Sujata Dash

Children Others

3  

Sujata Dash

Children Others

ସିଲଟ

ସିଲଟ

2 mins
721


"ନଈ ପାଣି ନଈକି ଯା

କୂଅ ପାଣି କୂଅ କୁ ଯା

ମୋ ସିଲଟ ଶୁଖି ଯା"

ଏଇନେ ସିଲଟ ଶୁଖି ଯିବ ଯେ | ମୁନି ତରତରକି ସିଲଟ ଉପରେ ପାଣି କନା ଛାପି ପକେଇଲା | ଘରୁ ବାହାରିଲା ବେଳକୁ ଆଜି ଡେରି ହେଇ ଗଲା,ବୋଉ ତ ବାସିପାଇଟି ରେ ଲଗେଇଦେବ ସକାଳୁ| ସ୍କୁଲରେ ଆଉ ବେଇଗି କିମିତି ପହଂଚିବ ସିଏ ?ଆସିଲା ବେଳକୁ ସାର ବ୍ଲାକବୋର୍ଡ଼ରେ କେତେ କଣ ଲେଖି ସାରିଲେଣି | ଉତ୍ତାରିଲାବେଳକୁ ଅକ୍ଷର ବଙ୍କାଟଙ୍କା ହେଇ ଗଲା | ସାରଙ୍କୁ ବିଲକୁଲ ପସନ୍ଦ ନୁହେଁ |

"ଜଲଦି ଟିକେ ଶୁଖି ଯା'ରେ ସିଲଟ | ଦିଶିଲାଣି ସାରଙ୍କର ଲହଲହକା ବେତ | ରାଗିଯିବେ ଯଦି ...ଛାଡ, କାନମୋଡା ସାଙ୍ଗକୁ ଆଂଗୁଠିସନ୍ଧି ରେ ପେନସିଲ ଗେଂଜିଦେବେ, ଆଉ ଆଣ୍ଠୁତଳେ ଗୁଡ଼ି ଦେଇ ନିଲଡାଉନ କରେଇବେ | ବ୍ଲାକବୋର୍ଡ଼ ରୁ ଲିଭା ହବା ପୂର୍ବରୁ ଗୋଲ ଗୋଲ କରି ଲେଖିଦେଲେ ସାବାସୀ ମିଳିଯିବ | " ଯାଇହଉରେ, ବେଲ ବାଜିଗଲା |ପିରିୟଡ଼ ସରିଗଲା, ଭାଗ୍ୟ ଆଜି ତେଜ଼ ଅଛି ,ମାଡ ରୁ ବଂଚିଗଲା ମଣିଷ |

ଏଇନେ ଡ୍ରଇଂ ସାର ଆସିବେ |ଚିନ୍ତା ନାହିଁ | ଖାତା ପେନସିଲ ରବର ସବୁ ରେଡି | ଛେପ ମରାହେଇକି ରବର ଖଣ୍ଡକ କୋତରା ଧରିଲାଣି, ହେଲେ କ'ଣ ହେଲା ? କାମ ଦଉଚି | ଖାତା କଳା ଟିକେ ହେଇଯାଉଛି , ହେଲେ ଲିଭି ତ ଯାଉଛି | ସାର କହିବେ " ନୂଆ ପୃଷ୍ଠା ଓଲଟାଅ, ଆଜି ଗୋଟେ ନୂଆ ପ୍ରକାରର ଚିତ୍ର କରିବା |"

ପୁରୁଣାକୁ ପଛରେ ପକେଇ ନୂଆ ଆଗ ହେଇ ଚାଲିଛି | ପୁରୁଣା ପାଠ ସିଲଟରୁ ଲିଭିଯାଉଛି | ନୂଆ ବାକ୍ୟ ନୂଆ ଅଙ୍କ ସିଲଟ ର ବୁକୁ ଭରିଦେଉଛି ,ମେଜିକ ଭଳିଆ -ପୁଣି ନୂଆ, ପୁଣି ନୂଆ - ସବୁଦିନ କିଛି ନା କିଛି ନୂଆ |

ଏଇ ମେଜିକ ବୋଉ ଆମର ଟିକେ ବୁଝି ପାରନ୍ତାନି ! ଯେତେବେଳେ ଦେଖ, ହାଣ୍ଡି ଭଳିଆ ମୁହଁ ଟା କରିଥିବ | କ'ଣ ହେଲା ପଚାରିଲେ - ବାହୁନି ବସିବ, "ଧିକ ଏ ଜୀବନ! କପାଳ ରେ କେବଳ ଦୁଃଖ, ସୁଖର ଛିଟା ଟୋପେ ବି ପଡିନି କେବେ |" ଥରେ ଥରେ ଇଛା ହୁଏ - ତାର ସବୁଯାକ ଦୁଃଖ ସିଲଟ ରେ ଲେଖିକି ପାଣି କନା ଛାପି ଦିଅନ୍ତି, ନହେଲେ ଡ୍ରଇଂ ଖାତା ରେ ଆଙ୍କି ଦେଇ ମୋ କୋତରା ରବର ରେ ଲିଭେଇଦିଅନ୍ତି | ଧାପେ କଳା ଦାଗ ରହିଲେ ବି ଲିଭି ତ ଯାଆନ୍ତା | ହେଲେ, ସିଏ କଣ ହଁ କହିବ? କେବେ ନୁହେଁ | ପାଞ୍ଚଣ ଧରି ଗୋଡ଼େଇବ | ସପିବ, କହିବ "ବାହାର ଏଠୁ, ଭାରି ସିଲଟ ଖଡ଼ି ପାଠ ପଢାଉଛି | ଭୂସପଣ୍ଡିତ ଟେ ତ !"


Rate this content
Log in

Similar oriya story from Children