ଦୂରରୁ ଏସବୁ ଦେଖି ପ୍ରମୋଦ ଙ୍କ ପଛ ପଛେ ସନ୍ଦେହ ରେ ଚାଲିଲେ । କବାଟ ବହୁ ଥର ଠକ୍ ଠକ୍ କରିବାରୁ ରଞ୍ଜିତା ଆଖି ମଳି ମଳି କବାଟ ଖୋଲିଲେ । ଏତେ ରାତିରେ ପ୍ରମୋଦ ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । "ତୁମେ ଏତେ ରାତିରେ - ରଞ୍ଜିତା ଙ୍କ ପାଟିରୁ କଥା ନ ସରୁଣୁ ପ୍ରମୋଦ ରଞ୍ଜିତା ଙ୍କ ପାଦ ତଳେ ପଡି କାନ୍ଦିବାକୁ ଲାଗିଲେ ।-"କ୍ଷମା କରିଦିଅ ମୋତେ ! ବହୁତ ବଡ଼ ଭୁଲ୍ ଟିଏ କରିଦେଇଛି । ଆଉ ସେଇ ଭୁଲ୍ କୁ ଭୋଗ କରୁଛି । ତୁମମାନଙ୍କୁ ମୁଁ କେତେ ଯେ ଅପମାନିତ କରିଛି ! କ୍ଷମା କରି ଦିଅ ରଞ୍ଜିତା, ଏବେ ଚାଲ ସମସ୍ତେ ଘରକୁ ! ଘରଟି ପୁଣି ତୁମମାନଙ୍କ ହସରେ ପୁରି ଉଠୁ !" ସେତିକି ବେଳେ ତାଙ୍କ କାନ୍ଦ ଶୁଣି ତାଙ୍କ ବାପା ମାଆ ଓ ଝିଅ ମଧ୍ୟ ନିଦରୁ ଉଠି ଆସିଥିଲେ । ସମସ୍ତଙ୍କ ଆଖିରେ ଥିଲା ଲୁହ, ଦୁଃଖ ର ନୁହେଁ ଖୁସି ର ଲୁହ ! ରଞ୍ଜିତା କହୁଥିଲେ -" ତୁମକୁ କହିଥିଲି ନା ପ୍ରମୋଦ ହୃଦୟ ଆଗରେ ସମୟ ହାର୍ ମାନେ ବୋଲି ! ସମୟ ଚାହିଁଲେ ଅନେକ କିଛି ଖେଳ ଖେଳିପାରିବ କିନ୍ତୁ ହୃଦୟ ହିଁ ତାକୁ ରୋକି ପାରିବ ! ତୁମକୁ ଯେଉଁ ସମୟ ବଦଳାଇ ଦେଇଥିଲା ଆଜି ହୃଦୟ ହିଁ ଆମ ପାଖକୁ ନେଇ ଆସିଲା ! ମୁଁ ଜାଣିଥିଲି ତୁମେ ନିଶ୍ଚୟ ଫେରିବ ଆଉ ତାହା ହିଁ ହେଲା । 

   ପ୍ରମୋଦ ଙ୍କୁ ସନ୍ଦେହ ରେ ପିଛା କରି ଆସୁଥିବା ରାଜା ଦୂରରୁ ଏସବୁ ଦେଖି ମଧ୍ୟ କାନ୍ଦୁ ଥିଲେ, ସେ ଭାବୁଥିଲେ - " ଯେ କୌଣସି ଲୋକ ଆଜି ନିଜ ପରିବାର କୁ ସମୟ ନ ଦେଉ ନା କାହିଁକି, ଅନ୍ୟ ପୁରୁଷ/ନାରୀ ସହ ସମୟ ବିତାଉ ନା କାହିଁକି ଏ ହୃଦୟ ହିଁ ସମୟ ଠୁ ସବୁଠୁ ବଡ଼ ! ସେ ଚାହିଁଲେ ସମ୍ପର୍କ କେବେ ଭାଙ୍ଗି ପାରିବ ନାହିଁ !"


Rate this content
Log in

Similar oriya story from Inspirational