Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Akshayakumar Dash

Abstract


2.0  

Akshayakumar Dash

Abstract


ସିନ୍ଦୁର(ଭାଗ୪ )

ସିନ୍ଦୁର(ଭାଗ୪ )

2 mins 356 2 mins 356

ସକାଳୁ ସକାଳୁ ପୂଜାପାଠ କରି ବାହାରିଲେ ନିଜ କାର୍ଯ୍ୟକ୍ଷେତ୍ରକୁ । କାର୍ଯ୍ୟ କହିଲେ ସମାଜ ମଙ୍ଗଳ,ନାରୀ ସୁରକ୍ଷା,ଶିଶୁ ଶ୍ରମିକ, କନ୍ୟା ଭ୍ରୁଣହତ୍ୟା, ବିଧବା ବିବାହ, ଆହୁରି ଅନେକ ଦିଗ । ସେଥିରେ ସେ ସକ୍ରିୟ। ତାଙ୍କଉପରେ ମଧ୍ୟ ଲୋକଙ୍କର ବିଶ୍ୱାସ ଅଛି ଏଇଥି ପାଇଁ ନିଷ୍ଠାପର ସ୍ଵଚେଷ୍ଟାକରି ପିଡ଼ିତକୁ ନାୟ ଦିଅନ୍ତି । ସତ୍ୟାସତ୍ୟ କୁ ଅନୁସନ୍ଧାନ କରନ୍ତି । କାହାପ୍ରତି ହଟାଥ କ୍ରୋଧ ପ୍ରକାଶ କରନ୍ତିନାହିଁ। ସରକାରୀ କଳ ଯେତେ ମଙ୍ଗମୋଡ଼ିଲେ ମଧ୍ୟ ଶୋଭାଦେବୀ ବିଚଳିତ ନହୋଇ ଧର୍ଯ୍ୟସହ ଲଢେ଼ଇ କରନ୍ତି । ଏମିତି କେତେ କେତେ ଘଟଣାରେ ତାଙ୍କୁ ଶେଷରେ ନାୟ ମିଳିଛି । ଜଣେ ନିଷ୍ଠାପର ନାରୀ ସମାଜସେବୀ ରୂପେ ତାଙ୍କର ସୁନାମ ଅଛି ।

ସମାଜରେ ସବୁଠୁ କ୍ଷତି ଗ୍ରସ୍ତ କୃଷକ ପରି ନାରୀମଧ୍ୟ । ଜୀବନର ପ୍ରତେକ ପାହୁଲରେ ସେ ଝୁଣ୍ଟୁଥାଏ । ମା ପେଟରୁ ତାପ୍ରତି ଅତ୍ୟାଚାର ଚାଲେ । ମରିବା ପର୍ଯ୍ୟନ୍ତ । ଜୀବନରେ କେତେଥର ମରିମରି ବଂଚିଛ ତାର ସୀମା ନାହିଁ । ତାପାଇଁ ଜୀବନଟା ଉପରେ ଖଣ୍ଡାଟିଏ ଝୁଲୁଛି । ଯଦିବାକୂଳଧରିଲେ ତାଉପରେ ବସି ପାରିହୁଅନ୍ତି ସାରା ପରିବାର । ପୁଅଝିଅ ନାତିନାତୁଣୀ ସ୍ୱାମୀ ଶଶୁରଶାଶୁ ନଣନ୍ଦ ବଂଧୁପରିଜନ ସାଙ୍ଗସାଥି ସମସ୍ତଙ୍କୁନେଇ ଚଳିଲେବି ସମାଜର ଲୋଲୁପ ଦୃଷ୍ଟି ତା ଉପରେ । କେଉଁଠି ଟିକେ ହସିଦେଲେ ପ୍ରେମ ଝରେ ରସିକକଂର । ମୁଣ୍ଡରୁଶାଢ଼ୀ ଗୋଡ଼ପର୍ଯ୍ୟନ୍ତ ଘୋଡେଇ କରି ବି ନିରେଖି ଦେଖିବା ଆମ ସାମାଜିକ ବ୍ୟବସ୍ଥା । ଆମେ ମନ୍ଦିର ଯାଇ କାଲୀ ସ୍ୱରସ୍ବତୀ,ଦୁର୍ଗା,କୁଁ ପୂଜାକରୁ ଅଥଚ ଘରେ ନିଜ ପତ୍ନୀକୁ ଦାସୀପରି ଦେଖୁ । ଲଷ୍ମୀଠାକୁରାଣୀ କଂ ପୁରାଣ ପଢୁ । ଧନ ଧାନ୍ୟ ଗୋପ ଲଷ୍ମୀ ଅବୁଝା ଲାଗେ । କଥା ରେ ପ୍ରବଚନର ବାକ୍ୟ କହୁ,ଉଦ୍ଧ।ହରଣଦେଉ ଯେମିତି "ନାରୀ ଯେଉଁଠି ଅତ୍ୟାଚାର ହୁଅନ୍ତି ସେଠି ଦେବତା ପୂଜାପାଆନ୍ତି ନାହିଁ"ଆଲମିରରେ ବହୁତ ବହି ଅଛି ପଢୁଛି କିଏ? କେଇଆଣି ପୁରୀ ବଡ଼ଦେଉଳକୁ ଆମେ କାହିଁକି ଯାଇ ଭିଡ଼କରୁଛେ । ଜଗନାଥ କଣ ଆମ ଛଳନା ବୁଝୁନାହାନ୍ତି ? ଘର ଦେବୀକୁ ହୁଡ଼ି ପର ଦେବୀକୁଁ ପୁଜିବା ଆମର ପ୍ରକୃତି । ଯଦି ଠାକୁର କଥାକୁହନ୍ତେ ତେବେ ଧରା ପଡନ୍ତ। ଆମର ଭିତର କଳା ।

