Suchismita Satpathy

Horror Tragedy Inspirational

4.0  

Suchismita Satpathy

Horror Tragedy Inspirational

ସେ ଝିଅଟି (ରହସ୍ୟ)

ସେ ଝିଅଟି (ରହସ୍ୟ)

4 mins
310


କାହାଣୀଟି ଆରମ୍ଭ କରିବା ପୂର୍ବରୁ ପାଠକ ଓ ପାଠିକାମାନଙ୍କୁ ଏଠି କହି ରଖୁଛି ଯେ ଏହା ଏକ କଳ୍ପନିକ, ନିଜସ୍ୱ ଉପଲବ୍ଧି ନୁହେଁ । 


ଆମ ଘରଠାରୁ ଅନତି ଦୂରରେ ଏକ ଗଡ । ବହୁ ପୂରାତନ । କୁହାଯାଏ ତାହା ଏକ ରାଜାଙ୍କ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଥିଲା । ରାଜାଙ୍କ ନଅର ତା ଭିତରେ । ମାତ୍ର ଆଜି ନଅର ନାହିଁ କି ସେ ଗଡର ଶୋଭା ବି ନାହିଁ । ବୃକ୍ଷ ଲତା ପରିବେଷ୍ଟିତ ସାଧାରଣ ଲୋକଙ୍କ ପାଇଁ ନିଷେଧ । 


କିଛି ଦିନ ପୂର୍ବରୁ ଆମ ସାଇରେ ଜଣେ ନୂଆ ପଡୋଶୀ ଆସି ପହଞ୍ଚିଲେ ଭଡାରେ । ସାଇପଡିଶାଙ୍କ ମାନସିକତା ତ ସମସ୍ତ ଙ୍କୁ ଜଣା । କେହି ଜଣେ ନୂଆ ଲୋକ ପୁଣି ଝିଅ ଦେଖିଲେ ଜାଣିବାର ଉତ୍ସୁକତା ବଢିଯାଏ । ମୋର ମଧ୍ୟ ଜାଣିବାର ଇଚ୍ଛା ଥାଏ ମାତ୍ର ସମୟ ଆସିଲେ ଦେଖିବା ଭାବି ନିଜ କାମରେ ବ୍ୟସ୍ତ ରହିଲି । ବୋଧହୁଏ ସାଇ ଲୋକ ତା ବିଷୟରେ କିଛି ଜାଣି ପାରିଲେ ନାହିଁ । ବହୁତ ଚେଷ୍ଟା କଲେ ଓ ନିରବ ରହିଲେ । 


ଦିନେ ସନ୍ଧ୍ୟା ସମୟରେ, ମାନେ ମୁହଁ ସଞ୍ଜରୁ ଟିକେ ଅଧିକା ହେବ, ଦେଖିଲି ଝିଅଟି ସେହି ଗଡ ଭିତରକୁ ପ୍ରବେଶ କରୁଛି । ସାଧାରଣତଃ ସନ୍ଧ୍ୟାରେ ସମସ୍ତେ ଟିଭିରେ ଓଡିଆ ଧାରାବାହିକରେ ମଜ୍ଜି ଯାଆନ୍ତି ତେଣୁ କାହାର ଦୃଷ୍ଟି ପଡିନାହିଁ । ମୁଁ ବାଲକୋନୀରେ ତାକୁ ଅପେକ୍ଷା କଲି, ସେ କେତେବେଳେ ଫେରିବ । ସଞ୍ଜ ଯାଇ ରାତି ହେଲା, ତାକୁ ଫେରିବାର ଦେଖିଲିନି । ଭାବିଲି ମୁଁ କେତେବେଳେ ଉଠି ଯାଇଥିବି ସେ ବୋଧହୁଏ ଆସିଯାଇଥିବ । 


ଏହିପରି କିଛି ଦିନ ଗଲା । ପ୍ରାୟ ସନ୍ଧ୍ୟାରେ ମୁଁ ତାକୁ ଦେଖେ କିନ୍ତୁ ଫେରିବାର ଦେଖେ ନାହିଁ । 

ଦିନେ ସାହସ କରି ତାକୁ ପଚାରିବାକୁ ଭାବିଲି । 

ସେଦିନ ସନ୍ଧ୍ୟାରେ ସେ ଘରେ ନଥିଲା । ମାତ୍ର ତା ଝରକା ଖୋଲା ଥିଲା । କେହି କିଛି ନ ଜାଣିଲା ପରି ମୁଁ ତା ଝରକା ପାଖରେ ଠିଆ ହୋଇ ଲକ୍ଷ କଲି ତା ଘର ଭିତରକୁ । ବିଶେଷ କିଛି ନଥିଲା ମାତ୍ର ବହୁତ ଗୁଡିଏ ଖବର କାଗଜ କଟା ହୋଇ କାନ୍ଥରେ ଟଙ୍ଗା ହୋଇଥିଲା । ସେତିକି ଦେଖି ମୁଁ ଫେରି ଆସିଲି । 


