Akshayakumar Dash

Abstract

5.0  

Akshayakumar Dash

Abstract

ସିନ୍ଦୁର(ଭାଗ ୬)

ସିନ୍ଦୁର(ଭାଗ ୬)

1 min
480


ଝିଅଟିକୁ ହାତକୁଧରି ତାର ମା ଆଣିଲେ । ଛୋଟେଇ ଧୀରେଧୀରେ ପାଦପକାଇ ପହଁଚିଲା । ମୁହଁ ଶୁଖିଯାଇଛି । ତାର ସ୍କୁଲ ପୋଷାକ ପିନ୍ଧିଥିଲା । ସ୍ଥାନେସ୍ଥାନେ ରକ୍ତ ଛିଟା ଓ ଅପରିଷ୍କାର ପୁଲାପୁଳାଏ ।ଶୋଭାଦେବୀ ତାଙ୍କ ବ୍ୟାଗରୁ ହଳେ ପୋଷାକ ବାହାରକରି ଝିଅଟିକୁ ନେଇ ଭିତରେ ପୁରୁଣା ଟିକୁ କାଢି ପିଂଦେଇଦେଲେ । ତାର ହାତରେ କିଛି ଫଳ ଆଣିଥିବା ବ୍ୟାଗଟିକୁ ଦେଲେ । ତାର ମା ହାତରେ ପାଞ୍ଚସ ଟକଂ। ଖଣ୍ଡେ ନୋଟ ବଢ଼ାଇଦେଲେ । ତାର ମା ଖୁସିରେ ଧରି ଶୋଭାକୁ ପ୍ରଶଂସାକରିଥିଲେ । ଅନ୍ୟ ମହିଳା ମାନେ ମଧ୍ୟ ଖୁସିହୋଇଥିଲେ । ଜଣେ ମହିଳା ମଧ୍ୟ ଶୋଭକୁ ଧନ୍ୟବାଦ ଦେଇକହିଥିଲେ ମା ଆପଣଙ୍କ ପରିମହିଳା ଆମର ପ୍ରେରଣା ଆପଣ ଆମ ସାଙ୍ଗରେଥିଲେ ଆଉଭୟକରି ଚଳିବୁନାହିଁ । ଆପଙ୍କୁ ଆମେସମସ୍ତେ ସହଯୋଗ କରିବୁ ।

ଶୋଭାଦେବୀ ସମସ୍ତଙ୍କୁ ବୁଝାଇ ଦେଲେ,ଏଥିରେ ମୋର କିଛି ପ୍ରେରଣାନାହିଁ, ପ୍ରକୃତ ଦେଖିବାକୁଗଲେ ସେଇ ଭଦ୍ରବ୍ୟକ୍ତି ଜଣକ ଯେକି ଡାକ୍ତରୀ ଚିକିତ୍ସା ସରକାରୀ ଡାକ୍ତରଖାନାରେ କରି ମତେ ଆସି ଜଣାଇଥିଲେ । ଏହି ପରୀକ୍ଷ ରିପୋଟ ଆଉ ଭୂଲ ହେବାର ନାହିଁ । କାରଣ ରିପୋଟରେ ଡାକ୍ତର ମଧ୍ୟ ଲାଞ୍ଚନେଇ ବା ପ୍ରଭାବିତହୋଇ ପରିବର୍ତନ କରିବାର ସନ୍ଦେହ ଥାଏ । ହେଲେ ଆକୁ କେହିହେଲେବି ଫାଙ୍କିଦେଇ ପରିବନାହିଁ । ଆସାମୀର ଛୁଟି ଆମହାତରେ ଅଛି । ଶୋଭାଦେବୀ ମୋବାଇଲ ବାହାରକରି ଏସ ପି କୁଁ କଲେ, ସାର ଜଣେ ସ୍କୁଲଫେରନ୍ତା ଝିଅକୁ ବଳତ୍କାର କରି ଦୁଷ୍କର୍ମ କରିଥିବା ଆସାମୀକୁ ଆରେଷ୍ଟ କଲେକି ପ୍ରମାଣତ ସଂଯୋଗ ହୋଇଛି । ଘଣ୍ଟାକ ଭିତରେ ଆରେଷ୍ଟ କରନ୍ତୁ, ନଚେତ ଶତାଧିକ ମହିଳା ଥାନା ଘେରାଉ କରିବୁ ।


Rate this content
Log in

Similar oriya story from Abstract