Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Snigdha Nayak

Inspirational


3  

Snigdha Nayak

Inspirational


ସାଇଙ୍କ ସାହାଯ୍ୟ

ସାଇଙ୍କ ସାହାଯ୍ୟ

6 mins 5.7K 6 mins 5.7K

ଆରେ ୭ଟା ହୋଇଗଲାଣି, ଶୁଣୁଛ କଉଠି ମୁଁ ସ୍କୁଟି ଚାବିଟା ରଖିଲି ଯେ ପାଉନି ,ପ୍ଲିଜ ଦେଖନା ଟିକେ....। ଓହୋ ! ଏଇଠି ତ ଫ୍ରିଜ ଉପରେ ଥୁଆ ହୋଇଛି । ଓହୋ ! ୭.୧୫ ରିପୋର୍ଟିଂ ସମୟ ଏଇଠି ହିଁ ୭ଟା ୫ ହେଲାଣି, ଆଜି ମୋର ଲେଟ ଲାଗିଯିବ,ହାଫ୍ ଲିଭ କରିଦେବେ ପ୍ରିନ୍ସପାଲ ସାର । ଆଜି ୬୦ ଜାଗାରେ ୭୦ ସ୍ପୀଡ଼ ରେ ଯିବି ହେଲେ ସମୟରେ ପହଂଚିଯିବି ।

ମୁଁ ଥିଲି ଶିକ୍ଷୟିତ୍ରୀ ଆଉ ଏ ଥିଲା ମୋ ଜୀବନ ର ନିତିଦିନିଆ କଥା । ହେଲେ ସେ ଦିନର କଥା ଥିଲା ନିଆରା । ସେ ଦିନଟି ଥିଲା ଡିସେମ୍ବର ମାସର ଶେଷ ବରକିଙ୍ଗ ଡେ ' ଡିସେମ୍ବର ୨୪ ତାରିଖ । ସ୍କୁଲ ଖୋଲିବ ଜାନୁଆରୀ ୫ ରେ । ସ୍ୱାମୀ ଥିଲେ ସେଣ୍ଟ୍ରାଲ ଗୋବ୍ମେଣ୍ଟ ଏମ୍ପ୍ଳୋୟୀ , ଏଲ.ଟି.ସି ନେଇ ଦକ୍ଷିଣ ଭାରତ ଭ୍ରମଣ କରିବାର ପ୍ଲାନ ହୋଇଥିଲା । ସ୍ବାମୀ ଆଉ ଝିଅ ଦି' ଜଣ ଘରେ ଥିଲେ ସେଦିନ ।ଶନିବାର ଥିବାରୁ ହାଫ୍ ଡେ ଥିଲା ।

ସ୍କୁଲରୁ ଆସି ମଧ୍ୟାହ୍ନ ଭୋଜନ ପରେ ଆମେ ଷ୍ଟେସନକୁ ଯିବୁ । ୫ରେ ସ୍କୁଲ ଖୋଲିବ ,ଆମେ କିନ୍ତୁ ଫେରିବୁ ୮ ତାରିଖରେ ତେଣୁ ମତେ ଆଉ ତିନି ଦିନ ଛୁଟି ଦରକାର ଥିଲା ।ତରତର ହୋଇ ସ୍କୁଟିରେ ସ୍କୁଲ ଯାଉଥାଏ ।ଶୀଘ୍ର ପହଂଚିବାର ଅଛି ଛୁଟି ଦରଖାସ୍ତ ଦେବାର ଅଛି । ଏତେ ଦିନ ଛୁଟି ଥାଇ ବି ଛୁଟି ଦରକାର, ଛୁଟି ପାଇଁ ସାର ରାଜ଼ି ହେବେନି ।କଣ କରିବି ନ ଗଲେ ସ୍ୱାମୀ ଆଉ ଝିଅ ନାରାଜ , ସାରଙ୍କୁ ଅନୁରୋଧ କରିବି ।ସେ ବି ମନା କରିବେନି କାରଣ ମୁଁ ମୋ ଦାୟୀତ୍ୱ ସୁଚାରୁ ରୂପେ ତୁଲାଏ, କାମରେ କେବେ ହେଳା କରିନି ।ଏମିତି ଭାବୁ ଭାବୁ ଯାଇ ପହଁଚିଲି ସ୍କୁଲରେ ।

ତରତର ହୋଇ ସ୍କୁଟି ରଖି ପ୍ରବେଶ କଲି କ୍ଲାସକୁ ।ସମୟରେ ପହଂଚିଯାଇଥିଲି । ବ୍ୟାଗ୍ ଟାକୁ କାନ୍ଧରୁ ଓହ୍ଳାଇ ଟେବୁଲ ଉପରେ ଥୋଇଲି ।ମନେମନେ ସ୍ଥିର କଲି ଆଗ ଯାଇ ଆପ୍ଲିକେସନ୍ ଦେବି ହେଲେ ମୋ ବିବେକ ମତେ ମନା କଲା ।ଆଗ ଛାତ୍ର ମାନେ ,୨ଟା କ୍ଲାସ ପରେ ଲିଜର ଅଛି, ସେତେବେଳେ ଯାଇ ଦେଇଦେବି ।୨ଟା କ୍ଲାସ ନେଲା ପରେ ଆସିଲା ତୃତୀୟ ପିରିୟଡ଼ରେ ଯାଉଥାଏ ଅଫିସକୁ ଆପ୍ଲିକେସନ୍ ଦେବାପାଇଁ , ଠିକ ସେ ସମୟରେ ମୋର ଜଣେ ବାନ୍ଧବୀ ପାଖକୁ ଆସି ଅନୁରୋଧ କଲେ ତାଙ୍କ କ୍ଲାସ ଟି କରିବା ପାଇଁ ।ସେ କହିଲେ ତାଙ୍କ ପୁଅର ଦେହ ଖରାପ ଅଛି ।ପୁଅକୁ ନେଇ ସେ ଡାକ୍ତରଖାନା ଯିବେ ।ତାଙ୍କ କଥା ଶୁଣି ମୁଁ ଆଉ ମନା କରିପାରିଲି ନାହିଁ ।ଯାଇ ତାଙ୍କ କ୍ଲାସ କଲି ଭାବିଲି ଟିଫିନ ବ୍ରେକ ରେ ଯାଇ ଆପ୍ଲିକେସନ୍ ଦେବି । କିଛି ସମୟ ପରେ ଟିଫିନ ବ୍ରେକର ବେଲ ରିଙ୍ଗ ହେଲା । ଆପ୍ଲିକେସନ୍ ନେଇ ରୁମରୁ ବାହାରି ଅଫିସକୁ ଗଲି ।ପହଁଚିଲା ପରେ ଜାଣିଲି ଯେ ସାର କୌଣସି କାମରେ ବାହାରକୁ ଯାଇଛନ୍ତି ।କିଛି ସମୟ ଅପେକ୍ଷା କଲି ହେଲେ ସାରଙ୍କ ଫେରିବା ପୂର୍ବରୁ ପରବର୍ତ୍ତୀ କ୍ଲାସ ପାଇଁ ବେଲ ହେଇଗଲା ।କ୍ଳାସ୍ କୁ ଗଲାବେଳେ ଦେଖିଲି ବାଟରେ ସମସ୍ତେ ଜଣେ ମ୍ୟାଡମଙ୍କୁ ପଇସା ଦେଉଛନ୍ତି ।ପଚାରି ଜାଣିଲି ଯେ ସେ ସିରିଡ଼ି ଯାଉଛନ୍ତି ଆଉ ସମସ୍ତେ ତାଙ୍କୁ ପଇସା ଦେଉଛନ୍ତି ବାବାଙ୍କ ପାଖରେ ଭୋଗ ଲଗାଇବା ପାଇଁ ।ମୋର ବି ଇଛା ଥିଲା । ମୁଁ ମାଡମଙ୍କୁ କହିଲି ମେମ୍ ମୁଁ ଷ୍ଟାଫ୍ ରୁମରେ ବ୍ୟାଗ୍ ରଖିଛି, ନେଇ କି ଆସୁଛି ମୋ ଝିଅ ନାଁରେ ବାବାଙ୍କୁ ଭୋଗ ଲଗାଇଦେବେ । ଷ୍ଟାଫ୍ ରୁମକୁ ଯାଇ ଟଙ୍କା କାଢିଲା ବେଲେ ଜଣେ ସ୍କୁଲ ପିଅନ ଆସି ତା'ଅସୁବିଧା ଜଣାଇଲା ଓ ମତେ କିଛି ଅର୍ଥ ଧାର ମାଗିଲା ।

ମୋ ପାଖରେ କେବଳ ଗୋଟିଏ ୫୦୦ ଟଙ୍କାର ନୋଟଟିଏ ଥିଲା ।

ମୁଁ ତାକୁ ଦେଇଦେଲି । ସେ ମ୍ୟାଡାମଙ୍କୁ ଯାଇ କହିଲି ଆପଣ ଭୋଗ ଲଗାଇଦେବେ ମୁଁ ଆପଣଙ୍କୁ ପରେ ଦେଇଦେବି ।ତାଙ୍କ ସାଙ୍ଗରେ ଆଉ ୩ ଜଣ ଥାଆନ୍ତି ସେମାନେ କମେଣ୍ଟ୍ କରି କହିଲେ, ନାଇଁ, ମ ବାବା ନିଜେ ତୋ ପାଖକୁ ନେବା ପାଇଁ ଆସିବେ । ମୁଁ ହସିଦେଲି କିନ୍ତୁ ସେ ଶବ୍ଦ ମୋ ହୃଦୟକୁ କଷ୍ଟ ଦେଇଥିଲା ।କଣ ହେଇଥାନ୍ତା ଯଦି ସେ ଭୋଗ ଲଗାଇ ଦେଇଥାନ୍ତା । ମୁଁ ସେମାନଙ୍କୁ ଅନେକ ଥର ଅନେକ କାମ ରେ ସାହାଯ୍ୟ କରିଛି ଅଥଚ ସେମାନେ... ।ତଥାପି କିଛି ନ କହି କ୍ଳାସ୍ ସାରି ପହଂଚିଲି ସାରଙ୍କ ଅଫିସ ପାଖରେ, ସାର ନ ଥିଲେ ।ଅଫିସରେ ଜମା କରିବା ପାଇଁ କହିଲି ,ହେଲେ ସେମାନେ ମନା କଲେ । କାରଣ ପଚାରିବାରୁ ଜାଣିବାକୁ ପାଇଲି ଯେ ସାର ମନା କରିଛନ୍ତି କାହାରି ଆପ୍ଲିକେସନ୍ ଗ୍ରହଣ କରିବାକୁ । ସମସ୍ତଙ୍କୁ ସାହାଯ୍ୟ କରେ ଅଥଚ ମୋତେ କଉଠି ହେଲେ କିଛି ମିଳୁନି, ମତେ କେହି ସାହାଯ୍ୟ କରୁନାହାନ୍ତି । ମନ ଦୁଃଖରେ ଫେରିଲି ଘରକୁ । ଲଞ୍ଚ୍ ପରେ ବାହାରିଗଲୁ ଷ୍ଟେସନକୁ ,ସେଇଠୁ ଆରମ୍ଭ ହେଲା ଦକ୍ଷିଣ ଭାରତର ଯାତ୍ରା । ଗୋଟିଏ ପରେ ଗୋଟିଏ ସବୁ ସବୁ ଦର୍ଶନୀୟ ସ୍ଥାନ ଭ୍ରମଣ କଲୁ ଓ ଶେଷରେ ଯାଇ ପହଂଚିଲୁ ହିଲ ଷ୍ଟେସନ 'କୋଢ଼ାଇ କେନାଲ' ରେ ।ଅତ୍ୟନ୍ତ ମନ ମୁଗ୍ଧକର ସ୍ଥାନ ସେଇଥିପାଇଁ ତ କୁହାଯାଏ "ପ୍ରିନ୍ସେସ୍ ଅଫ ହିଲ ଷ୍ଟେସନ" । ହୋଟେଲ ରେ ଜିନିଷ ପତ୍ର ରଖି କିଛି ସମୟର ବିଶ୍ରାମ ପରେ ବାହାରିଗଲୁ ତା'ର ଅତ୍ୟନ୍ତ ମନ ମୁଗ୍ଧକର ରୂପକୁ ଉପଭୋଗ କରିବା ପାଇଁ ।ସେଇଠି ପାଖରେ ଥିଲା ଗୋଟିଏ ସୁନ୍ଦର ଲେକ୍ ଓ ଏକ ସୁନ୍ଦର ବଡ଼ ବଗିଚା । ଅନେକ ବିଦେଶୀ ପରିବାର ମଧ୍ୟ ଆସିଥାନ୍ତି ।ଲେକ ପାଖରେ ଭଡା ରେ ମିଳୁଥାଏ ଡବଲ ସିଟ ଵାଲା ସାଇକେଲ ।ସମସ୍ତେ ସାଇକେଲ ଭଡ଼ାରେ ନେଇ ଲେକ ଚତୁଃପାର୍ଶ୍ୱରେ ବୁଲୁଥାନ୍ତି ।ଗୋଟିଏରେ ଦି ବାପ ,ଝିଅ ଓ ଅନ୍ୟ ଥିରେ ମୁଁ ।ସାଇକଲିଂ କରିବାକୁ ଖୁବ୍ ଭଲ ଲାଗୁଥାଏ ।ଥଣ୍ଡା ପରିବେଶ ସହ ସେଠାକାର ସୌନ୍ଦର୍ଯ୍ୟ ଆହୁରି ଉତ୍ସାହିତ କରୁଥାଏ ।ରାସ୍ତା ଜାଣି ନ ପାରି ଚାଲିଗଲୁ ଖୁବ୍ ଆଗକୁ । ଶୁନ୍ ଶାନ୍ ରାସ୍ତା ।ଧୀରେ ଧୀରେ ଅନ୍ଧାର ହେବାକୁ ବସିଲାଣି ।ମତେ ଡ଼ର ଲାଗୁଥାଏ ତେଣୁ ମୁଁ ମୋ ସ୍ପୀଡ଼ ବଢାଇ ଚାଲିଗଲି ଆଗକୁ ,ଦି ବାପ, ଝିଅ ମୋ ପଛରେ ପଛରେ ଆସୁଥାନ୍ତି। ମତେ ଦେଖି ନ ପାରି ସାଇକିଲ କୁ ଦ୍ରୁତ ଗତିରେ ଚଳାଇବାକୁ ଲାଗିଲେ । ମୁଁ କିନ୍ତୁ କିଛି ଦୂର ଗଲା ପରେ ଦେଖିଲି ଗୋଟେ ଛୋଟ ଦୋକାନ, ପଚାରିଲି ଲେକ ର ରାସ୍ତା ।ଲୋକଟି ନା ହିନ୍ଦୀ ବୁଝୁଥାଏ ନା ଇଂଲିଶ ।ବହୁ କଷ୍ଟରେ ତାକୁ ବୁଝାଇ ବାରୁ ସେ ମୁଁ ଠିକ ରାସ୍ତାରେ ଯାଉଛି ବୋଲି କହିଲା । ତା' କଥା ଶୁଣି ଟିକେ ଶାନ୍ତି ରେ ନିଶ୍ଵାସ ନେଲି ହେଲେ କାହିଁକି କେଜାଣି ସେ ଦି' ଜଣଙ୍କୁ ଦେଖି ପାରୁ ନ ଥିବାରୁ ମନରେ ଅନେକ ଖରାପ ଚିନ୍ତା ଆସୁଥାଏ । ମୋ ମୋବାଇଲ ଟିକୁ ହୋଟେଲ ରେ ଛାଡ଼ିଦେଇଥିବାରୁ ଫୋନ ମଧ୍ୟ କରିପାରୁନଥାଏ । ଟିକେ ଆଗକୁ ଗଲାପରେ ଦେଖିଲି ମାର୍କେଟ କମ୍ପ୍ଲେକ୍ସ ।ମୋ ପାଖରେ ପଇସା ମଧ୍ୟ ନ ଥିଲା ।ଜଣେ ଭଦ୍ର ବ୍ୟକ୍ତିଙ୍କୁ ଅନୁରୋଧ କରିବାରୁ ତାଙ୍କ ମୋବାଇଲଟିକୁ ଦେଲେ । ମୁଁ ସାଙ୍ଗେ ସାଙ୍ଗେ ସ୍ଵାମୀଙ୍କୁ ଫୋନ ଲଗାଇଲି ।ଝିଅର କାନ୍ଦିବାର ଶବ୍ଦ ଶୁଣି ମୁଁ ଡରିଗଲି , ହେଲେ ନିଜକୁ ଦୃଢ କରି କାରଣ ପଚାରିବାରୁ ସେ ମତେ ଜଣାଇଲେ ଯେ,ଚକ ଭିତରେ ଗୋଡ଼ ପୁରାଇଦେଇଥିବାରୁ ପଛପଟ ପାଦରୁ ମାଂସ ବାହାରି ଯାଇଛି ଓ ହାଡ ଦେଖାଯାଉଛି ଓ ସେମାନେ ସେଇ ଜଙ୍ଗଲ ଭିତରେ ଅଟକି ଯାଇଛନ୍ତି ।ଅନ୍ଧାର ମଧ୍ୟ ହୋଇଯାଇଥାଏ ।

ମୋ ଗୋଡ଼ ତଳୁ ଚଟାଣ ଖସିଗଲା ଭଳି ଲାଗୁଥାଏ । କଣ କରିବି ଜାଣି ପାରୁନଥାଏ ।ମନେ ମନେ ଡାକୁ ଥାଏ ସାଇ ବାବାଙ୍କୁ । ହଠାତ ଗୋଟିଏ ଡାକ ଶୁଣି ବୁଲିପଡିଲି ପଛକୁ ।ବ୍ୟକ୍ତି ଜଣଙ୍କ ମତେ କିଛି କହୁଥାନ୍ତି ହେଲେ ସେ ତାମିଲ ରେ କହୁଥିବାରୁ ମୁଁ ତାଙ୍କ କଥା ବୁଝିପାରୁ ନ ଥାଏ । ମଧ୍ୟମ ଉଚ୍ଚତା ଏବଂ ରଙ୍ଗ କଳା ।

ପିନ୍ଧିଥାନ୍ତି ଗୋଟାଏ ଲୁଙ୍ଗି ଏବଂ ଗଂଜି । ସେ ବାର ବାର କିଛି ବୁଝାଇବାକୁ ଚେଷ୍ଟା କରୁଥାନ୍ତି । କେବଳ ଏତିକି ବୁଝିପାରିଲି ଯେ ସେ ମୋ ସ୍ୱାମୀ ଓ ଝିଅ ବିଷୟରେ କିଛି କହିବାକୁ ଚେଷ୍ଟା କରୁଥାନ୍ତି ।ସେ ମତେ ତାଙ୍କ ସାଙ୍ଗରେ ଆସିବା ପାଇଁ ଇସାରା କରୁଥାନ୍ତି ।ପ୍ରଥମେ ମୁଁ ଯିବା ପାଇଁ ଡରୁଥିଲି ହେଲେ ଜଗାଟି ଜନ ଗହଳି ପୂର୍ବ ହୋଇଥିବାରୁ ତାଙ୍କ ପଛେ ପଛେ ଚାଲିଲି ।ପ୍ରାୟ ପାଞ୍ଚ ମିନିଟ ପରେ ଯାଇ ପହଂଚିଲୁ ଗୋଟିଏ ହସ୍ପିଟାଲ ପାଖରେ ସେଇଠି ସେ ବ୍ୟକ୍ତି ଜଣକ ମତେ ମୋ ଝିଅ ର ଜୋତାକୁ ଦେଖାଇ କିଛି କହୁଥାନ୍ତି ।ଜୋତାଟି ରକ୍ତ ରେ ଭିଜି ଯାଇଥାଏ, ତାହା ଦେଖି ମୁଁ ନିଜକୁ ସମ୍ଭାଳି ପାରୁ ନ ଥାଏ । ହସ୍ପିଟାଲ ଭିତରକୁ ଗଲୁ ହେଲେ ସେଠି ସେମାନେ ନ ଥିଲେ ।ବାହାରକୁ ଆସି ମୁଁ ଏପଟ ସେପଟ ଅନାଇଲି । ବୃଦ୍ଧ ବ୍ୟକ୍ତି ଜଣଙ୍କ ତାଙ୍କ ଅଣ୍ଟାରେ ଖୋସିଥିବା ୧୦ ଟଙ୍କିଆ ନୋଟ ଟିକୁ କାଢି ଜଣଙ୍କୁ ଦେଇ ତାଙ୍କ ମୋବାଇଲ ବ୍ୟବହାର କରିବାର ଅନୁମତି ନେଇ ଫୋନ ଟିକୁ ମୋ ହାତକୁ ବଢାଇଲେ । ମୁଁ ସ୍ଵାମୀଙ୍କୁ ଫୋନ କରି ଜାଣିଲି ଯେ ସେମାନେ ସର୍ଜିକାଲ ୱାର୍ଡ ରେ ଅଛନ୍ତି ବୋଲି । ମୁଁ ଧାଇଁଲି ସେଠାକୁ ପଛରେ ପଛରେ ସେ ବ୍ୟକ୍ତି ଜଣକ ମଧ୍ୟ ଗଲେ ।ଝିଅର ଗୋଡ଼ରେ ୧୨ଟି ଷ୍ଟିଚ୍ ପଡ଼ିଥିଲା ।ବ୍ୟକ୍ତି ଜଣକ ମତେ ଆଶ୍ବାସନା ଦେଉଥାନ୍ତି ଯେ ସବୁ ଠିକ ହୋଇଯିବ ବୋଲି ।ସ୍ଵାମୀଙ୍କ ଠୁ ଜାଣିବାକୁ ପାଇଲି ଯେ ସେଇ ନିର୍ଜନ ଜଙ୍ଗଲ ଭିତରେ ହଠାତ କେଜାଣି କଉଠୁ ଓ କେମିତି ସେ ଭଦ୍ର ବ୍ୟକ୍ତି ଜଣକ ଆସିଲେ ଓ ସାହାଯ୍ୟ କଲେ ।ମତେ ବି ଆଶ୍ଚର୍ଯ୍ୟ ଲାଗୁଥାଏ ସେ ବ୍ୟକ୍ତି ଜଣକ ମୋ ପାଖରେ ପହଁଚିଲେ କେମିତି ଓ ମତେ ଏତେ ଲୋକଙ୍କ ଭିତରେ ଚିଂହିଲେ କେମିତି ।ଆମେ ତାଙ୍କୁ ଟଙ୍କା ଯାଚିଲୁ ହେଲେ ସେ ନେଲେ ନାହିଁ ।

ମୁଁ ଘରୁ ଆସିଲା ବେଳେ ଯେଉଁ ପ୍ରଶ୍ନ ଟିକୁ ନିଜକୁ ନିଜେ ପଚାରିଥିଲି ଯେ ମୁଁ ସମସ୍ତଙ୍କୁ ସାହାଯ୍ୟ କରେ ଅଥଚ ସେମାନେ ମୋ ଦରକାର ସମୟରେ ସାହାଯ୍ୟ କରୁନାହାନ୍ତି, ସେ ପ୍ରଶ୍ନଟିର ଉତ୍ତର ପାଇ ସାରିଥିଲି ଯେ ଆମେ ଯଦି ଅନ୍ୟକୁ ସାହାଯ୍ୟ କରୁ ତେବେ ଆମ ଅସୁବିଧା ସମୟ ରେ ସେଇ ଲୋକ ସାହାଯ୍ୟ ନ କଲେ ମଧ୍ୟ ଅନ୍ୟ ଲୋକଙ୍କ ଜରିଆରେ କିମ୍ବା ସ୍ଵୟଂ ସାଇ ସାହାଯ୍ୟ ପାଇଁ ଆଗେଇ ଆସିଥାନ୍ତି । ସେ ଦିନଠୁ ସାଇ ବାବାଙ୍କ ପ୍ରତି ମୋର ମୋର ଶ୍ରଦ୍ଧା ଓ ବିଶ୍ଵାସ ଆହୁରି ବଢ଼ିଗଲା । ସେ ଦିନର ଘଟଣା ମୁଁ କେବେ ହେଲେ ଭୁଲି ପାରିବିନି ।ମୋର ସମ୍ପୂର୍ଣ୍ଣ ବିଶ୍ଵାସ ଯେ ସେ ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ବରଂ ସ୍ଵୟଂ ସିରିଡ଼ି ସାଇ । ଜୟ ସାଇ ରାମ ।

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ ।


Rate this content
Log in

More oriya story from Snigdha Nayak

Similar oriya story from Inspirational