Sandhyarani dash

Tragedy

3  

Sandhyarani dash

Tragedy

ଶୋଇଯା ମାମା

ଶୋଇଯା ମାମା

4 mins
214


ବିଚିତ୍ର ଏଇ ପୃଥିବୀ । ସୃଷ୍ଟି କର୍ତ୍ତାଙ୍କର ନିୟମ ବଡ଼ ବିଚିତ୍ର । କିଏ କାହା ପାଇଁ ଝୁରି ମରୁଛି ତ କିଏ ପ୍ରତାରଣା କରିବାକୁ ଟିକେ ବି କୁଣ୍ଠା ବୋଧ କରୁନି । ପ୍ରେମିକ ପ୍ରେମିକାର ପ୍ରତାରଣା ଦେବା, ଭୁଲିଯିବା, ଜଣଙ୍କୁ ଆଜୀବନ ସାଥୀ ହେବାର ପ୍ରତିଶୃତି ଦେବା, ପୁଣି ଆଉ ଜଣଙ୍କୁ ବିବାହ କରିବା ଏଇଟା ନିତିଦିନିଆ ଘଟଣା । 


କିନ୍ତୁ ବାପା ମାଆ ପିଲାଟିକୁ ଜନ୍ମ ଦେଇ ଲାଳନ ପାଳନ କରିବା ସହିତ ନିଜ ପେଟ ଅଧା ରଖି ପିଲାଙ୍କୁ ବଳାଇ ବଳାଇ ଖୁଆଇବା, ପାଠ-ଶାଠ ପଢ଼ାଇ ମଣିଷ କଲା ପରେ, ବାପା ମାଆ ଯେ ପିଲାମାନଙ୍କ ପାଇଁ ଆଖୋଜା ଅଲୋଡ଼ା ହୋଇ ପଡନ୍ତି, ତାହା ଆଜିର ସମାଜରେ ବେଶି ଚାଲିଛି, ଯେମିତି କରୋନା ସଂକ୍ରମିତ ହେଲା ପରି ଲାଗୁଛି । ଖୁବ୍ କ୍ଷୀପ୍ର ଗତିରେ ପିଲାମାନଙ୍କର ଏହି ପ୍ରକାର ଗୁଣ ପରିପ୍ରକାଶ ହେଉଛି । 

ମଣିଷ ଜନ୍ମ ଦୁର୍ଲ୍ଲଭ ଜନ୍ମ । କାରଣ ମଣିଷର ବୁଦ୍ଧି ବିବେକ ଜ୍ଞାନ ବିଚାର ଏମିତି ଅନେକ ସୁଗୁଣ ରହିଛି । ମଣିଷ ବେଳେ ବେଳେ ଏମିତି ଅବିବେକି କାମ କରେ, ସେ କଥା ମନେ ପଡ଼ିଲେ ରୁମ ଟାଙ୍କୁରି ଉଠେ । ଏମିତି ଭଲ କଥାକୁ ବୁଝିବାକୁ ସମୟ ଲାଗେ । ସେ ସମୟ ଆସିଲା ବେଳକୁ ସବୁ ଶେଷ ହୋଇ ଯାଏ । 


