STORYMIRROR

Arjun Sahu

Action Others

2  

Arjun Sahu

Action Others

ଶାଶୁ ବୋହୁ କଳି

ଶାଶୁ ବୋହୁ କଳି

2 mins
145

ଗାଁ ର ନାଁ ସୂବର୍ଣ ପୁର,ନା ଗ୍ରାମର ଲୋକମାନେ ମଧ୍ୟ ଶାନ୍ତ ସରଳ ମାତ୍ର ଗାଁର ଗୋଟିଏ ପରିବାରରେ ଶଶୂ,ବୋହୂ ମଧ୍ୟରେ ପ୍ରାୟ ସଦାବେଳେ କଳିଲାଗେ । ସାହି ପଡୋଶି ବିରକ୍ତ ହୁଅନ୍ତି ଆସି ବୁଝାନ୍ତି,କିନ୍ତୁ ଫଳକିଛି ହୁଏ ନାହିଁ । ହଠାତ ଦିନେ ଜଣେ ସାଧୁ ସେହି ଗାଁ କୁ ଆସିଲେ। ଗାଆଁ ଶେଷ ମୁଣ୍ଡରେ କୁଡିଆଟିଏ କରି ରହିଲେ ।ସାଧୁ ପ୍ରତି ଦିନ ସନ୍ଧ୍ଯା ରେ ଲୋକଙ୍କୁ ପ୍ବବଚନ ଦିଅନ୍ତି ଲୋକେ ମଧ୍ୟ ପ୍ରବଚନ ଶୁଣି ଖୁସିରେ ଘରକୁ ଫେରନ୍ତି ।ଥରେ ଶାଶୁ ସେଠାକୁ ଯାଇ ପ୍ରବଚନ ଶୁଣି ଫେରିବା ବେଳେ ସାଧୁଙ୍କୁ ଘରକୁ ନମନ୍ତ୍ରଣ କରି ଆସିଲେ। ସାଧୁ ମଧ୍ୟ ନିମନ୍ମ୍ରଣ ରକ୍ଷାକରି ଘରକୁ ଆସିଲେ । ସମସ୍ତ ଚର୍ଚ୍ଚା ପରେ ପ୍ରଥମେ ଶାଶୁ ସାଧୁଙ୍କୁ କହିଲେ, ସାଧୁବାବା !ଆମ ଶାଶୁବୋହୂ ମଧ୍ୟ ରେ ସର୍ବଦା କଳି ହେଉଛି! ମୁଁ ମୁରବି ଭାଵରେ କିଛି କହିଲେ ଵୋହୂ ଶୁଣୁନାହି ,ସାଧୁସବୁଜାଣି ଗୋଟିଏ କାଗଜରେ କଣଲଲେଖି ତାକୁ ତାବିଜ ମଧ୍ୟରେ ରଖି ଦେଇ କହିଲେ । ବୋହୂ କିଛି କହିଲେ ତୁମେ ଚୁପ୍ ରହିବ ନୋହିଲେ ତୁମର କ୍ଷତି ହେବ । ପରେ ପରେ ବୋହୂ ମଧ୍ୟ ଆସି ନିଜ କଥାକହିଲା ,ସାଧୁ ତାଙ୍କୁ ମଧ୍ୟ କାଗଜରେ କିଛି ଲେଖି ତାବିଜ ମଧ୍ୟରେରଖି ଦେଇ ଶାଶୁଙ୍କ କଥାରେ ଚୁପ୍ ରହିବାକୁ କହି ଚାଲି ଗଲେ।


    ଶାଶୁ ବୋହୂ ମଧ୍ୟ ସାଧୁଙ୍କ କଥା ମାନି ଚୁପ୍ ରହନ୍ତି ଘରେ ଆଉ କଳିହେଲା ନାହିଁ। ଉଭୟେ ଭାବିଲେ ଏହା ତାବିଜର କରାମତି ।ଏମିତି କିଛି ଦିନଗଲା । ଦିନେ ସାଧୁ ତାଙ୍କ ଘରକୁ ଆସଲେ ।ଉଭୟେ ସାଧୁଙ୍କୁ ପ୍ରଶଂସା କରି କହିଲେ ଆପଣଙ୍କ ତାବିଜ ଯୋଗୁଁ ଆମ ମଧ୍ୟରେ ଆଉ କଳି ନାହିଁ ବୋହୂ ମୋର ସୁନାବୋହୂ ବୋହୂ ମଧ୍ୟ। କହିଲା ଶାଶୁ ମୋର ସୁନା ଶାଶୁ ।। ଏଥର ସାଧୁ ହସି ହସି କହିଲେ ତାବିଜରେ କିଛି ନାହିଁ , ଏହା ତୁମମାନଙ୍କ ର ସହନ ଶୀଳତାରୁ ସମ୍ଭବ ଆଗେ ଜଣେ ଜଣକୁ ଉତ୍ତର ଦେଉ ଥିଲ ତେଣୁ କଳି ହେଉଥିଲା ।ଏବେ କେହି କାହାକୁ ଜବାବ ନ ଦେବାରୁ କଳି ହେଲା ନାହିଁ କଳି ଉଭୟଙ୍କ ଦ୍ବାରା ହୁଏ ।ଏହା କହି ତାବିଜ ଟି ଖୋଲି ଦେଇଥିଲେ ସେଥିରେ "ଲେଖା ଥିଲା ଶାଶୁ ବୋହୂର କଳଳି ହେଲେ ମୋର କି ଯାଏ,ଶାଶୂବୋହୂ ସୁଖରେ ରହିଲେ ମୋର କି ଗଲଲା" ଏଥର ସାଧୁ ଆଉ କଳି ନକରି ମିଳିମଶି ଚଳିବା ପାଇଁ କହି ଫେରି ଗଲେ। ।।ହରିବୋଲ। ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action