STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ସିୟରାମମୟ ସବ ଜଗ ଜାନି

ସିୟରାମମୟ ସବ ଜଗ ଜାନି

2 mins
1


ସେଦିନ ଥାଏ ସମ୍ବତ୍ ୧୬୩୧ର ରାମ ନବମୀ ତିଥି l ଭଗବାନ୍ ଶଙ୍କରଙ୍କ ଠାରୁ ଆଦିଷ୍ଟ ହୋଇ ଗୋସ୍ବାମୀ ତୁଳସୀ ଦାସ ଅଯୋଧ୍ୟାରେ ଶ୍ରୀରାମ ଚରିତମାନସର ବାଳକାଣ୍ଡ ଲେଖିବା ଆରମ୍ଭ କଲେ l ସେ ମାନସର ମଙ୍ଗଳାଚରଣରେ ଶଙ୍କର ପାର୍ବତୀ, ବିଦ୍ୟାଦାୟିନୀ ମାଆ ସରସ୍ୱତୀ, ଗଣେଶ, ଅନ୍ୟାନ୍ୟ ଦେବାଦେବୀ, ସନ୍ଥ ଓ ଖଳ ବନ୍ଦନା ଶେଷକରି ଲେଖିଲେ :-

      ଆକର ଚାରି ଲାଖ ଚୌରାଶି l

  ଜାତି ଜୀବ ଜଲ ଥଲ ନଭ ବାସୀ ll

   ସୀୟରାମମୟ ସବ ଜଗ ଜାନି l

   କରଉଁ ପ୍ରନାମ ଜୋରି ଯୁଗ ପାନି ll

     ଜାନି କୃପାକର କିଙ୍କର ମୋହୁ l

 ସବମିଲି କରହୁ ଛାଡ଼ି ଛଲ ଛୋହୁ ll

ନିଜ ବୁଦ୍ଧିବଲ ଭରସା ମୋହି ନାହାଁ l

  ତାତେ ବିନୟ କରଉଁ ସବ ପାହାଁ ll

ଅର୍ଥାତ୍ ଚୌରାଶିଲକ୍ଷ ଯୋନିରୁ ଜାତ ଚାରି ପ୍ରକାର ଜୀବଙ୍କ ଦ୍ଵାରା ଜଳ, ସ୍ଥଳ, ଆକାଶ ପୁରି ରହିଥିବା ଏହି ସମଗ୍ର ସଂସାରକୁ ସୀତାରାମ ମୟ ଜାଣି, ମୁଁ ଦୁଇକର ଯୋଡ଼ି ପ୍ରଣାମ କରୁଛି l ମୋର ବୁଦ୍ଧିବଳ ଉପରେ ଭରସା ନ ଥିବାରୁ ମୁଁ ଆପଣଙ୍କର କିଙ୍କର ସମସ୍ତଙ୍କୁ ବିନତି କରୁଛି l ଆପଣ ମାନେ ଛନ୍ଦ କପଟ ଛାଡ଼ି ମୋତେ କୃପାକରନ୍ତୁ l

ଏତକ ଲେଖି ସେଦିନ ସେ ନିଜ ବାସସ୍ଥାନ ଆଡ଼କୁ ଚାଲିଲେ l ଏହି ସମୟରେ କୁଆଡୁ ଗୋଟିଏ ବାଳକ ଆସି ତାଙ୍କ ପଛରୁ ଡାକ ପକାଇଲା, ଗୋସ୍ବାମୀଜୀ ! ତୁମେ ସିଆଡ଼େ ଯାଅ ନାହିଁ l ତୁମେ ଲାଲ ରଙ୍ଗ ବସ୍ତ୍ର ପରିଧାନ କରିଛ l ସେହି ବାଟରେ ଗୋଟିଏ ମାରଣା ଷଣ୍ଢ ବୁଲୁଛି ତୁମକୁ ଭୂଷି ପକାଇବ l

ତୁଳସୀ ଦାସ ଭାବିଲେ, ଇଏ ଛୋଟ ପିଲାଟିଏ l ଚପଳତା ବଶତଃ କଅଣ କହୁଛି l ହଉ, ତା କଥା ଯଦି ସତ ହୋଇ ଥାଏ, ତେବେ ଏ ଜଗତ ତ ସୀତା ରାମମୟ ବୋଲି ମୁଁ ଜାଣେ l ମୁଁ ସେହି ବୃଷଭଟିକୁ ପ୍ରଣାମ କରି ଚାଲିଯିବି l

ଏପରି ଭାବି ସେ ଆଗେଇ ଚାଲିଲେ l ସେ ଆଗକୁ କିଛି ବାଟ ଯାଇଛନ୍ତି, ସତକୁ ସତ ମାରଣା ଷଣ୍ଢଟା କେଉଁ ଆଡୁ ଦଉଡ଼ି ଆସି ତାଙ୍କୁ ଭୁଷି ତଳେ ପକାଇ ଦେଲା l ଖଣ୍ଡିଆ ଖାବରା ଗୋସ୍ୱାମୀ ତୁଳସୀ ଦାସ, କୌଣସି ପ୍ରକାରେ ଉଠିକରି ଚାଲିଲେ ସେ ଯେଉଁଠି ବସି ମାନସ ଲେଖୁଥିଲେ l ମୁଁ ଭୁଲ୍ କଥା ଲେଖିଛି, ଏପରି ମନେ କରି ସେ ସୀୟରାମମୟ ସାରା ଜଗ ଜାନି, ପାଦ୍ୟାଂଶଟିକୁ ଲିଭେଇ ଦେବାକୁ ଯାଉଛନ୍ତି, ସେଠାରେ ଆବିର୍ଭୁତ ହେଲେ ହନୁମାନ l ହନୁମାନ କହିଲେ, ବାବା ! ଆପଣ ଏ କଅଣ କରୁଛନ୍ତି l 

ତୁଳସୀ ଦାସ କ୍ରୋଧରେ କହିଲେ, ଏ ଚୋଉପାଇଟି ମୁଁ ଭୁଲ ଲେଖିଛି l ସମସ୍ତ ଘଟଣା ବର୍ଣ୍ଣନା କରି ସେ କହିଲେ,ସେଇଟିକୁ ମୁଁ ଲିଭାଇ ଦେଉଛି l ହନୁମାନ ହସିଦେଇ କହିଲେ, ନାଆଁ ନାଆଁ ବାବା ! ଚୌପାଇ ଆପଣ ଏକବାର ଠିକ ଲେଖିଛନ୍ତି l କିନ୍ତୁ ଆପଣ ତ ବୃଷଭ ଭିତରେ ସୀତାରାମଙ୍କୁ ଦେଖିଲେ, ମାତ୍ର ସେ ବାଳକଟି ଭିତରେ କାହିଁକି ଦେଖିଲେ ନାହିଁ l ସିଏ ତ ଭଲ ପାଇଁ ଆପଣଙ୍କୁ ସତର୍କ କରାଉ ଥିଲା l

ତୁଳସୀଦାସଙ୍କୁ ସାବଧାନ କରାଇଥିବା ସେ ବାଳକ ଜଣକ ପ୍ରକୃତରେ ଥିଲେ ହନୁମାନ l 

     


Rate this content
Log in

Similar oriya story from Inspirational