ଜୟ ପ୍ରଭୁ ପତିତପାବନ
ଜୟ ପ୍ରଭୁ ପତିତପାବନ
ଜୟ ପ୍ରଭୁ ପତିତପାବନ
=============
ଜୟ ଜୟ ଜୟ ପ୍ରଭୁ ପତିତପାବନ ।
ଭକ୍ତଗଣେ ଲଭୁଛନ୍ତି ତବ ଦରଶନ ।।
ମହାପ୍ରଭୁ ପୂର୍ବଦ୍ଵାର ଗୁମୁଟରେ ବସି ।
ପତିତଙ୍କୁ ତାରୁଅଛ ପ୍ରଭୁ ବ୍ରହ୍ମରାଶି ।।
ପ୍ରଥମଦର୍ଶନ ଭକ୍ତ ତବ ପଦେ ପଡ଼ି ।
ବାଇଶିପାବଚ୍ଛ ଶିଢ଼ି ଯାଏ ଚଢ଼ିଚଢ଼ି ll
ଶୁଣିଛି ମୁଁ ଗଜପତି ରାଜା ରାମଚନ୍ଦ୍ର ।
ଧରମହାରିଲେ ତହୁଁ ଉପୁଜିଲା ଦ୍ଵନ୍ଦ୍ୱ ।।
ମାନ ଉଦ୍ଧାରଣଙ୍କର ରଖିବାକୁ ମାନ । ଯଵନୀ ହସ୍ତଧରିଲେ ଉତ୍କଳ ରାଜନ।।
ଜାତିଭ୍ରଷ୍ଟ ଯହୁଁ ତହୁଁ ଶ୍ରୀମନ୍ଦିର ମନା ।
ଭକ୍ତବତ୍ସଳ ବୁଝିଲ ଭକ୍ତର ବେଦନା ।।
ମାୟାଧର ମାୟା ବିରଚିଲ ପ୍ରଭୁ ପୁଣି ।
ଗୁମୁଟେ ବସିଲ ପ୍ରଭୁ ଭକ୍ତମନ ଜାଣି ।।
ପତିତ ତାରଣ, ପ୍ରଭୋ ପତିତପାବନ ।
ନୀଳଚକ୍ରେ ଉଡୁଅଛି ପତିତକେତନ ।।
ତବ ଦରଶନେ ଭକ୍ତଗଣ ଭୂଜତୋଳି ।
ନର୍ତ୍ତନକରନ୍ତି ଜୟ ହରି ହରି ବୋଲି ।।
ଆତଙ୍କ ନାଶନ ବାନା, ଉଡ଼ଇ ତୁମ୍ଭରି ।
ଦରଶନେ ବଡ଼ସବୁ ପାପି ଯାନ୍ତି ତରି ।।
ପତିତ ପାବନ ଲୀଳା, କରିଛ, ବିସ୍ତାର ।
ଦେବ ନଜାଣନ୍ତି ମାନବକୁ ଅଗୋଚର ।।
ନମସ୍ତେ, ନମସ୍ତେ ନମଃ ପତିତପାବନ ।
ଦୟାକର ଦୁଃଖହର ଶୁଭେ ଯାଉ ଦିନ।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
