STORYMIRROR

Arjun Sahu

Drama

4.5  

Arjun Sahu

Drama

ସଠିକ ବିଚାର

ସଠିକ ବିଚାର

1 min
244



ସନ୍ଧ୍ୟା ସମୟ , ଦୁଇ ଜଣ ବନ୍ଧୁ ଗୋଟିଏ ମନ୍ଦିର ପରିସରରେ ବସି ଗପସପ ହେଉଥାନ୍ତି । ଏହି ସମୟରେ ଅନ୍ଯଜଣେ ବନ୍ଧୁ ଆସି ମିଳିଲେ । କିଛି ସମୟ ଗପସପ ପରେ ତୃତୀୟ ଜଣକ କହିଲେ, "ଭାଇ ! ଭାରି ଭୋକହେଲାଣି" ।ଏହା ଶୁଣି ପ୍ରଥମ ବ୍ଯକ୍ତି କହିଲେ , "ମୋ ପାଖରେ ୩ପଟ ଋଟି ଅଛି ସବୁ ମିଶି ଖାଇ ଦେବା " । ଏହାଶୁଣି ଦ୍ବିତୀୟ ଜଣଙ୍କ କହିଲେ, "ମୋ ପାଖରେ ମଧ୍ୟ ୫ ପଟ ଋଟି ଅଛି । ମାତ୍ର ସେମାନଙ୍କ ମଧ୍ୟରେ କଥାହେଲା ସବୁତକ ଋଟି ସମାନ ଭାବରେ ବାଣ୍ଟି ଖାଇଵା । ଏହି ପ୍ରସ୍ତାବ ଟି ସମସ୍ତ ଙ୍କ ମନକୁ ପାଇଲା, ସମସ୍ତେ ୮ଖଣ୍ଡ ଲେଖାଏଁ କରି ଖାଈ ରାତ୍ରରେ ମନ୍ଦିର ମଧ୍ୟରେ ଶୋଇଗଲେ। ସକାଳୁ ତୃତୀୟ ବନ୍ଧୁ ସେମାନଙ୍କ ଉପକାର ରେ ଖୁସି ହୋଇ ପାଖରେ ଥିବା ୮ ଟି ସ

ୁନାମୋହର ଦେଇ ଚାଲି ଗଲେ। ଏଥର ଦ୍ବିତୀୟ ବନ୍ଧୁ କହିଲେ ଏହିଆଠଟି ମୋହର ଆମେ ଦୁହେଁ ସମାନ ଭାବେ ବାଣ୍ଟିନେବା।କିନ୍ତୁ ପ୍ରଥମ ବନ୍ଧୁ କହିଲେ ମୋର ୩ ଟି ଋଟି ପାଇଁ ମୁଁ ସେଥିରୁ ତିନୋଟି ନେବି ଏବଂ ତୁମେ ୫ ଟି। ଦ୍ବିତୀୟ ବନ୍ଧୁ ଏଥିରେ ରାଜି ହୋଇନଥିଲେ ।ଶେଷରେ ଏହାର ସମାଧାନ ପାଇଁ ପୂଜାରୀ ପାଖକୁ ଯାଇ ସବୁକଥା କହିଲେ ।ପୂଜାରୀ ଦ୍ବିତୀୟ ବ୍ୟକ୍ତି ଙ୍କ କଥାକୁ ସମର୍ଥନ କଲେ ମଧ୍ୟ ପୁଣି କିଛି ସମୟ ଚିନ୍ତା କରିବା ପରେ କହିଲେ , "ନା ! ପ୍ରଥମ ବ୍ଯକ୍ତି କେବଳ ଗୋଟିଏ ମୁଦ୍ରା ପାଇଵେ କାରଣ ତାଙ୍କ ପାଖରେ ଥିବା ୯ ଖଣ୍ଡ (୩ ପଟ ଋଟି)ରୁ ସେ ୮ ଖଣ୍ଡଖାଇ ମାତ୍ର ଖଣ୍ଡେ ତ୍ଯାଗ କରିଛନ୍ତି ତେଣୁ ସେ ଗୋଟିଏ ମୁଦ୍ରା ପାଇବାକୁ ଯୋଗ୍ୟ ଅବଶିଷ୍ଟ ୭ଟି ମୋହର ଦ୍ବିତୀୟ ଜଣକ ପାଇବେ।


Rate this content
Log in

Similar oriya story from Drama