Sandhyarani dash

Tragedy

3  

Sandhyarani dash

Tragedy

ବରଗଛ

ବରଗଛ

3 mins
370


ଗାଆଁ ମୁଣ୍ଡରେ ବିରାଟ ବରଗଛ। କେଉଁ ଦିନରୁ ରହିଛି । ତାର ଓହଳ ଚାରି ପାଖ ଯାକ ଲମ୍ବି ଯାଇଛି। ଚର୍ତୁ ପାର୍ଶ୍ଵରେ ମାଟି ସହିତ ଓହଳକୁ ଏମିତି ମଜଭୁତ କରି ରଖିଛି ଯେ କେହି କାହାରିକୁ ଛାଡି ଅନ୍ୟ ଆଡ଼େ ଗତି କରି ପାରିବେନି। ମାତୃତ୍ଵର ବନ୍ଧନରେ ବାନ୍ଧି ଦେଇଛି ଗୋଟିଏ ଗଣ୍ଠିରେ।


ସତେ ଅବା ମାନବ ଜାତିକୁ ଏକ ସ୍ଵତନ୍ତ୍ର ଶିକ୍ଷା ଏଇ ବରଗଛ। ସେଇ ବରଗଛ ଦେଇ ଗାଆଁଯାକର ଲୋକ ଯିବା ଆସିବା କରନ୍ତି। ବୁଢ଼ା ବୁଢ଼ୀ ଲୋକ ଗାଧୋଇ ସାରି ପ୍ରଣାମ କରି ଫେରନ୍ତି।


ପାଖ ପଡିଶା ସମ୍ପର୍କ ଖୁବ୍ ସୁନ୍ଦର ଥିଲା। ଗ୍ରାମର ଭଲ ମନ୍ଦ ବିଚାର ସେଇ ଗାଆଁ"ବରଗଛ"ମୂଳରେ ହେଉଥିଲା। ତେଣୁ ସେହି ଗଛକୁ ବଟ ଗୋସେଇଁ କହୁଥିଲେ। ସେଇଠି ରହୁଥିବା ଶିବା ମାଆ ଭାରି ଭଲ ଲୋକ ଥିଲେ। ପିଲା ଦୁଇଟି ଛୋଟ ଥିବା ବେଳେ ସ୍ୱାମୀ ଆର ପାରିକୁ ଛାଡି ଗଲେ। କେମିତି ଦୁଇଟା ପିଲାଙ୍କୁ ଧରି ବଞ୍ଚିବ ସେଇ ଚିନ୍ତାରେ ସେ, ମଣିଷ କରିବା ନିଶାରେ ପର ଘରେ କାମ କରି ପାଠ ପଢ଼ାଇ ମଣିଷ କଲା। ଝିଅ ପୁଅ ଧିରେ ଧିରେ ବଡ ହେଲେ। ଝିଅ ମାର ଦୁଃଖ ସୁଖ ବୁଝି ମନ ଦେଇ ପଢ଼ି ମାଷ୍ଟର ଚାକିରୀ ଖଣ୍ଡିଏ ପାଇ ଗଲା। ଏଣିକି ଦୁଇ ବେଳା ଦୁଇ ମୁଠା ଖାଇବାର ଅସୁବିଧା ନାହିଁ।ଭାଇଟିକୁ ମଣିଷ କରିବା ପାଇଁ ଝିଅ ମନେ ମନେ ସ୍ଥିର କଲା, ବିବାହ କରିବ ନାହିଁ। ଯିଏ ଯେତେ ବୁଝାଇଲେ ବି ଝିଅ ବୁଝିଲା ନାହିଁ, ସାନ ଭାଇର ପାଠ ପଢା, ଦେଖା ଶୁଣା, ଆଉ ବୋଉର ଦାୟିତ୍ୱ ନେବାକୁ କେହି ନାହିଁ, ବିବାହ କରିବା ସମ୍ଭବ ନୁହେଁ।

ଭାଇଟି ଧିରେ ଧିରେ ବଡ ହେଲା। ପାଠ ପଢି କେଉଁ ଏକ କମ୍ପାନୀର କାମ କଲା। ଶିବା ଚାକିରୀ ପାଇଲା ଦିନ ଶିବା ମାଆର ସବୁ ଦୁଃଖ ଯାଇ ସୁଖ ଫେରିବା ପରି ଦେଖା ଗଲା।


ମାଆଟା ସିନା ବେଳାଏ ଖାଇ ଆର ବେଳାକୁ ଉପାସ ରହୁଥିଲା, ହେଲେ ତାର ପିଲା ଦୁଇଟି ଚାକିରୀ ପାଇଲା ପରେ ଆଉ ଦୁଃଖ ନାହିଁ। ଶିବା ମା ଏହି ସମୟରେ ଶିବା ବାପାଙ୍କୁ ମନେ ପକାଇ ଦୁଃଖ କରନ୍ତି। ବେଳେ ବେଳେ ସେଇ ବରଗଛ ପାଖରେ ଯାଇ ଗୁମୁରି ଗୁମୁରି କାନ୍ଦେ। ନିଜ ଭାଗ୍ୟକୁ ଖୁବ୍ ଧିକାର କରେ।ମାଆର କାନ୍ଦ ଦେଖିଲେ ଝିଅ ଆଖିରୁ ଆପେ ଚକ୍ଷୁ ଓଦା ହୋଇ ଯାଏ। ଠାକୁରଙ୍କୁ ଡାକେ, ମନେ ମନେ କଣ କେମିତି କହି ପକାଏ, ତାର ହିସାବ ନାହିଁ।


