STORYMIRROR

pranati Mahapatra

Inspirational Others

3  

pranati Mahapatra

Inspirational Others

ସୀମା ଲଙ୍ଘନ

ସୀମା ଲଙ୍ଘନ

2 mins
201


ସକାଳୁ ସକାଳୁ କେହି ଜଣେ ଖବର ଦେଲେ କି ଅରୁନ୍ଧତୀ ଖୁଡିଙ୍କୁ ଗାଡ଼ି ବାଡେଇ ଦେଇଛି ଯେ ସେ ଆଉ ନାହାଁନ୍ତି।ଏମିତି ହୋ ହାଲ୍ଲା କଲେ ଯେ ପାଖଆଖ ସାହି ପଡିଶା ରୁଣ୍ଡ ହୋଇ ଘଟଣା ସ୍ଥଳକୁ ଧାଇଁଲେ।ଅରୁନ୍ଧତୀଙ୍କ ପୁଅମାନେ ବି ଗଲେ।ଗାଡ଼ି ଏମିତି ମାଡିଯାଇଥିଲା ଯେ ଆଦୌ ଚିହ୍ନି ହେଉ ନ ଥିଲା।ସାରା ଶରୀର ରକ୍ତ ଜୁଡୁବୁଡୁ।ଲୁଗା ରକ୍ତରେ ଭିଜି କେବଳ ଲାଲ୍ ଆଉ ଲାଲ୍ ଦେଖା ଯାଉଥିଲା।ପାଖରେ ଥିବା ମନିପର୍ସ ଓ ବ୍ୟାଗରୁ ସମସ୍ତେ ଅରୁନ୍ଧତୀ ଦେବୀ ବୋଲି ଚିହ୍ନିଛନ୍ତି।ପୁଅମାନେ ଶବ ବ୍ୟବଛେଦ ପରେ ସଂସ୍କାର ସହ କ୍ରିୟାକର୍ମ ଖୁବ ଭଲ ଭାବରେ କରିଲେ ।ସମସ୍ତେ ଅରୁନ୍ଧତୀଙ୍କ କଥା ବି ଧୀରେ ଧୀରେ ଭୁଲିଗଲେ।


     ହଠାତ ଦିନେ ଗୋଟିଏ ବୃଦ୍ଧାଶ୍ରମର ଲୋକମାନେ ଆସି ଅରୁନ୍ଧତୀ ଦେବୀଙ୍କ ଘରେ ପହଞ୍ଚି ଗଲେ ଓ ଘର ଛାଡିବା ପାଇଁ ନୋଟିସ ଦେଲେ।ଏସବୁ ଦେଖି ଓ ଶୁଣି ପୁଅବୋହୁ ମାନେ ତାଜୁବ ହୋଇଗଲେ।ବଡ଼ବୋହୁର ତ ପାଟିରେ ବାଡ଼ବତା ନ ଥାଏ।


     ସମସ୍ତେ ଶୁଣିବା ଭଳି ବଡ଼ ପାଟିରେ ଚିଲେଇ ଚିଲେଇ କହୁଥାଏ, ଦେଖ ହୋ ଏ ମଉନମୁହିଁ ବୁଢୀକୁ।ଭିତରେ ଭିତରେ ଏତେ କାମ କରିଛି, ଆମକୁ ଜଣା ନାହିଁ।ତୁମ ପୁଅବୋହୁ ମାନେ ଅଛନ୍ତି, କେହି ନ ଥିଲେ ହଁ ତୁମେ ଅନାଥାଶ୍ରମ କି ଜରାଶ୍ରମକୁ ଜାଗାବାଡି ଦାନ କରିଥାନ୍ତ।ଖୋଦ ଆମେ ବଞ୍ଚିଛୁ।ବୁଢାବୁଢୀ କେଡେ ବଦମାସ ଦେଖ।ଏମିତି କାମ କରିବେ ବୋଲି କେହି ବିଶ୍ୱାସ କରିଥିଲ।


ସମସ୍ତେ ସମସ୍ତେ ପଦେ ପଦେ ଏମିତି କୁହାକୁହି ହୋଇ କେବଳ ବୁଢୀକୁ ନୁହେଁ ବୁଢାକୁ ବି ଛାଡୁ ନ ଥାନ୍ତି।ହେଲେ ଆସିଥିବା ଲୋକମାନେ କଡା ତାଗିଦ କଲେ କି ଆସନ୍ତା ୧୫ ଦିନ ଭିତରେ ଘର ଖାଲି କରିବ ଯେମିତି।


କେଉଁଠି ରହିବା, କଣ କରିବା ବୋଲି ବିଳିବିଳେଇଲେ ସମସ୍ତେ।ଆସିଥିବା ଲୋକ ତ ଚାଲିଗଲେ।ନିର୍ଦ୍ଧାରିତ ସମୟରେ ସେମାନେ ଘର ବି ଖାଲି କରିଦେଲେ।ଭଡାଘର ଦେଖି ଅଲଗା ଅଲଗା ଜାଗାରେ ରହିଲେ।ସେ ଘର ସେମିତି ଫାଙ୍କା ଥାଏ।


    ବୃଦ୍ଧାଶ୍ରମର ଅନ୍ତେବାସୀ ମାନେ ମିଶି ଦିନେ ଗୋଟିଏ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରିଛନ୍ତି।କାର୍ଯ୍ୟକ୍ରମ ହେଲା ଏକକ ଅଭିନୟ।ସେଦିନ ଥିଲା ବୃଦ୍ଧାଶ୍ରମ ପ୍ରତିଷ୍ଠା ଦିବସ।ସେଥିପାଇଁ ସହରର ଧନୀମାନୀ ଲୋକମାନେ ବି ଆଗ୍ରହ କରି ଅନେକ ଦାନ କରିଥିଲେ ଆଶ୍ରମକୁ। ସ୍ଥାନୀୟ ମନ୍ତ୍ରୀ ମହୋଦୟ ସବୁ ଦାୟିତ୍ୱ ନେଇଥିଲେ।ତେଣୁ ଖୁବ୍ ଧୁମଧାମରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ସେଦିନ ଆଶ୍ରମର ଅନ୍ତେବାସୀ ମାନଙ୍କର ଆନନ୍ଦ କହିଲେ ନ ସରେ।ସମସ୍ତେ ନବବସ୍ତ୍ର ପରିଧାନ କରିଥାନ୍ତି।ବିଭିନ୍ନ ଆମନ୍ତ୍ରିତ ଅତିଥି ଆସିଥାନ୍ତି।ସହରର ଅନେକ ଲୋକ ବି ଆସିଥାନ୍ତି।ଆକର୍ଷଣର କଥା ଯେ ପରିଣତ ବୟସରେ ବି ଆଜିର ଯୁବପିଢିଙ୍କୁ ନିଜର ଅଭିନୟ ମାଧ୍ୟମରେ କିଛି ସଚେତନତା ବାର୍ତ୍ତା ଦେଇ ସମାଜରେ ସଂସ୍କାର ଆଣିବା।


   ଠିକ ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହେଲା।ଜଣେ ପରେ ଜଣେ ଆସି ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କ ହୃଦୟ ଜିଣୁଥିଲେ ଅନ୍ତେବାସୀ।ହେଲେ ଜଣେ ବୃଦ୍ଧାଙ୍କର ଅଭିନୟ କଳାକୌଶଳରେ ଉପସ୍ଥିତ ଦର୍ଶକଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା।କଥାଟି ଥିଲା ଏମିତି।


   ଖୁବ ଗରୀବ ନ ହେଲେ ବି ମଧ୍ୟବିତ୍ତ।ମାଷ୍ଟର ଚାକିରି ସହ ୪ପୁଅଙ୍କୁ ମଣିଷ ଭଳି ମଣିଷ କରିବା ଲକ୍ଷରେ ରକ୍ତକୁ ପାଣି କରି ଖାଇବା ପିଇବା ସୁଖ ଖୁସି ଭୁଲି ବାପା ମାଆ ପରିଶ୍ରମ କରନ୍ତି।ସ୍କୁଲରେ ପରିଶ୍ରମ ସହ ରାତି ଦଶ ଯାଏ ପିଲାଙ୍କୁ ଟିଉସନ କରନ୍ତି।ପିଲାମାନେ ବଡ଼ ହେଲେ।ଅବସରପ୍ରାପ୍ତ ବାପା ୧୬ ହଜାର ଟଙ୍କା ପେନସନ ପାଉଥିବା ସତ୍ତ୍ୱେ ବି ଘରର ଯାବତୀୟ କଥା, ପରିବା ଆଣିବା, ସଉଦା କରିବା ଇତ୍ୟାଦି କରୁଥିଲେ ବୁଢା ବୟସରେ ଚାଲି ଚାଲି।ହେଲେ ଡାଇବେଟିସ ରୋଗ ସହ ନାନାଦି ରୋଗାକ୍ରାନ୍ତ ବାପାଙ୍କୁ ବିନା ଔଷଧ ଚିକିତ୍ସା ରେ ରଖିରଖି ମାରିଦେଇଥିଲେ ପିଲାମାନେ।ଏବେ ତ ବୁଢ଼ୀ ର ପାଳି।ଅତ୍ୟାଚାର ସହିବାର ବି ଗୋଟିଏ ସୀମା ଥାଏ।ନୀରବ ରହି ରହି ବିଦ୍ରୋହଟା ଯେତେବେଳେ ଝଡ଼ର ରୂପ ନେଲା ବୁଢ଼ୀ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବୃଦ୍ଧାଶ୍ରମକୁ ଦାନ କରି ଅନ୍ତେବାସୀ ଙ୍କ ସହ ବେଶ୍ ସୁଖରେ ଅଛନ୍ତି।


ନୀରବତା ଭଲ ସତ,ହେଲେ ନୀରବ ଯେତେବେଳେ ସୀମା ଲଙ୍ଘନ କରେ ବିରାଟ ଝଡ଼ ରୂପ ଧାରଣ କରି ଧ୍ଵଂସ କରିଦିଏ।


Rate this content
Log in

Similar oriya story from Inspirational