ଜୟ ମାଆ ସଙ୍କଟ ତାରିଣୀ
ଜୟ ମାଆ ସଙ୍କଟ ତାରିଣୀ
ଜୟ ମାଆ ସଙ୍କଟ ତାରିଣୀ
=============
ଦେହୁରୀ ଭାଇରେ ଦେହୁରୀ ଭାଇ ।
ନଡ଼ିଆ ଗୋଟିଏ ଦେଲି ପଠାଇ ।।
ତାରିଣୀ ମାଆକୁ ଲଗାଇ ଦେବୁ ।
ସୁଖ ଦୁଃଖ ଯେତେ ତାକୁ କହିବୁ ।।
ଭକ୍ତ ଲାଗି ମାଆ ହୃଦୟ କାନ୍ଦେ ।
ଭକ୍ତ ଦୁଃଖ ସବୁ ପଣତେ ବାନ୍ଧେ ।।
ଦକ୍ଷିଣୀ ରାଇଜୁ ମାଆ ମୋ ଆସି ।
ଘଟ ଗାଆଁ ଠାରେ ରହିଛି ବସି ।।
ଘର କରିଛି ମା' ଶାଳ ବଣକୁ ।
କାନ ପାତିଅଛି ଭକ୍ତ ଡାକକୁ ।।
ଡାକି ଡାକି ବୁଝେ ଭକତ ଦୁଃଖ ।
ତ୍ରିପୁରେ ମାଆର ପଡ଼ିଛି ଡାକ ।।
ସଙ୍କଟ ତାରିଣୀ ଦୁଃଖ ହାରିଣୀ ।
ଭକତ ପାଇଁ ଯା ଆଖିରେ ପାଣି ।।
ଝର ଝର ଝର ବହେ ଝରଣା।
କେନ୍ଦୁଝର ଘଟ ଗାଆଁ ପାଟଣା ।।
ଘଟ ବାନ୍ଧିଅଛି ମାଆ ସେଠାରେ ।
ଆଣ୍ଟ ଛାଡ଼ି ମନ ଉଡ଼ି ଯାଆରେ ।।
ମାଆର ପଣତେ କର ଭରସା ।
ଛାଡ଼ ଛାଡ଼ ମନ ସକଳ ଆଶା ।।
ସଞ୍ଜ ହେଲା ଧନ ସଞ୍ଜ ହେଲାରେ ।
ଶରଣ ମୋର ମା' କଞ୍ଜ ପୟରେ ।।
ନମୋନମ ମାଆ ତାରିଣୀ ନମଃ ।
ଧନ୍ୟ ମାଆ ଦେଲୁ କୋଳେ ଜନମ ।।
ଡର କାହାକୁ ନାଁ ଭୟ କାହାକୁ ।
କୋଟିଏ ପ୍ରଣାମ ମୋର ମାଆକୁ ।।
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
