ସାଥି ତମେ ବହୁ ଦୂରେ ଭାଗ ୨
ସାଥି ତମେ ବହୁ ଦୂରେ ଭାଗ ୨


ପ୍ରୀତି- ବାପରେ ତମେ ଏତେ ରାଗି
ପ୍ରିତମ- ମୁଁ ଯେତେବେଳେ କିଛି ସହିନପାରେ ଏମିତି ରାଗିଯାଏ
ପ୍ରୀତି- ଗୋଟେ କଥା ପଚାରିବି .
ପ୍ରିତମ- ପଚାର .
ପ୍ରୀତି- ଯଦି ମୋ ଦେହ ରେ କିଏ ହାତ ଲଗେଏ .ତମେ କଣ କରିବ.
ପ୍ରିତମ- ତାକୁ ଜୀବନ ରୁ ମାରିଦେବି .
ତମେ ମୋ ଜୀବନ ମୋ ଆଶା ମୋର ସବୁକିଛି .
ପ୍ରୀତି-( ହସିକି) ଏ ସବୁ ଡାଇଲଗ କୋଉଠୁ ଶିଖିଲ .
ପ୍ରିତମ- ତମକୁ ମିଛ ଲାଗୁଛି ନା .ହୋଉ ସମୟ ଆସିଲେ ମୋ ଭଲ ପାଇବାର ମୂଲ୍ୟ ବୁଝିପାରିବ .
ପ୍ରୀତି- ମୁଁ ମଜାକ କରୁଥିଲି .ଏଇ ଚାଲନା କଣ କିଛି ଖାଇବା ଭୋକ ପ୍ରବଳ ହେଲାଣି .
ପ୍ରିତମ - ଚାଲ ,ହେଲେ ମତେ ଭୋକ ନାହିଁ .
ପ୍ରୀତି- ତମେ ନଖାଇଲେ ମୁଁ ବି ଖାଇବିନି .
ପ୍ରିତମ- ଆରେ ବାବା , ଭୋକ ଥିଲେ ମୁଁ ଖାଇନଥାନ୍ତି କି.
ପ୍ରୀତି- ନା ଥାଉ ମୁଁ ଖାଇବିନି .
ପ୍ରିତମ - ଆଛା ହୋଉ ହେଲେ ଆମେ ମିଶି କି ଖାଇବା କାହିଁକି ନା ତମେ ତମ ହାତରେ ଖାଇପାରିବନି ମୁଁ ତୁମକୁ ଖୁଆଇଦେବି .
ପ୍ରୀତି- ସତରେ
ଦୁହେଁ ଗୋଟେ ପ୍ଲେଟ ଖାଇଲେ
ପ୍ରିତମ ଥରେ କି ଦୁଇ ଥର ଖାଇଛି ବାକି ପ୍ରୀତି କୁ ଖୁଏଇବାରେ ଲାଗିଥାଏ
ପ୍ରିତମ- ଜାଣିଛ ,ତମକୁ ଖୁଆଇଦେବା ବି ମୋ ସ୍ବପ୍ନ ଥିଲା .
ଆଜି ପୁରା ହେଇଗଲା .
ପ୍ରୀତି- କଣ ଆଉ କେବେ ଖୁଆଇଦେବନୀ ?
ପ୍ରିତମ - ଆଉ ତମ ସେ ହାତ କୁ କଣ ପୂଜା କରିବ.
ପ୍ରୀତି - ହେ ଜା ମୁଁ କଥା ହେବିନି .
ପ୍ରିତମ - ଆରେ ମଜାକ କରୁଥିଲି କରୁଥିଲି ପାଗିଳି ନେ ଖାଇଦେ
ପ୍ରୀତି- ନା ତମେ କୁହ ପୁଣି ମତେ ଖୁଆଇଦେବ .
ପ୍ରିତମ- ଠିକ ଅଛି .ପୁଣି କେବେ ସୁଯୋଗ ମିଳିଳେ ଖୁଆଇଦେବି.
ଏମିତି ତାଙ୍କର ପ୍ରେମ ସମ୍ପର୍କ ବଢି ବଢି ଯାଉଥାଏ.
ହଟାତ ଦିନେ ପ୍ରୀତି ପ୍ରିତମ କୁ ଫୋନ କରି ଶୀଘ୍ର ଆସିବାକୁ କହିଲା .
ପ୍ରୀତି- ତମେ ଶୀଘ୍ର ଆସ .
