ସବୁ କିଛି ରହସ୍ୟ
ସବୁ କିଛି ରହସ୍ୟ
ଟିକେ ଟିକେ ଫରଚା ହୋଇ ଆସୁଥାଏ।କବାଟ ବାଡେଇ ବାଡେଇ ଲିଟୁଆ ଡାକୁଥାଏ।ଟୁକୁନନା,ଟୁକୁନନା କବାଟ ଖୋଲ।କେତେବେଳେ କବାଟ ତ କେତେବେଳେ ଝରକା ବାଡୋଉ ଥାଏ।
ସମୟ ବୋଧହୁଏ ସାଢେ ଚାରିଟା କି ପାଞ୍ଚଟା।ଏତେ ଭୋରରୁ କିଏ ଡାକୁଛି ଆଉ କାହିଁକି ବା ଡାକୁଛି।ଭୟରେ ଶୀତ ରାତି ଡିସେମ୍ବର ମାସରେ ବି ଦେହସାରା ଝାଳ ଗମଗମ।ମାଆକୁ ଡାକିଲି ଡରିଡରି।
ମାଆଲୋ ,ମାଆ,ଉଠଲୋ,କିଏ ଡାକୁଛି।ଏତେ ବେଳକୁ ମାଆର ବି ନିଦ ଭାଙ୍ଗିଯାଇ ଥାଏ।କାନପାରି ଶୁଣିଲେ ମାଆ।
ଆରେ ଏ ପରା ଲିଟୁଆ।
ରହ ରହ କବାଟ ଖୋଲୁଛି।
କବାଟ ଖୋଲି ଦେଲା ବେଳକୁ ତାଙ୍କ ଘରର ସମସ୍ତେ।
କଣ ହୋଇଛି ବୋଲି ପଚାରିଲାରୁ ,ସେ କିଛି କହିଲା ଆଗରୁ ମୁଁ କହିଲି ,କେଉଁଠି ଗାଡି ପଲଟିଛି।
ଏ ମାଆ ଗୋଟିଏ ବଡ଼ ବସ୍ତା ଦେ,ମୁଁ ମୋ ସାଇକେଲ ବାହାର କରେ।
ଆରେ ନାହିଁ ମ ଟୁକୁନନା।
ତୋ ସାଙ୍ଗ,ରଞ୍ଜନ କାଲି ରାତିରେ ସେହି କ୍ଲବଘରେ,କିଏ ତାକୁ ମାରି ଦେଇଛି।ଏକା ନିଶ୍ଵାସକେ ଧାଇଁଲି କ୍ଲବଘରକୁ।
ଓଃ,କି ଦୃଶ୍ୟ ସେ।ସାଙ୍ଗଟାକୁ ଅତି ନିର୍ମମ ଭାବରେ କେହି ...
ମନେ ପଡିଗଲା କିଛି ଦିନ ତଳେ ହୋଇଥିବା ଘଟଣା କଥା।
ସେଥିପାଇଁ ବୋଧହୁଏ ...
ସାମାନ୍ୟ କଥା ,ସାମାନ୍ୟ ଗଣ୍ଡଗୋଳ।କଥା କଟାକଟି।ଝଗଡା କଣ,ଏଭଳି ପରିସ୍ଥିତି ସୃଷ୍ଟି କରିଛି।
ମନକୁ ବୁଝେଇ ପାରୁ ନ ଥାଏ।
ସାଙ୍ଗ ହୋଇ ଆଗପଛ ଶ୍ରେଣୀ ରେ ପଢୁଥିଲେ।ପିଲା ମୁଣ୍ଡ।ଥଟ୍ଟା ମଜା କରି କିଏ କାହାକୁ ନେଇ କାହା ନାମରେ ଯୋଡ଼ି କାନ୍ଥ ବାଡ଼ରେ ଲେଖା ଲେଖି କରିଥିଲେ।ସେ କଥାକୁ ନେଇ ପିଲାରୁ ବଡ଼ ପର୍ଯ୍ୟନ୍ତ କଳି,ଝଗଡ଼ା ଯାଏ କଥା ଗଲା।ଦୀର୍ଘ ଦୁଇ ବର୍ଷ କାଳ ଘଟଣା ଚାଲିଲା।
ପରେ ଶୁଣାଗଲା କି ଭୁଲ କରିଥିବା ପିଲାଟି ଦୋଷ ସ୍ଵୀକାର କରି ପୁଣି ମିଶିଗଲା।ସାଙ୍ଗ ତ,ପିଲାମଣିଷ।ଭୁଲ ବୋଲି ଯାହା ମୁଣ୍ଡରେ ଅଠା ବୋଳା ଯାଇଥିଲା, ଶ୍ରେଣୀରେ ପ୍ରଥମ ହୁଏ ସେ।ଯାହା ହେଉ ସବୁ କିଛି ତୁଟିଯିବା ବଡ଼ ଖୁସିର ଖବର।
ପ୍ରତିବର୍ଷ ଭଳି ଏବର୍ଷ ବି କ୍ରିକେଟ ମ୍ୟାଚ ଚାଲିଲା।ସବୁ ପୁରାତନ ବିଦ୍ୟାର୍ଥୀ ବି ଆସିଗଲେ।ଗୋଟିଏ ଦିନ ତ ହୋଇଛି।
ଦ୍ଵିତୀୟ ଦିନ ଏମିତି ଘଟଣା।ଚାରି ବନ୍ଧୁ ଉପକରଣ ଥିବା ଘରେ ଶୋଇଥିଲେ।ଜଣେ ତ ମଲା, ଜଣେ ଅନୁପସ୍ଥିତ।ଆଉ ଦୁଇ ଜଣ ବରଡା ପତ୍ର ପରି ଥରୁଥିଲେ।ଗ୍ରାମବାସୀ ପୋଲିସ ସମେତ ଯିଏ ଯାହା ବି ପଚାରିଲେ କିଛି ଜାଣିନୁ କି ଦେଖି ନାହୁଁ ର ଉତ୍ତର।ଯାହା ଯେମିତି ସମୟ ଚାଲିଗଲା।ସେ ଘଟଣା ଏବେ କାହା ମନରେ ବି ନାହିଁ ଆଉ।
ସେଦିନର ସେ ଅନୁପସ୍ଥିତ ପିଲା ସହ ମୃତ ପିଲାର ଭଉଣୀର ଆଜି ବିଭାହ।ହେଲେ ଜୀବନ ଯାଇଥିବା ପିଲାଟିର ମୃତ୍ୟୁ ଏବେବି ରହସ୍ୟ ଘେରରେ।
କାହିଁକି ନା ଅନ୍ୟ ତିନିଜଣ ତ ଖୁଲମ ଖୁଲ୍ଲା ବୁଲୁଛନ୍ତି।
ତେବେ ମାରିଲା କିଏ।
ସବୁ କିଛି ରହସ୍ୟ