STORYMIRROR

minakshee mahapatra

Drama Inspirational Children

3  

minakshee mahapatra

Drama Inspirational Children

ସାହସ

ସାହସ

1 min
199

ଠିକ ଦୁଇବର୍ଷ ତଳେ ହୋଇଥିବା ଫନି ବାତ୍ୟା ସମୟର କଥା !

ବାତ୍ୟା ଦୁଇଦିନ ପରେ ଯାଇ ଘର ପାଖା ପାଖି ଦଶ ବର୍ଷ ରୁ ଛୋଟ ପିଲାଙ୍କୁ biscuit, ଚୁଡା, କଦଳୀ ବାଣ୍ଟିଦେଇ ଆସିବୁ ଚିନ୍ତାକରି  ଆମେ ସାଙ୍ଗମାନେ ରବିବାର ସକାଳୁ ସକାଳୁ ବାହାରିଗଲୁ|

ସଦର କଟକରେ ଥିବା ଦୁଇ ତିନୋଟି ଅଙ୍ଗନବାଡି କେନ୍ଦ୍ରକୁ ଆଗରୁ କହିଥାଉ ଓ ସେମାନେ ମଧ୍ୟ ଛୋଟ ଛୋଟ ପିଲାଙ୍କୁ ଗୋଟେ ଜାଗାରେ ଏକାଠି କରିଥାନ୍ତି |

ପିଲାମାନଙ୍କୁ biscuit ଦେବା ସମୟରେ ମୋ ନଜର ପଡିଲା ଟିକେ ଦୂରରେ ଠିଆ ହୋଇଥିବା ଗୋଟିଏ କୁନି ଝିଅ ଉପରେ |

ପିଲାଙ୍କ ଗହଳି ରୁ ଦୂରରେ ବଡ ଗଛକୁ ଆଉଜି ଠିଆ ହୋଇ ଦୂରରୁ ସବୁ ଦେଖୁଥାଏ ସେ |

କିଛି ସମୟ ଦେଖି ଦୂରରୁ ହାତ ଠାରି ଡାକିଲି ମୁଁ .. ତଥାବି ଆସିଲାନି ସେ, ମୁଁ biscuit packate ଟି ନେଇ ତା ପାଖକୁ ଯାଇ ଦେଲି, ତଥାବି ନେଲାନି|

ବେଶଭୂଷା ରୁ ସେ ସ୍ୱଚ୍ଛଳ ଦିଶୁନଥିଲେ ବି ମୁଁ

ଡାକିବାରୁ କାହିଁ କେଜାଣି ଗଛ ପଛକୁ ପଳାଇଲା।

ଠିକ ସେତିକି ବେଳେ ଜଣେ ବ୍ୟକ୍ତି ଆସି ତା କାନ୍ଧରେ ହାତ ମାରି କହିଲେ.... ନେ ଦଉଛନ୍ତି ପରା !

ବ୍ୟକ୍ତି ଜଣଙ୍କଠୁ ସେ କଥା ଶୁଣି ଦୌଡ଼ି ଆସି ମୋ ହାତରୁ packate ଟି ନେଇଯାଇ ବ୍ୟକ୍ତି ଜଣଙ୍କ ହାତ ଧରିଦେଲା | ସେତେବେଳେ ବ୍ୟକ୍ତି ଜଣଙ୍କ ତାକୁ କହୁଥିଲେ, ଦେଖିଲୁ ମୁଁ କହୁଛି ସେ ଦେବେ... ତୁ ମନା କରୁଥିଲୁ!! ତତେ ବାରବର୍ଷ ଆଉ ସେ ଖାଲି ଦଶବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦେବେ ତତେ ଦେବେନି! ହେଲେ ଦେଲେ ନା ସେ ତତେ!

କଥାଟି ଶୁଣି ଝିଅ ଟି ମୁହଁରେ ସମ୍ଭାବନାର ହସ ଖେଳିଗଲା |

ଆଉ ସେମାନଙ୍କ କଥା ଶୁଣି ମୁଁ ଭାବୁଥିଲି ବାପା ଙ୍କ ଅନ୍ୟାନମ ବୋଧେ ସାହସ !"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama