The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Udaya bhanu Rout

Romance Inspirational Others

4.1  

Udaya bhanu Rout

Romance Inspirational Others

ସ୍ବପ୍ନ ରାଇଜର ସନ୍ଦୀପ

ସ୍ବପ୍ନ ରାଇଜର ସନ୍ଦୀପ

6 mins
239


  

  ସେଦିନ ଶିବରାତ୍ରି, ପ୍ରବଳ ଭିଡ଼ ଜମିଥାଏ ମନ୍ଦିରରେ। ସନ୍ଦୀପ ମଧ୍ୟ ଯାଇଥାନ୍ତି ମନ୍ଦିରକୁ । ମନ୍ଦିରରେ ଦୀପ ଜାଳି ଠାକୁରଙ୍କୁ ଦର୍ଶନ କରି ମନ୍ଦିର ପରିସରରୁ ବାହାରକୁ ଆସୁଥିବା ବେଳେ ହଠାତ ଦେଖା ହୋଇଗଲା ତାଙ୍କ ଅତୀତର ସ୍ମୃତି "ସୋନୁ"ଙ୍କ ସହିତ । ସୋନୁ ଥିଲା ସନ୍ଦୀପଙ୍କ ଛାତିର ସ୍ପନ୍ଦନ ମନର ମାନସୀ,ଆଉ ତାଙ୍କ ହୃଦୟର ଫୁଲେଇ ରାଣୀ ।ଯାହାକୁ ସେ ପ୍ରାଣଠୁ ବଳି ଭଲ ପାଉଥିଲେ, ଯାହାକୁ ନେଇ ଦେଖିଥିଲେ କେତେ ଯେ ମିଠା ମିଠା ରଙ୍ଗୀନ୍ ସ୍ବପ୍ନ। ହେଲେ ସନ୍ଦୀପଙ୍କ ସବୁ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଥିଲା । ଆଉ ଗଢି ତୋଳିଥିବା ଛୋଟ ବାଲିଘରକୁ ସମୁଦ୍ରର ଢେଉ ଆସି ଭାଙ୍ଗିରୁଜି ଚୂର ମାର କରି ଚାଲି ଯାଇଥିଲା ।

ସୋନୁକୁ ଦେଖିବା ମାତ୍ରେ ସବୁ କଥା ଗୋଟି ଗୋଟି କରି ଆଖି ଆଗରେ ନାଚି ଯାଉଥିଲା ସନ୍ଦୀପଙ୍କର l ସୋନୁ ସହିତ ବିତେଇଥିବା ଅନ୍ତରଙ୍ଗ ମୁହୂର୍ତ୍ତ, ହାଇସ୍କୁଲ୍ ଠୁ ଆରମ୍ଭ କରି କଲେଜ କ୍ୟାରିୟର ପର୍ଯ୍ୟନ୍ତ ସବୁ କିଛି କାଲି ପରି ମନେ ହଉଥିଲା l କିନ୍ତୁ ଏହା ଭିତରେ ଅତିକ୍ରମ କରି ସାରିଥିଲା ପାଞ୍ଚ ବର୍ଷ।

ଅତୀତକୁ ସ୍ମରଣ କରୁ କରୁ ଆଖି କୋଣରେ ଲୁହ ଆସିଯାଇଥିଲା ।ସତ ଚେଷ୍ଟା କରି ମଧ୍ୟ ସେ ଲୁହକୁ ଅଟକାଇବାରେ ବିଫଳ ହୋଇଥିଲେ। ସେ ଲୁହରେ ଲୁଚି ରହିଥିଲା ଅନେକ ଅଭୁଲା ଅତୀତ । ସନ୍ଦୀପ ମନେ ମନେ କହୁଥିଲେ ସବୁଦିନ ତୋ ପାଇଁ ଆଖିରୁ ଲୁହ ବୋହିବା ଅପେକ୍ଷା ଏକା ଦିନେ ସବୁ ଲୁହ ବୋହି ଯିବା ବହୁତ ଭଲ ହେବ । ଆଉ, ଭାବୁଥିଲେ ସେ ଦିନର ସୋନୁ ଆଉ ଆଜିର ସୋନୁ ଭିତରେ ବେଶ ଆକାଶ ପାତାଳ ଫରକ୍ । 

ସୋନୁ ପୂର୍ବ ଅପେକ୍ଷା ଆହୁରି ଅଧିକ ସୁନ୍ଦର ଦେଖା ଯାଉଥିଲା । ଦେହରେ ଲାଲ ରଙ୍ଗର ପାଟ ଶାଢ଼ୀ ମ୍ୟାଚିଂ ବ୍ଲାଉଜ୍, ହାତରେ ଶଙ୍ଖା ସହିତ ରଙ୍ଗ ବେରଙ୍ଗର ଚୁଡି ,ମଥାରେ ତାର ନାଲି ସିନ୍ଦୂର ,ପୁଣି ରୂପା ପାଦରେ ତା ନାଲି ଅଳତାର ଗାର। ତାର କଳା କଳା ରେଶମି କେଶ, ତା ପୁରିଲା ପୁରିଲା ଆଖି ସାଙ୍ଗକୁ ଗୋଲାପି ରଙ୍ଗର ଓଠ । ଖାଣ୍ଟି ଓଡ଼ିଆ ଘରର ଲାଲ୍ ଟୁକୁ ଟୁକୁ ସାଧବ ବୋହୂ ପରି ଲାଗୁଥିଲା। ଝିଅ ବେଶ ଠାରୁ ବୋହୂ ବେଶରେ ଅଧିକ ସୁନ୍ଦର୍ ଦେଖା ଯାଉଥିଲା ସୋନୁ ।

ସେଦିନ ସୋନୁ ଅପଲକ ନୟନରେ ଚାହିଁ ରହିଥିଲା ସନ୍ଦିପଙ୍କୁ l ସୋନୁର ଆଖିର ଭାଷାକୁ ବୁଝିବାକୁ ସେଦିନ ବେଶି ସମୟ ଲାଗିନଥିଲା ସନ୍ଦୀପଙ୍କୁ। ଯାହା କହିବା ପାଇଁ ସୋନୁ ଏତେ ଦିନ ଧରି ଚାହିଁ ବସିଥିଲା, ଆଉ କଥା ହେବା ପାଇଁ ବି ସୁଯୋଗ ଖୋଜୁଥିଲା l ସନ୍ଦୀପ ଠିକ ବୁଝିପାରୁଥିଲେ । ହେଲେ ଏତେ ଲୋକ ଗହଳି, କେମିତି ସାମ୍ନା କରିବେ ସୋନୁକୁ ! ଯଥା ଶୀଘ୍ର କାମ ସାରି ଚାଲି ଆସିଲେ ସନ୍ଦୀପ। ମନେ ମନେ ଭାବୁଥାନ୍ତି ଏକା ଏକା ଭଲରେ ଥିଲି । କାହିଁକି ଦେଖା ହେଲା ତା ସାଙ୍ଗରେ? ସତରେ କଣ ....ସୋନୁ ମୋତେ ଭୁଲି ନାହିଁ ...! ଏବେବି ମୋତେ ମନେ ରଖିଛି? ମୋ ପ୍ରତି ଥିବା ଭଲପାଇବା ଏ ଯାଏଁ କଣ ତା ମନରୁ ଲିଭିନି? ଏମିତି ନାନା ପ୍ରକାର ପ୍ରଶ୍ନ ଉଙ୍କି ମାରୁଥାଏ ସନ୍ଦୀପ ଙ୍କ ମନରେ l

ସେଇ ସୋନୁ ତ ଯିଏ କହୁଥିଲା ମୋ ପାଇଁ କଣ ତୁମ ପାଖରେ ଟିକିଏ ହଲେ ବି ସମୟ ନାହିଁ। ବାପା , ମାଆଙ୍କର ଗୋଟିଏ ବୋଲି ଝିଅ ଥିଲା ସୋନୁ । ତେଣୁ କରି ବହୁତ୍ ଗେହ୍ଲାରେ ବଢ଼ିଥାଏ। ସୋନୁ ଟିକେ ରାଗି ଆଉ ଜିଦଖୋର୍ ଝିଅ । ତା ରାଗ ବି ବେଶି ସମୟ ପାଇଁ ନୁହେଁ । ତା ମନରେ ବି କିଛି ନ ଥାଏ । ମୋ ସାଙ୍ଗେ ଝଗଡା କରି କିଛି ସମୟ ରାଗି କରି କଥା ହବନି ପୁଣି କିଛି ସମୟ ପରେ, ଫୋନ କରି କହିବ , ତମ ସାଙ୍ଗେ ରାଗି କଥା ନ ହୋଇ କଣ ମୁଁ ରହିପାରିବି। ଝଗଡା କରି ବି ପର ମୁହୁର୍ତ୍ତରେ ମନେଇ ନଉଥିଲା ।

               ଏମିତି ଅନେକ କିଛି ଭାବି ନିଦରେ ଆଖି ଲାଖି ଯାଇଥାଏ ଜାଣି ପାରି ନଥିଲେ ସନ୍ଦୀପ । କିଛି ସମୟ ପରେ ଫୋନ ରିଂ ହେଲା।ସେହି ଶବ୍ଦରେ ନିଦଟା ବି ଭାଙ୍ଗି ଗଲା ।ସନ୍ଦୀପ ଯାଇ ଫୋନ୍ ଦେଖିଲେ ଗୋଟେ ଅଜଣା ନମ୍ୱରରୁ କଲ ଆସିଛି ? ସନ୍ଦୀପ ଫୋନ ରିସିଭ୍ କଲେ  ? କହିଲେ ହଲ୍ଲୋ ସେପଟୁ ଧୀର ସ୍ୱରରେ ଭାସି ଆସିଲା ..ହେଲ୍ଲୋ !ସ୍ୱରଟି ବେଶ୍ ପରିଚିତ ବୋଲି ଲାଗୁଥିଲା ସନ୍ଦୀପଙ୍କୁ । ସତରେ କଣ ଇଏ ସୋନୁ ର ସ୍ୱର୍, ନା ସେ ବି କାହିଁକି ଫୋନ କରିବ । ସେଦିନ ବିଶ୍ବାସ କରି ପାରି ନଥିଲେ ନିଜକୁ ।

ସେ ପଟୁ କଣ୍ଠ ସ୍ବର ଭାସି ଆସିଲା ମୁଁ ସୋନୁ କହୁଥିଲି, ଶୁଣି ସାରିବା ପରେ ପାଦ ତଳର ମାଟି ଖସି ଗଲା ପରି ଲାଗିଲା, ଛାତି ଭିତରଟା କଣ ହେଇ ଯାଉଥିଲା । ସତରେ କଣ ସୋନୁ ମୋତେ ଭୁଲି ନଥିଲା । ଏମିତି ଅନେକ କଥା ମନକୁ ଆସୁଥାଏ । ଛୋଟ ପିଲାଙ୍କ ପରି ଭୋ- ଭୋ ହୋଇ କାନ୍ଦୁଥାଏ ସୋନୁ। ମୁଁ କହିଲି କଣ୍ ହୋଇଛି ତ ଆଗେ କହ । କିଛି ବି କହୁ ନଥାଏ....।

ମୁଁ ବୁଝେଇକି କହିଲି.. ଛି .. ଛୋଟ ପିଲାଙ୍କ ପରି କଣ ହଉଛ । କାନ୍ଦ ବନ୍ଦ କର... । ମୋ କଥା ମାନି ଚୁପ୍ ରହିଲା ।ମୁଁ କହିଲି ସୋନୁ ତମେ ଏବେ ବି ମୋ ନମ୍ୱର୍ ରଖିଛ।

ଜାଗର ପାଇଁ ଗାଁ କୁ ବୁଲି ଆସିଥାଏ ସୋନୁ । ପଚାରିଲି ଆଉ କିଏ କିଏ ଆସିଛନ୍ତି ,ସୋନୁ କହିଲା ମୁଁ ମୋ ପୁଅ ଆଉ ମୋ ସ୍ବାମୀ । ସୋନୁ କହିଲା ମୋ ସ୍ବାମୀ ଆମ ଦୁଇ ଜଣଙ୍କୁ ଆମ ଘରେ ଛାଡ଼ି କିଛି ସମୟ ରହି ଚାଲିଗଲେ କାର ନେଇ । ମୁଁ ପଚାରିଲି କେମିତି ଅଛ । ଆଉ କିଏ କିଏ ତୁମ ଶାଶୁ ଘରେ ଅଛନ୍ତି l ଶଶୁର, ଶାଶୁ, ନଣନ୍ଦ ବାହା ହୋଇ ଯାଇଛି। ସାନ ଦିଅର ହଷ୍ଟେଲ ରେ ରହି ପଢୁଛନ୍ତି, ଛୁଟିରେ ଘରକୁ ଆସନ୍ତି।

ସ୍ବାମୀ ଜଣେ ବଡ ବିଜିନେସ ମ୍ୟାନ ବହୁତ୍ ବଡ ଘର ଅଛି ତାଙ୍କର । ତା ଛଡା ଭୁବନେଶ୍ଵରରେ ଦୁଇ ଦୁଇଟା ଫ୍ଲାଟ୍ , ଦାମୀ ଦାମୀ କମ୍ପାନୀର କାର, ଟଙ୍କା ,ପଇସା କୌଣସିରେ ଅଭାବ ନାହିଁ । ସ୍ବାମୀ ସବୁବେଳେ ନିଜ ବ୍ୟବସାୟକୁ ନେଇ ସବୁବେଳେ ବ୍ୟସ୍ତ ।ମୋ ପାଇଁ ତାଙ୍କର ଟିକେ ବି ସମୟ ନାହିଁ । ଘରର ଚାରିକାନ୍ଥ ଭିତରେ ରହି ରହି ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଲିନି । ସତରେ ମୁଁ ଗୋଟିଏ କଥା କୁହା କାଠ କଣ୍ଢେଇ ପାଲଟି ଯାଇଛି ସମସ୍ତଙ୍କ ପାଇଁ। ନିଜ କାମ ଛଡା ପିଲାର ଭଲ ମନ୍ଦ ବୁଝିବା, ଶାଶୁ, ଶଶୁର ବୁଢ଼ା ବୁଢ଼ୀ ହେଲେଣି ତାଙ୍କ ଖବର ବୁଝୁ ବୁଝୁ ଦିନ ଚାଲି ଯାଇଥାଏ । ସ୍ବାମୀ ବି ପ୍ରାୟତଃ ସବୁବେଳେ ବ୍ୟସ୍ତ ଥାନ୍ତି ତାଙ୍କ ବ୍ୟବସାୟକୁ ନେଇ । ତାଙ୍କର ବିଜିନେସ ଭଲ ତ ସେ ଭଲ। ଘରକୁ ଫେରିବାର କିଛି ନିର୍ଦିଷ୍ଟ ସମୟ ସୀମା ନଥାଏ। ଦିନେ ଦିନେ ରାତିରେ ବହୁତ୍ ଡେରିରେ ଆସନ୍ତି , ଆଉ କୁହନ୍ତି ...ସୋନୁ ତମେ ଏ ଯାଏଁ ଶୋଇନ ,ମୁଁ ହୋଟେଲ୍ ରୁ ଖାଇକି ଆସିଛି ମୋ ପାଇଁ ବ୍ୟସ୍ତ ହେବାର ନାହିଁ ତମେ ଖାଇକି ସୋଇପଡ । ଏମିତି ଅନେକ କଥା କହିଗଲା , ମୁଁ ଶୁଣୁଥାଏ ।

  ତା ପରେ ଆରମ୍ଭ କଲା ତା ଛାତି ତଳେ ଚାପି ରଖିଥିବା ଅକୁହା କଥା ଯାହା ପାଇଁ ତାକୁ ବାରମ୍ବାର ଜଳିବାକୁ ପଡୁଥିଲା ପ୍ରତିଟି ମୁହୂର୍ତ୍ତରେ ।

ସୋନୁ- କାହିଁକି ତମେ ଏତେ ଜଲଦି ଭୁଲିଗଲ..?

ସନ୍ଦୀପ- ମୁଁ ତୁମକୁ ଏବେ ବି ଭଲ ପାଉଛି, ଏବେ ବି ତମେ ମୋ ଛାତିରେ ଘର କରି ଅଛ । ସେତେବେଳେ ମୁଁ ଚାକିରୀ ସନ୍ଧାନ ରେ ମୁମ୍ବାଇ ଚାଲି ଆସିଲି । ଶୁଣିବାକୁ ପାଇଲି ତମର ବାହାଘର ଠିକ୍ ହୋଇଯାଇଛି । ଅନେକ ଥର ତମ ଫୋନ୍ କୁ ଚେଷ୍ଟା କରିଛି କିନ୍ତୁ ତୁମ ଫୋନ ସ୍ଵିଚ୍ ଅଫ୍ ଥାଏ। କଣ ବା ମୁଁ କରିଥାଆନ୍ତି ।

ସୋନୁ- ମୁଁ ବି ତମକୁ ଅନେକ ଥର କହିଛି , ତମେ ମୋତେ ନେଇଯାଅ, ଆମ ଘରେ ମୋ ବାହାଘର ପାଇଁ ପୁଅ ଦେଖିଲେଣି..।କିନ୍ତୁ ତମେ.....!

ସନ୍ଦୀପ- କଣ୍ ଆଉ କରିଥାନ୍ତି, ମୁଁ ଘର ର ବଡ଼ ପୁଅ l ଘରର ସବୁ ଦାୟିତ୍ୱ ମୋ ଉପରେ ନିର୍ଭର କରୁଥିଲା। ସେତେବେଳେ ମୁଁ ନିଜେ ବି ରୋଜଗାର କରି ନଥିଲି l ଘରେ ଏ ବିଷୟରେ କହିବାକୁ ବି ସାହସ ନଥିଲା। ଜାଣିଥିଲି ଘରେ କେବେ ବି ରାଜି ହେବେନି । କାରଣ ତମ କାଷ୍ଟ୍ ଆମ କାଷ୍ଟ ସମାନ ନୁହେଁ l ଲୁଚି ଛପି ବାହା ହୋଇ ଯିବା ବି ମୋର ଆଦୌ ପସନ୍ଦ ନଥିଲା।

ତମ ଘରେ ବି ତ କେହି ରାଜି ନଥିଲେ କାରଣ ମୋର ସେମିତି ରୋଜଗାର ନଥିଲା l ମୋ ବାପା ମାଙ୍କୁ ସିନା ଯେମିତି ଉପାୟରେ ହଉ ମୁଁ ବୁଝାଇ ଦେଇଥାନ୍ତି, ତୁମ ଘରଲୋକଙ୍କୁ କେମିତି ବୁଝାଇଥାନ୍ତି? ହୁଏତ ଟିକେ ସାହସ କରିଥାନ୍ତି ଯଦି ମୁଁ ନିଜକୁ ସେତେବେଳେ ଯୋଗ୍ୟ କରିପାରିଥାନ୍ତି l ଆଉ ସେଇ ସାହସ ଟିକେ ପାଇବା ପାଇଁ ମୁଁ ଘର ଛାଡି ଚାକିରୀ ଅନ୍ୱେଷଣ ରେ ବାହାରିଗଲି l

ସୋନୁ- ତମେ ଏବେ ପର୍ଯ୍ୟନ୍ତ ବିବାହ କରିନ ...?

ସନ୍ଦୀପ- ନାଇଁ ଏ ଯାଏଁ କରିନି, କରିବି ନାହିଁ ମଧ୍ୟ ଭବିଷ୍ୟତ ରେ।

ସୋନୁ - କିନ୍ତୁ କାହିଁକି..?

ସନ୍ଦୀପ- ତୁମରି ଅତୀତର ସ୍ମୃତିକୁ ମନେ ପକେଇ ବାକି ଜୀବନ କାଟିଦେବି । ତୁମେ ମୋ ପାଇଁ ଅପେକ୍ଷା କରି ପାରିଲ ନାହିଁ ସତ ,ମୁଁ କିନ୍ତୁ ସାରାଜୀବନ ତୁମକୁ ଅପେକ୍ଷା କରିଥିବି । ଯଦି ସମ୍ଭବ ହୋଇଥାନ୍ତା ମୁଁ ଏବେ ତୁମ ମଥାରେ ସିନ୍ଦୁର ଦେଇ ତୁମକୁ ନିଜର କରିଥାନ୍ତି l କଣ ତୁମ ପକ୍ଷରେ ଏଇଟା ସମ୍ଭବ? ତୁମେ କଣ ଏବେ ମୋତେ ନିଜର କରିପାରିବ?

ସୋନୁ- ନା.... ମୁଁ ପାରିବିନି ।

ସନ୍ଦୀପ- କିନ୍ତୁ କାହିଁକି..? ତମେ କଣ ମୋତେ ସ୍ବାମୀ ରୂପେ ପାଇ ଖୁସି ହବନି..।

ସୋନୁ- ହାତରେ ଆଉ କାହାର ଶଙ୍ଖା, ମଥାରେ ଆଉ କାହାର ସିନ୍ଦୂର, ବେକରେ ମଙ୍ଗଳସୂତ୍ର। ସମାଜ ଆଖିରେ ମୁଁ ଜଣଙ୍କର ସ୍ତ୍ରୀ। ସବୁଠୁ ଉର୍ଦ୍ଧରେ ମୋର ଛୋଟ ପୁଅଟିଏ ଅଛି। ମା ହୋଇ ନିଜ ସ୍ୱାର୍ଥ ପାଇଁ ମୁଁ କେମିତି ମୋ ସନ୍ତାନର ଖୁସି ଛଡାଇନେବି?

   ସନ୍ଦୀପ- ମୁଁ କିନ୍ତୁ ଅପେକ୍ଷା କରିଥିବି ଶେଷ ନିଶ୍ୱାସ ପର୍ଯ୍ୟନ୍ତ l ଯଦି ତୁମ ସଂସାର ବନ୍ଧନରେ କେବେ ଅଣନିଶ୍ୱାସୀ ହୋଇଯିବ, ଚାଲି ଆସିବ ମୋ ପାଖକୁ l ତୁମକୁ ପାଛୋଟି ନବାପାଇଁ ମୁଁ ହୃଦୟ ଖୋଲି ବସିଥିବି l ଆଉ ଯଦି ସେମିତି କିଛି ନହୁଏ ମୁଁ ଅପେକ୍ଷା କରିଥିବି ଆର ଜନ୍ମକୁ । ସବୁ ପ୍ରେମର ଅନ୍ତ ଏଇ ଜନ୍ମରେ ଶେଷ ହୋଇନଥାଏ । ମୋ ପ୍ରେମ ତୁମକୁ ଅପେକ୍ଷା କରିଥିବ ଜନ୍ମ ଜନ୍ମ ପାଇଁ......!

          ଦୁହେଁ ଜାଣିପାରିନଥିଲେ କଥାରେ କଥାରେ ରାତି ପାହି କେତେବେଳେ ସକାଳ ହୋଇ ଯାଇଥାଏ । ରାତି ପାହି ସକାଳ ହେଲା ପରେ ନୂଆ ଏକ ଜୀବନର ନୂଆ ଏକ ସୂର୍ଯ୍ୟଦୋୟ ଘଟିଛି ସନ୍ଦୀପଙ୍କ ଜୀବନରେ ।



Rate this content
Log in

More oriya story from Udaya bhanu Rout

Similar oriya story from Romance