ଘର ଭିତରଟି କିନ୍ତୁ ଟିକେ ଅବାସ୍ତବ ବୋଧ ହେଲା । ମୋର ଆଗ୍ରହ ଆହୁରି ବଢିଲା ଯେତେବେଳେ ମୁଁ ସେ ଝିଅଟିକୁ ଦିନେ ସଂଜବେଳେ ଝାଳ ନାଳ ହୋଇ ଦଉଡି ଦଉଡି ଫେରିବାର ଦେଖିଲି । ସତେ ଯେମିତି ଭୂତ ଦେଖିଛି । 


ଆଉ ଧୈର୍ଯ୍ୟ ଧରି ରହି ପାରିଲି ନାହିଁ । ସିଧା ଚାଲିଲି ତା ଘରକୁ । କବାଟ ଠକ ଠକ କଲି । ଖୋଲିଲା ନାହିଁ । ଆଉ ଥରେ ଜୋରରେ ବାଡେଇବା ସମୟରେ ଝିଅଟି କବାଟ ଖୋଲିଲା । ସେ କିଛି କହିବା ପୂର୍ବରୁ ମୁଁ କବାଟ ଖୋଲି ଭିତରକୁ ପଶି ଗଲି । ଝିଅଟି ମତେ ଦେଖି ଟିକେ ଘାବରେଇ ଗଲା । ମୁଁ ତାକୁ ଆଶ୍ୱାସନା ଦେଇ ନ ଡରିବାକୁ କହି ତାର ଗଡ ଭିତରକୁ ଯିବାଟା ଜାଣିଛି ବୋଲି କହିଲି ମାତ୍ର କାହାକୁ କହି ନାହିଁ ବୋଲି ମଧ୍ୟ କହିଲି । 

ଏହା ଶୁଣି ଝିଅଟି କାନ୍ଦି ପକେଇଲା । ଏହା ଦେଖି ମୁଁ ବିବ୍ରତ ହୋଇ ପଡିଲି ଓ ପାଖରେ ଥିବା ଗିଲାସରେ ପିଣି ପିଇବାକୁ ଦେଇ ପଚାରିଲି କଣ ଅସୁବିଧା ତୁମର କୁହ । ତୁମେ କିଏ ଓ କଣ କର ଇତ୍ୟାଦି । ସେ ପ୍ରଥମେ ଅସହଜ ମନେ କଲା ଓ ପରେ ଆଶ୍ୱାସନା ପାଇ ଆରମ୍ଭ କଲା । 


ସେ ଓ ତା ଭଉଣୀ ଏକ ସଙ୍ଗେ ଆସି ସହରରେ ଚାକିରି କରିଥିଲେ । ଦୁହେଁ ଭିନ୍ନ ଭିନ୍ନ ଲୋକଙ୍କ ଘରକୁ ଯାଇ ତାଙ୍କ ପିଲାମାନଙ୍କୁ ପାଠ ପଢାନ୍ତି । ବହୁ ଖୁସିରେ ସେମାନେ ସମୟ ଅତିବାହିତ କରିବା ସହ ଗାଆଁରେ ବୃଦ୍ଧ ବାପା ମାଆଙ୍କ ଦେଖାଶୁଣା କରୁଥିଲେ । ହଠାତ ଦିନେ ତା ଭଉଣୀ ଆଉ ଘରକୁ ଫେରିଲାନି । ବହୁ ଖୋଜା ଖୋଜି କଲା ମାତ୍ର କିଛି ଫଳ ହେଲାନି । ତିନି ଦିନ ପରେ ପୋଲିସ ଆସି କହିଲେ ଏଇ ଗଡ ପାଖ ନଳାରେ ତାର କ୍ଷତ ବିକ୍ଷତ ଶରୀର ଉଦ୍ଧାର ହୋଇଥିଲା ବୋଲି । ଶବ ସତ୍କାର କାର୍ଯ୍ୟ ସାରିଲି ମାତ୍ର ଘରେ କହିଲି ନାହିଁ । ଆମର କେହି ସାହା ନଥିଲେ ଆମ ଦୁଇ ଜଣଙ୍କ ଛଡା । ସେହି ଦିନଠାରୁ ମତେ ସବୁଦିନ ସ୍ୱପ୍ନରେ ମୋ ଭଉଣୀ ଦେଖା ଦିଏ ଓ ଏ ଗଡ ଦେଖାଦିଏ । 


କିଛି ବାବାଙ୍କୁ ପଚାରିବାରେ ସେ କିଛି ବିଦ୍ୟା ଦେବା ସହ ଏଠାକୁ ଆସି ରାତିରେ ପୂଜା କରିବାକୁ କହିଲେ । ତେବେ ମୋ ଭଉଣୀର ଆତ୍ମା ଆସି ତାକୁ ବଳାତ୍କାର କରିଥିବା ଉଦଣ୍ଡମାନଙ୍କ ପରିଚୟ ପ୍ରଦାନ କରିବ । 


