ସୌନ୍ଦର୍ଯ୍ୟ
ସୌନ୍ଦର୍ଯ୍ୟ
ସତରେ ସେଇ ଚୁଟି ଗଣ୍ଡାକ ଯୋଗୁଁ ସ୍କୁଲ ଠୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ତାର ଭାରି ଖାତିର, ହେଲେ ସେ ଯେବେ ବେଖାତିର ଭାବେ ବଡ଼ ବେଣୀଟେ ଛାଟି କଲେଜ ଆସେ, ସାଙ୍ଗ ମାନେ କିଏ ଅସହିଷ୍ଣୁତା ରେ ଜଳେ ତ କିଏ ସ୍ନେହ ରେ କହେ ଚୁଟି ଦେଖି କିଏ ନେଇଯିବ ଲୋ ତତେ, ସତରେ ବି ଦୀନେଶ ତାକୁ ଭଲପାଇ ମନ୍ଦିର କୁ ନେଇ ବାହା ହେଇଗଲା ବେଳେ ସେ ବି ଜାଣିନଥିଲା ଚୁଟି ପ୍ରେମରେ ପଡି କୋଟିପତି ବାପାଙ୍କ ପୁଅ ଦୀନେଶ ଟଙ୍କା ପାଇଁ ମୁଣ୍ଡର ଝାଳ ତୁଣ୍ଡରେ ମାରିବ l
ଆଜି ପୁଅଟିଏ ର ମାଆ କାକଳୀ, ପଡିଶା ଘର ଝିଅର ତିନି ଚାରିଟା ତିନିଚକିଆ ଛୋଟ ସାଇକେଲ ଦେଖିଲେ ପୁଅ ତାର ଜିଦ କରି ରାହା ଧରି କାନ୍ଦିଲା ବେଳେ ଅସହାୟ କାକଳୀ ର ବଡ଼ ଲମ୍ବା ବେଣୀ ଟା ତାକୁ ତାଚ୍ଛଲ୍ୟ କରେ, ବିନା ଛତା ବିନା ଟୋପିରେ ଦୀନେଶ ଘରକୁ ଝାଳ ଗମ ଗମ ହୋଇ ଫେରିଲା ବେଳେ ସାଧାରଣ ଟେବୁଲ ଫ୍ୟାନଟିଏ ବି ନଥାଏ, ତ ଦୀନେଶ ଯେବେ ତା ଟୀଫିନ ଖର୍ଚ୍ଚ ଓ ମିଲ ଖାଇବାରୁ ବଞ୍ଚାଇ ତା ଚୁଟି ପାଇଁ ଭଲ ତେଲ ନେଇଆସେ ସତରେ କାକଳୀ କୁ ତା ଲମ୍ବା ବେଣୀ ଟା ନାଗସାପ ପରି ପ୍ରତୀୟମାନ ହୁଏ l
ସେଦିନ କୁହାବୋଲା କରି ପୁଅକୁ ସେହି ପଡୋଶୀଙ୍କ ଘରେ ଛାଡି ଦୀନେଶ ଆସିଲେ ଚାବି ଦେବାକୁ କହି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ ବାହାରିଗଲା, ଆଉ ଠିକଣା ଜାଗାରୁ ଫେରିବା ବେଳକୁ ତା ହାତରେ ପୁଅ ପାଇଁ ତିନିଚକିଆ ଛୋଟ ସାଇକେଲ ଓ ଦୀପକ ପାଇଁ ଟେବୁଲ ଫ୍ୟାନ ସହ କିଛି ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ କିଣି ପାରିବା ପାଇଁ ଟଙ୍କା ଥିଲା, ହେଲେ,ମାଆ କୋଳରେ ଛୁଆଟା ଭୋକିଲା ଥିଲା ଆଉ ମାଆ ଟି ଛିଣ୍ଡା ଶାଢୀରେ ଅର୍ଦ୍ଧନଗ୍ନ ଥିଲା ତ ତାକୁ କିଛି ପଇସା ଦେଇ ସାରିବା ପରେ ତାକୁ ଯିଏ ହାତ ପତେଇଥିଲା, ସେ ବୁଢୀଟି ଚାଲି ପାରୁନଥିଲା, ତାର ବଁକୁଲି ବାଡ଼ି ଟିଏ ବି ନଥିଲା, ତ ତାକୁ କିଛି ଟଙ୍କା ଦେବା ପରେ, ବାଟରେ ଯେଉଁ ଅନ୍ଧବୁଢ଼ାଙ୍କୁ ସେ ଭେଟିଥିଲା, ତାଙ୍କର ଅସହାୟତା ଦେଖି ସାରିବା ପରେ ତାଙ୍କୁ ଘୁଙ୍ଗୁରଲଗା ବାଡି଼ଟିଏ କିଣି ଦେଇ ସାରିବା ପରେ, ପୁଅ ପାଇଁ ତିନିଚକିଆ ଛୋଟ ସାଇକେଲ ଗାଡି କିଣିବା ସମ୍ଭବ ନଥିଲା ତ ଖାଲି ହାତରେ ଘରକୁ ଫେରିବାକୁ ପଡିଲା କେବଳ କିଛି ଖାଦ୍ୟ ପଦାର୍ଥ ସହ l
ହେଲେ ଏ କଣ, ତା ଘର ଖୋଲା, ଆଉ ପୁଅ ସାଇକେଲଗାଡ଼ିରେ ବସିଛି ଆଉ ତା ଜେଜେ ପଛରୁ ଠେଲୁଛନ୍ତି ଗାଡି, ପୁଣି ତା ନିଜ ବାପା ବି ପୁଅ ପାଇଁ କେତେ କଣ ଧରି ଆସିଛନ୍ତି, ତ ଖୁସିର ଆନନ୍ଦର ସୀମା ନଥିଲା ତାର, ଦୀପକ ବି ଫେରି ଖୁବ ଆନନ୍ଦିତ ହୋଇଥିଲା, ହେଲେ ବିନା ବେଣୀ ରେ କାକଳୀକୁ ଦେଖି ତା ହାତରୁ ଏ ମାସ ପାଇଁ ଆଣିଥିବା କାକଳୀ ଚୁଟି ପାଇଁ ତେଲ ବୋତଲ ଟା ପଡିଯାଇଥିଲା, ସେ ଶବ୍ଦ ରେ କାକଳୀ ଚମକି ପଡିଲା ସତ ହେଲେ ତା ଭାଗ୍ୟ ଖୋଲିଯାଇଥିବାରୁ,ସବୁବେଳେ ସାଥୀ ହୋଇ ସାଥେ ସାଥେ ରହିଥିବା ସେହି ଜଗତର ନାଥଙ୍କୁ ହାତ ଯୋଡୁ ଥିଲା ବେଳେ ଦୁଇ ସମୁଦୀ ଦୀପକ ଜୋଇଁ ସହ ବୋହୁ ପୁଅ ଓ ନାତି ସହ ଫେରିଯିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ. କାକଳୀ ଆଉ ଦୀନେଶ ବାହାରିବା ପୁର୍ବରୁ ଦୀନେଶଙ୍କ ଆଖି ଆଗରେ କାକଳୀର ସୌନ୍ଦର୍ଯ୍ୟ ର ପ୍ରତୀକ ସେହି ଲମ୍ବାବେଣୀ ଟି ଆଖି ଆଗରେ ନାଚିଯାଉଥିଲା l

