STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସାର ଥିଲେ ବୋଲି 

ସାର ଥିଲେ ବୋଲି 

3 mins
14


ନାଇଟକୋଚ ବସଟା ଖାଲି ଖାଲି ଆସୁଥିଲା ସେଦିନ. ଏତେବଡ଼ ବସ ପୁଣି ଦୂର ଘାଟି ବାଟ ଯିବାର ଅଛି. ସେଥିରେ ବସଟା ଏକଦମ ଖାଲି ତ ବାଟ ପାସେଞ୍ଜର ସବୁ ଉଠୁଥିଲେ ଓ଼ ଏକ୍ସପ୍ରେସ ବଦଳରେ ଲୋକାଲ ଲାଗୁଥିଲା ବସଟା. କିଏ ବାନ୍ତି କରି କରି ବୁଡେଇ ଚାଲିଲା ବେଳେ କହୁଥିଲା ଆଜି ଆସିବାର ନଥିଲା ତ କିଏ ବାନ୍ତି ରୋକି ଅସ୍ତବ୍ୟସ୍ତ ଅନୁଭବରେ କଣ୍ଡକ୍ଟରକୁ ଦିପଦ ଶୁଣେଇ ଚାଲିଥିଲା. ଅନ୍ୟାୟ ଅନୀତି ସହୁନଥିବା  ଵ୍ୟକ୍ତି ଜଣକ ଅବସରପ୍ରାପ୍ତ ଶିକ୍ଷକ ହିଁ ଥିଲେ. ନାଇଟକୋଚ ବସର ଚାରି ନମ୍ବର ସିଟରେ ବସି ତିନି ନମ୍ବର ସିଟରେ ବସି ବସ ଛାଡୁ ଛାଡୁ ଘୁମେଇ ପଡି ସିଟକୁ ପଛକୁ କରି ଲେପଟେଇ ପଡ଼ିଥିବା ଯୁବକକୁ ତାଗିଦା କରୁଥିଲେ ଯେ ଅନ୍ତତଃ ସାଢେ ନଅଟା ବାଜୁ ସିଟକୁ ବଙ୍କେଇ ଶୋଇବ ନହେଲେ ପଛରେ ବସିଥିବା ଲୋକର ଅବସ୍ଥା କଣ ହେବ!ଯୁବକ ପଛକୁ ମୁହଁ ବୁଲେଇ ଟିକେ ଦେଖିନେଲା ବୟସ୍କ ଵ୍ୟକ୍ତି ଜଣଙ୍କୁ ଓ଼ ତାତ୍ସଲ୍ୟ ଭାବରେ ଉତ୍ତର ଫୋପାଡ଼ିଲା ନିଜ ନିଜ ସିଟ ଯିଏ ଯାହାର ପଛକୁ ଅଣେଇ ଦେଲେ କ୍ଷତି କଣ ଯେ!ବସଟା ତ ପୁରା ଖାଲି. ଯଦି ସମସ୍ତେ ଥାଆନ୍ତେ ତେବେ?କହିବାକୁ ଯାଇ ଅଟକି ଗଲେ ସାର. ସ୍ତ୍ରୀ ଆଖିର ଇସାରାରେ ମନା କରୁଥିଲେ ଯୁକ୍ତି ନକରି ବରଂ ପଛକୁ ପଛ ଖାଲି ପଡ଼ିଥିବା କୌଣସି ସିଟରେ ନିଜକୁ ସାମିଲ କରିନେବାକୁ. ବାଟ ସାରା କିନ୍ତୁ ଘାଟି ରାସ୍ତାରୁ ଲୋକ ଚଢ଼ୁଥିଲେ ଓ଼ ଓଲ୍ହାଉଥିଲେ. ଚଢା ଦରରେ ଟିକେଟ କାଟି ମଧ୍ୟ ସିଟ ପାଇ ଭାରି ଖୁସିରେ ଥିଲେ ବାଟ ପାସେଞ୍ଜର ଆଉ କଣ୍ଡକ୍ଟର ବି ଖୁସି. ସମସ୍ତେ ଅନଲାଇନ ବୁକିଂ କରି ଟିକେଟ କାଟି ଆସୁଥିଲା ବେଳେ ଏଇ ବାଟ ପାସେଞ୍ଜରମାନଙ୍କର ଟିକେଟ ପଇସା ତ ତାଙ୍କ ପକେଟ ମନି ନା!ଏଇ ସମୟରେ ଝଟକା ଦେଇ ପୁଣି ବସ ରହିଲା ତ ଛଅଟା ବେଳୁ ସିଟ ଚେୟାର ପଛକୁ କରି ଲୋଟି ପଡ଼ିଥିବା ଯୁବକ ଜଣକ ବାନ୍ତି କରିପକେଇଲା ବେଳକୁ ଦୁଇଜଣ କିଶୋର ଉଠିଲେ ଘାଟି ରାସ୍ତା କଡ଼ରୁ. କିଶୋର ଯଦିଓ ନଥିଲେ ଯୁବକ ବି ନଥିଲେ. କିଶୋର ବୟସ ପାର ହୋଇ ଯୁବକ ବୟସରେ ପ୍ରବେଶର ପ୍ରଥମ ପାହାଚ ଚଢ଼ୁଥିବା ଦୁଇ ବଣୁଆ ବା ସାନ୍ତାଳ  ବା କୋଟିଆ ଯୁବକ ହେବେ କି କଣ, ସେ ଦୁହେଁ ଉଠୁ ଉଠୁ ଗନ୍ଧରେ ନାକ ଫାଟି ପଡୁଥିଲା ତ ନିଜକୁ ଆରାମରେ ଲୋଟେଇ ଦେଇ ସନ୍ଧ୍ୟାରୁ ଶୋଇରହିଥିବା ଓ ଭୁବନେଶ୍ୱର ଯାଉଥିବା ଯୁବକ କଣ୍ଡକ୍ଟରକୁ ମନଭରି ଶୋଧି ପଛକୁ ବୁଲି ଚାହୁଁଥିଲା ସାରଙ୍କ ପ୍ରତିକ୍ରିୟା ଦେଖିବାକୁ ହେଲେ ବୟସ୍କ ସାର ଏଇ ବାଟ ପାସେଞ୍ଜରମାନଙ୍କ ଯୋଗୁଁ ଠାକୁ ଠା ଓଲ୍ହେଇ କ୍ରିୟା କର୍ମ କରୁଥିଲେ ତ ଡରିଯାଉଥିଲେ ପତ୍ନୀ. ରାତି ବେଳ ପୁଣି ଜଙ୍ଗଲିଆ ଘାଟି ରାସ୍ତା.କିଏ କହିବ ବାଘ ଭାଲୁ ହାତୀ ଗଡୁନଥିବେ!
      କିଛି ବାଟ ଗଡ଼ିଗଲା ପରେ ସୁଙ୍କି ସାଲୁରି ଘାଟି ପାର ହେଲା ପରେ ଦୁଇ ଗୋଡ଼କୁ ଆଉ ଗୋଟେ ସିଟ ଉପରେ ଲମ୍ବେଇ ଆରାମରେ ଘୁଙ୍ଗୁଡ଼ି ମାରୁଥିବା କଣ୍ଡକ୍ଟର ଉଠିଲା, ଅସ୍ତବ୍ୟସ୍ତ ହେଲା ଓ଼ ସେହି ଜନଜାତି ଯୁବକ ଦୁହିଁଙ୍କୁ ଡାକି ଆଣି ପାଖରେ ବସର ଦ୍ୱାର ଆଡକୁ ବସେଇ କହିଲା କେତେ ଡାକିଲି ତୁମେ ଦୁହେଁ ଆସିଲ ନାହିଁ ତୁମ ଷ୍ଟପେଜ ଚାଲିଗଲା ତ ଏଇଠି ବସ. ଆଗ ଷ୍ଟପେଜରେ ଓଲ୍ହେଇ ଯିବ. ଦୁହିଁଙ୍କ ଭିତରୁ ଜଣେ କହିଲା ରାତି ଏବେ ସାଢେ ଦୁଇ. ଆଗ ଷ୍ଟପେଜରେ ବିଶ୍ରାମଗାର ନାହିଁ. ହାତୀ ବାଘ ଭାଲୁ ଗଡ଼ନ୍ତି ରାତିରେ ତ ଆମକୁ ବରଂ ବ୍ରହ୍ମପୁର ପୂର୍ବରୁ ଦିଗପହଣ୍ଡିରେ ଓଲ୍ହେଇ ଦେବ. ଆମର ଚାଲିବାର ଅଭ୍ୟାସ ଅଛି. ହେଲେ ସେଠୁ ତୁମ ଛକ ତ ପ୍ରାୟେ ଶହେ କିଲୋମିଟର ପାଖାପାଖି ହେବ. ଏତେ ବାଟ ଚାଲିବ କେମିତି?କଣ କରିବୁ ଆଉ ମେଳାରେ ଛି ଛି ଛିରେ ନନି ଗୀତରେ ନାଚି ନାଚି ଭୋକରେ ମହୁଲି ପିଇ ଦେଇଥିଲୁ ତ ନିଦ ଭାଙ୍ଗିଲା ନାହିଁ. ପଇସା ପରେ ଦେବ ବୋଲି କହି ମାଲିକ ଯିଏ ଆମକୁ ନାଚିବାକୁ ନେଇଥିଲା ଦେଇନି. ପେଟରେ ମଧ୍ୟ ଖୁବ ଭୋକ ଅଛି ଆଉ ଆଖିରେ ନିଦ.ତାଙ୍କ କଥା ଭିତରେ ପର ଷ୍ଟପେଜ ଆସିଯାଇଥିଲା. କଣ୍ଡକ୍ଟର ସଫେଇ ପରେ ସଫେଇ ଦେଇ କହୁଥିଲା କେତେ ତ ଡାକିଲି ଉଠିଲ ନାହିଁ. ଏଇଠି ଓଲ୍ହେଇ ଯାଅ ପାଖ ପଡିବ ତୁମ ଗାଁ.
    ସବୁ ଶୁଣୁଥିବା ସାର କହିଲେ ତାଙ୍କୁ ଦିଗପହଣ୍ଡି ଯାଏଁ ନିଅ. ଏଇ ନିଅ ପିଲାଏ କହି ପାଞ୍ଚଶହ ନୋଟଟିଏ ବଢ଼େଇ ସାର କହିଲେ କିଛି ଜଳଖିଆ ଖାଇ ଫେରନ୍ତା ବସରେ ଗାଁ ମୁଣ୍ଡେ ଓଲ୍ହେଇବ. ସକାଳ ହୋଇସାରିଥିବ ଓ଼ ବିପଦ ଟଳି ଯାଇଥିବ. ଏଥର କଣ୍ଡକ୍ଟର କହୁଥିଲା କିନ୍ତୁ ଦିଗପହଣ୍ଡି ଯାଏଁ ତୁମ ଦୁହିଁଙ୍କୁ ଟିକେଟ ପଇସା ଦେବାକୁ ପଡିବ ନା!ଏଥର ସିଟ ଉଠାଇ ପ୍ରକୃସ୍ଥିତ ହୋଇ ବସିଲା ଭୁବନେଶ୍ୱର ଯାଉଥିବା ଯୁବକ ଓ଼ ସକ୍ରିୟ ନାଗରିକର କର୍ତ୍ତବ୍ୟରେ ପାଟି ଖୋଲିଲା ଆରେ ମୁଁ କଣ ଶୋଇଥିଲି ବୋଲି ଭାବୁଛ ନା କଣ ସବୁ ଜାଣେ କଣ୍ଡକ୍ଟର ଭାଇ.ତୁମେ ଆରାମରେ ଶୋଇ ନିଜ କର୍ତ୍ତବ୍ୟ ଭୁଲି ସେ ପିଲା ଦୁହିଁଙ୍କୁ ଡାକିନାହଁ ତାଙ୍କ ଷ୍ଟପେଜରେ ତ ତୁମର ଭୁଲ ତାଙ୍କୁ ପଇସା କଣ ମାଗୁଛ!କଣ୍ଡକ୍ଟରର ଆଉ କିଛି କହିବାର ଉପାୟ ନଥିଲା. ଜଳ ଜଳ କରି ଚାହୁଁଥିବା ଦୁଇ ଆଦିବାସୀ କିଶୋରଙ୍କୁ ଦୁଇଶତ ବଢ଼େଇ ଯୁବକ ଜଣଙ୍କ ପୁଣି ଚେୟାରକୁ ପଛ କରି ଶୋଇବାକୁ ଚେଷ୍ଟା କଲାବେଳେ ବସ ଦିଗପହଣ୍ଡି ଷ୍ଟପେଜର ବହୁ ଦୂରରେ ବ୍ରହ୍ମପୁର ରାସ୍ତାରେ ଥିଲା. ସକାଳର ସୁନେଲି ଖରା ପଡିଆସିଥିଲା ତ ଏଥର ସାର ନୁହଁନ୍ତି ବରଂ ତାଙ୍କ ସ୍ତ୍ରୀ କହୁଥିଲେ ଦିନ ହେଲାଣି ଆସି ଛଅଟା ଏଥର ତ ସିଧା ବସନ୍ତୁ. ସାରଙ୍କୁ ପଛ ସିଟରେ ଅଣନିଶ୍ଵାସୀ ଲାଗି ଅଶ୍ବସ୍ତି ଲାଗୁଛି. ସାର କହିଲେ ହଉ ହଉ ଶୁଅନ୍ତୁ ମୋର ଚଳିବ. ଯୁବକ ଜଣକ କିନ୍ତୁ ଉଠିବସି ସିଟ ଉଠେଇ ସଜାଡି ହୋଇ ବସି ସାରିଥିଲେ ଏ ଭିତରେ.


Rate this content
Log in

Similar oriya story from Action