Satyabati Swain

Inspirational Others

3  

Satyabati Swain

Inspirational Others

ରସ୍କିନ୍ ବଣ୍ଡ୍

ରସ୍କିନ୍ ବଣ୍ଡ୍

3 mins
295


ବାପାଙ୍କ ପେଡିରୁ ଗପ -୨


ବାପା ମୋତେ କେବେ ଛାଡି ଯାଇଛନ୍ତି ବୋଲି ମୋର କାଇଁ ମନେ ହୁଏ ନାହିଁ।କେବଳ ଛୁଉଁ ପାରେ ନାହିଁ ତାଙ୍କ ସ୍ଥୂଳ ଶରୀର।କିନ୍ତୁ ଦେଖି ପାରେ,ଭାବର ଆଦାନ ପ୍ରଦାନ ବି କରେ ବେଳେବେଳେ ଠିକ୍ ସେତିକିବେଳେ ଯେବେ କୌଣସି ସମସ୍ୟାର ସମାଧାନ ପାଇଁ ବାଟ ପାଏ ନାହିଁ।ଅସହାୟ ମୋତେ କାବୁ କରି ରଖନ୍ତି।ଏଣୁ ପ୍ରାୟତଃ ବାପାଙ୍କ ସହ ମୋର ଭେଟ ହୁଏ ସୂକ୍ଷ୍ମ ଶରୀର ସହ ତାଙ୍କର।ମୁଁ ନିଃଶବ୍ଦେ ତାଙ୍କ ସହ କନେକଟ୍ ହୋଇଯାଏ।ବାପା ମୋ ଜୀବନର ରୋଲ୍ ମଡେଲ୍।


ମୁଁ ଟିକେ ଠେକ ହେଉଥିଲି।ଦଉଡୁଥିଲି କଙ୍କି ଧରିବା ଛାଡି ଜହ୍ନ ପଛେ ପଛେ।ମୁଁ ଦୌଡୁଥିଲି ଜହ୍ନ ବି ଦୌଡୁଥିଲା।ଆମ ଘର ଆକାଶରେ ଗୋଟେ ଜହ୍ନ, ମୋ ସାଙ୍ଗ ଘର ଆକାଶରେ ପୁଣି ଆମ ଗାଁ ଦାଣ୍ଡରେ ଏମିତି କେତେ ଜହ୍ନର କଥା ବୁଝି ନପାରିବା ବୟସ।ସେଇ ଜହ୍ନ ପୁଣି ଆମ ପୋଖରୀ ଭିତରେ।ଇସ୍ କେତେ ଜହ୍ନ ସତରେ!ମୋ ଜିଜ୍ଞାସା ବଢ଼ୁଥିଲା ବୋଉ କୋଳରୁ ଆକାଶ ଜହ୍ନ,ତାରା ଯାଏ।ବାପା ବି ବଦଳେଇ ଦେଉଥିଲେ ଗପର ମୋଡ଼।ରାମାୟଣ ମହାଭାରତରୁ ସେ ଚାଲି ଆସୁଥିଲେ ମୋ ଇଂରାଜୀ ବହିର ଛୋଟ ଛୋଟ ଷ୍ଟୋରୀକୁ।ମୁଁ ପଚାରୁଥିଲି ବାପା ବହିରେ ଏସବୁ ଲେଖିଲା କିଏ?ଗଡ୍ କି?ବାପା କହୁଥିଲେ ନାଇଁ ଏସବୁ ଆମରି ଭଳି ମଣିଷ ଲେଖିଛନ୍ତି।ତୁମେ ଲେଖୁନ?ମୋ ଅବୋଧ ଶୈଶବର ଅବୁଝା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବାପା କହୁଥିଲେ-ସମସ୍ତେ ପାରନ୍ତି ନାହିଁ।ଗଡ୍ କରିଥାନ୍ତି ମୂଳରୁ କିଏ କେଉଁ କାମ କରିପାରିବ।ମୁଁ ବି ପାରିବି?ନିଶ୍ଚୟ,ଗଡ୍ ଙ୍କ ଆଶୀର୍ବାଦ ଥିଲେ ତୁ ବି ପାରିବୁ,ଯେମିତି ପାରୁଥିଲେ ରସ୍କିନ୍ ବଣ୍ଡ୍।


ରସ୍କିନ୍ ବଣ୍ଡ୍??


ସେ କିଏ? ତାଙ୍କ ଘର କେଉଁଠି କେମିତି ଲେଖୁଥିଲେ? କଣ ସବୁ ଲେଖିଛନ୍ତି?

ମୋ ତୁରୁତୁରା ମନର ହଜାରେ ପ୍ରଶ୍ନ।


ବାପା କହିଲେ ଶୁଣ୍ ରସ୍କିନ୍ ବଣ୍ଡ୍ ଙ୍କ ଜନ୍ମ ହିମାଚଳ ପ୍ରଦେଶର କାସୌଲୀଠାରେ।ପରେ ସେ ମସୋରୀରେ ରହୁଥିଲେ।ସେ ତୋ ପରି ପିଲାମାନଙ୍କ ପାଇଁ ଅନେକ ବହି ଲେଖିଛନ୍ତି।ସେଥିରେ ଅଛି କବିତା,ଗଳ୍ପ ଓ ଉପନ୍ୟାସ।ତାଙ୍କ ପ୍ରଥମ ବହି "ରୁମ୍ ଅନ୍ ଦ ରୁଫ୍" ମାତ୍ର ସତର ବୟସରେ ଲେଖିଥିଲେ।ଏହି ବହି ତାଙ୍କୁ "ଜନ୍ ରାଏସ୍ ମେମୋରିଆଲ୍ ଆୱାର୍ଡ" ଡେଇଥିଲା।ତାଙ୍କର ବହି ସବୁ ବିଭିନ୍ନ ୟୁରୋପୀୟ ତଥା ଭାରତୀୟ ଭାଷାରେ ଅନୁବାଦିତ ହୋଇଅଛି।ଏହା ଛଡା ସେ ଭାରତୀୟ ଶିଶୁ ସଂସ୍ଥାନ ପକ୍ଷରୁ ଓ ଭାରତୀୟ ଇଂରାଜୀ ସାହିତ୍ୟ ପାଇଁ କେନ୍ଦ୍ରିୟ ସାହିତ୍ୟ ଏକାଡେମୀ ପୁରସ୍କାର ବି ପାଇଛନ୍ତି।


ସତରେ ବାପା! ସତର ବୟସ ବେଳକୁ ସେ ବହି ଏମିତି ଲେଖୁ ଥିଲେ ଇଂରାଜୀରେ?ମୋର ବୟସ ଏବେ ନଅ।ମୁଁ କଣ ଆଉ ଆଠ ବର୍ଷ ପରେ ତାଙ୍କ ପରି ଲେଖି ପାରିବି?


ମୋ ମୁଣ୍ଡ ସାଉଁଳେଇ ବାପା କହୁଥିଲେ ତୋ ଈଶ୍ୱରଙ୍କ ଆଶୀର୍ବାଦ ଥିଲେ ତୁ ଏଇ ନଅ ବର୍ଷ ବୟସରେ ବି ଲେଖି ପାରିବୁ?


