Deepak Sarangi

Romance Others

1.0  

Deepak Sarangi

Romance Others

ଶଙ୍କରର ପ୍ରିୟା

ଶଙ୍କରର ପ୍ରିୟା

2 mins
212


ପଞ୍ଜାବୀ ଢାବାକୁ ଶଙ୍କର ସେଦିନ ଖାଇବାକୁ ଯାଇଥାଏ । ସବୁଦିନ ଭିତରେ ବସିଥିବା ପ୍ରିୟାକୁ ଆଜି ତା ଟେବଲ ଉପରେ ବସିଥିବାର ଦେଖି ସେ ବହୁତ ଖୁସି ହୋଇଗଲା । ଅବଶ୍ୟ ପ୍ରିୟାକୁ ରାତିରେ ଦେଖିବା ତା ପାଇଁ କିଛି ନୂଆ କଥା ନ ଥିଲା । କାରଣ ଢାବା ହୋଟେଲ, ରେଷ୍ଟୁରାଣ୍ଟ୍ ଆଦି ଜାଗା ହିଁ ପ୍ରିୟାର ବାସସ୍ଥାନ । ଏତେ ଦିନର ଯିବା ଆସିବା ଭିତରେ ଶଙ୍କର ତା ପ୍ରେମରେ ପଡି ଯାଇଥିଲା ।  ଥରେ ଦୁଇଥର ଭାବର ଆଦାନପ୍ରଦାନ ଭିତରେ ତାଙ୍କ ଭିତରେ ସୃଷ୍ଟି ହୋଇ ସାରିଥିଲା ଅନାବିଳ ପ୍ରେମ ।

ପ୍ରତିଦିନ ରାତିରେ ତା ସହ ଘଣ୍ଟେ ଦୁଇଘଣ୍ଟା ନ ବିତାଇଲେ ଶଙ୍କରର ମନ ପୁରା ପାଣିଚିଆ ହୋଇଯାଏ । ସେଦିନ ଶଙ୍କରର ପ୍ରିୟା ଲାଗୁଥିଲା ଏକଦମ୍ ନୂଆ ନୂଆ । ସେଥିପାଇଁ ପ୍ରିୟା ସହ ଟିକେ ବେଶି ସମୟ ବିତେଇବା ପାଇଁ ତା’କୁ ଶଙ୍କର ଲୁଚେଇ କି ଢାବା ବାହାରକୁ ଖୋଲା ପଡିଆ ଆଡକୁ ନେଇ ଆସିଲା । ଭାବିଥିଲା ତା ସହିତ ଖୋଲା ପଡିଆରେ ଟିକେ ମନ ଖୋଲି ତାକୁ ଭଲ ପାଇବ ; କିନ୍ତୁ ତା ଭଳିଆ ଅନେକ ପ୍ରେମୀ ଯୁଗଳଙ୍କୁ ଦେଖି ସେ ସେଠି ଆଉ ବେଶି ସମୟ ରହି ପାରିଲା ନାହିଁ । ତା’ପରେ ସେଠୁ ଶଙ୍କର ତା ପ୍ରିୟାକୁ ଧରି ଚାଲିଲା ନଈ କୂଳକୁ ପୂର୍ଣମୀ ଜହ୍ନର କିରଣରେ ନଈ ପାଣି ସହିତ ପ୍ରିୟା ଦେହ ମଧ୍ୟ ଚକଚକ କରୁଥାଏ । ଏତେ ରାତିରେ ପ୍ରିୟା ସହିତ ନଦୀ କୂଳରେ ବସି କିଛି ମୂହୁର୍ତ୍ତ ବିତାଇବା ଶଙ୍କର ପାଇଁ ଥିଲା ଗୋଟେ ନିଆରା ଅନୁଭୂତି । ତା’ର ପ୍ରିୟତମର ଦେହକୁ ଛୁଇଁ ଆସୁଥିବା ପ୍ରତ୍ୟେକଟି ସୁଲସୁଲିଆ ପବନ ଶଙ୍କରକୁ ବସନ୍ତ ମଳୟର ଛିଟା ପରି ଲାଗୁଥାଏ । ରାତି ଯେତେ ବଢୁଥାଏ ଶଙ୍କର ଓ ପ୍ରିୟା ମଧ୍ୟରେ ଦୂରତା ସେତେ କମିକମି ଯାଉଥାଏ । ଧୀରେ ଧୀରେ ଶଙ୍କର ପ୍ରିୟାର ଓଠ ପାଖକୁ ଗଲା ଆଃ! କି ମିଠା ତା ଅଧରର ସ୍ଵାଦ । ରାତିର ଗଭୀରତା ଯେତେ ବେଶି ହେଉଥାଏ ପ୍ରିୟା ଶଙ୍କରକୁ ସେତେ ତା ଓଠର ସ୍ପର୍ଶ ଦେଇ ପାଗଳ କରୁଥାଏ ଆଉ ଭିଜାଉଥାଏ ପ୍ରେମର ବର୍ଷାରେ । ଶଙ୍କରର ଦୁଷ୍ଟାମି ଯେତେବେଳେ ସୀମାପାର ହୋଇଗଲା ଅବଶ ହୋଇ ସେ ଲୋଟି ପଡିଲା ନଦୀର ବାଲିପଠାରେ । ସେଦିନର ରାତି ସିନା ସରି ଯାଇ ଥିଲା ହେଲେ ଶଙ୍କରର ପ୍ରିୟା ସହିତ ନିଇତି ଦୁଷ୍ଟାମି କରିବାର ନିଶା ତା’କୁ ପାଗଳପ୍ରାୟ କରି ଦେଇଥିଲା ।


ଦିନ ଥିଲା ପ୍ରିୟା ବିନା ଶଙ୍କରକୁ ରାତିରେ ନିଦ ହେଉନଥିଲା । ହେଲେ ଆଜି ଦୀର୍ଘ ଦଶବର୍ଷ ପରେ ଶଙ୍କର ତା ପ୍ରିୟାକୁ ତା ଠାରୁ ଖୁବ୍ ଦୂରକୁ ଠେଲି ଦେଇଛି । ଏହା ଜାଣି କି ମଧ୍ୟ ଯେ ପ୍ରିୟା ବିନା ସେ ବଞ୍ଚି ପାରିବ ନାହିଁ । ତା ପାଇଁ ଶଙ୍କର ବରବାଦ୍ ହୋଇ ଯାଇଛି । କେତେ ମିଛ କହିଛି ନିଜ ଲୋକଙ୍କ ଆଗରେ ପ୍ରିୟାକୁ ଟିକେ ପାଇବା ପାଇଁ । ଆଜି ଦଶବର୍ଷ ତଳର କଥାକୁ ମନେ ପକେଇ ଶଙ୍କର ଲୁହ ଗଡେଇଚାଲିଛି । ସେ ପ୍ରିୟା ସହିତ ମିଶି କେତେ କ'ଣ ହଜାଇ ଦେଇଛି ତା’ର ହିସାବ ମଧ୍ୟ ନାହିଁ । ନଷ୍ଟ ହୋଇଯାଇଛି ତା’ର ସର୍ବାଙ୍ଗ ଶରୀର । ଏଇ ଧରାରେ ଆଉ ମାତ୍ର କିଛିଦିନ ନଷ୍ଟ ହୋଇ ଯାଇଛି ତା’ର ସର୍ବାଙ୍ଗ ଶରୀରର ଅତିଥି ସେ । ପ୍ରିୟା କଥା ସିନା ସରିଗଲା ହେଲେ ଶଙ୍କରର ପ୍ରିୟା କିଏ ଥିଲା ? ଆପଣ ମାନେ ଜାଣିବାକୁ ନିଶ୍ଚିତ ଉତ୍ସୁକ ଥିବେ । ଶଙ୍କରର ପ୍ରିୟା ଥିଲା ଦେଶୀ ମଦ ବୋତଲ ।   


Rate this content
Log in

Similar oriya story from Romance