ପ୍ରିତମ- କଣ ହେଇଛି ତମର .ଏତେ ବେସ୍ତ ଜଣା ପଡୁଛ .
ପ୍ରୀତି - ନାଇଁ ଜେ ମୋର କିଛି କିଣିବାର ଥିଲା .
ପ୍ରିତମ- କାଲି ସନ୍ଧ୍ୟା ରେ ଗଲେ ହେବନି .
ପ୍ରୀତି- କିଛି କାମ ଅଛି କି ?
ପ୍ରିତମ- କାଲି ଗୋଟେ Bank ର exam ଥିଲା .
ଆଛା ହୋଉ ମୁଁ ଯାଉଛି .
ହେଲେ ଶୀଘ୍ର କିଣା କିଣି କରିବ.
କିଛି ଦିନ ପରେ..
ହଟାତ ପ୍ରୀତି ର ବାପା ପାଖକୁ ଗୋଟେ ପ୍ରସ୍ତାବ ଆସିଥିଲା .
କୋଟିପତି ଘର ପୁଅ ବ୍ୟବସାୟୀ ଘରେ ତାଙ୍କର ଚାକର ବାକର ସବୁ ଅଛନ୍ତି ଏ ପ୍ରସ୍ତାବ ଦେଖି ପ୍ରୀତି ର ବାପା ବହୁତ ଖୁସି ହେଇଯାଇଥିଲା
ବାପା - ତୋ ପାଇଁ ଗୋଟେ ଭଲ ପ୍ରସ୍ତାବ ଆସିଛି .
ପ୍ରୀତି- ବାପା ମୁଁ ଆଉ ଜଣକୁ ଭଲ ପାଉଛି .ମୁଁ ତାକୁ ବାହା ହେବାକୁ ଚାହେ .
ବାପା- କିଏ ସେ ପିଲା .ସେ କଣ କରୁଛି .
ପ୍ରୀତି- ଏବେ ସେ bank ପାଇଁ ପ୍ରସ୍ତୁତ ହେଉଛନ୍ତି .
ବାପା- ଦେଖ ମା ମୁଁ କେବେ ତୋର ଅମଙ୍ଗଳ ଚିନ୍ତା କରିବିନି ହଁ ଧରିନେ ସେ ଅଫିସର ହେଇଗଲା ହେଲେ ତଥାପି ତତେ ଘର ର ସବୁ କାମ କରିବାକୁ ପଡିବ ଗୋଟେ କୋଟିପତି ଘରୁ ପ୍ରସ୍ତାବ ଆସିଛି ଦେଖ ତୋ ଇଛା ହଁ ଯଦି ତୁ ସେ ପିଲା କୁ ବାହା ହେବୁ ତେବେ ମୋ ଠୁ କୌଣସି ପ୍ରକାର ସାହାଯ୍ୟ ମାଗିବୁନି ପ୍ରୀତି ବଡ ଚିନ୍ତା ରେ ପଡିଗଲା ଏପଟେ ପ୍ରେମ ସେପଟେ କୋଟିପତି ହେବାର ସ୍ବପ୍ନ ଜୀବନ କୁ ବିଚଳିତ କରିଦେଉଥାଏ ଶେଷରେ ସେ ଆରମ୍ଭ କରିଦେଲା ଅଭିନୟ ପ୍ରିତମ ସହ
ପ୍ରୀତି- ( କାନ୍ଦିକି)ମତେ ଭୁଲିଯାଅ .
ପ୍ରିତମ- କଣ ହେଇଛି ପାଗିଳି.ପ୍ଲିଜ଼ କାନ୍ଦ ବନ୍ଦ କର .ମୁସହି ପାରୁନି .
ପ୍ରୀତି- ଚାଲ ଆମେ ଏଠୁ ପଳେଇବା .
ପ୍ରିତମ - କଣ ହେଇଛି ତ କହ .
ପ୍ରୀତି- କାଲି ଗୋଟେ ପ୍ରସ୍ତାବ ଆସିଥିଲା .ଆଉ ବାପା ତାଙ୍କୁ କଥା ଦେଇ ଦେଇଛନ୍ତି ମୁଁ ଯେତେବେଳେ କହିଲି କି ମୁଁ ତୁମକୁ ଭଲ ପାଉଛି ବାପା ମତେ ବହୁତ ମାରିଲେ ଆଉ କହିଲେ ତୁ ଯଦି ମୋ କଥା ରେ ରାଜି ନହେଲୁ ଆଉ ମୋ କଥା କୁ ଯଦି ମୁଁ ରଖି ନପାରିଲି ମୁଁ ଆତ୍ମହତ୍ୟା କରିଦେବି ଏବେ ତମେ କୁହ ମୁଁ କଣ କରିବି
ପ୍ରିତମ- ମୁଁ ତୁମ ବାପା ଙ୍କ ସହ ଦେଖା କରିବି .
ପ୍ରୀତି- ତମେ ମୋ ବାପା ଙ୍କୁ ଜାଣିନ ମୁଁ ତମର ଯଦି ହେବିନି ତ ଆଉ କାହାର ବି ହେବିନି .
ପ୍ରିତମ - ପ୍ଲିଜ଼ ପାଗିଳି ତୁ ଏମିତି କଣ କହୁଛୁ ଏମିତି କିଛି ଦିନ ଚାଲିଲା ତା ପରେ ପ୍ରୀତି ର ଫୋନ Waiting ଆସିଲା
ପ୍ରିତମ- ତମ ଫୋନ ଆଜି କାଲି ବହୁତ Waiting ଆସିଲାଣି .
ପ୍ରୀତି- ତମେ ମତେ ସନ୍ଦେହ କରୁଛ .ବାଃ ବାଃ ତମକୁ ପାଇବା ପାଇଁ ମୁଁ ଏଠି କାନ୍ଦି କାନ୍ଦି ମରୁଛି ଆଉ ତମେ ମତେ ସନ୍ଦେହ କରୁଛ .
ପ୍ରିତମ- ସରି ,ଆଉ କରିବିନି .
ପ୍ରୀତି- ଥରେ ସନ୍ଦେହ ଆସିଲେ ନା ବାରମ୍ବାର ଆସେ ସତରେ ତମେ ଆଉ ଆଗ ଭଳି ନାହଁ .
ପ୍ରିତମ- ମୁଁ କଣ କଲି .ତୁ ମ
ୋ ଉପରେ କଣ ପାଇଁ ରାଗୁଛୁ.
ମୁଁ କଣ କଲି .
ପ୍ରୀତି ଫୋନ ରଖିଦେଲା .
ପ୍ରୀତି ବାସ ଖାଲି ତାର ଗୋଟେ ବାହାନା ଖୋଜୁଥିଲା ତା ଠୁ ଦୁରେଇ ଯିବା ପାଈଁ.
ପ୍ରିତମ ଦିନେ ରାତି 12 ରେ ପ୍ରୀତି ପାଖକୁ କଲ ଲଗେଇଲା ବେଳକୁ
ତାର waiting ଆସୁଛି ପ୍ରୀତି ରାତିରେ ସେହି ପୁଅ ସହ କଥା ହେଉଥିଲା ଯାହା ସହ ବାହାଘର ଲାଗିଥିଲା ତା ନା ଦୀପକ
ଧୀରେ ଧୀରେ ପ୍ରିତମ ଜାଣିପାରିଲା ପ୍ରୀତି ତାକୁ ଧୋକା ଦେଇସାରିଛି ହେଲେ ସେ ସହଜ ରେ ଗ୍ରହଣ କରିପାରୁନଥିଲା ଏତେ ଜେ ଭଲ ପାଇଥିଲା ପ୍ରିତମ ବିକଳ ହେଇ କାନ୍ଦିବାକୁ ଲାଗିଲା ହେଲେ ସେ କାନ୍ଦ ରେ ଧ୍ୱନି ନଥିଲା କେତେ ଜେ କଷ୍ଟ ହେଉଥିଲା ବେଳେ ବେଳେ ତାକୁ ସ୍ବପ୍ନ ଭଳି ଲାଗୁଥିଲା ତଥାପି ସେ ମନ କୁ ବୁଝେଇ ପ୍ରୀତି ପାଖକୁ ଫୋନ କରେ
ହେଲେ ପ୍ରୀତି ଫୋନ କୁ ରିସିଭ କରେନି ପ୍ରିତମ ମନ ଭିତର ଯନ୍ତ୍ରଣା ରେ ଛଟପଟ ହେଉଥାଏ କାହାକୁ ବା ଦୁଃଖ ଜଣେଇବା ଆଉ ମନ ହାଲ୍କା କରିବ ସେ ସାଙ୍ଗ ପାଖକୁ ଫୋନ କଲା ଆଉଯାହା ସବୁ ଘଟିଛି ସବୁ କହିଲା ସାଙ୍ଗ ସେଠୁ ଦେଖା କରିବାକୁ ଡାକିଲା
ସାଙ୍ଗ- ତୁ କାଇଁ ଏମିତି ହେଉଛୁ .ଆଜି କାଲି କା ଝିଅ ସବୁ ଟଙ୍କା ଲୋଭ ରେ ପଡିଛନ୍ତି ହେଲେ ଟଙ୍କା ରେ ସବୁ କିଛି କରିହୁଏନି .
ପ୍ରିତମ-( କାନ୍ଦିକି) ମୁଁ ତାକୁ କେତେ ଭଲ ପାଇଥିଲି ରେ ହେଲେ ସେ ମୋ ଭଲ ପାଇବାର ମୂଲ୍ୟ ଟିକେ ବି ବୁଝିଲାନି .
ମତେଟିକେ ବିଷ ଦେ ରେ ମୁ ଆଉ ସହି ପାରୁନି ମୁଁ ଥାଉ ଥାଉ ସେ ଆଉ କାହା ସହ କଥା ହେଉଛି ସେ ମୋ ଜୀବନ ରେ
ତା ବିନା ମୁଁ ବଂଚିପାରିନି ପ୍ଲିଜ଼ ସାଙ୍ଗ ତୁ କିଛି ଗୋଟେ କର
ସାଙ୍ଗ- ଆରେ ତୁ ଏମିତି କାହିଁକି ହଉଛୁ .ଚାଲ 2 ପେଗ ମାରିଦେ ତା କଥା ମନେ ପଡ଼ିବନି ପ୍ରୀତମ କୁ ଡ୍ରିଂକ୍ସ ର ନିଶା ଜେ ପର୍ଯ୍ୟନ୍ତ ରହିଲା ସେ ପର୍ଯ୍ୟନ୍ତ ସେ ସବୁ କିଛି ଭୁଲିଗଲା ହେଲେ ନିଶା ଛାଡିଲା ପରେ ଯୋଉ କଥା କୁ ସେଇ କଥା .
ପ୍ରିତମ-(କାନ୍ଦିକି) ଆଉ ପାରୁନି ରେ ସାଙ୍ଗ ମୁଁ ଯୁଆଡେ ବି ଯାଉଛି ଖାଲି ତା କଥା ମନେ ପଡୁଛି ଜାଣିଛୁ
ସେଦିନ ମୁଁ ନିଜେ ଭୋକିଲା ରହିଲି ମୋ ପାଖରେ ଫେରିବା ପାଇଁ ପଇସା ରହି ନଥାନ୍ତା ସେ ଚାଲି ଚାଲି ଏତେ ବାଟ ଯିବ ତାକୁ କଷ୍ଟ ହେଇଥାନ୍ତା ତଥାପି ସେ ମୋ ଭଲ ପାଇବା ବୁଝିପାରିଲାନି ମୁଁ ଜୋର ଦେଇ କହିପାରିବି ତାକୁ ମୋ ଠୁ ଭଲ ପାଇବା କେହି ବି ଦେଇପାରିବେନି .
ସାଙ୍ଗ-ତୁ ଆଗ କାନ୍ଦ ବନ୍ଦ କଲୁ .
ପ୍ରିତମ- ହୃଦୟ କୁ ଯେତେବେଳେ କଷ୍ଟ ହେଇଥାଏ ନା ସେ ଯେତେ ଶକ୍ତ ହେଇଥାଉ ଆଖି ରୁ ଲୁହ ଝରି ଆସେ.
ସାଙ୍ଗ- ତାକୁ ଆଉ ଥରେ ବୁଝୋଉନୁ .
ପ୍ରିତମ- ଯିଏ ରାସ୍ତା ଭୁଲିଯାଏ ,ତାକୁ ଫେରେଇ ଆଣି ପାରନ୍ତି ,ହେଲେ ସେ ରାସ୍ତା ନିଜେ ବାଛିଚି ଯାଉ ସେ ଖୁସି ରେ ରହୁ
ସାଙ୍ଗ- ଆଉ ତୁ .
ପ୍ରିତମ- ଯେତେଦିନ ସହିପାରିବି ସହି ପାରିବି .ତା ପରେ ଚାଲିଯିବି ବହୁ ଦୁରକୁ.
ସାଙ୍ଗ- ପାଗଳ ନା କଣ .ତା ନଂ ଦେ .
ପ୍ରିତମ- କଣ କରିବୁ .
ସାଙ୍ଗ- ତୁ ଦେ ବେ ସାଙ୍ଗ ତା ନଂ ନେଇ ପ୍ରୀତି ପାଖକୁ ଧମକ ଦେଇ କହିଲା ଦେଖିବି ତୋ ବାହାଘର କେମିତି ହେବ .
ପ୍ରୀତି ଏ କଥା ଶୁଣି ବହୁତ ଡରିଯାଇଥିଲା ଆଉ ପ୍ରିତମ କୁ ପାଦ ର କଣ୍ଟା ଭାବିଦେଇଥିଲା ସେ ଦୀପକ କୁ ଏ ସବୁ କହିଲା .
ହଁ ସେ ଆମ ବାହାଘର ପାଇଁ କଣ୍ଟା ହେଇପାରେ ଦୀପକ ଆଗ ପଛ କିଛି ବିଚାର ନକରି ପ୍ରିତପାଖକୁ ଗଲା ଧୁମ ମାରିଲା ପ୍ରିତମ କୁ ପ୍ରିତମ ତା ନିଶା ରେ ଚୁର ଥିଲା ଦୀପକ ଓ ତାର ସାଙ୍ଗ ମାନେ ତାକୁ ପିଟିବାକୁ ଆରମ୍ଭ କଲେ ସେଇଠି ପ୍ରିତମ ର ପ୍ରାଣ ଛାଡିଗଲା ଜୀବନ ର ଶେଷ ସମୟ ରେ ସେ ପ୍ରୀତି ପ୍ରୀତି କହି ଝୁରି ହେଉଥିଲା ବାସ କିଛି ଦିନ ପରେ
ଦୀପକ ଆଉ ପ୍ରୀତି ର ବାହାଘର ହେଇଗଲା ବାହାଘର 6 ମାସ ଠିକ ଠାକ ଚାଲିଲା କିନ୍ତୁ ତା ପରେ ଦୀପକ ର ବ୍ୟବସାୟ ପାଇଁ ସେ ପ୍ରୀତି କୁ ସମୟ ଦେଇପାରୁନଥିଲା ପ୍ରୀତି ଖାଇଛି କି ନାହିଁ ପଚାରୁ ବି ନଥିଲା ପ୍ରୀତି କୁ ବହୁତ ଏକଲା ଏକଲା ଲାଗିଲା ଦିନେ ପୁଣି ଥରେ ପ୍ରୀତି ର ହାତ କଟିଗଲା ସେ ଦୀପକ ପାଖକୁ ଫୋନ କଲା ହେଲେ ଦୀପକ ତା ଉପରେ ଚିଡି ଚିଡି ହେଲା କଣ ତୋର ସମୟ ଜ୍ଞାନ ନାହିଁ ପ୍ରୀତି କାନ୍ଦିକି ଫୋନ କାଟି ଦେଲା ଆଉ ସେ ଆଶା ବି ଛାଡି ଦେଇଥିଲା
ଜେ ତାକୁ ଆଉ କିଏ ଖୁଆଇଦେବ ଶେଷରେ ସେ ବହୁତ କଷ୍ଟ ରେ ଚାମଚ ରେ ଖାଇଲା ସେଦିନ ତାର ପ୍ରିତମ କଥା ବହୁତ ମନେ ପଡିଲା
ଦୀପକ- ରାତିରେ ଘରକୁ ଆସି ସରି କହିଲା.
ପ୍ରୀତି- ସରି କହିଲେ କଣ ମୋ କଷ୍ଟ ଦୂର ହେଇଯିବ .
ଦୀପକ- କଣ କଷ୍ଟ. ଆମ ପାଇଁ ଯିଏ କଣ୍ଟା ହେଇଥିଲା ତାକୁ ତ ସଫା କରିଦେଇଛି .
ପ୍ରୀତି- କଣ ହେଲା ତମେ ତାକୁ ମାରିଦେଇଛ .
ଦୀପକ- ହଁ .
ପ୍ରୀତି ସେଇ ଦିନ ଠୁ ସେ ଠିକ ସେ ସୋଇପାରିନି ଆଜି ବି ଅନୁତାପ କରୁଛି ଆଉ କରୁଥିବ ସାଥି ତମେ ବହୁ ଦୂରେ ସାଥି ତମେ ବହୁ ଦୂରେ