ଆ ରେ ବାଇ ଚଢେଇ,ତୋ ମା ଯାଇଛି
ଆ ରେ ବାଇ ଚଢେଇ,ତୋ ମା ଯାଇଛି
ବିଗତ କିଛି ବର୍ଷ ରୁ ଅଫିସ ରେ ଲଗାତାର "ଷ୍ଟାର ଏମ୍ପ୍ଲଲଇ" ଆୱାର୍ଡ ପାଇ ଆସୁଥିବା ବର୍ଷା ଏବେ କିଛି ଦିନ ହେଲାଣି ଭାରି ଅନ୍ୟମନସ୍କ ରହିବାରେ ଲାଗିଛି । ଏକଥା ସେ ନିଜେ ମଧ୍ୟ ଅନୁଭବ କରୁଛି, ହେଲେ ତାର ତା ବ୍ୟସ୍ତତା ଉପରେ ନିୟନ୍ତ୍ରଣ ନାହିଁ ।
ନା ସେ ଆଗ ଭଳି ସଜ ହୋଇ ଅଫିସ ଆସୁଛି, ନା ସେ ଆଗ ପରି ଅଫିସ କାମ ରେ କିଛି ନବୀନତା ଆଣିବାକୁ ଚେଷ୍ଟା କରୁଛି, ଖାଲି ଯାହା ଅଫିସ ଠିକ ସମୟରେ ଆସି ଦିନକର କାମ ଶେଷ କରିଦେଇ ଜଲଦି ଚାଲି ଯାଉଛି ।
ହେଲେ ଆଜି ତ ସେତିକି ବି ହେଇ ପାରୁନି, ମନ ଜମା ଅଫିସ ରେ ନାହିଁ, ସତ ଚେଷ୍ଟା କରିବି ସେ କାମ କରି ପାରୁନି, ପ୍ରତି ପନ୍ଦର କୋଡିଏ ମିନିଟ ରେ ଯାଇ ଥରେ ଫୋନ ରେ କଥା ହୋଇ ଆସୁଛି ଓ ବାକି ସିଟ ରେ ବସିବା ସମୟରେ ଲଗାତର ଫୋନ ଦେଖି ଲାଗିଛି ।
କଥା କଣ କି ଏଇ ଦୁଇ ସପ୍ତାହ ହେବ ମ୍ୟାଟ୍ରନିଟି ରୁ ଆସି ଜଏନ କରିଛି ବର୍ଷା, ଝିଅ ଜନ୍ମ ରୁ ଅଫିସ ଜଏନ କଲା ପର୍ଯନ୍ତ ମା ଉଷା ଦେବୀ ରହୁଥିଲେ ତା ପାଖେ ।
ଝିଅ ଯେମିତି ଉଷା ଦେବୀ ଙ୍କୁ ଖୁଵ ଆରେଇ ଯାଇଥିଲା, ତାର ଗାଧୁଆ, ଖିଆ, ତେଲ ଘସା, ଡାଇପର ବଦଳେଇବା... ସବୁ ଠିକ ସମୟରେ କରି ଦେଉଥିଲେ ଉଷା ଦେବୀ ।
ଆ ଭିତରେ ସେ କେତେ ଥର ନିଜ ଘର କୁ ଫେରିବାକୁ ବାହାରିଛନ୍ତି, ହେଲେ ଫେରିବା ନା ଶୁଣୁ ଶୁଣୁ ବର୍ଷା ଅଭିମାନ ରେ ଏଣୁ ତେଣୁ କହୁଥିଲା ତା ଛଡା ତାଙ୍କ ପାଦରେ ବି ନାତୁଣୀ ସ୍ନେହର ବେଡି ପଡି ଯାଉଥିଲା, ତେଣୁ ଫେରି ପାରୁ ନଥିଲେ ।
ଝିଅ ର କୌଣସି କାମରେ ଟିକେ ଏପଟ ସେପଟ ହେଲେ ବର୍ଷା ର ରାଗ ବର୍ଷୁ ଥିଲା ଉଷା ଦେବୀ ଙ୍କ ଉପରେ, ଝିଅ ଟିକେ କାନ୍ଦିଲେ ବଡ ପାଟିରେ ଡାକି ହୁକୁମ କରିଦେଉଥିଲା, ଉଷା ଦେବୀ ଙ୍କୁ ।
ବର୍ଷା କୁ ତା ଝିଅ ରୂପରେ ଯେମିତି ନୂଆ ଖେଳନା ଟେ ମିଳିଥିଲା ଖେଳିବାକୁ ଓ ଫୋଟୋ ଉଠେଇବାକୁ । ତା ଛଡା ଝିଅର କାମ ଗୁଡିକ କେମିତି ହେଉଥିଲା କିଛି ଜାଣି ପାରୁନଥିଲା ବର୍ଷା ।
କାରଣ ଏଇ ଛ ମାସ, ବର୍ଷା ଓ ଝିଅ ସାଙ୍ଗେ ଛାଇ ହୋଇ ରହିଥିଲେ ଉଷା ଦେବୀ ।
ଉଷା ଦେବୀ ଙ୍କ ପାଖେ ଛାଡି, ଅଫିସ ଅସିବାରେ ତାର ସେମିତି ବିଶେଷ ଚିନ୍ତା ବି ନଥିଲା, ହଁ ଖାଲି ଯାହା ମନରେ ଝିଅ ର ମୁହଁ ଟା ଖେଳୁଥିଲା, ତେଣୁ ଜଲଦି କାମ ସାରି ଫେରି ଯାଉଥିଲା ସେ ।
ହେଲେ ପୁଅ ର ଟ୍ରାନ୍ସଫର ହୋଇଯାଇଥିବାରୁ ତାକୁ ଘର ସିଫଟିଙ୍ଗ ରେ ସାହାଯ୍ୟ କରିବାକୁ ଏଇ ରବିବାର ସକାଳୁ ପୁଅ ପାଖକୁ ଫେରିଛନ୍ତି ଉଷା ଦେବୀ ଓ ଶାଶୁ ସାରଦା ଦେବୀ ଆସି ପହଞ୍ଚିଛନ୍ତି ଶନିବାର ଦିନ ।
ଉଷା ଦେବୀ ଯିବା ପରଠୁ ଝିଅ ମୋଟେ ଖାଉନି କି ସୋଉନି, ଯେମିତି ଉଷା ଦେବୀ ଙ୍କୁ ମନେ ମନେ ଝୁରୁଛି , ଦିନ ସାରା କାନ୍ଧରେ ପକେଇ, ଖେଳନା ଦେଇ ଗିତ ବଜେଇ, ଉଷା ଦେବୀ ଗାଉଥିବା ବାଇ ଚଢେଇ ଗିତ ଗାଇ, ସତ ଚେଷ୍ଠା କରି ମଧ୍ୟ ବର୍ଷା ଓ ସାରଦା ଦେବୀ ବିଫଳ ହୋଇଥିଲେ ରବିବାର ଦିନ ।
ଏସବୁ ଦେଖି ସୋମବାର ଛୁଟିରେ ରହିଥିଲା ବର୍ଷା, ହେଲେ ସେଦିନ ବି ଏକା ଅବସ୍ଥା।
ରବିବାର ରାତି ଅନିଦ୍ରା ପରେ ସୋମବାର ରାତିରେ, ତୁ ଚେଷ୍ଟା କର କହିଦେଇ ତାଙ୍କ ରୁମ କୁ ଚାଲିଗଲେ ଶାଶୁ ।
କାଲି ଅଫିସ ରେ ମିଟିଙ୍ଗ ଅଛି କହି ହଲ କୁ ଚାଲିଗଲେ ସମୀର ।
ରାତି ସାରା କୋଳରେ ଝୁଲେଇ ଝୁଲେଇ ସକାଳୁ ସକାଳୁ ଶୋଇଲା ଝିଅ ।
ଭାରି ଥକି ଯାଇଥାଏ ବର୍ଷା । ଆଗରୁ ବି ବେଳେ ବେଳେ ଝିଅ କାନ୍ଦେ, ହେଲେ ସେଥିପାଇଁ ବର୍ଷା ଉପରେ ଏମିତି ଭାର ପଡ଼ିନଥିଲା ।
ଏବେ କିନ୍ତୁ ପରିସ୍ଥିତି ପରିବର୍ତିତ । କହିବ ବା କାହାକୁ, ଶାଶୁ ଙ୍କୁ କହିବାର ସାହସ ବା ଅଧିକାର ନାହିଁ ତାର ।
ଝିଅ ସାଙ୍ଗେ ବର୍ଷା ବି ମନେ ମନେ ଭାରି ଝୁରୁଥାଏ ଉଷା ଦେବୀ ଙ୍କୁ ଓ ମନରେ ଅଭିମାନ ର ପାହାଡ ଟେ କରିଥାଏ ।
ସକାଳୁ ଝିଅ ଶୋଇଲା ବେଳେ କାମ ସାରି ଆଜି ଅଫିସ ବାହାରିପଡିଥିଲା ବର୍ଷା, ଅଫିସ କାମ ପାଇଁ ନୁହେଁ ବରଂ ତାକୁ ଦରକାର ଥିଲା ଟିକେ ଏକାନ୍ତ ସମୟ, ଉଷା ଦେବୀ ଙ୍କୁ ଫୋନ କରି ମନରେ ଥିବା ଅଭିମାନ ର ପାହାଡ ଟି ଖୋଲିବ, ପଚାରିବ ଭାଇ ସିଫଟିଙ୍ଗ କଣ ଏତେ ବଡ ହେଇଗଲା ଯେ ତାକୁ ଏ ଅବସ୍ଥା ରେ ଏକା ଛାଡି ଚାଲିଗଲେ ସେ ! ବଖାଣିବ ଦୁଇ ଦିନରେ କେତେ କଲବଲ ନ ହେଉଛି ସେ ।
କିନ୍ତୁ କାଇଁ କେଜାଣି, ଘରୁ ବାହାରି ସାରି, ଥକି ଯାଇଥିବା ମନରେ ତାର ଖାଲି ଝିଅ ର ଚିନ୍ତା ଉଙ୍କି ମାରୁଥିଲା ।
ତେଣୁ ଆଜି ଅଫିସ ରେ ବାରମ୍ବାର ଫୋନ କରି ବାରେ ଲାଗିଥିଲା ଘର ଲ୍ୟାଣ୍ଡ ଲାଇନ କୁ ତ କେତେବେଳେ ସମୀର ଙ୍କ ମୋବଇଲ କୁ ।
ଉଷା ଦେବୀ ଙ୍କ ପ୍ରତି ବେସ୍ତତା ରେ ଭାବ ବିହ୍ଵଳ ହବା ପ୍ରକୃତି କୁ ଓଭର ଇମସ୍ ନାଲ କହି ଅଟହାସ୍ୟ କରୁଥିବା ବର୍ଷା, ଏବେ ମା ମନର ବ୍ୟଥା କୁ ଧିରେ ଧିରେ ଅନୁଭବ କରୁଥିଲା।
ମନେ ମନେ ଭାବୁଥିଲା ଶାଶୁ ତ ଖୁଆଇ ପାରିନଥିବେ ଝିଅ କୁ, ଝିଅ ମୋର ଉପବାସ ରହିଗଲା କି !
ଝିଅ ଆଜି ବି ସେମିତି କାନ୍ଦୁଚି କି !
ଝିଅ ଗାଧେଇ ଥିବ କି ନାହିଁ ! ଝିଅ ମତେ ଖୋଜୁ ନଥିବ ତ ! ଏମିତି କେତେ କଥା ଭାଵି ଭାବି ମନଟା ଆଉ ସମ୍ଭାଳିଲାନି ତାର ଠିକ ସାଢେ ଚାରି ଘଣ୍ଟା ପରେ ଆଉ ବସି ପାରିଲାନି, ଘରକୁ ଫେରି ଆସି ଆସ୍ତେ କବାଟ ଖୋଲି ଦେଖେ, ସାରଦା ଦେବୀ ଝିଅ କୁ କୋଳରେ ଧରି ଖୁଆଉଛନ୍ତି, ସେପଟେ ଭିଡିଓ କଲ ରେ ଥାଇ ଉଷା ଦେବୀ ସେପଟୁ ଗାଉଛନ୍ତି
" ଆ ରେ ବାଇ ଚଢେଇ , ତୋ ମା ଯାଇଛି ଗାଈ ଚରେଇ" ଗିତ ଶୁଣି ଝିଅ ଖୁଵ ଖୁସି ରେ ଖାଇ ଦେଉଛି ।
ଝିଅ କୁ ହସିବାର ଓ ଖାଇବାର ଦେଖି ସାରଦା ଦେବୀ ଓ ଉଷା ଦେବୀ ଙ୍କ ଖୁସି ଓ ସନ୍ତୋଷ ର ସୀମା, ବର୍ଷା ର ଖୁସି ଠୁ କିଛି କମ ନଥିଲା ।
ପିଲାଟି କୁ ପାଳିବାରେ ନିଜ ମା ସହ ବାପା, ଜେଜେମା, ଆଇ, ମାଇଁ, ମାଉସି, ଖୁଡି, ବଡ଼ମା, ପିଉସୀ ତଥା ବଡ ଭାଇ ଭଉଣୀ ମାନଙ୍କ ସହଯୋଗ କୁ ଆମେ ବାଦ ଦେଇ ପାରିବା ନାହିଁ ।
