STORYMIRROR

Sandhyarani dash

Inspirational Others

3  

Sandhyarani dash

Inspirational Others

ରଫ ଖାତା

ରଫ ଖାତା

2 mins
525

ତର ତର ହୋଇ ବିଦ୍ୟାଳୟକୁ ବାହାରି ଥାଏ। ପଛରୁ ବୋଉ ଡାକ ଦେଲା, ଧନ ତୋ ଟିଫିନ୍ ଖଟ ଉପରେ ଥୋଇ ଥିଲି ନେଲୁ। ବହି ପତ୍ର ଗୁଡ଼ିକ ବ୍ୟାଗରେ ପୁରାଇଲୁ, ଆଉ ତୋ ରଫ୍ ଖାତାଟା ଟେବୁଲୁ ଉପରେ ଥିଲା ନେଲୁ ତ? ବୋଉର ଡାକ ଶୁଣି ମୁଁ ପଛକୁ ଫେରିଲି। ସତେ ତ ରଫ୍ ଖାତାଟା ନିହାତି ଆବଶ୍ୟକ। ସତରେ ମୋ ବୋଉଟା କେତେ ଭଲ, ସବୁବେଳେ ସବୁ ଜିନିଷ କଥା ମନେ ପକେଇ ବାକୁ ଭୁଲି ନାହିଁ। ଏତେ ଦାୟିତ୍ଵ ତୁଲାଇବା ସହ ସବୁ କଥା ମନେ ପକେଇ ଦେଉଛି। ଖାତା ନ ନେଇ ଥିଲେ ଗୁରୁଜୀ କେତେ ପିଟି ଥାନ୍ତେ। ବିଦ୍ୟାଳୟରେ ପହଞ୍ଚିଲେ ଆଗ ରଫ ଖାତାର ଆବଶ୍ୟକ।ଆଗ ରଫ ଖାତାକୁ ପାଠ ଉଠାଇଲେ ଠିକ୍ ଭୁଲ୍ ଦେଖା ସରିଲେ ନୋଟ୍ ଖାତାକୁ ଉଠିବ। ସବୁ ପାଠ ପାଇଁ ଗୁରୁଜୀ ତାଗିଦ୍ କରି କୁହନ୍ତି, ପିଲାମାନେ ଏ ସବୁ ପାଠ ଆଗ ରଫ ଖାତାରେ କର ତା ପରେ ନୋଟ୍ ଖାତାକୁ ଉଠିବ। ପ୍ରକୃତରେ ରଫ୍ ଖାତାଟା ଅପରିଷ୍କାର ଦେଖା ଗଲେ ବି କେତେ ଦରକାରୀ। ରଫ ଖାତା ବିନା ପାଠ ପଢି ହେବନି। କିନ୍ତୁ ସେହି ଖାତାରୁ କାଗଜ ସରିଗଲେ ସେ ଅଳିଆ ଗଦାରେ ଫୋପାଡ଼ି ଦେଉଥିବା ବେଳେ କେବେ ଭାବନାରେ ଆସେ ନାହିଁ କେତେ ଉପକାର କରିଥିଲା। ନୋଟ୍ ଖାତା କିନ୍ତୁ ଖୁବ୍ ଯତ୍ନରେ ସଜଡ଼ା ସଜଡ଼ି ହୋଇ ରହି ଥାଏ। ସେହି ରଫ ଖାତାରୁ ଯେ ଏତେ ସୁନ୍ଦର ନୋଟ୍ ପ୍ରସ୍ତୁତ ହୋଇ ଛି ସେ କଥା ସମସ୍ତେ ଭୁଲିଯାଆନ୍ତି।


ଯେମିତି ଆଜି କାଲିର ପିଲା ମାନେ ବାପା ମା ଙ୍କୁ ଅଦରକାରୀ ରଫ ଖାତା ସଦୃଶ ଫିଙ୍ଗି ଦେଉଛନ୍ତି। ଜୀବନର ପ୍ରତି କୋଣ ଅନୁକୋଣ ଯଦି ସାଉଁଟି ଆଣିବ ସ୍ମୃତି ଗୁଡ଼ିକ ନିଶ୍ଚୟ ଉଙ୍କି ମାରିବ। ହୃଦୟ ନିଶ୍ଚୟ ସ୍ପନ୍ଦିତ ହେବ। ସେହି ରଫ୍ ଖାତା ସଦୃଶ ବାପା ମା କେତେ କଷ୍ଟ କରି ପୁଅ ଝିଅଙ୍କୁ ମଣିଷ କରିଛନ୍ତି। ଖୁଆଇ ପିଆଇ ପାଠ ପଢ଼ାଇ ମଣିଷ କରିବାକୁ କେତେ କଷ୍ଟ କରିନଥିବେ। ଯୌଥ ପରିବାରରେ ରହି ଗୁରୁଜନଙ୍କ ଆଦେଶ ଓ ନିର୍ଦ୍ଦେଶ ମାନି ପିଲା ମାନଙ୍କର ଦାୟିତ୍ୱ ଘରର ଦାୟିତ୍ୱ ତୁଲାଇଥିଲେ ବାପା ମା। ସେତେବେଳେ ବିଶେଷ କରି ମା ନିଜକୁ ସମର୍ପଣ କରିଥାଏ ରଫ ଖାତା ପରି। କେତେବେଳେ ପିଲାଙ୍କ ପାଇଁ ଗାଳି ଖାଇବାକୁ ପଡେ ତ କେତବେଳେ ରୋଷେଇ ପାଇଁ। କେତେବେଳେ ଅର୍ଥର ଅଭାବରୁ ବାପାଙ୍କ ବିରକ୍ତି ସବୁ କାଠ ପାଷାଣ ପରି ବୋଉ ସହିଯାଏ। କେତେବେଳେ ଘରର କାମରେ ଭୁଲ୍ ହୋଇ ଗଲେ ଗୁରୁଜନଙ୍କ ଠାରୁ କମ୍ ଗାଳି ଖାଏନି ବୋଉ। କିନ୍ତୁ ଆମେ ଚାକିରି କଲାପରେ ନୋଟ୍ କୁ ବାକ୍ସରେ ସାଇତି ରଖୁଛୁ। ରଫ ଖାତା ପରି ଅକ୍ଲାନ୍ତ ପରିଶ୍ରମ କରି ଯେ ନିଜର ଦୁଃଖକୁ ଚାପି ଆମକୁ ପୋଷି ବଡ଼ କଲେ ଆମେ ତାଙ୍କୁ କାହିଁକି ଭୁଲି ଯାଉଛୁ। ଆମର ଗୋଟିଏ ପିଲାକୁ ଆମେ ଯତ୍ନ ନେବା ପାଇଁ ସମୟ ନାହିଁ। କିନ୍ତୁ ସେଇ ନିରାଶ୍ରୟ ବାପା ମା କଥା ମନେ ପଡିଲେ ମନଟା ଜମା ବୁଝୁନି। ସତରେ କଣ ସେମାନେ ତାଙ୍କ ଜନ୍ମିତ ସନ୍ତାନଙ୍କ ପାଇଁ ରଫ ଖାତା କି? ଆଜି ଯେଉଁ ନୋଟ୍ ହୋଇ ସଜା ହୋଇଛ ସେଇ ରଫ୍ ଖାତା ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational