STORYMIRROR

Samar Ballav Bhoi

Abstract Tragedy Inspirational

4  

Samar Ballav Bhoi

Abstract Tragedy Inspirational

ଶହୀଦ

ଶହୀଦ

2 mins
253



ସବୁ ଦିନ ପରି ସେଦିନ ମଧ୍ୟ ସୁକାନ୍ତ ବହୁତ ଖୁସି ଥାଏ, ହସ ହସ ମୁଁହରେ ମା ସହିତ କଥାବାର୍ତ୍ତା କରିଚାଲିଥାଏ, ଏପଟେ ଦେଶ ସୁରକ୍ଷା ପାଇଁ କର୍ତ୍ତବ୍ୟର ସୀମା ରେଖାକୁ ଶୀଘ୍ର ଶୀଘ୍ର ବାହାରିବା ପାଇଁ ପ୍ରସ୍ତୁତ ହେଉଥାଏ ଫେରିଯିବାକୁ। ବହୁତ ଦିନ ପରେ (ଦେଶ ପାଇଁ ଜାଗ୍ରତ ପ୍ରହରି ସାଜିଥିବା ସୁକାନ୍ତ) ନିଜ ଗାଁ ମାଟିକୁ ଆସି ପୁଣି ଥରେ ଫେରି ଯାଉଥିବାର ଦୁଃଖରେ ମା ଆଖିର ଛଳଛଳ ଲୁହର ଧାର ବୋହି ଯାଉଥାଏ। ସୁକାନ୍ତ କହିଲା ମା ତମେ କାନ୍ଦୁଛ କାହିଁକି? ଏ ସମୟ ଦୁଃଖ ର ନୁହେଁ, ଖୁସି ଓ ଆନନ୍ଦର ସମୟ, ମୁଁ ଜଣେ ଦେଶର ସୈନ୍ୟ, ଯୋଦ୍ଧା, ଯୁଦ୍ଧ ଭୁମିରେ ଶତୃ ସହ ଲଢେଇ କରିବା ମୋର ରାଜକୀୟ ଧର୍ମ, ଯେଉଁ ପୁଅ ଦେଶର ସୁରକ୍ଷା ପାଇଁ ଜୀବନକୁ ବାଜି ଲଗାଇ ଲଢ଼ିବାକୁ ପ୍ରସ୍ତୁତ , ତା ମା କେବେ ଦୁର୍ବଳା ନୁହେଁ, ଦେଶର ସୁରକ୍ଷା ପାଇଁ ଲଢ଼ିବାକୁ ମୋତେ ଆଶୀର୍ବାଦ କର ମା ! , ସବୁବେଳେ ଆମେ ବିଜୟୀ ହୋଇ ଫେରୁ। ମା ମନ ସବୁବେଳେ ସନ୍ତାନ ପାଇଁ ବ୍ୟସ୍ତତା ପୂର୍ଣ୍ଣ ଓ ଭୟାତୁର, ହଁ ସୁକାନ୍ତ ତୁ ଠିକ୍ କହିଲୁ, ଏଥିରେ ମୋର ଦୁଃଖ ପ୍ରକାଶ କରିବା ଅନୁଚିତ, ତଥାପି ମୁଁ ଧୈର୍ଯ୍ୟର ସୀମା ଭିତରେ ରହିବାକୁ ଚେଷ୍ଟା କରିବି, ମା ଓ ମାତୃଭୁମି ମୋ ପାଇଁ ଏକ ମୁଦ୍ରାର ଦୁଇ ପାର୍ଶ୍ୱ

ପରି, ଜୀବନ ଯୁଦ୍ଧରେ ଗୋଟିଏ ପାର୍ଶ୍ବ ହିଁ ଆମକୁ ବାଛିବାକୁ ପଡିଥାଏ। ସୁକାନ୍ତ! ଏଥର ସମସ୍ତଙ୍କ ଆଶୀର୍ବାଦ ନେଇ ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହୁଅ, ନିଶ୍ଚିତ ମା, ତମେ କେବେହେଲେ ବ୍ୟସ୍ତ ହେବନି, ବିଶ୍ବାସର ଦଉଡ଼ି କୁ ଜାବୁଡି ଧରି ଥିବୁ, ମୁଁ ପୁଣି ଫେରି ଆସିବି କିଛି ଦିନ ପରେ, ସମସ୍ତେ ଭଲରେ ଥାଆନ୍ତୁ, ସୁରେନ୍ଦ୍ର , ସୁମତି ମନ ଦେଇ ପାଠ ପଢୁଥିବ, ବାପା ମାଙ୍କ କଥା ପ୍ରତି ନଜର ରଖୁଥିବ! ମୁଁ ଏଥର ଆସୁଛି, ମୋ ଟ୍ରେନ ଧରିବାକୁ ଆଉ ମାତ୍ର ୧ ଘଣ୍ଟା ବାକି ଅଛି, ପହଞ୍ଚି ଫୋନ କରିବି, ସୁକାନ୍ତ ପୁଞ୍ଚ ସେକ୍ଟର ରେ ପହଞ୍ଚି ଘରକୁ ଫୋନ କରି ଜଣାଇଦେଲା ଯେ ମୁଁ ଭଲରେ ପହଞ୍ଚି ଯାଇଛି ମା, ମଝିରେ ମଝିରେ ମୁଁ ଫୋନ୍ କରିବି, ଇତିମଧ୍ୟରେ ଦୁଇ ମାସ ବିତିଯାଇଥାଏ, ସୁକାନ୍ତ ଆଉ ମଝିରେ ଫୋନ୍ କରି ନଥାଏ, ଘରେ ମା ବ୍ୟସ୍ତରେ ଥାଆନ୍ତି, ଠିକ୍ ୧୦ ଦିନ ପରେ ଘରକୁ ଫୋନ ଆସିଲା, ଆଜି ପୁଞ୍ଚ ସେକ୍ଟର ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ସୁକାନ୍ତ ଓ ତାଙ୍କ ସାଥିରେ ଥିବା ଆଉ ପାଞ୍ଚଜଣ ଶହୀଦ ହୋଇଛନ୍ତି, ଏ ଖବର ଘରେ ଜାଣିବା ପରେ ତାଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଗଲା, ପରିବାରର ସମସ୍ତେ ଏ ଖବର ଶୁଣି ସ୍ତବ୍ଧ ହେଇଗଲେ, ମା'ର କ୍ରନ୍ଦନରେ ଘରେ ସବୁକିଛି ନିରବି ଯାଇଥିଲା। ସତରେ ସୁକାନ୍ତ ଦେଶର ସୁରକ୍ଷା ପାଇଁ ନିଜକୁ ବଳିଦାନ ଦେଇଛି ବୋଲି ମା ବାପା କହିଲେ, ସୁକାନ୍ତ ର ମୃତ୍ୟୁ ହୋଇନି ,ମା ପାଇଁ ଶୁଭେଚ୍ଛା ଜଣାଇ ଶତୃଦମନ ପାଇଁ ଚାଲିଯାଇଛି। ଜୀବନ ଯୁଦ୍ଧରେ କାହାକୁ ତ ଶହୀଦ ହେବାକୁ ପଡିଥାଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract