Sandhyarani dash

Tragedy

3  

Sandhyarani dash

Tragedy

ଜୀବନ ସଂଘର୍ଷ

ଜୀବନ ସଂଘର୍ଷ

3 mins
366



ନାରୀ ଏକ ମହାନ୍ କଳ୍ପନା। ସମାଜରେ ନାରୀକୁ କିଏ ଉଚ୍ଚରେ ରଖିଛି ତ କିଏ ରାସାନ୍ତାଳ କରିବାକୁ ପଛାଇ ନାହିଁ। ନାରୀ ଉଚ୍ଚରେ ଥାଇ ସେ ଉଚ୍ଚ ପାବଛରେ ପହଞ୍ଚି ପାରେ ନାହିଁ। ତାର ଚାରିପାଖରେ ଥିବା ଦୁଇ ଗୋଡ଼ିଆ ରାକ୍ଷସ ତାକୁ ପଛକୁ ଟାଣି ଅତିବ ଖୁସି ପାଇ ଥାଆନ୍ତି।


ଅନେକ ନାରୀ ନିଜକୁ ଅବଳା ଦୂର୍ବଳା ଭାବୁଥିବା ବେଳେ ଅନେକ ନାରୀ ନିଜକୁ ଆତ୍ମସୁରକ୍ଷା ଦେବାରେ ସକ୍ଷମ ହୋଇ ସମାଜ ସହିତ ଖାପ ଖୁଆଇ ଚଳିବା ପାଇଁ ସତ ଚେଷ୍ଟା କରେ।


ପିଲାଟି ଦିନରୁ ବାପା ମା'ଙ୍କୁ ହରାଇ ବହୁ ଅଭାବ ଅସୁବିଧାରେ ରହି ଦୁଃଖର ଲୁହକୁ ପିଇ ସମସ୍ତଙ୍କ ସହିତ ଖାପ ଖୁଆଇ ଚଳିବା ପାଇଁ ସଂଘର୍ଷ କରି ବଡ ହୋଇଥିଲା ମମତା। ଦାଦା ଖୁଡିଙ୍କ ପାଖରେ ରହି ପାଠ ପଢ଼ିବା, ଖାଇବା, ରହିବା କେତେ ଯେ କଷ୍ଟ ଯିଏ ଅଙ୍ଗେ ଲିଭାଇ ଥାଏ ସେ ଏକା ଅନୁଭବୀ।ଜୀବନରେ ଯେତେ କଷ୍ଟ ଆସିଲେ ବି ମାଆର କୋଳରେ ମୁଣ୍ଡ ରଖି ଶୋଇ ପଡିଲେ ସବୁ ଦୁଃଖ ଆପେ ଦୂରେଇ ଯାଏ। କୌଣସି ଗୋଟିଏ ଦିନ ନାହିଁ, ମମତାର ତାର ବାପା ମା' କଥା ମାନେ ପଡେନି। କେତେ ଛୋଟ ହେଲେ ବି ବାପା ବୋଉର କଥା ମନେ ପକାଇ ଆଖିରୁ ଲୁହ ଖସି ପଡେ। ଦାଦା ଦେଖିଲେ କୋଳେଇ ନେଇ ଲୁହ ପୋଛି ଦେଇ ବୁଝାଇ ଦିଅନ୍ତି। କିନ୍ତୁ ଖୁଡି ନୁହେଁ କି ତାର ଝିଅ ନୁହେଁ। ପ୍ରତ୍ୟକ କାମ ବାକି ପଡ଼ିଥିବ ମମତା କରିବ। ଭାଇମାନେ ଦେଖିଲେ ନିଜ ଭଉଣୀକୁ ପାଟି କରନ୍ତି। ସବୁ କାମ କଣ ମମତା ଅପା କରିବ। କିନ୍ତୁ କିଛି ଫରକ୍ ପଡେନା। କାରଣ ଖୁଡି କେବେ ଆକଟ କରି କୁହନ୍ତି ନାହିଁ, ଯେ ଗୋଟାଏ ପିଲା ସବୁ କାମ କରିବ ତୁମେମାନେ କାହିଁକି ବସିବ। ବାଜେ ଗପ ମାରି ସମୟକୁ ଅତିବାହିତ କରିବା ପସନ୍ଦ ଥିଲା ସେମାନଙ୍କର।


କଲେଜ୍ ପଢ଼ିବା ଠାରୁ ମମତା ଟିଉସନ୍ କରି ପାଠ ପଢ଼ିବା ପାଇଁ ଚେଷ୍ଟା କଲା।ଜୀବନର ସତ୍ୟତା ସେ ଅନାଥ ସେ ଭଲ ଭାବରେ ବୁଝି ଯାଇଥିଲା। ନିଜକୁ ତିଳ ତିଳ କରି ଜାଳି ବଞ୍ଚିବାକୁ ଚେଷ୍ଟା କରି ଥିଲା। ଯଦିଓ ଦାଦା ଜାଣିଥିଲେ ଜମି ବାଡ଼ି ଘର ଦ୍ବାର ସବୁର ଅଧା ମମତାର। ସେଇଥିପାଇଁ ସେ ନିଜ ସ୍ତ୍ରୀ ଆଉ ପିଲାମାନଙ୍କୁ ଅନେକ ଥର ବୁଝାଇଛନ୍ତି, ଯାହାକୁ ଚାକର ଭାବରେ ଖଟାଇ ଗୋଡ ହାତ ଲମ୍ବାଇ ବସିଛ ସେ ଏ ଘରର ଆଉ ଜମି ବାଡ଼ି ସବୁ ତାର ଅଧା। ନିଜକୁ ସହାବାଣୀ ଭାବି ଏତେ ଅୟସ କର ନାହିଁ। ଦାଦା ଯେତେ କହିଲେ ବି କିଛି ଫରକ୍ ପଡ଼େନି।


ସମୟ ଚକ୍ରରେ ସବୁ ଓଲଟ ପାଲଟ ହେଲା ଭଳି ମମତାର ଦୁଃଖ ସରିଲା ନାହିଁ। ଦାଦା ଏମିତି ଚଳିବା ଭଳି ଗୋଟେ ଘରେ ବିବାହ କରିଥିଲେ। ହେଲେ ସ୍ବାମୀ ଜଣଙ୍କ ବହୁତ୍ ଭଲ ଲୋକ ଥିଲେ କିନ୍ତୁ ଶାରୀରିକ ଅସୁସ୍ଥ ଥିଲେ। ମମତାକୁ ସ୍ନେହ ପ୍ରେମ ଦେଇ ଖୁବ୍ ଭଲରେ ରଖିଥିଲେ। ଶାଶୁ ଶଶୁରଙ୍କ ଅତି ଗେହ୍ଲା ବୋହୂ ହୋଇଥିଲା। ଏତେ ଭଲ ପାଉଥିବା ଦେଖି ବଡ ଯା ଆଦୌ ଭଲ ପାଉନଥିଲା। ମିଛ ସତ କହି ଗାଳି ଖୁଆଇବା ପାଇଁ ଶତ ଚେଷ୍ଟା କରୁଥିଲା।


ପ୍ରଥମ ଥର ମାଆ ହେବାର ସୌଭାଗ୍ୟ ଲାଭ କରି ଖୁବ୍ ଖୁସି ଥିଲା ମମତା। ପ୍ରଥମେ ଝିଅ, ତା ପରେ ପୁଅ ଏମିତି ଦୁଇଟି ସନ୍ତାନ ହୋଇ ସ୍ବାମୀ ସ୍ତ୍ରୀ ପରିବାର ବେଶ୍ ଖୁସିରେ ଥିଲେ।


ହଠାତ୍ ରାତିରେ ସ୍ୱାମୀର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲ ନେଇଗଲେ। ଡାକ୍ତର ଜାଣିଲେ ହୃଦଘାତେ ହୋଇଛି। ପୂର୍ବରୁ କେବେ ହୋଇଥିଲା କି ପଚାରିବାରୁ ମାଆ ବାପା କାନ୍ଦି କାନ୍ଦି କହିଥିଲେ, ଛୋଟ ବେଳେ ଥିଲା। ତାପରେ କେବେ ବାହାରି ନ ଥିଲା। ଡାକ୍ତର ସଙ୍ଗେ ସଙ୍ଗେ କହିଥିଲେ ବିବାହ ଦେବାକୁ ତ ନିଶ୍ଚୟ ମନା କରିଥିବେ। ତୁମେ କାହିଁକି ତାଙ୍କର ବିବାହ କରାଇ ଅନ୍ୟ ଝିଅର ଜୀବନ ନଷ୍ଟ କରିଲ।


ଏ କଥା ଶୁଣି ମମତା ଦୂଲ୍ କିନା କଚାଡି ହୋଇପଡ଼ିଗଲା। ସ୍ବାମୀ ଶୋଇଥିବା ବେଡ୍ ପାଖକୁ ଧିରେ ଧିରେ ଗଲା। ପାଖରେ ବସି ମୁଣ୍ଡ ଗୋଡ ହାତ ସବୁକୁ ଆଉଁସି ପକାଇଲା। ସ୍ବାମୀ ବୋଧେ ଜାଣି ସାରିଥିଲେ ନିଜେ ମୃତ୍ୟୁ ବରଣ କରିବେ। ହାତକୁ ଧରି ଜୋରରେ କାନ୍ଦି ପକାଇଥିଲେ। ଦେଖ ମମତା ଛୁଆଙ୍କୁ କେବେ ଅବହେଳା କରିବ ନାହିଁ। ମୋ ଅନୁପସ୍ଥିିରେ ତୁମେ କେବେ ଲୁହ ଗଡାଇବ ନାହିଁ। ମୋର ସାଙ୍ଗକୁ କହିଛି ତୁମକୁ ତାର କମ୍ପାନୀ ଚାକିରୀ ଦେବ। ଚଳିବା କିଛି ଅସୁବିଧା ହେବନି।

ଏତେ କଥା ଶୁଣିଲା ପରେ ମମତାର ପାଟିରୁ କଥା ବାହାରିଲା ନାହିଁ। ସେ ବି ଜାଣି ସାରିଥିଲା ଯେ ସମସ୍ତେ ଏକାଠି ହୋଇ ଚୁପ୍ ଚାପ୍ କଣ କଥା ହେଉଥିଲେ।

ନିଜ କପାଳ ଓ ଭାଗ୍ୟକୁ ନିନ୍ଦିଲା ମମତା। ଠାକୁରଙ୍କ ପାଖରେ କେତେ ଅଭିମାନ କରି କାନ୍ଦି ପକେଇଲା। ଏତେ ଦୁଃଖ ଦେଇ କାହିଁକି ତାକୁ ଠାକୁର ଏ ସଂସାରକୁ ଆଣିଲେ, ଶତ ଧିକାର୍ କଲା ନିଜକୁ। ଡାକ୍ତର ଫେରାଇ ଦେଲେ ଘରକୁ ସ୍ୱାମୀକୁ। ମାତ୍ର କେଇଟା ଦିନ ପରେ ମମତା ଆଉ ଛୋଟ ଛୁଆ ଦୁଇଟାକୁ ଛାଡି ସ୍ବାମୀ ଚାଲିଗଲେ ଆରପାରିକୁ।

ଛୁଆ ଦୁଇଟି କଣ କରିବ। ବୟସ ଅଧିକ ନୁହେଁ। ଯେଉଁଠିକୁ ଯିବ ଲୋକେ କଣ କହିବେ। ସବୁବେଳେ ଚିନ୍ତାରେ ଖାଇବା ପିଇବା ଛାଡି କତରାରେ ଲାଗିବା ଭଳି ଅବସ୍ଥା। ବାପ ଘରେ ବାପା ବୋଉ ନଥିଲେ, ତେଣୁ ସେପଟର ସେମିତି ସୁବିଧା ସୁଯୋଗ ମିଳିବାର ନଥିଲା। ବହୁତ୍ ଚିନ୍ତା କରିବା ପରେ ନିଜ ଲୁହ ଆଉ କୋହକୁ ସମ୍ଭାଳି ସ୍ଵାମୀଙ୍କ ସାଙ୍ଗ ବିନୋଦ ପାଖକୁ ଫୋନ୍ କରିଲା। ସେ ବି ସାହାଯ୍ୟର ହାତ ବଢ଼ାଇଲେ। ଭୁବନେଶ୍ୱର ଗୋଟେ କମ୍ପାନୀରେ କମ୍ପ୍ୟୁଟର ସେସେକ୍ସନରେ ଚାକିରୀ କରିଲା। ଛୋଟପିଲା ସେଇ ସାଙ୍ଗର ସ୍ତ୍ରୀ ପାଖରେ ଛାଡି ଚାକିରୀ ଯାଏ।


ସବୁଦିନ କିଏ କାହାର ଦାୟିତ୍ୱ ନେବାକୁ ରାଜି ହେବ। ତଥାପି ନୂଆ ଜାଗା ନୂଆ ପରିବେଶ କଉଠୁ କଣ କରିବି। ସେ ଯାହା କୁହନ୍ତୁ ସେଇଠି ରହିବ। ଦରମା ମିଳିଲେ କିଛି ଟଙ୍କା ବନ୍ଧୁଙ୍କ ସ୍ତ୍ରୀଙ୍କ ହାତରେ ଧରାଇ ଦେଇଥିଲେ।

ଏବେ ପିଲାମାନେ ବଡ ହୋଇ ଚାକିରୀ କଲେଣି। ଜୀବନର ଏହି ସଂଘର୍ଷରେ ହୁଏତ ବହୁତ୍ କଷ୍ଟ ହୋଇଛି। ହେଲେ ବାକି ଜୀବନ କିପରି କଟିବ ସେଇ ଅପେକ୍ଷାରେ ମମତା ।



Rate this content
Log in

Similar oriya story from Tragedy