ତିରୁଣା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପାଠପଢା ସାରି କୁନି ଯେତେବଳେ ଘରକୁ ଫେରେ, କେତେ ଆନନ୍ଦରେ ପଢିଥିବା ପାଠ ବହିର କେତେ ପ୍ରକାର ଗୀତ ବୋଲି ବୋଲି ଆସୁଥାଏ । ଘର ପାଖରେ ଅପେକ୍ଷାରେ ମାଆ ତାକୁ କାଖେଇ ନେଇ, କେତେ ପ୍ରକାର ଗୀତ ଶୁଣାଇ ଖୁଆଇ ଦିଅନ୍ତି । ସବୁ ଗୀତ ଭିତରେ 'ଶୋଇଯା ମାମା' ଏହି ଗୀତଟି ତାକୁ ଖୁବ୍ ଭଲ ଲାଗେ । ସବୁ ଗୀତ ପରେ ବି ମାଆ ତାର ସେହି ଗୀତଟିକୁ ବାରମ୍ବାର ବୋଲନ୍ତି, ଝିଅକୁ ଭଲ ଲାଗେ, ସେଇ ଗୀତ ନ ସରୁଣୁ ଝିଅକୁ ନିଦ ଆସି ଯାଏ । କୁନି ଯେତେବେଳେ ସାତ ବର୍ଷ, ତାର ମାଆ ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଇ ଶେଷ ନିଃଶ୍ଵାସ ତ୍ୟାଗ କଲେ । କୁନିର ମାଉସୀ ତାଙ୍କ ଘରକୁ ଆଗରୁ ବହୁତ୍ ଥର ଆସନ୍ତି । କୁନି ବହୁତ୍ ସ୍ନେହ ଶ୍ରଦ୍ଧା କରନ୍ତି । ସେଇଥି ପାଇଁ କୁନିର ଜେଜେ ବାପା, ଜେଜେ ମାଆ, ଦାଦା ମାନେ ଚିନ୍ତା କଲେ ଯେ, ତାର ମାଆ ନ ଥିଲେ ବି ମାଉସୀ ଅଛି, ତାକୁ ଯଦି କୁନିର ବାପାଙ୍କୁ ବିବାହ କରି ଦିଆ ଯାଏ ଆଉ ଆଗକୁ କିଛି ଅସୁବିଧା ହବନି । ଆଉ କେଉଁ ଝିଅ ଆସିଲେ ସାବତ ମାଆର ରୂପ ଦେଖାଇ ନିଶ୍ଚୟ ହଇରାଣ କରିବ । ସମସ୍ତଙ୍କ ଆଲୋଚନା ସମାଲୋଚନା ପରେ ସ୍ଥିରୀକୃତ ହେଲା କୁନିର ମାଉସୀ ତାର ମାଆ ସାଜି ଘରକୁ ଆସିବ । କୁନି ଝିଅଟିଏ ସେ । କାଉଲୁବାଉଲୁ ହୋଇ ଆଡେ ସାଢ଼େ ଚାହିଁ ବେଳେ ବେଳେ କାନ୍ଦି ତାର ମାଆକୁ ଖୋଜେ । ଜେଜେ ମା ଦାଦା ବାପା ମିଶି ତାକୁ କୋଳରେ ଧରି ବିସ୍କୁଟ ଚକୋଲେଟ୍ ଦେଇ, ବିଭିନ୍ନ ଗପ ଗୀତ ବୋଲି ମାଆକୁ ଭୁଲାଇବା ପାଇଁ ଶତ ଚେଷ୍ଟା କରନ୍ତି । ମାଉସୀ ସେଇ ଘରକୁ ବୋହୁ ହୋଇ ଆସିଲା, କୁନିର ଗୋଟା ପଣ ତାର ମାଆକୁ ଭୁଲାଇବା ନିଜେ ମାଆର ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଅନେକ ଚେଷ୍ଟା କରିଲା ମାଉସୀ ଗୌରୀ । ଆସ୍ତେ ଆସ୍ତେ କୁନି ମାଆକୁ ଭୁଲି ମାଉସୀକୁ ମାଆର ସ୍ଥାନ ଦେଲା । ମାଉସୀ ଝିଅକୁ ଏତେ ଭଲ ଭାବରେ ପାଳନ କରିବା ଦେଖି କୁନିର ବାପା, ଜେଜେ,ଜେଜେମା, ଦାଦା ସାହି ଭାଇ ସମସ୍ତେ ମାଆ ଛେଉଣ୍ଡ ପିଲାର ମାଆ ପାଇ ଗଲା ବୋଲି ସମସ୍ତେ ଅଶ୍ୱସ୍ତି ଅନୁଭବ କଲେ । କିଛି ଦିନ ପରେ ଗୌରୀ ମାଆ ହେବାର କଥା ଜଣା ପଡିଲା । ଘରେ ଖୁସିର ଲହରୀ ଖେଳିଗଲା । ହେଲେ କୁନିକୁ ବହୁତ ଦୁଃଖ ଲାଗୁଥିଲା । ଏମିତି ତାର ମା ଆଉ ଗୋଟେ ଛୁଆକୁ ଜନ୍ମ ଦେବାକୁ ଯାଇ କୁଆଡେ ଚାଲିଗଲେ, ପୁଣି ଏଥର ମାଉସୀ ବି ମାଆ ହେବ ସେ ପୁଣି ତା ଠାରୁ ଦୂରେଇ ଯିବନି ତ । ଘରକୁ ଯେଉଁମାନେ ଆସନ୍ତି, କୁନିର ଗାଲରେ ହାତ ମାରି, କୁହନ୍ତି ଠାକୁରଙ୍କୁ ଡାକେ, ତୋ ସାଙ୍ଗରେ ଖେଳିବା ପାଇଁ ଭାଇଟିଏ ଦିଅନ୍ତୁ । କିଛି ଦିନ ପରେ ଭାଇ ନ ହୋଇ ଭଉଣୀଟିଏ ଆସିଲା । 

   ମାଉସୀ ମାଆ ସାଜି କୋଳରେ ଝୁଲାଉଥିବା କୁନିକୁ ଧୀରେ ଦୂରେଇବାକୁ ଲାଗିଲା । ଜନ୍ମ କରିଥିବା ସନ୍ତାନକୁ ସବୁ ଖୁସି ଅଜାଡି ଦେଇ କୁନିକୁ ଦୁଃଖ ଦେବାକୁ ଆରମ୍ଭ କଲା । ମାଉସୀରୁ ମାଆ ଆଉ ଏବେ ସାବତ ମାଆର ରୂପ ଦେଖାଇଲା । କୁନି ଧୀରେ ଧୀରେ ବଡ଼ ହେଲା ଆହୁରି କିଛି କଥା ବୁଝିବାକୁ ଲାଗିଲା । ପରିବାର ଲୋକେ ସମସ୍ତେ ଭଲ ପାଇଲେ ବି ମାଆର ମମତା, ସ୍ନେହ ଶ୍ରଦ୍ଧା, ମୁଣ୍ଡରେ ହାତ ଥୋଇ, ଶୋଇଯା ମାମା, ଗୀତ କେବେ ଗାଇବାର ଶୁଭିଲାନି । ଘରେ କେହି ନଥିଲା ବେଳେ କୁନିକୁ ଛୁଆକୁ ଧରେଇ ଦେଇ ପାଠ ପଢିବା ବନ୍ଦ କରିବା ଉଦ୍ଦେଶ୍ୟରେ ରହିଲା । ପ୍ରତି କଥାରେ ମାଡ଼ ଗାଳି ଦେଇ, ମିଛ ସତ କହି ଅନ୍ୟମାନଙ୍କ ଆଗରେ ଅନେକ ଅଭିଯୋଗ କରି ବସେ ଗୌରୀ । ନିଜ ମାଉସୀ, ଭଉଣୀର ଝିଅ ନାମରେ କେବେ ମିଛ କହୁଥିବ କେହି ବିଶ୍ୱାସ କରୁନଥିଲେ । କୁନି ଆକାଶର ତାରକୁ ଚାହିଁ ନିଜ ମାଆକୁ ଖୋଜି ଖୁବ କାନ୍ଦେ । କେହି ଡାକ ମାରିଲେ, ଲୁହ ପୋଛି ପକେଇ ଆସି ଠିଆ ହୋଇଯାଏ । କାଳେ ମାଉସୀ କଥା କହିଲେ ଘରେ ପାଟିତୁଣ୍ଡ ହେବ, ସେଇ ଡରରେ କାହାରିକୁ କିଛି ନ କହି ନିରବରେ ଲୁହକୁ ଅଜାଡି ଦେଇ ନିଜ ମାଆ ଉପରେ ବହୁତ ଅଭିମାନ କରେ । 


ଧୀରେ ଧୀରେ ଛୋଟରୁ ବଡ଼ ହେଲା । ବିବାହ ବୟସ ହେଲା । ପରିବାର ଲୋକ । ମାଆ ଛେଉଣ୍ଡ ଝିଅକୁ ଭଲରେ ରହିବା ପାଇଁ ଭଲ ଘର ଦେଖି ବିବାହ କରିଥିଲେ । ଛୋଟ ପରିବାର ଧରି ବେଶ ଆନନ୍ଦରେ କଟିଲା । କୋଳକୁ ତାର ଝିଅଟିଏ ଆସିଲା । ଈଶ୍ୱରଙ୍କୁ ପ୍ରଣାମ କରି କହିଲା, ପ୍ରଭୁ ଯଦି ମୋତେ ସନ୍ତାନଟିଏ ଦେଲ ତାକୁ କେବେ ମାଆ ଛେଉଣ୍ଡ କରିବ ନାହିଁ । ନିଜ ମାଆ କଥା ମନେ ପକାଇ ପୁଣି କୁନି ତାର ପୁରୁଣା ଗୀତକୁ ଗାଇ ନିଜ ଝିଅ କାନରେ ଶୋଇଯା ମାମା ଗୀତଟିକୁ ବୋଲି ନିଜର କୋହ ଆଉ ଲୁହକୁ ଅଜାଡି ଦେଲା । ବାକି ଥିବା ସବୁ ମମତାକୁ ଅଜାଡି ଦେଇ ଖୁଵ ଆସ୍ୱସ୍ତି ଅନୁଭବ କଲା । 



Rate this content
Log in

Similar oriya story from Tragedy