Sandhyarani dash

Tragedy

4  

Sandhyarani dash

Tragedy

ଲୋଭ

ଲୋଭ

2 mins
231



ଶ୍ରାବଣ ମାସରେ ବାରିଧାର ଭୂମିରେ ଭୂମିଷ୍ଠ ହୋଇ ଆତ୍ମହରା ହୋଇ ଉଠୁଥିଲା।ମାଆ ମାଟିକୁ ହସାଇ ନିଜେ ତୃପ୍ତି ଅନୁଭବ କରୁଥିଲା।ବରଷା ଫେରିଗଲେ ମା ମାଟି ପୁଣି ଶୁଖିଲା ହୋଇ ଆଁ କରି ଫାଟି ପଡେ।ଯବନିକା ପଡେ ଆନନ୍ଦ ଉଲ୍ଲାସର ସମୟ।


ସାରିଆ ମାଆ ମରିବାର ଆଜକୁ ବାର ଦିନ।କାଠ ସିନ୍ଦୁକ ଆସି ଦୁଆର ମୁଁହରେ ଥୁଆ ହୋଇଛି।ପୁଅଝିଅ ପାଞ୍ଚ ଜଣ ସାଙ୍ଗକୁ ଜ୍ୱାଇଁ, ବୋହୁ ସବୁ ବସିଛନ୍ତି।ବିରାଟ ତାଲା ପକାଇ ଥିଲା ସାରିଆ ବୋଉ।ବଡ଼ ଝିଅ ନାଆଁ ସାରିଆ ବୋଲି ,ସମସ୍ତେ ସେହି ନାଁ ରେ ଡାକନ୍ତି।ଜୀବନ ଯାକର ରୋଜଗାର ପିଲା ମାନଙ୍କ ପାଠ ପଢିବା ପାଇଁ ବ୍ୟବହାର କରି ,କାହା ଠାରୁ କିଛି ଆଶା କରି ନ ଥିଲେ।ନିଜର ପେନସନରେ ସେ ଚଳୁଥିଲେ।ସ୍ୱାସ୍ଥ୍ୟ ସେବୀକା କାମ କରୁଥିଲେ। ଅନେକ ଲୋକ ଚିହ୍ନିନ୍ତି ଜାଣନ୍ତି।ଯେଉଁ ଜାଗାରେ ଚାକିରି କରନ୍ତି, ସେଠାରେ ଥିବା ସମସ୍ତ ଲୋକ ବାକ ବି ତାଙ୍କୁ ବହୁତ ମାନନ୍ତି।


କିନ୍ତୁ ନିଜ ପିଲାମାନଙ୍କର ଯେବେ ଠାରୁ ଯାହାର ପର ଲାଗିଲା ଗୋଟି ଗୋଟି ହୋଇ ସମସ୍ତେ ଉଡି ନୂଆ ବସା ବାନ୍ଧି ରହିଲେ। ବାପ ଛେଉଣ୍ଡ ଛୁଆକୁ କେବେ ନିଜର କିଛି କରିବାକୁ କି ସମୟ ଦେବାକୁ ବାଧ୍ୟ କରି ନାଂହାନ୍ତି।କାହାର ଖୁସି ହେଲେ ଆସନ୍ତି ତ କିଏ ନ ଆସନ୍ତି,ସେଥିପାଇଁ କାହା ପାଖରେ ଗୁହାରି କରେନି। ଗାଁରେ ଥିବା ସାଇ ଭାଇ ଙ୍କୁ ଧରି ନିଜ କଥା ନିଜେ ବୁଝି ରହିଥାଏ।


ହଠାତ ଦେହ ଖରାପ କଥା ଶୁଣି ସାରିଆ ଆସିଲା।ଜମା ଦିନ କେଇଟା ରେ ଆର ପାରିକୁ ଚାଲି ଗଲା।ସେ ଗଲା ପରେ ସମସ୍ତେ ଏକାଠି ହୋଇ ଆଜି ମା ସଂଚିତ ରଖିଥିବା ଜିନିଷକୁ ଭାଗ କରିବେ ବୋଲି ବସିଥିଲେ। ଅନ୍ୟ ଭାଇ ଭଉଣୀ ମାନେ ଡାକ ପକାଇଲେ ନାନୀ ତୁ ବୋଉ ପାଖକୁ ଆଗରୁ ଆସିଥିଲୁ, ବୋଉ ଚାବି କଉଠି ରଖିଛି କହିଥିବ ଏତିକି ପାଟିରୁ ବାହାର କରିବାକୁ ଯିବା ବେଳେ ,ସାରିଆ ଚାବି ଧରାଇ ଦେଲା।


ସିନ୍ଦୁକ ଖୋଲା ଗଲା।ସେଥିରେ କେବଳ ନିଜ ସନ୍ତାନ ମାନଙ୍କ ଜାତକ।ବିବାହ କରି ଥିବା ପ୍ରତ୍ୟେକ ପିଲାଙ୍କର ବାହାଘର କାର୍ଡ।ବାପ ମା ଆଉ ତାଙ୍କ ପରିବାର ସହିତ ଉଠାଇ ଥିବା ଅନେକ ଫଟୋ ରହିଥିଲା।


ଅନେକ ଖେଳା ଖେଳି ପରେ ଗୋଟିଏ ଚିଠି ବାହାରିଲା, ସେଥିରେ ମା ପିଲାମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ମୁଁ ତୁମକୁ ଜନ୍ମ ଦେଇଥିଲି ତୁମ ବାପା ମୋତେ ଅଧ ବାଟରେ ବସାଇ ଦେଇ ଚାଲି ଗଲେ।ମୁଁ ମୋର କର୍ତ୍ତବ୍ୟ ରେ କେବେ ହେଳା କରିନି।ଯେତେ ବେଳେ ତୁମର ଡେଣା ଲାଗିଲା ତୁମେ ଆଉ ପଛକୁ ଫେରିନ।ମା ର କୋଳ କି ତା ଥିବା କର୍ତ୍ତବ୍ୟ କୁ ତୁମେମାନେ ଭୁଲି ଯାଇ ନିଜ ସଂସାର ଦେଖି ବିମୋହିତ ହେଲ।ସେଥିପାଇଁ ମୋର ଦୁଃଖ ନାହିଁ। ଯେଉଁ ଗାଁ ରେ ରହିଛି ସେଇ ଗାଁ ଲୋକ ମାନେ ମୋତେ ଦେହ ଖରାପ ହେଲେ କି ଭଲ ମନ୍ଦ ବୁଝି ଏ ପର୍ଯ୍ୟନ୍ତ ଆଣିଲେ। ମୋର ଇଚ୍ଛା ପାଖ ବସ୍ତିରେ ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ସେମାନଙ୍କ ଦୁଃଖ ସୁଖରେ ସାହା ହେବା ସହିତ ସେମାନେ ଏଥିରେ ଉପକୃତ ହେବେ। ସେଇଥି ପାଇଁ ମୁଁ ମୋର ସମସ୍ତ ଟଙ୍କା ଜମି ବାଡ଼ି ସବୁ ସରକାରଙ୍କ ହାତକୁ ଦେଇ ଦେଇଛି। ତେଣୁ ତୁମେ ମାନେ"ଲୋଭ" ନ କରି ନିଜ ସ୍ଥାନକୁ ଫେରି ଯିବ। ମୋର ସୁଧଘର ପୂର୍ବରୁ ଦେଖିଲେ ,ଯଦି ମୋର କ୍ରିୟା କର୍ମ ନ କର ସେଥିପାଇଁ ବି ଦୁଃଖ ନାହିଁ। ଯଦି ପରେ ଦେଖି ମୋର ବାର୍ଷିକ ଶ୍ରାଦ୍ଧ ନ ଦେବାକୁ ଇଚ୍ଛା ନ କର, ସେଥିପାଇଁ ମୋର ଦୁଃଖ ନାହିଁ କି ଲୋଭ ବି ନାହିଁ।


ବୋଉର ଚିଠି ପଢି ଭାଇ ଭଉଣୀ କୋଳକୋଳି କାନ୍ଦିବା ବେଳେ ଭାଉଜ ମାନେ ମୁଁହ ମୋଡି ଦେଉଥିଲେ।ନିଜ ନିଜର ସୁଖ ଖୋଜିବା ଲୋଭରେ ଐଶ୍ଵରୀକ ଶକ୍ତି ଥିବା, ସମାଜର କଲ୍ୟାଣ କରୁଥିବା ମା କୁ ହରାଇଥିବା ସନ୍ତାନ ମାନେ ଲୋଭରେ ସଂଚଥିବା ଟଙ୍କା ଆଉ ଇଜ୍ଜତ ସବୁ ଫିକା ଲାଗିଲା।


Rate this content
Log in

Similar oriya story from Tragedy