ଶବକୁ ଚିଠି
ଶବକୁ ଚିଠି
ଦିଲ୍ଲୀପ୍ କୁମାର ପରିଡା
କ’ଣବା ସମ୍ବୋଧନ କରିବି,
ପତିକୁ ପତନରୁ ଉଦ୍ଧାର କରିବା ପତ୍ନୀର ଧର୍ମ Iକିନ୍ତୁ ତମେ ସେଇ ପତନର ଦ୍ଲ୍ଦ୍ଲ୍ରେ ତୁମ ସହ ମୋତେ ବି ଟାଣି ନେବାକୁ ଚେଷ୍ଟା କଲ Iକ’ଣ ମୁଁ ଆଉ କରିଥାନ୍ତି?ତମେ ମୋତେ ବ୍ୟଭିଚାରିଣୀ ସଜେଇ ଦେବାକୁ ତିଳେ ମାତ୍ର କୁଣ୍ଠାବୋଧ କଲନି I ସମାଜର ମାଂସ ବଜାରରେ ନିଲାମ କରିବା ପୂର୍ବରୁ କୌଣସି ମତେ ତୁମ ଠାରୁ ମୁଁ ମୁକ୍ତି ପାଇଗଲି Iଚାଲି ଅସିଲି ମୋ ଆଠ ବର୍ଷର ପୁଅକୁ ଧରି ମୋ ବାପାଙ୍କ ପାଖକୁ Iହେଲେ ତମେ ଛଳନାକରି ମୋ ପୁଅକୁ ବି ମୋ ଠାରୁ ଛଡେଇ ନେଲ Iସବିଶେଷ ଲେଖିବା ବୋଧହୁଏ ଦରକାର ନାହିଁ Iସେଦିନ ଠାରୁ ନା ପୁଅ ଖୋଜିଲା ନା ତମେ ଖୋଜିଲ Iପୁଅକୁ ତମେ କ’ଣ କହିଲ ଜାଣେନା,କିନ୍ତୁ ମୁଁ ଭୟ କଲି ପୁଅର ଭବିଷ୍ୟତକୁ ନେଇ Iଶେଷରେ ତମେ ଜିତି ଗଲ Iପୁଅ ତୁମ ପାଖରେ ଖୁସିରେ( ! )ରହିଲା Iଦୀର୍ଘ ବାରବର୍ଷ ପରେ ତମେ ଖବର ଦେଲ Iତମ ନାଁ ରେ କେଶ୍ କରିବାକୁ କହିଲ.ପୁଅକୁ ନେବା ପାଇଁ କାନୁନ ଲଢେଇକରିବାକୁ ମୋତେ ପରାମର୍ଶ
ଦେଲ Iକିଛି ବୁଝିବା ପୂର୍ବରୁ ତମେ ତୁମ ଠିକଣା ଦେଇ କହିଲ ଆପୋଲ ହସ୍ପିଟାଲ୍ ଭୁବନେଶ୍ୱର ଆସିବାକୁ Iଅଜଣା ଭୟରେ ଆଉ ଆଶଙ୍କାରେ ମୁଁ ଦୌଡି ଆସିଲି ତମ ଠିକଣା ଯାଗାକୁ Iଭୟ ନଥିଲା କାଳେତମେ ବିକ୍ରି କରିଦେବ ମାଂସ ବଜାରରେ Iକାଳେ ମୋତେ ପରିହାସ କରିବ Iକାଳେ ମୋ ପୁଅ ମୋତେ ଧିକ୍କାର କରିବ Iସଠିକ୍ ଠିକଣାରେ ପହଞ୍ଚିବା ପରେ ତୁମଠୁ ପାଇଲି ଏକ ଉପହାର I ନା ଏ ଯାଏବି ତମେ ମୋ ପୁଅକୁ ମୋତେ ଫେରେଇ ଦେଲନି ସିନା ହେଲେ ଫେରେଇ ଦେଲ ମୋ ଶଙ୍ଖା ସିନ୍ଦୁର Iପରିବର୍ତ୍ତନ କରିଦେଲ ମୋ ଆଭୂଷଣ Iମୋତେ ପିନ୍ଧେଇଦେଲ ଧଳା ଶାଢୀ ଖଣ୍ତେ Iଆଜି ସେଇ ଅପହଞ୍ଚ ଇଲାକାକୁ ତୁମ ପାଖକୁ ଲେଖୁଛି ମୋ ଶେଷ ଚିଠି I ନା ମୁଁ କାନ୍ଦୁନି ସମ୍ପର୍କର ଦ୍ୱାହି ଦେଇ ତୁମକୁ କେବଳ ଗୋଟିଏ ପ୍ରଶ୍ନ Iତମେ ଚାଲିଗଲାପରେ ମୁଁ ଏବେ କ’ଣ କରିବି? ପରିଚୟ ନୂଆ Iବେଶ ପୋଷାକବି ନୂଆ Iସବୁଠୁ ନୂଆ ମୋ ପାଇଁ ଏଇ ଦୁନିଆ Iକୁଆଡେ ଯିବି
?ଭବିଷ୍ୟତ ଆଡକୁ ନା ଅତୀତକୁ?ବର୍ତ୍ତମାନତ ମୋ ପାଇଁ ଆଜି ପ୍ରଶ୍ନବାଚୀ ?ଚିଠି ପାଇଲେ ଉତ୍ତର ଦେବ ଅପେକ୍ଷାରେ ରହିଲି II ଇତି II
ତୁମର କେବଳ ତୁମର....
ଆପଣଙ୍କୁବି ମୋର ପ୍ରଶ୍ନ,କ’ଣ କରିବି ?