ସତ ବାପା!ମୋ ମନରେ ଉକୁଟି ଉଠିଥିଲେ ହଁ ମୁଁ ବି ଲେଖି ପାରିବି ଆଶା ଟିକକ।


ହଁ କାଇଁକି ନୁହଁ? ବାପା ପ୍ରୋତ୍ସାହନ ଦେଇ କହୁଥିଲେ।

 ଆଉ ଗୋଟେ କଥା ଜାଣିଛୁ.ରସ୍କିନ୍ ବଣ୍ଡ୍ ବହିକୁ ଖୁବ୍ ଭଲ ପାଉଥିଲେ।ଆଉ ପ୍ରତିଦିନ ଡାଇରୀ ଲେଖୁଥିଲେ।ଏ ଦୁଇଟି କାମ କରିବାକୁ ତାଙ୍କ ବାପା ହିଁ ପ୍ରେରଣା ଦେଇଥିଲେ।ପିଲାଦିନୁ ରସ୍କିନ୍ଠାରୁ ପ୍ରଥମେ ତାଙ୍କ ମା ଅଲଗା ହୋଇ ଯାଇଥିଲେ।ଯେଉଁ ବାପାଙ୍କ ଠାରୁ ସେ ବାପା ମା ଉଭୟଙ୍କ ସ୍ନେହ ପାଉଥିଲା ସେ ବି ତାଙ୍କୁ ପାଖାପାଖି ଦଶ ବର୍ଷ ବେଳକୁ ଛାଡି ଆର ପାରିକୁ ଚାଲି ଗଲେ।ପୁଣି ଭାରତ ଭିଭାଜନ ହେବାରୁ ତା ପ୍ରିୟ ସାଙ୍ଗ ବି ତାକୁ ଛାଡି ପାକିସ୍ତାନ ଚାଲି ଯାଇଥିଲା।


ଜୀବନରେ ରସ୍କିନ୍ ଅତି ପିଲା ବୟସରୁ ସବୁ ପ୍ରିୟ ଜଣଙ୍କୁ ହରାଇ ଭାରି ଉଦାସ ହୋଇ ଯାଇଥିଲେ ବି ତାଙ୍କ ଲେଖାରେ କେବେ ଏ ନୈରାଶ୍ୟ କି ହଟାଶର ସ୍ୱର ପ୍ରକାଶ କରି ନାହାନ୍ତି ;ବରଂ ସେ ହାସ୍ୟ ରସାତ୍ମକ ଲେଖା ଲେଖିବାରେ ସଧୁରୀଣ ଥିଲେ।ସିମିଳା ସ୍କୁଲରେ ପଢିଲା ବେଳେ ସାଙ୍ଗ ମାନେ ତାଙ୍କୁ ଅଧିକ ଖାଉଥିବାରୁ ଥଟ୍ଟା କରି ଘୋଡା ଡାକୁଥିଲେ।ସେ କାହା କଥାକୁ ଶୁଣୁ ନ ଥିଲେ।ପ୍ରତିଦିନ ଶୋଇବା ପୂର୍ବରୁ ଡାଇରୀ ନିଶ୍ଚୟ ଲେଖୁଥିଲେ।


କିନ୍ତି ଈଶ୍ୱର ତାଙ୍କ ବାପାଙ୍କୁ ନିଜ ପାଖକୁ ନେଇଯିବାରୁ ଈଶ୍ୱରଙ୍କ ଉପରେ ତାଙ୍କର ପ୍ରଚଣ୍ଡ କ୍ରୋଧ ଜନ୍ମିଥିଲା। ବହିପଢିବା ଓ ପ୍ରତିଦିନ ଶୋଇବା ପୂର୍ବରୁ ଡାଇରୀ ଲେଖିବା ରସ୍କିନ୍ ଙ୍କ ଦୁଇଟି ଉତ୍ତମ ଅଭ୍ୟାସ ଥିଲା।ଯାହା ତାଙ୍କୁ ଜଣେ ଲବ୍ଧପ୍ରତିଷ୍ଠିତ ଇଂରାଜୀ ଶିଶୁ ଲେଖକର  ମାନ୍ୟତା ଦେଇଥିଲା।


କହିବା ବାହୁଲ୍ୟ ବୋଧେ ସେଇ ପାଇଁ ବହି ଓ ଡାଇରୀ ପ୍ରତି ମାତ୍ରାଧିକ ଦୁର୍ବଳତା ମୋର ପିଲାଦିନେ ଥିଲା ଏବେ ପରିଣତ ବୟସରେ ବି ଅଛି।


ଆରେ ଆପଣ ମାନେ ଭାବୁଥିବେ ଏ କରୋନା ମହାମାରୀ ଭୟରେ ଆତଙ୍କିତ ଥିଲାବେଳେ ଏଇଟା ପାଗଳ ନା କଣ ରସ୍କିନ୍ ବଣ୍ଡ୍ କଥା ଲେଖୁଛି?


ଆଜ୍ଞା !ଏଇଥି ପାଇଁ ରସ୍କିନ୍ ବଣ୍ଡ୍ ମୋର ମନେପଡିଲେ କି ପ୍ରଥମତଃ ଏ ବିଜ୍ଞ ଲେଖକ ଜଣଙ୍କ ସବୁବେଳେ ଏକାକୀ ନିଜକୁ ଘରେ ଆବଦ୍ଧ କରି ରଖିବାକୁ ଓ ବାରମ୍ବାର ହାତ ଗୋଡ଼ ଧୋଇବାକୁ ବେଶୀ ପସନ୍ଦ କରୁଥିଲେ।


ଦ୍ଵିତୀୟତଃ ସେ ଅତି ସାନ ବେଳୁ ସବୁ କିଛି ହରାଇଥିଲେ ବି ସାହସ ହରାଇ ନଥିଲେ।


ଏଣୁ ରସ୍କିନ୍ ବଣ୍ଡ୍ ଙ୍କ ପରି ଆମେ ନିଜକୁ କରୋନା ଭୟରୁ ମୁକାଳିବା ପାଇଁ ନିଶ୍ଚିନ୍ତ ଏକା ନିଜ ଘରେ ରହିବା।ହାତ ବାରମ୍ବାର ଧୋଇବା,ସାହସ ହରାଇବା ନାହିଁ।ସକାରାତ୍ମାଙ୍କ ମନୋବୃତ୍ତି ପୋଷଣ କରିବା।


ହଁ କଣ କରୋନା କଣ କରିବ ଏ ଚିନ୍ତା ମନକୁ ଆଣି ପରିସ୍ଥିତିର୍ ଗୁତୁତ୍ୱକୁ ହାଲକା ଭାବେ ନେଇ ବାହାରକୁ ବୁଲି କିମ୍ବା ସାଙ୍ଗ ସାଥୀ ପାଖକୁ ଯିବା ନାହିଁ।ଆମେ ନିଶ୍ଚିନ୍ତ ଅତି ଦୁଃସମୟ ଦେଇ ଗତି କରୁଛନ୍ତି ଏକଥା ଉପରେ ଗୁରୁତ୍ୱ ଦେବା।ଲକ୍ ଡାଉନ୍ ନିୟମକୁ କଡା କଡ଼ି ଭାବେ ମାନିବା।


ତାହେଲଲେ ଆସନ୍ତୁ-

ଲକ୍ ଡାଉନ୍ କୁ କଡା କଡ଼ି ଭାବେ ମାନିବା, ଜରୁରୀକାଳୀନ ପରିସ୍ଥିତି କିମ୍ବା ଅତ୍ୟାବଶ୍ୟକ ଜିନିଷ ଆଣିବା ପାଇଁ ବାହାରକୁ ଗଲେ ମାସ୍କ କି ରୁମାଲ ନିଶ୍ଚୟ ପାଟି ନାକରେ ବାନ୍ଧିବା,ଫେରିଲା ପରେ ଘରେ ନ ପଶି କେମିତି ହାତ,ଗୋଡ଼ ଓ ପିନ୍ଧା ପୋଷାକ ସଫା କରିବା ବ୍ୟବସ୍ଥା ନିଶ୍ଚିନ୍ତ କରିବା, ହାତ, ପାଟି,ନାକ,ଆଖି ନ ଛୁଉଁ ଏକଥା ପ୍ରତି ସଜାଗ ରହିବା ତେବେ ଯାଇ କରୋନା କୁ ଆମେ ଜିତିବ।



Rate this content
Log in

Similar oriya story from Inspirational