ଭାଇ ବଡ ହେଲା ପରେ ବିବାହ କରିବା ପାଇଁ ଝିଅ ଦେଖା ଚାଲିଲା। ଭାଇ କିନ୍ତୁ ଯଦି ଭଉଣୀ ବିବାହ କରିବ ନାହିଁ, ମୋର ବାହା ହେବା ଦରକାର ନାହିଁ।


ଭାଇର ଜିଦି ଦେଖି ସମସ୍ତେ ବୁଝା ବୁଝି କରି ଝିଅର ଆଉ ପୁଅର ଏକା ଦିନେ ବାହାଘର ହେଲା। ଶିବା ମାଆ ବହୁତ୍ ଖୁସି ହେଲେ। ଝିଅ ଘରୁ ଯିବ, ଝିଅ ଘରକୁ ଆସିବ।


ସବୁଦିନ ସମୟ ସମାନ ନଥାଏ। କେଉଁ ଏକ ଅଦିନିଆ ବର୍ଷା ଆସି ସତେ ଅବା ପୁରା ମନକୁ ହୃଦୟକୁ ଭାଙ୍ଗି ଦେଲା। ପ୍ରତି କଥାରେ ବୋହୂ ବାରି ହେଲା। ଘର ଠାରୁ ଗାଧୁଆ ଘର ପର୍ଯ୍ୟନ୍ତ ତାର କିଛି ମନ ମାନେନା। ସବୁବେଳେ ନିଜ ବାପ ଘର କଥା କହି କହି ନିଜକୁ ନିଜେ ଖୁବ୍ ଗର୍ବ ଅନୁଭବ କରୁଥିଲେ।ଶୁଣି ଶୁଣି ଅସହ୍ୟ ହେଲା ଶିବା ମାଆକୁ। ନିଜକୁ ଆଉ ଚୁପ୍ ରଖି ପାରିଲାନି। ଦିନେ ପାଖକୁ ଡାକି ବୋହୂକୁ ବୁଝାଇ କହିଲେ, ତାଙ୍କ ଜୀବନର ଦୁଃଖ ସୁଖ କଥା। ଝିଅର ତ୍ୟାଗ ଆଉ ନିଜ ପୁଅର ଦୁଃଖ ସବୁ କହି ଭାବିଥିଲେ ବୋହୂ ସବୁ ଜାଣିଲେ, ହୁଏତ ବଦଳି ଯିବ। ବୋହୂ ବଦଳି ଗଲା ଯେ, ପ୍ରତି କଥାରେ ଖୁଣ୍ଟା ଦେଲା ଭଳି କଥା କହି ଚାଲିଲା। ଶିବା ମାଆର ଦୁଃଖ ଆହୁରି ବଢି ଗଲା।


ଯେଉଁ ଦିନ ବୋହୂ ଗାଳି କରି ଦେହରେ ହାତ ଦେଲା, ସେଇ ଦିନ ନିଜେ ମରିଗଲା ପରି ଅନୁଭବ କଲା। ଝିଅ କି ପୁଅ ପଚାରିଲେ, ସବୁ ଭଲ କହି ସେଇ ବରଗଛ ପାଖରେ ଆସି ବସି ଯାଏ। ଶିବା ବାପାର କଥାକୁ ମନେ ପକାଇ ବହୁତ୍ କାନ୍ଦେ।


ଘର ଅପେକ୍ଷା ବରଗଛ" ତାର ନିଜର ହେଲା। ପୁଅ ଆସିଲେ ଘରକୁ ଆସେ। ସେଦିନ ପୁଅ ଆସି ବୋଉକୁ ଖୋଜିଲା। ନିଜ ସ୍ତ୍ରୀ କୁ ପଚାରିଲା, ଉତ୍ତର ରେ ଆସିଲା ଯେ କୁଆଡେ ବୁଲୁଥିବେ। କାହା ଘରେ ବସି ଥିବେ। ପୁଅ ଖୋଜା ଖୋଜି କରିବା ପରେ ମନେ ପଡ଼ି ଗଲା, ସେଇ"ବରଗଛ" କଥା ଯେଉଁଠି ତାର ବୋଉ ଶାନ୍ତିରେ ଲୁହ ଗଡ଼ାଇ ଗୁଣୁ ଗୁଣୂ ହୋଇ କହି ଆନନ୍ଦ ପାଏ। ଦଉଡ଼ି ଆସିଲା ଶିବା, ପାଗଳ ପରି ବୋଉକୁ ଖୋଜିବା ପାଇଁ। ସେଇ ବରଗଛ ପାଖରେ ଆସି ବୋଉକୁ ପାଇଲା। ବୋଉର ଆଖିରୁ ଲୁହ ଦେଖିଲା ନାହିଁ। ଦେଖିଲା ବୋଉର ଆଖି ଚିରଦିନ ବୁଜି ହୋଇ ଯାଇଛି। ଯେତେ ଡାକିଲେ ବି ଆଉ କିଛି ତାକୁ ଶୁଭିଲା ନାହିଁ। ନିଜ ଦୁଃଖ ସୁଖର ସାଥି ଚିରଦିନ ସାଥି କରି ଚାଲି ଗଲା ଶିବାର ମାଆ।



Rate this content
Log in

Similar oriya story from Tragedy