ଥରେ ଗୋଟେ ଗ୍ରାମରେ କିଛିଲୋକ ଜଣେ ମହିଳାକୁଁ ଗ୍ରାମରୁ ତଡିଦେଉଛନ୍ତି,ଟେକା ପଥର ଫିଙ୍ଗିଛନ୍ତି । ବିଚାରୀ ନିରାଶହୋଇ ପ୍ରାଣବିକଳେ ଧଇଁ ସଇଁ ହୋଇ ଦୌଡୁଛି। ଜଣେ ସାଧୁ ଦେଖିଲେ । ମା ବୋଲି ସମ୍ବୋଧନ କରି ତାଙ୍କୁ ସବୁ ପଚାରି ବୁଝିଲେ ଯେ ଗ୍ରାମବାସୀ ତାଙ୍କ କାର୍ଯ୍ୟରେ କ୍ରୋଧିତହୋଇ ଗ୍ରାମରୁ ତଡିଦେଉଛନ୍ତି । ଟେକାଫିଙ୍ଗୁଛନ୍ତି । ଗାଳିଗୁଲଜ କରୁଛନ୍ତି । ସାଧୁ ଯାଇ ଗ୍ରାମବାସୀ କୁଁ ପଚାରିଲେ, ତୁମେ ଯଦି ମୋପ୍ରଶ୍ନରଉତ୍ତର ଦେବ ତେବେ ମହିଳା ଜଣକ ଗ୍ରାମରୁ ବାହାରି ଯିବେ,ତେବେ ପ୍ରଥମ ତାକୁ ମାରି ଗୋଡେଇବାର କାରଣ ଜାଣିପାରେ କି? ଗ୍ରାମର ମୁଖିଆ କହିଲେ ଏ ସ୍ତ୍ରୀଲୋକଟି ବେଶ୍ୟାବୃତି କରି ଗ୍ରାମକୁ ନଷ୍ଟ କରୁଛି । ସାଧୁ ଶୁଣି ପ୍ରଶ୍ନ କଲେ ତେବେ ମୋ ପ୍ରଶ୍ନ ତୁମଭିତରୁ ଜଣେ କିଏ କୁହକି ତାହାସହିତ ତୁମର କେବେ ସମ୍ପର୍କ ନାହିଁ? ସମସ୍ତେ ନିରବ ରହିଲେ କାରଣଥିଲା ସମସ୍ତେ ତା ସହିତ ଅତୀତରେ ଜଡିତ ଥିଲେ । ଗ୍ରାମର ଲୋକମାନେ ସାଧୁଙ୍କ ନିଷ୍ପତି କୁ ସ୍ୱାଗତ କଲେ । ସାଧୁ କହିଲେ ସସନ୍ମାନେ ମହିଳାଙ୍କୁ ଗ୍ରାମବାସୀ ରୂପେ ଗ୍ରହଣ କରି ନିଜ ଧୃଷ୍ଟତା ପାଇଁ କ୍ଷମାପାର୍ଥନା କର । ସେଇ ମହିଳାକୁଁ ନ୍ୟ।ୟ ମିଳିଲା ଓ ଗ୍ରାମବାସୀ ମାନେ ସେଇ ଗ୍ରାମର ନାମ ମାଙ୍କୁ ସନମାନ ଦେଇଥିବାରୁ ଗାଁ ର ନାମ 'ମାଳ 'ଦେଲେ ।



Rate this content
Log in

More oriya story from Akshayakumar Dash

Similar oriya story from Abstract