STORYMIRROR

Dillip Kumar Parida

Classics

5.0  

Dillip Kumar Parida

Classics

BHUL KAHARA

BHUL KAHARA

1 min
41.9K


-ହେଇଟିଶୁଭୁଚି.....?

-ହଁ ଶୁଭୁଛି ଶୁଭୁଛି I

-ଆମ ଶୁଭ କୁଆଡେ ପ୍ରମୋସନ ପାଇଛି ?

-ହଁ ପାଇଥିବ,କଣ ହେଲାକି ଦୂବ ଅରୁଆ ଚାଉଳ ନେଇ ବନ୍ଦେଇ ବାକୁ ଯିବ ନା କ?

-ତମେ ସେମିତି କଣ କହୁଛ ? ହାତୀ ବନସ୍ତରେ ବୁଲିଲେବି ରାଜାଙ୍କର ,ତମେ କଣ ଖୁସି ନୁହଁ ?

-ହଁ ଖୁସି ହଉଛି ତ ତମେ କଣ ଦେଖି ପାରୁନ?

-ଆରେ ତମେ କାନ୍ଦୁଛ?ଣ ହେଲା ? ଖବର କାଗଜଟା ପୁରା ଲୁହରେ ଭିଜି ଗଲାଣି ,କହୁନା କାହିଁକି କଣ ହେଲା?

- ଭାବୁଛି କେଉଁ  ପ୍ରମୋସନ ପାଇଲେ ଜୀବଟା ମଣିଷରେ ଗଣା ହେଇ ପରିବ?ଶୁଭକୁ ନିଶାରୁ ନିବାରଣ କରିଥିଲ ପରା? ହେଲେ ୟେ ବଡଲୋକି ନିଶାଟା ତାମନରେ କେତେବେଳେ ଯେ ଘାରିଦେଲା ,ତମେ ନା ମୁଁ କେହିବି ଟିକେ ଜାଣି ପାରିଲେନି Iଫେରେଇ ହୁଅନ୍ତା ଯଦି ଅତୀତ ଟିକକ ତାହେଲେ ମୁଁ ଫେରେଇ ଆଣନ୍ତି ମୋ ଶୁଭର ପୁରୁଣା ଦିନ ଗୁଡାକ Iଆଉଥରେ ଶାସନ କରନ୍ତି ରାସ୍ତା ଦେଖାନ୍ତି I

ଶୁଭ କଣ୍ଠ ସ୍ୱରରେ ବାପା ମାଦୁହେଁ ହତବାକ ହୋଇଗଲେ

- କାହିଁକି ଆଖି ଲୁହରେ ଭିଜି ଯାଉଛ ବାପା?ତମେତ ଚାହିଁଥିଲ ମୋ ଫଟ ଖବର କାଗଜରେ ବାହାରୁ Iତମେ ଚାହିଁଥିଲ ମୋ ପାଖରେ ଏତେ ଟଙ୍କା ଆସୁ ଯେଉଁଥିରେ ତମେ ତୁମ ସାଙ୍ଗ ମାନଙ୍କ ସହ ଛାତି ଫୁଲେଇ କଥା କହି ପାରିବ Iବୋଉ ତୁ?ତୁ ବି ତ ବାପାଙ୍କୁ ବୁଝେଇ ପାରି ଥାନ୍ତୁ ?ଅଳ୍ପରେ ସଂତୁଷ୍ଟ ନହେବା ପାଇଁ ମଂତ୍ର ତମେ ମାନେତ ଦେଇଛ Iନିଜର ଅଧୁରା ସ୍ୱପ୍ନକୁ ପୁରା କରିବାକୁ ମୋତେ କଣ ତମେ ମୋହରା କରିନ?ଥରେ କହିଲ ବାପା ମୁଁ କଣ ମୋ ପିଲାଦିନ ,ମୋ ଯୌବନକୁ ଜଳାଞ୍ଜଳି ଦେଇନି ତୁମ ଟାର୍ଗେଟକୁ ଛୁଇଁବା ପାଇଁ?ତାହେଲେ କୁହ ସ୍ୱାର୍ଥୀକିଏ ?ନିଜ ସ୍ୱପ୍ନକୁ ସାକାର କରିବାକୁ ପୁଅକୁ ମୋହରା ସଜଉ ଥିବା ବାପାମା  ନା ନିଜ ଖୁସିକୁ ବାପା ମାଙ୍କ ପାଖରେ  ବଳି ପକେଇ ଅଣନିଶ୍ୱାସୀ ହୋଇ ଧାଉଁ ଥିବା ପିଲାମାନେ?

 

କେଜାଣି କାହିଁକି ଦୁହିଁଙ୍କ କଥା ବୋଉ ମୁଣ୍ତରେ ପଶୁନଥିଲା ସତରେ ଭୁଲ୍‍କାହାର


రచనకు రేటింగ్ ఇవ్వండి
లాగిన్

Similar oriya story from Classics