STORYMIRROR

Akshayakumar Dash

Abstract

3  

Akshayakumar Dash

Abstract

ଶକ୍ତି ପୂଜା

ଶକ୍ତି ପୂଜା

2 mins
447

ଗଙ୍ଗାଧର ମୋର ପିଲାବେଳ ର ସାଙ୍ଗ ।ପିଲାବେଳ କହିଲେ ସ୍କୁଲ ସମୟର । ଲାଲବହାଦୁର ହାଇସ୍କୁଲ ସେ ପଢୁଥିଲା ।ମୁଁ ଧର୍ମଶାଳା ବାଣିପିଠରେ ରେ ପଢୁଥାଏ । ମୋର ପିତା ଲାଲବହାଦୁର ରେ ଶିକ୍ଷକ ଥିଲେ ।୧୯୭୧ ମସିହାର କଥା ।ମୁଁ ରାତ୍ରୀ ରେ ସ୍କୁଲରେ ରହି ଟିୟୁସନ ହେଉଥିଲି ।ଗଙ୍ଗାଧର ମୋର ସାଙ୍ଗ ହେଲା ।ସାଙ୍ଗ ଠାରୁ ଉଚ୍ଚରେ । ସାନଭାଇ ପରି ସେ ମତେ ଭାଇନା ଏବେ ବି ଡାକେ ।ରାତିରେ ଚାହା ପିଉ ।ତାର ବାପା ତାକୁ ଚାରଣୀ ଟିଏ ଦେଇଥିବା ପଇସାରେ କପେ ଚାହା କୁ ଦୁଇ ଭାଗ କରି ପିଉ ।ଟିମା ପଣ୍ଡା ଚାହା ଦୋକାନି ଆମ ଆସିବାକୁଅପେକ୍ଷାକରି ରହିଥାଏ । ସ୍କୁଲରେ ପାଖା ପାଖି ଶୋଉ ।ସକାଳେ ନିତ୍ୟକର୍ମ ସାରି ଟିଉସନ ହୋଇ ଘରକୁ ଫେରୁ ।ଏ ଥିଲା ଆମର ନୀତିଦିନିଆ କାର୍ଯ୍ୟ । ଗଣନାଥ ସାର ଓ ପରେ ଅନ୍ତ ସାର କଂ ପାଖରେ ଟୁୟୁସନ ହୋଇଥିଲୁ ।

ଗଙ୍ଗାଧର ଖୁସି ମିଞ୍ଜ।ସ ଥିଲା ।ଆଜିପର୍ଯ୍ୟନ୍ତ କାହାଉପରେ କ୍ରୋଧ କରି ଗାଳିଗୁଲଜ କରିବାର ଦେଖିନାହିଁ ।ସବୁଥିରେ ସନ୍ତୁଷ୍ଟ ରହିବା ଗୁଣ ଥିଲା ।ସବୁଠାରୁ ମହତ୍ୱପୂର୍ଣ୍ଣ ଅଟେ ସେ ବିପଦ ଆପଦରେ ସାହାଯ୍ୟ କରେ ।ଏମିତିବି ତା ସାହାଯ୍ୟ ନେଇ ଲୋକମାନେ ପ୍ରଶଂସା କରନ୍ତି ।ତାର ପିତା ଜଣେ ସାଧା ସିଧା ସରଳ ବିଶ୍ୱାସୀ । ପରିଶ୍ରମୀ ମଧ୍ୟ ।ବାରିପଦାରେ ଚାହାଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ତାର ପିତାଙ୍କୁ ମୁଁ ମଉସା ଡାକେ । ମତେ ଦେଖିଲେ ମଉସା ଖୁସିହୋଇ ମାଉସୀଙ୍କୁ ଖାଇବାକୁ ଦେବାକୁ କୁହନ୍ତି । ମାଉସୀ ମଧ୍ୟ ଭାରି ସ୍ନେହରେ ପଖାଳ ସଙ୍ଗେ ବଢିଚୁରା ଶାଗ ଓ ଭଜାଭଜି ବାଢିଡଦିଆନ୍ତି । ଘରେ ଖାଇ ଆସିଥିଲେ ବି ଖାଏ । କାରଣ ମାଉସୀଙ୍କ ହାତରୁ ଖାଇଲେ ଆନନ୍ଦଅନୁଭବ କରେ । ଗଙ୍ଗାଧର ଅତ୍ୟନ୍ତ ଖର୍ଚୀ ତେଣୁ ମଉସା ତାକୁ କିଛି ନକହି ମତେ କୁହନ୍ତି ଅକ୍ଷୟ ତାକୁ ଟିକେ ବୁଝେଇଦେ । ଗଙ୍ଗାକୁ ବୁଝେଇଲେ ସେ ହସିଦିଏ । ମେଟ୍ରିକ ପାସ କରି ସେ ବାରିପଦା ରେ ପଢିଲା ।ବିଏ ପାସକରି ବାରିପଦା ମୟୁର ଗଂଜି କାରଖାନା ଓ ପରେ ନିକୋ କାରଖାନା ରେ ଚାକିରୀ କଲା । ଟୁନି ନାମକ ଝିଅକୁ ଭଲପାଇ ବିବାହ କଲା । ସମସ୍ତ କଥା ମତେ କୁହେ । ପୁଅ ଓ ଝିଅ ,ପତ୍ନୀ କୁନେଇ ବାରିପଦାରେ ରହିଲା ।

ଦୁର୍ଦ୍ଦଶା ପଡିଲା ,ତାର ପତ୍ନୀର ଅକାଳ ବିୟୋଗ ଘଟିଲା । ପିଲା ଦୁଇଟିକୁ ନେଇ ପାଠପଡେଇ ମଣିଷ କଲା । ମଉସା ମଧ୍ୟ ବିଦାୟ ନେଲେ ।

ଏବେ ବାରିପଦା ଯାଇଥିଲି । ମୋର ସାନ ଭାଇ ରବୀନ୍ଦ୍ର ସେଠାରେ ଅଛି । ଗଙ୍ଗାକୁ ଭେଟିବା ମନ ବ୍ୟାକୁଳ । ଚାକିରିରୁ ଅବସର ନେଲାପରେ ଏକ ଦୋକାନରେ ମ୍ୟାନେଜର ଅଛି କ।ମପରେ ଭେଟହେଲା। କଥାବାର୍ତା ଭିତରେ ସାଇକେଲ ଏ ବୟସରେ ଏତେ କରିବା ନୁହେଁ ବୋଲି କହିଲି । ସେ କିନ୍ତୁ କହିଲା ସାଇକେଲ ମତେ ବଞ୍ଚେଇଛି ଭାଇନା । ମତେ ବଞ୍ଚିବାର ଶକ୍ତି ଦେଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract