Sandhyarani dash

Tragedy

3  

Sandhyarani dash

Tragedy

ଅଳଣା କଥା

ଅଳଣା କଥା

3 mins
249



     ଯୌବନର ତରଙ୍ଗ ଅତିକ୍ରମ କରି ଆଜି ଥକା ଅନୁଭବ କରୁଥିଲେ ଲଳିତା ଦେବୀ । କେମିତି ଗୋଟେ ଦୁଃଖର ପାହାଡ ମୁଣ୍ଡ ଉପରେ ବୋଝ ହୋଇ ରହିଥିଲା । ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କଥା କାହିଁକି ମନକୁ ଆନ୍ଦୋଳିତ କରୁଥିଲା । ଝିଅ ଠାରୁ ବୋହୁ, ଶାଶୁ ଠାରୁ ମାଆ ସବୁ ଯେମିତି ଭାଗ୍ୟ ବିଡମ୍ବନା ଥିଲା । ଛୋଟ ବେଳୁ ବାପାକୁ ହରାଇ କେମିତି ଗୋଟେ ମନ ଦୁଃଖ କରି କରି ବଡ଼ ହୋଇ ଥିଲା । ପାଠ ପଢା ସରୁ ସରୁ ବାହାଘର । ପ୍ରଥମ ଥର ପାଦ ଥାପି ଶାଶୁ ଘର ଲୋକଙ୍କୁ ନିଜର କରି ଛୋଟ ସଂସାର ଟିଏ ଗଢି ତୋଳି ବାକୁ ଇଚ୍ଛା କଲା । ଶାଶୁ ଶଶୁର ଦିଅର ନଣନ୍ଦ ସ୍ୱାମୀକୁ ନେଇ ସୁଖର ସୌଧ ନିର୍ମାଣ କରିବାକୁ ଚେଷ୍ଟା କଲା । ତା ବି ଭଗବାନ ସହିଲେ ନାହିଁ । ଶାଶୁଙ୍କ ପାଖରେ ମାତ୍ର କେତେଟା ବରଷ ରହିଛି କି ନାହିଁ, ସେ ବି ଛାଡି ଚାଲି ଗଲେ । ଏତେ ବଡ଼ ଗୁରୁ ଦାୟିତ୍ଵ ବହନ କରି ପାରିବ କି ନାହିଁ ମନରେ ଆଶଙ୍କା ଥିଲେ ବି ସେ କଥା ଶୁଣିବ କିଏ ?

    କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିବ । ଘର ଚଳାଇବାକୁ ପଡ଼ିବ । ଦିଅର ନଣନ୍ଦ ମାନଙ୍କୁ ପାଠ ପଢ଼ାଇ ବାହା ତୋଳା କରିବାକୁ ପଡ଼ିବ । ସବୁ ସେଇ କର୍ତ୍ତବ୍ୟ ରେ ଯାଏ । ମନର ଭାବକୁ ବୁଝିବ କିଏ ? ପାଠ ପଢା ଝିଅ, ଚାକିରୀ କରିବା ନିଶା, ସବୁକୁ ଛାଡି ଖାଣ୍ଟି ଓଡ଼ିଆ ଘରର ବୋହୁ ଟିଏ ସାଜି ଧାନ ଫସଲର ହିସାବ କରିବ ଖଳା ଲିପା ପୋଛା ହେଲାକି ନାହିଁ ଚାକରଙ୍କ ସହ ମିଶି ତଦାରଖ କରିବ, ଶଶୁରଙ୍କ ଦାୟିତ୍ଵ ନେବ, ଏଇ ସବୁ କାମରେ ବ୍ୟସ୍ତ ରହି ନିଜକୁ, ନିଜ ଯୋଗ୍ୟତାକୁ ଆସ୍ତେ ଆସ୍ତେ ଭୁଲିବାକୁ ପଡ଼ିଲା । ଏତେ କମ୍ ବୟସରେ ନିଜକୁ ପକ୍କା ଘରିଣୀ ସଜାଇ ରଖିବାକୁ ବାଧ୍ୟ ହେଲା ସେ । ଘରକୁ ଗୋଟି ଗୋଟି ହୋଇ, ସାନ ଭଉଣୀ ପରି ସ୍ନେହ ଦେଇ ଯାଆ ମାନଙ୍କୁ ଆଣିଲା । ନିଜ ଛୁଆକୁ ପଛରେ ପକାଇ ସେମାନଙ୍କୁ ଉପଯୁକ୍ତ ଯତ୍ନ ନେବାରେ କେଉଁଠି ବି ଟିକିଏ ବି ଅବହେଳା କରିନି ।ବୋହୁରୁ ମାହେଲା । ନିଜକୁ ଛୁଆଙ୍କ ମମତାରେ ହଜାଇ ଦେଲା । ସାନ ଯାଆ ମାନଙ୍କର ଦିଅର ମାନଙ୍କର ଶାଶୁ ପରି କର୍ତ୍ତବ୍ୟ ସମ୍ପାଦନ କରିବା ପରେ, ସମସ୍ତଙ୍କର ସୁବିଧା ହେବା ମାତ୍ରେ ସମସ୍ତେ ପଛ କଥା ଭୁଲି ଆଗକୁ ଧାଇଁଲେ । ଥରେ ହେଲେ କେହି ଭାବିଲେ ନାହିଁ ଶାଶୁଙ୍କ ଅନୁପସ୍ଥିତିରେ ଘରର ଭାରକୁ ବୋହି ଥିଲା କିଏ ? କେତେ ସ୍ୱାର୍ଥପର ମଣିଷ ଆଜିକାଲି । ନିଜର କାର୍ଯ୍ୟ ହାସଲ କଲା ପରେ କେହି କାହାରିକୁ ପାଣି ଗ୍ଲାସ୍ ଦେବାକୁ କୁଣ୍ଠାବୋଧ ।ଆଜି ନିଜର ପିଲା ମାନଙ୍କ ପାଇଁ ରକ୍ତକୁ ପାଣି କରି ଖଟି ମଣିଷ କରିବା ପାଇଁ ଶପଥ ନେଲା । ସେ ବି ଚାହିଁଲା ନିଜର ଯୋଗ୍ୟତାକୁ କାମରେ ଲଗାଇବାକୁ ।

   ଚାକିରୀ କରି ଦୁଇ ପଇସା ଉପାର୍ଜନ କଲେ ହୁଏତ ନିଜ ମନର କୋହ, ଅଭିମାନ, ରାଗ ରୋଷକୁ କିଛି ମାତ୍ରାରେ ଭୁଲି ପାରିବ ।ପିଲାମାନେ ବଡ଼ ହୋଇ ରୋଜଗାର କ୍ଷମ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଛି । କେହି କାହାରି ଆଗରେ ଦୁଃଖ ପ୍ରକାଶ କରି ନାହାଁନ୍ତି । ସମୟ କାହାକୁ କେଉଁଠି ପକାଇ କେଉଁଠି ଠିଆ କରେ, ସେଇ ସମୟ କହିବ ।ପିଲା ମାନେ ବଡ଼ ହେଲା ପରେ ସେ ବି ପ୍ରଶ୍ନ କରୁଛନ୍ତି, ଆମ ପାଇଁ କଣ କରିଛ । ବାପା ମା ଦୁଇ ଜଣ ଚାକିରୀ କରି କରୁଥିଲ କଣ ? ସେ କାହିଁକି ବୁଝିବେ ଅଆମର କଷ୍ଟ ଯନ୍ତ୍ରଣା । ଆଧୁନିକ ଯୁଗର ପିଲା ସେମାନେ । ଘରର ଦାୟିତ୍ଵ ବହନ କରୁଥିବା ବାପା ପାଖରେ କିଛି ନ ଥିଲା । କେବଳ ବାହାର ଲୋକଙ୍କ ଠାରୁ ଯାହା ଆହା ପଦଟି ଆସେ । କିନ୍ତୁ ଘର ଲୋକଙ୍କ ଠାରୁ ଆସେନି । ଯେଉଁଠି ସ୍ବାମୀର ସମ୍ମାନରେ ଆଞ୍ଚ ଆସୁଛି ସେଠି ନିଜର ସମ୍ମାନ କଥା ପ୍ରଶ୍ନ ଉଠାଇଲେ ଅଲାଣା କଥା ଶୁଣିବ କିଏ ?

   ଶୈଶବର ଅପମୃତ୍ୟୁ, କୈଶୋରର ବିପର୍ଯ୍ୟସ୍ତ, ଯୌବନର ବଳିଦାନ, ପ୍ରୌଢ଼ତାର କଷ୍ଟ ସରି ଆସିଲାଣି । ଯାହା ବାକି ରହିଛି ବୃଦ୍ଧ ଅବସ୍ଥା । ସେ ପୁଣି ଚାଲିବ ଝିଅ, ପୁଅ ବୋହୁ ଜ୍ବାଇଁଙ୍କ ନିର୍ଦ୍ଦଶନାରେ । ଜୀବନରେ ଘଟି ଯାଇ ଥିବା ଅନେକ ଘଟଣା ଦୁର୍ଘଟଣା ଆଜି ମନକୁ ଆନ୍ଦୋଳିତ କରୁଛି । କେହି ଜଣେ ବି କାହାର ମନର ଭାବକୁ ବୁଝିବାକୁ ଅସମର୍ଥ । ସମସ୍ତେ ଯେଝା କାର୍ଯ୍ୟରେ ଏତେ ବ୍ୟସ୍ତ ଯେ କଥା ଏ କାନରେ ପୁରାଇ ସେ କାନରେ ବାହାର କରି ଦେଉ ଛନ୍ତି । ଗୋଟିଏ କ୍ଷଣ ଅଟକି ଯାଇ ମନର ବ୍ୟଥାକୁ ବୁଝିବା ଅଭିଧାନ ବାହାରେ । ନିଜ ଭିତରେ କେବଳ ନଜର ପ୍ରଂସସା ନିଜର ସୁଗୁଣ ସବୁକୁ ଗାଇ ଗାଇ ଦିନ କାଟଥାଆନ୍ତି ।

ଜୀବନର ଅପରାହ୍ନରେ ନିଜର ଦୁଃଖ ସୁଖ ଅନ୍ୟ ମାନଙ୍କ ଆଗରେ ବଖାଣି ବସିଲେ, ନିଜ ମନକୁ ଯାହା ଶାନ୍ତି ମିଳୁଛି । ସ୍ୱାର୍ଥନେଶି ଲୋକ ମାନଙ୍କ ପାଇଁ ଅଲୋଡା ଅଲଣାକଥା ।।



Rate this content
Log in

Similar oriya story from Tragedy