minakshee mahapatra

Abstract Inspirational Others

3  

minakshee mahapatra

Abstract Inspirational Others

ବାପାଙ୍କୁ ଚିନ୍ହିବା ସହଜ ନୁହେଁ

ବାପାଙ୍କୁ ଚିନ୍ହିବା ସହଜ ନୁହେଁ

3 mins
204



ତୁ ଯାହା କରିଛୁ ତୋଠୁ ମୋର ସେ ଆଶା ଜମା ନ ଥିଲା !

ବାପା ଶୁଣିଲେ ଯେ କଣ ଅବସ୍ଥା ହେବ ଘରର ମୁଁ କିଛି ଭାବି ପାରୁନି! !....ବାପରେ ଟିକେ ଘର କଥା ଭାବେ! କ'ଣ କହିବୁ ଏବେ ଆମେ ଲୋକଙ୍କୁ ! ଫୋନରେ ବୋଉର ଏମିତି କଥା ଶୁଣି ଦିଲ୍ଲୀ airport ରେ ଭୁବନେଶ୍ୱର flight boarding ପାଇଁ wait କଲା ବେଳେ ଇଚ୍ଛା ହୋଉଥିଲା ସେଇଠୁ ରୁମକୁ ଫେରିଯାନ୍ତି, ଆଉ ଘରକୁ ଜାନ୍ତିନି !


ମୋର ବାପାଙ୍କ ସହ ସମ୍ପର୍କ ର ଚାବିକାଠି ଟି ର ନା ଭୟ !

ପିଲାଦିନେ ସପ୍ତାହରେ ଗୋଟିଏ ଦିନ ବିତିବାକୁ ମିଳେ ବାପା ଙ୍କ ସାଙ୍ଗେ ଓ ରବିବାର ଆସିଲେ ସକାଳୁ ମୋ ଆଖି ଆଗରେ ତିନି ଚାରୋଟି ଦୃଶ୍ୟ ଆସିଯାଏ..

ବାପାଙ୍କ clean shaved ମୁହଁ, ହାତରେ କଳା ଜରି..

ଏଇ ମାନେ nonveg ଜରି packate

ଦ୍ବିପହରେ ବାପା ଙ୍କ ପାଠପଢା ଆଉ ପାଠପଢା ସାଙ୍ଗେ ପ୍ରଚଣ୍ଡ ଗାଳି ମାଡ | ଏସବୁ ର ଶେଷ ହୁଏ ମତେ ବାଡେଇଥିବାରୁ ତାକୁ କେନ୍ଦ୍ର କରି ବାପା ବୋଉ ଙ୍କ କଜିଆ ରେ!

ସେମତି ରେ ବି ସ୍କୁଲ ସରିବା ପରେ ପାଠ ପଢା ଓ ଚାକିରି ରେ ଘରୁ ବାହାରେ ରହିଲେ ବି ବାପା ଙ୍କ ଡର ସେମିତି ପିଲାଦିନ ପରି ମନ ଭିତରେ ରହିଯାଇଥାଏ |

ଘରେ ଆମର ସବୁବେଳେ ସବୁକିଛି ବାପା ଙ୍କ ନିଷ୍ପତି ଉପରେ ନିର୍ଭର କରି ଆସିଛି ! ମୋର ଆଉ ବାପା ଙ୍କ ମଧ୍ୟରେ କଥାବାର୍ତ୍ତା ର ମାଧ୍ୟମ ସବୁବେଳେ ବୋଉ|

ପିଲାବେଳୁ ଲାଗେ ବାପା ବୋଧେ ମତେ ଭଲ ପାଆନ୍ତିନି ସେ କେବଳ ତାଙ୍କ ଝିଅ କୁ ଭଲ ପାନ୍ତି! ସମୟ ସାଙ୍ଗେ ଏକଥା କୁ ଗ୍ରହଣ କରିଦେଇଥାଏ ମୁଁ |

ଘରେ ବୋଉ ଆଉ ସାନ ଭଉଣୀ ସେଲି ହିଁ ମତେ ବୁଝିପାରୁଥିବା ସମ୍ପର୍କ |


ରକ୍ଷଣଶୀଳ ପରିବାର ଓ ବାପାଙ୍କର ରୂଢିବାଦୀ ମାନସିକତାକୁ ସଠିକ ଭାବେ ଅନୁଧ୍ୟାନ କରିଦେଇଥିଲି ବୋଲି କେବେ ନିଜ ପସନ୍ଦ ରେ ବାହା ହେବା କଥା ମନରେ ପୂରାଇନଥାଏ | college ସମୟରେ ସାଙ୍ଗସାଥି ଙ୍କ ଦ୍ୱାରା ଭଳି ନଯାଇ ହସିଦେଇ କହିଦିଏ...ନାଇଁ ଭାଇ ଆମ ଘରେ ସେ ସବୁ ଚଳିବନି ତେଣୁ ସେ ସବୁ ରୁ ମୋର ଆଖି ଆଉ କାନ ବନ୍ଦ |

ଏମିତି ଏମତି ରେ ଦିଲ୍ଲୀ ରେ ରହି ଚାକିରି କଲାବେଳେ ଦେଖା ହେଲା କୀର୍ତି ସାଙ୍ଗେ! ଓ କାହିଁ କେଜାଣି ସବୁ ଜାଣି ବି ଭାବିନେଲି ତାକୁ ବାହା ହେବା କଥା!

କୀର୍ତ୍ତି ଉତ୍ତରପ୍ରଦେଶର ଝିଅ ବୟସରେ ମଧ୍ୟ ମୋ ଠାରୁ ବର୍ଷେ ବଡ ତା ଛଡା ଜାତି ଗୋତ୍ର ଏସବୁରେ ଆମ ଘର ସହ ଖାପ ଖାଏନି | ହେଲେ ଉଚ୍ଚଶିକ୍ଷିତା ଓ ସ୍ୱାଭିମାନୀ, ତା ଛଡା ତାର ପରୋପକାରିତା ଓ ଦରଦୀ ହୃଦୟ ଟି ମତେ ଖୁବ ଆକର୍ଷିତ କରିଥିଲା |

କିନ୍ତୁ ଏସବୁ କଥା ଘରେ ବୁଝାଇବି ବି କେମିତି !

ମୁଁ ଦେଖୁଥିବା ଗୁଣ ବୁଝିବାକୁ ସେମାନଙ୍କୁ କୋଉଠୁ ଆଣି ଚଷମା ଟେ ଦେବି ଭାବି ଭାବି ବ୍ୟସ୍ତ ଲାଗେ | ଜୀବନ ସାରା ନିଜ ଇଚ୍ଛା ରେ ନିଜ ଜୀବନର ପତ୍ର ଟିଏ ବି ହଲେଇନଥିବା ମୋ ମନଟି କେଜାଣି କାଇଁ ଏଥର ଜିଦ୍ଦି ଧରି ବସିଥାଏ !

ଭାବି ଥାଏ ବାପା ତ ମୋ ପ୍ରସ୍ତାବରେ କେବେ ବି ରାଜି ହେବେନି, କିନ୍ତୁ ହଁ ଏଥର ଓଡିଶା ଗଲେ ସବୁ କହି ସିଧା ସିଧା କହିଦେବି ଯେ କିର୍ତ୍ତି ନହେଲେ ଆଉ ବାହାଘର କଥା କେବେ କହିବେନି ମତେ | ତେଣୁ ଓଡିଶା ଯିବା ପୂର୍ବରୁ ବୋଉ କୁ ଏସବୁ କଥା କହିଥିଲି, ଜାଣିଥିଲି ମୋ ନିଷ୍ପତି ରେ ତ ବାପା ରାଜି ହେବେନି ଓ ମତେ ଏକ ଅଶାନ୍ତିକର ପରିସ୍ଥିତି ରେ ଫେରିବାକୁ ହେବ ! ବୋଉ କୁ କହିବା ଦିନଠାରୁ, ସବୁଦିନ କଥା ହେଲାବେଳେ ପ୍ରତି କଥାରେ ସେ ସେଇକଥା କହି କାନ୍ଦିବା ଆରମ୍ଭ କରି ଦେଉଚି |ଏମିତି ସବୁ ଭାବି ଭାବି ବ୍ୟସ୍ତ ହୋଇ ଯାଉଥିଲି ଓଡିଶା ସେଦିନ |

ଘରେ ପହଂଚି ଦେଖେ ପରିବେଶ ଟି ସାଧାରଣ ଅଛି | ବୋଉ ର କାନ୍ଦି କାନ୍ଦି ମୁହଁ ଫୁଲିଯାଇଛି, ସାନ ଭଉଣୀ ବେଶୀ କଥା ହେଉନି | ରବିବାର ହେଇଥିବାରୁ ତଥା କଥିତ ଆମିଷ ରୋଷେଇ, ଖାଇବା ସରିଲା, ଦ୍ବିପହରେ ବାପା ଆସି ବସିଲେ ପାଖରେ |

କାଇଁ କେଜାଣି ସେଇ ପୁରୁଣା ରବିବାର ପରି ହୃଦୟ ଥରି ଯାଉଥାଏ ମୋର | କ'ଣ ଯେ କହିବେ ବାପା ! କ'ଣ ପୁଣି ସେ ପୁରୁଣା ସ୍କୁଲ ସମୟ ପରି ଗାଳି ମାଡ ଆରମ୍ଭ ହେବ କି! ଏମିତି କେତେ କଥା ମନରେ ଉଙ୍କି ମରୁଥାଏ |


ସାହସ କରି ପାଖରେ ବସିଥିବା ବାପା ଙ୍କୁ କହିଲି

ବାପା କିଛି କଥା ହେବାର ଥିଲା,

ବାପା କହିଲେ ହଁ କହ, ଅବଶ୍ୟ ଶୁଣିଚି ମୁଁ ବୋଉଠାରୁ ତୁ କଣ କହିବାକୁ ଚାହୁଁଚୁ |

ଟିକେ ଚୁପ ରହିଲି ମୁଁ, ସେ ଶାନ୍ତ ପରିବେଶ ଟି ବିଚଳିତ କରିଦେଉଥାଏ ମତେ | କିଛି ସମୟର ନିରବତ୍ତା ପରେ ବାପା ସ୍ମିତ ହସ ହସି କହିଲେ....

"ମୋ ସଂସ୍କାର ଉପରେ ମୋର ସମ୍ପୂର୍ଣ ଭରସା, ତୁ କିଛି ନିଷ୍ପତି ନେଇଚୁ ନିଜ ପାଇଁ ମାନେ ନିଶ୍ଚିନ୍ତ ଭାବିଚିନ୍ତି ନେଇଥିବୁ ଓ ମୁଁ ସେ ନିଷ୍ପତି କୁ ସନମାନ କରୁଛି "

ବାପା ଙ୍କ ସେ ସମୟର କଥା ଶୁଣି ଲାଗିଲା...ପିଲାବେଳୁ ଆଜି ପର୍ଯ୍ୟନ୍ତ ଯାହାଙ୍କୁ କେବେ ବୁଝିବାକୁ କିମ୍ବା ବୁଝାଇବାକୁ ସାହସ ହେଇନି, ସେ ଲୋକଟି ଆଜି ଏତେ ସନ୍ତର୍ପଣ ରେ ମୋତେ ବୁଝିପାରିଲେ କେମିତି?

ସେଦିନ ଲାଗିଲା ବାପା ଙ୍କୁ ଚିନ୍ହିବା ସହଜ ନୁହେଁ!!


Rate this content
Log in

Similar oriya story from Abstract