STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀଜଗନ୍ନାଥଙ୍କ ଭକ୍ତ ବାଉଳି ଦାସ

ଶ୍ରୀଜଗନ୍ନାଥଙ୍କ ଭକ୍ତ ବାଉଳି ଦାସ

3 mins
2

   ଶ୍ରୀଜଗନ୍ନାଥଙ୍କ ଭକ୍ତ ବାଉଳି ଦାସ
     ==================
ଆମେ ସମସ୍ତେ ପ୍ରାୟ ଶୁଣିଥିବା ଅତି ଲୋକ ପ୍ରିୟ ଶରୀରତତ୍ତ୍ଵ ଭଜନଟିଏ,"ନୂଆଘର ଖଣ୍ଡି ଦିନେ ପୁରୁଣା ହେବ"l ଯେତେଥର ଶୁଣିଲେ ଓ ପଢ଼ିଲେ ମଧ୍ୟ ଏହାର ପ୍ରତି ପଦ ନୂଆ ଲାଗୁ ଥାଇ l ଏହାର ପଦ ଗୁଡ଼ିକ ମନକୁ ଚେତାଇ ଦେଇଥାଏ, ଅଢେ଼ଇ ଦିନିଆ ଏ ସଂସାରରେ କିଲାଭ ମିଳିବ l କାଲିକୁ କଢିଟି ଫୁଲ ହୋଇ ଫୁଟିଯିବ l ତାପରେ ମଉଳି ଝଡ଼ି ପଡ଼ିବ l ଏ ନୂଆଘର ଶରୀର ତୋର କାଲିକି ପୁରୁଣା ହୋଇଯିବ l ସୁନ୍ଦର୍ ଚକ ଚକିଆ ଶରୀର କାଲିକି ଚମ ଧୁଡୁ ଧୁଡୂ ହୋଇ, କଦାକାର ଦେଖା ଯିବ l ଶଙ୍କରାଚାର୍ଯ୍ୟଙ୍କ ଭାଷାରେ:- ଅଙ୍ଗ ଗଳିତଂ ପଳିତଂ ମୁଣ୍ଡଂ ଦନ୍ତ ବିହୀନଂ ଜାତଂ ତୁଣ୍ଡମ୍ ll କରଧୃତ କମ୍ପିତ ଶୋଭିତ ଦଣ୍ଡଂ l ତଦପି ନ ମୁଞ୍ଚତ୍ୟାଶା ଭାଣ୍ଡମ ll
ଲୋଳିତଚର୍ମ ଆଉ ଗଳିତଦନ୍ତରେ ଜୀବନଟା ହା ହାକାରମୟ ହୋଇଯିବ l ଦେହରେ ଚମ ଛାଉଣି ପୁରୁଣା ହୋଇ ଗଲେ ହାଡ଼ ଦୁଇ ଖଣ୍ଡର ଆଉ କିବା ଯୁ ଥିବ? ଉଇ ଚରିଗଲା ପରେ କାଠ ଓରାର ଆଉ କି ଶକ୍ତି ଥିବ ? ସେତକ ଚାଲି ଗଲା ପରେ ଘରର କାନ୍ଥ ପଡ଼ିବ l ତୋର ଏହି ମାଟି ଘଟଟା ମାଟିରେ ଲୋଟିପଡ଼ିବ l ଏହି ସୁନ୍ଦର ଅର୍ଥପୂର୍ଣ୍ଣ ଗୀତର ରଚୟିତା ହେଲେ କବି ବାହୁଡ଼ା ଦାସ l ନିଜ ରଚନାରେ ସେ ନିଜକୁ ବାଉଳି ଦାସ ବୋଲି ପରିଚୟ ଦେଇଛନ୍ତି l ତାଙ୍କ ଗୀତ ଆମେ ସମସ୍ତେ ଶୁଣୁ l ଆସନ୍ତୁ ଏପରି ଗୀତ ଯିଏ ଲେଖିଲେ ତାଙ୍କ ବିଷୟରେ ଜାଣିବା l
କବି ବାହୁଡ଼ା ଦାସ ଥିଲେ ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ l କବିଙ୍କ ଜନ୍ମ କଟକ ଜିଲ୍ଲା ଭାତପଡ଼ା ନିକଟ ଖନ୍ଦଳ ଗ୍ରାମରେ ଏକ ଦରିଦ୍ର ପରିବାରରେ ହୋଇଥିଲା l ନିଜର ସମସ୍ତ କର୍ମକୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାରବିନ୍ଦରେ ସମର୍ପି ଦେଇ ଥିଲେ l ଶ୍ରୀଜଗନ୍ନାଥହିଁ ଥିଲେ ତାଙ୍କ ଧ୍ୟାନ ଧାରଣା ଧୃତୀ ଓ ମତି l ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ରହି ସେ କେବେ ବି ଭଗବତ୍ ଚିନ୍ତନରୁ ବିଚ୍ୟୁତ ହେଉ ନ ଥିଲେ l କୁଟୁମ୍ବ ପୋଷଣ ପାଇଁ ବାହୁଡ଼ା ସ୍ଥାନୀୟ ଜମିଦାରଙ୍କ ଘରେ ମୂଲିଆ କାମ କରୁଥଲେ l ମୂଲ ଅର୍ଜିତ ଅର୍ଥରେ ତାଙ୍କ ଦୁଃଖୀ ସଂସାର ଯାଇ ତାଇ କରି ଚଳି ଯାଉ ଥିଲା l ଦିନକର କଥା,ବାହୁଡା଼ ଜମିଦାରଙ୍କ ଜମିରେ ହଳ ବୁଲାଉଥାନ୍ତି l ପ୍ରଚଣ୍ଡ ଖରାରେ ତାଙ୍କ ଦେହ କ'ଣ ହୋଇ ଗଲା l ସେ ଅବଶ ହୋଇ ପଡ଼ି ଯାଇ ହିଡ଼ ମୁଣ୍ଡରେ ଘୁମେଇ ପଡ଼ିଲେ l ଆଶ୍ଚର୍ଯ୍ୟ କଥା କେଉଁ ଆଡୁ କଳା ବାଦଲ ଖଣ୍ଡେ ଆସି ସ୍ଥିର ହୋଇ ବାହୁଡା଼ଙ୍କ ଉପରେ ଛାୟା ପ୍ରଦାନକଲା l ବାହୁଡା଼ ଦାସ ହଳ ନ କରି ବିଲରେ ଶୋଇଛି l ଏ କଥା ଜମିଦାରଙ୍କ କାନକୁ ଗଲା l ଜମିଦାର ଉତ୍ତ୍ୟକ୍ତ ହୋଇ, ଯାଇ ବିଲରେ ପହଞ୍ଚି ଦେଖନ୍ତି ତ ସତକୁ ସତ ବାହୁଡା଼ ଶୋଇଛି l ମାତ୍ର ସେ ଗୋଟିଏ କଥା ଦେଖି ତାଟକା ହୋଇଗଲେ l ସେ ଦେଖିଲେ ବାହୁଡା଼ ଶୋଇ ରହିଛି କିନ୍ତୁ ବଳଦ ମାନେ ନିର୍ବିଘ୍ନରେ ଯୁଆଳି କାନ୍ଧରେ ଧରି ଯନ୍ତ୍ରବତ ହଳକରି ଚାଲିଛନ୍ତି l ଅଦୃଶ୍ୟ ହାତରେ ଯେପରି କେହି ଲଙ୍ଗଳ କଣ୍ଟି ଧରି ତାଙ୍କୁ ଅଡ଼ାଇ ନେଉଛି l ପୁଣି ବାହୁଡା଼ ଉପରେ କଳା ବାଦଲର ଛାଇ l ଜମିଦାର ଓ ତାଙ୍କ ସହ ଯାଇଥିବା ଲୋକ ମାନେ ଏହା ଦେଖି ହତବାକ୍ ହୋଇଗଲେ l ଜମିଦାର ବାହୁଡ଼ାକୁ ଉଠାଇ କ୍ଷମା ପ୍ରାର୍ଥନା କଲେ l ବାହୁଡା଼ ଯେ ମହାପ୍ରଭୁଙ୍କର ପରମ ଭକ୍ତ ଏକଥା ଜାଣିବାକୁ ତାଙ୍କର ଆଉ ବାକି ରହିଲା ନାହିଁ l ସେହିଦିନ ଠାରୁ ବାହୁଡ଼ାଙ୍କୁ ଆଉ ହଳିଆ ଭାବେ କାମ କରିବାକୁ ପଡ଼ିଲା ନାହିଁ l ଜମିଦାର ଜଣକ ତାଙ୍କ ପାଇଁ ଘର ଦ୍ବାର କରିଦେଲେ l ତାଙ୍କ ଭରଣ ପୋଷଣ ପାଇଁ ଜମିଖଞ୍ଜା କରିଦେଲେ l ବାହୁଡା଼ଙ୍କ ମହିମା ଚତୁର୍ଦ୍ଦିଗରେ ପ୍ରଚାରିତ ହୋଇଗଲା l ସେ ପରିଚିତ ହେଲେ ମହାପ୍ରଭୁ ବଳିୟାର ଭୂଜ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବୋଲି l ବାହୁଡା଼ ଦାସ କେଉଁଦିନରୁ ବାହୁଡ଼ି ଗଲେଣି l ଇତିହାସ ତାଙ୍କର ଜନ୍ମ ମୃତ୍ୟୁର ହିସାବ ରଖି ନାହିଁ, ମାତ୍ର ଲୋକମୁଖରେ ଗୁଞ୍ଜରିତ ତାଙ୍କର ସେହି କାଳଜୟୀ ରଚନା ତାଙ୍କୁ ଚିର ଅମର କରି ରଖିଛି l ତାଙ୍କ ସମ୍ପୂର୍ଣ୍ଣ ଗୀତଟି ନିମ୍ନରେ l ନୂଆ ଘରଖଣ୍ଡି ଦିନେ ପୁରୁଣା ହେବ l
ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ ll (ଘୋଷା) ଉଇ ଚରିଗଲେ ଗଣ୍ଠି ବତାମାନ ଯିବ ଫିଟି, ଛାଉଣି ଉଡ଼ିଣ ଗଲେ କାନ୍ଥ ପଡ଼ିବ ll
ରୁଅଯାକ ଅଛି ଧରା ଟଳିଲେଣି ବେନି ଓରା, ଚମକ ପାଇଣ ପାରା ଉଡ଼ିଣ ଯିବ ll
ସେ ଘର ପାଞ୍ଚସେଣିଆ ଦଶଦ୍ୱାର ତ୍ରିକୋଣିଆ, ରୁଅଯାକ ଘୁଣଖିଆ
ଗଳି ପଡ଼ିବ ll
ବହିଲାଣି ଅଣଚାଶ କେଭେଁ ନ
ରଖିବ ବାସ, କୁଟୁମ୍ବଜନ ପଚିଶ
ମରିବେ ସର୍ବ ll
ଏକାକ୍ଷର ଖମ୍ବ ପୋତି ଘରକୁ ରଖ ସାଇତି, ବାଉଳି ଦାସର ମତି ନିଶ୍ଚଳେ ଥିବ ll
              🙏🙏🙏
                  ଅର୍ଜୁନୀ
               --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational