ସାହିତ୍ୟ ବମ
ସାହିତ୍ୟ ବମ
କଂକ୍ରିଟ ବାନାମ ଡଷ୍ଟ ର ଯୁଗ ଇଏ. ଦିଲ୍ଲୀରୁ ଦୌଲତାବାଦ ଆଜି ପ୍ରଦୂଷଣ ମୟ. ବିରଞ୍ଚି ସାର ଙ୍କର ଏହି ଡଷ୍ଟ ଯୋଗୁଁ ଖୁବ କାଶ ହୁଏ. ଆଜିକାଲି ନୁଁହଁ ବରଂ ତାଙ୍କ ବାହାଘର ଠାରୁ ପତ୍ନୀ ସୁମତି ଦେଖି ଆସୁଛନ୍ତି ଏସବୁ. ହେଲେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଙ୍କ ଭାଗ୍ୟରେ ଡଷ୍ଟ ଛଡା ଆଉ କିଛି ନାହିଁ କହିଲେ ଚଳେ. ସ୍ଥାନୀୟ ସ୍କୁଲରେ ହେଡ଼ ମାଷ୍ଟର ବିରଞ୍ଚି ସାର ଓ ଅଳ୍ପ ଦୂରରେ ସୁମତି ମଧ୍ୟ ଗୋଟେ ହାଇସ୍କୁଲ ର ହେଡ଼ ମିଷ୍ଟ୍ରେସ. ସ୍ୱାମୀ ସ୍ତ୍ରୀ ଙ୍କର ଏକା ଚାକିରୀ କୁ ଏକା ବ୍ଲକ ରେ ସହବସ୍ଥାନ ତାଙ୍କୁ ନିଜ ତତ୍ୱାବଧାନ ରେ ଘରଟିଏ କରିବାକୁ ଭାଗ୍ୟ ସିନା ଅନୁକୂଳ ପରିସ୍ଥିତି ଆଣିଦେଲା କିନ୍ତୁ ପୁରୁଣା କାଳିଆ ମଣିଷ ବିରଞ୍ଚି ସାର ସବୁବେଳେ ଶ୍ରମକୁ ଗୁରୁତ୍ୱ ଦେଉଥିବାରୁ ଶ୍ରମିକମାନଙ୍କ ସହ ଶ୍ରମିକ ବନି ଯାଆନ୍ତି.ଇଟା, ସିମେଣ୍ଟ, ବାଲି ଗୋଡ଼ିର ଧୂସ ବା ଡଷ୍ଟ ରେ ଘାଣ୍ଟି ହୋଇ ରୋଗ ବଢୁଥାଏ ସିନା କମିବାର ନାମ ନେଉନଥାଏ. ଘରଣୀ ଯେତେ ମନା କଲେ ମଧ୍ୟ ସେ ଘର ତୋଳା କାମରେ ହାତ ବଟେଇବା ଟା ନିଶ୍ଚିନ୍ତ ସାରଙ୍କର. ଡରାନ୍ତି ସୁମତି ଏଇ ଦେଖ ତୁମର ଏଇ ଖୁଁ ଖୁଁ କାଶ... ଯେମିତି ଡାକି ନଆଣୁ ନିଜ ସର୍ବନାଶ. ବୁଝିନପାରି ଆଁ କରି ଚାହିଁ ରହନ୍ତି ସାର ତ ଗୁରୁମା ବୁଝେଇ ଦିଅନ୍ତି କଣ ଫକୀର ମୋହନ ସେନାପତି ଙ୍କ ଡାକ ମୁନସୀ ଗପ ପଢିନ ନା ବୁଝି ବୁଝେଇନ!ତୁନି ପଡନ୍ତି କେବେ ବିରଞ୍ଚି ସାର ତ କେବେ କୁହନ୍ତି ସଂସ୍କାର ର ବାର୍ତ୍ତା ଦେଇ ପରବର୍ତ୍ତୀ ପିଢ଼ି ଙ୍କୁ ଶିଖେଇବାକୁ ଯାଇ ସେନାପତି ମହୋଦୟ ଙ୍କ ମାନସ ପୁତ୍ର ଗୋପାଳ ପରି କଣ ମୋ ପୁଅ ହେବ ନା କଣ!ଦେଖୁଛଟି ତାଙ୍କ ରେବତୀ ଗଳ୍ପ କେମିତି ନାରୀ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ମୁଖ୍ୟ ଆୟୁଧ ହୋଇଛି.ଗଳ୍ପ ଆକାରରେ କିଛି ପରୋକ୍ଷ ବାର୍ତ୍ତା ସମାଜର ହିତ ସାଧନ କରେ. ତେବେ ଯାଇ ଓଡ଼ିଆ ସାହିତ୍ୟ ର ସମୃଦ୍ଧି ଘଟେ. ଆଉ କିଛି ନକହି ତୁନି ପଡନ୍ତି ସୁମତି.ସ୍ୱାମୀ ରୂପୀ ସାର ଙ୍କ ପ୍ରତିଟି କଥା ଓ କାର୍ଯ୍ୟ ତ ଗୋଟେ ଗୋଟେ ସାହିତ୍ୟ ବମ. କିଏ କାହିଁ ଯୁକ୍ତି କରିବ ଭାବି ଚୁପ ରହନ୍ତି ସୁମତି.
