Sandhyarani dash

Tragedy

4  

Sandhyarani dash

Tragedy

ବୋଉ

ବୋଉ

3 mins
241



ନିରବଚ୍ଛିନ୍ନ ସାଧନା ପ୍ରତ୍ୟେକ ମଣିଷ କୁ ବିଜୟ ମଣ୍ଡିତ କରେ।ଏହି ସାଧନାରୁ ଯେଉଁ ଅଭିଜ୍ଞତା ମିଳେ ତାହାକୁ ଭିତ୍ତକରି ମଣିଷ ଜୀବନ ଅଗ୍ରସର ହୁଏ। ଜୀବନ କ୍ଷେତ୍ରରେ ବାରମ୍ବାର ପରାହତ ହୋଇ ସୈନିକର ସେନାପତି ସାଜି ଯିଏ ସରଳ, ସୁଗମ ପଥ ଆବିଷ୍କାର କରେ, ତାର ପିଲାମାନଙ୍କ ପାଇଁ ସେଇତ ବୋଉ।ଯାହାର ସହଜ, ସରଳ ଜୀବନ ଦର୍ଶନ ଆମ ମାନଙ୍କ ଭିତରେ ମାନସିକ ଦୃଢତା, ଆତ୍ମବିଶ୍ୱାସ, ଧର୍ଯ୍ୟକୁ ସୁଦୃଢ଼ କରି ଆଗକୁ ଯିବା ପାଇଁ ମାର୍ଗଦର୍ଶନ କରାଇଥାଏ ସେଇ ମହିୟସୀ ନାରୀଟି ବୋଉ।


ମଣିଷର ସଫଳତାର ଆଧାର ହେଉଛି ତାର କର୍ମ ଆଉ ସାଧନା।ଏମିତି ହିତ ଉପଦେଶ ଦେଉଥିବା ବକ୍ତିତ୍ୱ ଟି କେବଳ ବୋଉ।ଯେଉଁ ମଣିଷ ତାର କାର୍ଯ୍ୟକଳାପ ଦ୍ୱାରା ତାର, ତା ଛୁଆଙ୍କର ପରିବାରର, ତଥା ସମାଜର ହିତସାଧନା କରେ ସେହି ନାରୀଟି ହେଉଛି ବୋଉ।ସରଳ ଜୀବନଯାପନ ଓ ଉଚ୍ଚ ଚିନ୍ତାଧାରା ରଖିଥିବା ସମସ୍ତଙ୍କୁ ଆପଣାଇ ନେଉଥିବା ଆଦର୍ଶ ଲୋକଟି ହେଉଛି ବୋଉ।ଆଜିକାଲି ଅଧିକାଂଶ ଘରେ ଦେଖିବାକୁ ମିଳେ ଶାଶୁ ବୋହୂର କଳି।ଯାହାଦ୍ୱାରା ପରିବାର ରେ ସୃଷ୍ଟି ହୁଏ ଝଡ଼, ଭୂମିକମ୍ପ ଆଉ ସୁନାମି।ଯମ ଦେବତା ଆଉ ଶାଶୁ ଦେବତା ତୁଳନା ହୁଏତ ପୁଣି ଉଗ୍ର ଚଣ୍ଡୀ ବୋହୂର ନିର୍ଯ୍ୟାତନା ଅସହ୍ୟ ହୋଇ ଭିକ୍ଷା ମାଗି ଜୀବନ କାଟୁଥିବାର ଅନେକ ଘଟଣା ନଜରରେ ଆସେ।


ଯୁଗ ବଦଳି ଗଲାଣି।ନୂଆ ନୂଆ କଥା ନୂଆ ପ୍ରସଙ୍ଗ ସାମ୍ନାକୁ ଆସେ।ହେଲେ ମିକି ତାର ମାତୃତୁଲ୍ୟ ଶାଶୁ କୁ ଏ ପର୍ଯ୍ୟନ୍ତ ଭୁଲି ପାରିନି।ସୂର୍ଯ୍ୟୋଦୟ ପରେ ସୂର୍ଯ୍ୟାସ୍ତ, ଜନ୍ମ ପରେ ମୃତ୍ୟୁ ଋତୁ ପରିବର୍ତ୍ତନ ଆଦି ସୃଷ୍ଟି କର୍ତ୍ତାଙ୍କର ଅଲିଖିତ ନିୟମ।ସମୟର କରାଳ ଗତିରେ ଅଦିନିଆ ଝଡ଼ ଆସି କେତେବେଳେ ବୋଉ ଡାକୁଥିବା ଶାଶୁଙ୍କୁ ଆର ପାରିକୁ ନେଇ ଚାଲିଗଲା।ତାଙ୍କର ସେହି ନିଷ୍କପଟ ବ୍ୟବହାର, ଆତ୍ମୀୟତା, ମଣିଷ ପଣିଆ ପର ଉପକାରୀ ଲୋକକୁ ସହଜରେ କେହି ଭୁଲିପାରନ୍ତି ନାହିଁ।ପ୍ରଥମ ଥର ସେ ପାଦ ପକାଇବା ବେଳେ ଶାଶୁ ଆସି ଚାହିଁ ଦେଇ ଓଠରେ ସୁନ୍ଦର ହସଟିଏ ହସି ଦେଲେ।ସାଇ ପଡିଶା ବୋହୁ ଦେଖିବା ପାଇଁ ଆସି ଫେରିଗଲେ।ଯିଏ ଯାଉଥାନ୍ତି, ଡାକି ପଚାରୁ ଥାନ୍ତି, ବୋହୁ ଦେଖିଲ, ମନ ମାନିଲା ତ।କାହାର ମନ ମାନୁ କି ନ ମାନୁ ପଚାରିଲେ କିଏ କାହିଁକି ମନା କରିବ।ବୋହୁ ପୁଅ ଅପେକ୍ଷା ରଙ୍ଗ ସେ ନିଜେ ଜାଣି ବି ଅନ୍ୟ ମାନଙ୍କୁ ପଚାରି ମତ ନେବାରେ ବହୁତ ଖୁସି ହେଉଥିଲେ।କିଏ କିଛି କହିବା ପୂର୍ବରୁ ନିଜେ କହି ବୋଲନ୍ତି, ରଙ୍ଗ କମ ହେଲେ କ'ଣ ହେବ, ମୋ ବୋହୁ ଏତେ ପାଠ ପଢ଼ିଛି ଯେ କେହି ପଢି ନାଂହାନ୍ତି।ପାଠ ପଢି ନ ଥିବା ମଣିଷ ଟି ବୋହୁ ପାଠ ପଢ଼ିଛି କହି କେତେ ଯେ ଆନନ୍ଦ ଅନୁଭବ କରୁଥିଲେ ଯିଏ ଅଙ୍ଗେ ଲିଭାଇଛି ସେ ହିଁ ଅନୁଭବ କରି ପାରିବ।


1999 ମସିହା ମହାବାତ୍ୟା ଆସିବା ପୂର୍ବରୁ ଜୁନ ମାସ ସତର ତାରିଖ ରାତିରେ ବୋଉ ଶୋକର ସାଗରରେ ଭସାଇ ବିରାଟ ମହାବାତ୍ୟାର ପ୍ରଭାବ ପକାଇ ଦେଇ ଚାଲିଗଲେ ଆରପାରିକୁ।ବାହାଘର ପରେ ଯେଉଁ ମାଆର ପଣତ କାନିରେ ଝାଳ ଠାରୁ ଲୁହ ପର୍ଯ୍ୟନ୍ତ ପୋଛି ଦେଇ ତୃପ୍ତି ଅନୁଭବ ହେଉଥିଲା ସେ ଚାଲିଗଲେ ଅନତି ଦୂରରେ, ଯେଉଁଠି କେବେ ଫେରିବେ ନାହିଁ।


ଜୀବନରେ ଯେତେ ଯନ୍ତ୍ରଣା ସତେ ଯେମିତି ଅଜାଡି ହୋଇ ପଡ଼ିଲା।ଯାହାଙ୍କ କୋଳରେ ମୁଣ୍ଡ ଥୋଇ ସବୁ ଦୁଃଖ ଥୋଇ ସୁଖ ଆଣେ, ଅକୁହା ଗଣ୍ଠିକୁ ଯାହା ଅତି ନିର୍ଦ୍ୱନ୍ଦରେ ତାଙ୍କ ନିକଟରେ ଖୋଲି ଦିଏ, ସେ ବି ମୋର ମନର ଭାବକୁ ଖୁଵ ସହଜରେ ବୁଝି ପାରନ୍ତି।ସେଇଥି ପାଇଁ ଶାଶୁ କମ ମାଆ ବେଶୀ ଥିଲେ।ମୋ ଚିନ୍ତା ଚେତନାର ଗତ ବିଗତର ଗବାକ୍ଷ ଖୋଲି ଅଜାଡି ଦିଏ ସବୁ।


ଶ୍ରଦ୍ଧା ଭରା ମନ ତଳେ ଆବେଗର ଗଭୀରତାକୁ ବେଶ ପରିଚିତ ଥିଲେ ମଧ୍ୟ।କେଉଁଠି କେମିତି ପଥ ହୁଡ଼ିଗଲେ ବିଶ୍ଵାସ, ଆଶ୍ୱାସନା ତଥା ସ୍ନେହପୂର୍ଣ୍ଣ କଥାରେ ବିଦରିତ ପ୍ରାଣକୁ ମଧୁରତାରେ ଭରି ଦିଅନ୍ତି।କେବେ ହୃଦୟରେ କି ମନ ଭିତରେ ମନରୋଷ କିବା କିଛି ଅବଶୋଷ ଥିବାର ଲକ୍ଷ୍ୟ ହୁଏ ନାହିଁ।ଅତି ସୁନ୍ଦର ଭାବରେ ମୋର ଗୁଣ ବର୍ଣ୍ଣନା କରୁଥିଲେ ଅନ୍ୟ ମାନଙ୍କ ଆଗରେ।ଅମୃତର ସୁଧା ବୋଳା ହସରେ ତାଙ୍କର ପ୍ରତି ପିଲାମାନଙ୍କ ସୁଖକୁ ସାଉଁଟି ଥିଲେ।ମମତା ଭିଜା ବୋଉ ଡାକରେ, ତାଙ୍କ ହୃଦୟରେ ଶତ କଦମ୍ବ ଫୁଟି ଉଠୁଥିଲା।ଅମୃତ ବଚନରେ ସମସ୍ତଙ୍କୁ ବାନ୍ଧି ରଖିଥିବା ଲୋକଟି ଜୀବନେ ଅମୃତ ଢ଼ାଳି ଶୂନ୍ୟ ପଥଗାମୀ ହେବା ଖୁଵ କଷ୍ଟ ଦାୟକ।


ଆଉ ସେପରି ଆକର୍ଷଣ ନାହିଁ କାହାର।ସର୍ବେ ନିଜ ନିଜର ଭାଗ୍ୟ ପରୀକ୍ଷା ପାଇଁ ଆଗକୁ ଧାଇଁଲା ବେଳେ ମୋର ଗୋଡାଟା କାହିଁକି ଅଟକି ଯାଏ।କାହିଁକି ଏ ମନ, ହୃଦୟ ଅହରହ ଆନ୍ଦୋଳିତ ହୁଏ, ରାତି ଠାରୁ ଦିନ, ସକାଳ ରୁ ସନ୍ଧ୍ୟା, ଖୋଜି ବସେ ସେହି ହଜିଯାଇଥିବା ଦିନକୁ ଆଉ ଲୋକକୁ।ଶୂନ୍ୟତା ଭରା ପଥରେ ଖୋଜି ବସେ ସେଇ ପଣତ କାନିକୁ।ଖୋଜି ବସେ ଶ୍ୟାମଳ ସୋହାଗ ଭରା, ମମତା ଭିଜା ଜୀବନ ରାଗରେ ରଙ୍ଗରେ ପଖଳା ସେ ମଧୁଝରା ଅନୁଭବ।ବୋଉର ପଣତ ଖୋଜେ ମୁଁହ ପୋଛିବାକୁ।ପୁଣି ଖୋଜେ କୋଳ ତାର ଦୁଃଖ ଅଜାଡ଼ିବାକୁ।ସବୁଠୁ ମଧୁର, ନିଷ୍କପଟ, ନିଃସ୍ୱାର୍ଥପର କୋଳଟି ଦୁରେଇ ଯାଇ ବିରାଟ ଶୂନ୍ୟସ୍ଥାନ ଆଣିଲା ଜୀବନରେ। ଜୀବନର ଚଲାପଥ ଆଲୋକିତ ହେବା ପଛରେ ପ୍ରତ୍ୟେକ ପିତା ମାତାଙ୍କ ହାତ ମଥାରେ ରହିଲେ। ପିଲା ମାନେ କେବେ ପଛକୁ ଫେରନ୍ତି ନାହି।ଜୀବନର ଉଦୟରୁ ଅସ୍ତ ପର୍ଯ୍ୟନ୍ତ ସବୁ ସେହି ଭଗବାନଙ୍କ ହାତରେ।ସେ ଆମକୁ ଛାଡି ଚାଲିଯିବା ସତ୍ୟ ହେଲେ ବି ବେଳେବେଳେ ସ୍ନେହ ବୋଳା ହାତ ମୁଣ୍ଡରେ ଥିବା ଭଳି ଅନୁଭବ ହୁଏ।ସେହି ସ୍ନେହ ବୋଳା ଉପଦେଶ ଓ ପ୍ରେରଣା ଦେଇ ଆସୁଥିବା ବୋଉଙ୍କ ଆରପାରିକୁ ଗଲା ଦିନ ଠାରୁ ସେଥିରୁ ଆମେ ବଞ୍ଚିତ। ସଂସାରରେ ଜନ୍ମ ନେଲେ ମୃତ୍ୟ ନିଶ୍ଚିତ।ହେଲେ ବୋଉ ର ହାତ ମଥାରୁ ଖସି ଗଲେ ପ୍ରତ୍ୟେକ ପିଲା ବେସାହାରା ହୋଇ ଯାଏ।ଜୀବନ ନାଟକରେ ସମୟ ଚକ୍ରରେ ସଭିଏଁ ବନ୍ଧା।ସବୁଦିନ ଅପାଶୋରା ହେଇ ରହିଥିବା ସେହି ବୋଉର ଶୂନ୍ୟସ୍ଥାନ ସବୁବେଳେ ଶୂନ୍ୟ।ସେହି ସ୍ମୃତିକୁ ରୋମନ୍ଥନ କରି କୋଟି କୋଟି ପ୍ରଣାମ।



Rate this content
Log in

Similar oriya story from Tragedy