STORYMIRROR

Arjun Sahu

Tragedy Inspirational

3  

Arjun Sahu

Tragedy Inspirational

☺।ମାଁ ର ମମତା।😊

☺।ମାଁ ର ମମତା।😊

2 mins
250

 "ପୁଅ, ପୁଅ " ଡାକି ଡାକି ମା" କୋକିଳା ଦେବୀ ଗୃହ ମଧ୍ୟକୁ ପ୍ରବେଶ କରି ଦେଖିଲେ ପୁଅ ସୋଫା ଉପରେ ବସିଛି । ମାଆ ପଚାରିଲେ, "ରାକେଶ -କ୍ଲିନକ୍ ବନ୍ଦ କରି ତୁ ଏଠି ଯେ" । ହଁ ମା, -ରୋଗୀ ଦେଖି ଦେଖି କ୍ଳାନ୍ତ ହୋଇ ଏଠିକି ବିଶ୍ରାମ ପାଇଁ ଚାଲିଆସିଛି । ମୁଁ ଜାଣେ ତୁ କ୍ଳାନ୍ତ, ହେଲେ କର୍ତ୍ତବ୍ୟ ତୋର ଧର୍ମ । ମୋ କହିବାର କାରଣ ଏହା ଯେ -ଜଣେ ମହିଳା ଅସୁସ୍ଥ ପୁତ୍ର ସନ୍ତାନଟିଏ କାନ୍ଧରେ ଧରି କାନ୍ଦି କାନ୍ଦି କ୍ଳିନିକ ସମ୍ମୁଖରୁ ଫେରିଯାଉଥିଲା । ତୁ କାଳେ ତାକୁ ଫେରାଇ ଦେଇଛୁ । ହଁ ମାଆ, ମହିଳା ଜଣକ ଅତି ଗରିବ, ସେ କଣ ଫିସ୍ ଦେଇ ପାରିବ ? କୋକିଳା ଦେବି କହିଲେ -ସତ ପୁତ୍ର, ହେଲେ କିଛିଟା ଟଙ୍କା ପାଇଁ ଗୋଟିଏ ନୀରିହ ନିଷ୍ପାପ ଶିଶୁର ଜୀବନ କଣ ତୁଛ । ଟଙ୍କା କ୍ଷଣିକ ସୁଖ ଦେଇ ପାରେ ମାତ୍ର ଯଶ ସମ୍ମାନ ଦେଇ ପାରେ ନାହିଁ ପୁତ୍ର । ତୁ ଜାଣୁ ତୋତେ ଯେତେବେଳେ ପାଞ୍ଚ ମାସ ହୋଇଥାଏ ତୋର ବାପା ଆରପାରି ଚାଲ ଗଲେ । ଯେଉଁଠିକୁ ଗଲେ କେହି କେବେ ଫେରେ ନାହିଁ । ମୁଣ୍ଡରେ ମୋର ସତେ ଯେମିତି ପାହାଡ଼ ଧସି ଗଲା । ଏହିଭଳି ଦାରୁଣ ଦୁଃଖ ବେଳେ ତୋତେ କେମିତି ମଣିଷ କରିବି ଏହି ଚିନ୍ତା ମୋତେ ସର୍ବଦା ଅସ୍ଥିର କଲା । ଏତିକି ବେଳେ ଦିନେ ଅର୍ଦ୍ଧ ରାତ୍ର ବେଳକୁ ଦେହରେ ଖଇଫୁଟା ଜ୍ୱର ମାଡି ଆସିଲା । ଏ ଅର୍ଦ୍ଧରାତ୍ରରେ କେଉଁଠିକୁ ଯିବି କଣ କରିବି ଭାବି ଏକା ଏକା କାନ୍ଧରେ ଧରି ଗୋଟିଏ ଘରୋଇ ଡାକ୍ତରଖାନାକୁ ଯାଇଥିଲି । ମାତ୍ର ଡାକ୍ତର ବାବୁ ଅର୍ଥ ନଥିବାରୁ ନିରାଶାରେ ଫେରାଇ ଦେଇଥିଲେ । ଯେତେ ଆକୁଳ ନିବେଦନ କଲେ ମଧ୍ୟ ବୃଥା ହୋଇଥିଲା । ଯାହା ହେଉ ତୋ ବାପାଙ୍କ ଜଣେ ବନ୍ଧୁଙ୍କ ସାହାଯ୍ୟରେ ତୁ ସୁସ୍ଥ ହୋଇଥିଲୁ । ସେବେଠାରୁ ମୋର ଶପଥ ଥିଲା - ଯେତେ ତ୍ୟାଗ ସ୍ୱୀକାର କରି ମଧ୍ୟ ତୋତେ ଡାକ୍ତରଟିଏ କରି ଗଢି, ଏହିଭଳି ଗରିବ ରୋଗୀର ସେବାରେ ନିୟୋଜିତ କରିବି, ହେଲେ ତୁ ଆଜି ଅର୍ଥ ପଛରେ ପଡିଯାଇଛୁ ପୁତ୍ର । ଆଜି ମୋରଗୋଟି ଅନୁରୋଧ ରଖି ପାରିବୁ ପୁତ୍ର । ଲୁହ ଛଳ ଛଳ ଆଖିରେ ରାକେଶ କହିଲେ, ଅନୁରୋଧ ନୁହେଁ ମା' ମୋତେ ଆଦେଶ କର, ମୁଁ ତାହା ନିଶ୍ଚୟ ପାଳନ କରିବି । କୋକିଳା ଦେବି କହିଲେ ତାହେଲେ ତୁ ସେହି ଗରୀବ ମହିଳାଟିର ପୁଅଟିର ଚିକିତ୍ସା କରିପାରିବୁ ?ହଁ ମା' ମୁଁ ଯଥାସାଧ୍ୟ ଚେଷ୍ଟା କରିବି, ସେହି ମହିଳା ଜଣଙ୍କ ଅନୁସନ୍ଧାନ କରି ତାକୁ ଚିକିତ୍ସା କରିବି । ଏହା ପରେ କ୍ଳିନିକକୁ ଯାଇ ଚପରାଶି ରଘୁନାଥକୁ କହିଲେ ରଘୁନାଥ -କାଲି ଜଣେ ଶିଶୁ ନେଇ ଚିକିତ୍ସା ପାଇଁ ଆସି ଥିବା ମହିଳା ଜଣକୁ ତୁମେ ଜାଣ ? ହଁ ବାବୁ, ଅତି ଗରିବ ମହିଳା ଜଣକ, ଏଇ ଗାଁର ଶେଷ ମୁଣ୍ଡରେ ରହେ, ସ୍ୱାମୀହରା । ତୁମେ ତାକୁ ଧରି ଆଣି ପାରିବ ରାକେଶ ବାବୁ କହିଲେ । କଥା ଶୁଣି ରଘୁନାଥ କହିଲା ହଁ ବାବୁ! ଏଇ ସଙ୍ଗେ ସଙ୍ଗେ ନେଇଆସେ । ରଘୁନାଥଙ୍କ ଡାକରାରେ ମହିଳାଜଣକ ରୋଗୀଣା ପୁତ୍ରକୁ ଧରିଆସି ଡାକ୍ତରଙ୍କ ପାଦତଳେ ପଡିଯାଇଥିଲେ । ମାଆଙ୍କ ଉପସ୍ଥିତିରେ ପୁଅଟିର ସମସ୍ତ ପରୀକ୍ଷାନିରୀକ୍ଷା କରି ଔଷଧ ଲେଖିଦେଇ କହିଥିଲେ - କେବଳ ମୋର ମା'ଙ୍କ ଯୋଗୁଁ ତୁମ ଶିଶୁ ଜୀବନ ପାଈଛି । ମହିଳା ଜଣଙ୍କ ମା' କୋକିଳା ଦେବୀଙ୍କ ପାଦତଳେ ପଡିବାକୁ ଯିବା ବେଳେ କୋକିଳା ଦେବୀ ତଳୁ ଉଠାଇ ଆଣି କହିଲେ ଆଜିଠାରୁ ତୁମକୁ ଏଠି ସେଠି କାମ କରିବାକୁ ପଡିବ ନାହିଁ । ଏଇଠି ହିଁ ତୁମର ବାସ । ମହିଳାଜଣଙ୍କ ସେତେବେଳେ କୃତଜ୍ଞତାର ସହ ଖାଲି ଲୁହ ଗଡାଉଥିଲେ । ଜୟ ମମତାମୟୀ ମା' । ଧନ୍ୟ ତୋର ତ୍ୟାଗ



Rate this content
Log in

Similar oriya story from Tragedy