ସେଥିପାଇଁ ସବୁଦିନ ମୁଁ ଏଠି ଆସି ରହି ସବୁଦିନ ସନ୍ଧ୍ୟାରେ ଗଡ ଭିତରକୁ ଯାଇ ପୂଜାର୍ଚ୍ଚନା କରୁଛି, କାଳେ ମୋ ଭଉଣୀକୁକୁ ନ୍ୟାୟ ଦେଇପାରିବି । ଏହା କହି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ଓ କହିଲା ଆଜି ସେଠାକୁ ଯାଇ ଦେଖେତ କିଛି ଦୁଷ୍ଟଲୋକ ଏକ ଝିଅକୁ ଧରି ଆଣି ତା ସହ ଜୋର ଜବରଦସ୍ତି କରୁଛନ୍ତି । ବିଚାରି ଝିଅଟି କିଛି ଉପାୟ ନପାଇ କେବଳ ଗୋଡ ହାତ ବାଡଉଛି । ଏହା ଦେଖି ଏକ ଅଜଣା ଭୟ ଜାଗ୍ରତ ହେଲା ।  


ଭାବିଲି ପାଟି କରି ଲୋକଙ୍କୁ ଡାକିବି, ମାତ୍ର ସେହି ମୁହୂର୍ତ୍ତରେ ନିକଟରେ ଥିବା ଏକ ଗଛର ବୃହତ ଡାଳ ଭାଙ୍ଗି ସେ ଦୁଷ୍ଟମାନଙ୍କ ଉପରେ ପଡିଲା । ଲାଗିଲା ଯେମିତି କେହି ଜଣେ ଡାଳଟିକୁ ଚାପି ଦେଉଛି ତାଙ୍କ ଉପରେ । ସେହି ସ୍ଥାନରେ ସେ ଦୁଷ୍ଟମାନଙ୍କ ପ୍ରଣ ବାୟୁ ଉଡିଗଲା ଓ ସେ ଝିଅଟି ବହୁ କଷ୍ଟରେ ଉଠି ସେଠାରୁ ପଳେଇଲା । ଏତେ ସବୁ ଦେଖି ମୋ ମନରେ ଏତେ ସଞ୍ଚାର ହେଲା ଯେ ମୁଁ ଏକମୁହାଁ ଧାଇଁଲି । ଏବେ ଭାବୁଛି ମୋ ଭଉଣୀ ତା ମୃତ୍ୟୁର ପ୍ରତିଶୋଧ ନେଇଛି ଓ ମୋର ଏଠାକୁ ଆସିବା ସାର୍ଥକ ହୋଇଛି । ଏବେ ମୁଁ ଏଠାରୁ ଚାଲିଯିବି । 


ଏତେ କଥା ଶୁଣି ମତେ ଏକ କୁହୁକ କାହାଣୀ ପରି ଲାଗିଲା । ମନେ ମନେ ଭାବିଲି ସତରେ କଣ ମଞ୍ଜୁଳିକା ପରି ସେ ଝିଅଟି ତା ଉପରେ ହୋଇଥିବା ଅତ୍ୟଚାରର ପ୍ରତିଶୋଧ ନେଇପାରିବ ନା ଏହା ଏକ ପ୍ରହେଳିକା । 


ଏମିତି ଭିବି ଭାବି ସେଦିନ ରାତିରେ ଆଉ ନିଦ ହେଲାନି । ସକାଳୁ ଉଠି ଚା ପିଇଲା ବେଳେ ଖବରକାଗଜ ଦେଖେତ ଦୁଇଟି ପୃଥକ ଖବର ଲେଖାଥିଲା, କାଲିର ଝଡରେ ଗଛ ଡାଳ ପଡି ଗଡ ଭିତରେ ତିନି ମଦ୍ୟପଙ୍କ ମୃତ୍ୟୁଓ ଦ୍ୱିତୀୟ ଟି ଥିଲା ଗଡ ପାଖ ନଳାରେ ଏକ ଝିଅର ମୃତ ଶବ ଉଦ୍ଧାର । 


ଏହା ପଢି ଉଠି ଯାଇ ଦେଖେତ ଭଡାଘରଟି ଖୋଲା ପଡିଛି । ସାଇ ଲୋକ କହିଲେ ଆଜି ସକାଳୁ ଘରଟି ଖୋଲା ସେଠି କେହି ନାହିଁ । 

ମନେ ମନେ ଭାବିଲିନଳାରୁ ବାହାରିଥିବା ଝିଅ ଭଡାଘର ଝିଅ ନା କାଲିର ପୀଡିତା । 

ପ୍ରହେଳିକା ଭିତରେ ରହିଗଲା ସବୁଦିନ ସେ ଝିଅଟିର ଗାଥା । 

ମନେ ହେଲା ଆଜି ବି କେଉଁଠି ନା କେଉଁଠି ମଞ୍ଜୁଳିକା ବଞ୍ଚିଛି । 



Rate this content
Log in

Similar oriya story from Horror