STORYMIRROR

Pallabi Das

Inspirational

3  

Pallabi Das

Inspirational

ସମ୍ପର୍କ

ସମ୍ପର୍କ

3 mins
16.3K


ଦୌଡ଼ି ଦୌଡ଼ି ଆସୁ ଆସୁ ମେଟ୍ରୋ ଷ୍ଟେସନରେ ପାଦଟା ଟିକେ ସ୍ଲିପ୍ କରିଗଲା , ତଳେ ପଡ଼ୁ ପଡ଼ୁ ବଞ୍ଚିଗଲି | ଆଖ ପାଖ ସମସ୍ତଙ୍କୁ ଅନେଇ ଦେଇ ଟିକେ ମୁଚୁକୁନ୍ଦ ହସ ହସି ଦେଇ , ପୁଣି ଠିଆ ହୋଇଗଲି ଏସ୍କେଲେଟରରେ , ଭଦ୍ରାମିର ସହ | ଯେମିତି ଗୋଟେ ମିନିଟ୍ ଆଗରୁ କିଛି ହେଇନଥିଲା , ଆଉ ମୁଁ ପୁରା ଠିକ୍ ଅଛି | ସିଡି ଚଢିବାକୁ କଷ୍ଟ ଲାଗୁଥିଲା , ନୀତି ତ 7/8 ଥର ସିଡି ଚଢୁଚି ଆଉ କେତେ ଚଢିଵି ଯ ! ଆସି ଠିଆ ହେଇଗଲି ପ୍ଲାଟଫର୍ମ ଉପରେ , ହାଇଦ୍ରାବାଦ ର ଏଲ.ବି ନଗର କୁ ଯିବା ବାଟରେ ପଡ଼େ ପଞ୍ଜାଗୁଟା, ମୋ କର୍ମକ୍ଷେତ୍ର | ଏଯାଏ ଏଲ.ବି ନଗର ଟ୍ରେନ ଆସିନି ନୀତି ସେଇ ସେଇ ଲୋକମାନଙ୍କୁ ଭେଟୁଚି ଅଫିସ ଯିବା ସମୟରେ , ନୀତି ଭାବୁଛି ଟିକେ ପଚାରି ଦିଅନ୍ତି କି - କୁଆଡ଼େ ଯିବେ ମାଡାମ୍ , ଆପଣଙ୍କ ବେଣୀ ବୋହୁତ୍ ସୁନ୍ଦର ଲାଗୁଛି ,ଇତ୍ୟାଦି | ଏମିତି କେତେ କ'ଣ ଆସେ ମନକୁ | କିନ୍ତୁ କିଛି ପଚାରି ପାରେନି କାହାକୁ , ବାସ୍ ଚୁପ୍ ଚାପ୍ ଆସି ପାଞ୍ଚ ମିନିଟ୍ ରେ ପହଁଚିଯାଏ ମୋ ଷ୍ଟେସନ ରେ | ସେଠୁ ପୁଣି ଦୁଇ ମିନିଟ୍ ଚୁପ୍ ଚାପ୍ ଚାଲି ଚାଲି ଆସି ଅଫିସ ରେ ପହଁଚିଯାଏ | ଯେତିକି ଷ୍ଟାଫ୍ ଦେଖା ହୁଅନ୍ତି ସମସ୍ତଙ୍କୁ ଟିକେ ଶୁଭ ସକାଳ ଅଭିବାଦନ କରି ପୁଣି ନିଜ ସିଟ ରେ ବସିଯାଏ ଆଠ ଘଣ୍ଟା ପାଇଁ ଚୁପ୍ ଚାପ୍ ହୋଇ | ବେଳେ ବେଳେ କାମ ପଡିଲେ କଥା ହୁଏ | ସବୁ ବଲ ବଲ ହେଇ ଧ୍ୟାନ ଦେଇ ଶୁଣନ୍ତି ଯେହେତୁ ଖୁବ୍ କମ୍ କଥା କୁହେ | ବେଳେ ବେଳେ ଇମାଜୀନ୍ କରେ ଏଠି ମୋ ଘର ଲୋକ ସବୁ ଥିଲେ କ'ଣ ହେଇଥାନ୍ତ | ଖାସ୍ କରି ମୋ ଅଜା ଆଇ ଥିଲେ , କାରଣ ସେମାନେ ଯୋଉଠି ବି ଠିଆ ହୁଅନ୍ତି ଆଉ ଯାହା ସହ ବି କଥା ହୁଅନ୍ତି ତାଙ୍କୁ ନିଜର କରି ଦିଅନ୍ତି , ସେଥିପାଇଁ ବୋଧହୁଏ ଆମେ ଗାଁ କୁ ଗଲା ବେଳେ ବସ ରେ ଲୋକ କୁହନ୍ତି -ସାର୍ ଙ୍କ ନାତୁଣୀ ଆସିଛନ୍ତି ତାଙ୍କୁ ଆଗ ସିଟ ଗୋଟେ ଦିଅ | ସବୁ ଆଡଯଷ୍ଟ କରି ବସେଇ ଦିଅନ୍ତି ଆମକୁ | କେବେ କେବେ ଛୁଆ ଦିନେ ସିଟ ନଥିଲେ କୋଳରେ ବସେଇ ଦିଅନ୍ତି | କିଏ କେତେ ଆଶିର୍ବାଦ ଢ଼ାଳି ଦିଅନ୍ତି | ଅଜାଙ୍କ ଗୁଣ ଗାନ କରନ୍ତି | ବହୁତ୍ ଖୁସି ଲାଗେ ମୁଁ ସେଇ , ପରିବାରର ଛୁଆ ବୋଲି | ପୁଣି ଭାବେ ମୋ ବାପା ମାଆଙ୍କ କଥା ସେମାନେ ଥିଲେ ବି ଠିକ୍ ସେମିତି ହେଇଥାନ୍ତ | ସେଥିପାଇଁ ବୋଧହୁଏ ଆମ ଘରର ସୁଖ ଦୁଃଖରେ ସବୁ ବେଳେ ଲୋକ ଆସି ଠିଆ ହେଇଯାନ୍ତି | ପୁଣି ମନରେ ଆସେ ସାନ ଭାଇ କଥା | କିଛି ଦିନ ତଳେ କହିଥିଲା ତା ଚାକିରି ଜାଗା ପରିବର୍ତ୍ତନ କରିବା ବେଳେ କେମିତି ତା ପୁରୁଣା ଅଟୋବାଲା ତାକୁ ସାହାଯ୍ୟ କରିଥିଲା | ସେ ନିଜର ଲାଭ କ୍ଷତି ଦେଖି ନଥିଲା ବାସ୍ ସ୍ନେହ ଦେଇଥିଲା | ମତେ କହିଥିଲା- "ଅପା ମୁଁ ଜୀବନରେ ଯଦି କିଛି ଅର୍ଜନ କରିଛି, ତେବେ ଏଇ ଲୋକ ସମ୍ପର୍କ ଆଉ ସ୍ନେହ ଶ୍ରଦ୍ଧା" | ପୁଣି ମନରେ ଆସିଲା ମୋ ଅଫିସର ଷ୍ଟାଫ୍ ଙ୍କ କଥା, ନୂଆ ଚାକିରି ଆଉ ନୂଆ ଡର ସହ ଯେବେ ଯୋଗ ଦେଲି ସେ ଅଫିସରେ, ଉଚ ନୀଚ ପାହିଆର ଅହଙ୍କାର ଛାଡି କେତେ ସୁନ୍ଦର ଭାବେ ମୋ ପାଇଁ ଅନୁକୂଳ ପରିବେଶଟିଏ ଗଢି ଦେଇଥିଲେ | ସତରେ ଆମେ ଯେତେ ଟଙ୍କା ପଇସା , ଉଚ ପାହିଆ ଅର୍ଜନ କଲେ ମଧ୍ୟ ସେ ସବୁ ଫିକା ପଡ଼ି ଯାଏ ଲୋକ ସମ୍ପର୍କ ଆଉ ସ୍ନେହ ଶ୍ରଦ୍ଧା ଆଗରେ | ଏ ସବୁ ଜିନିଷ ଆସିବ ଯିବ କିନ୍ତୁ ସ୍ନେହ ମମତାରେ ବନ୍ଧା ସମ୍ପର୍କର ସୀମା ଆଉ ପରିଭାଷା , ସବୁବେଳେ ଅଲଗା ରହିବ |


Rate this content
Log in

Similar oriya story from Inspirational