Sandhyarani dash

Tragedy

2  

Sandhyarani dash

Tragedy

ଅବିଶ୍ୱାସୀ

ଅବିଶ୍ୱାସୀ

5 mins
106


ସୂର୍ଯ୍ୟ ବୁଡ଼ିଗଲେ ନିଶବ୍ଦ ରାତ୍ରି ଆସେ । ଜହ୍ନ ଆସେ କେତେ ଫୁଲେଇ ହୋଇ ତାର ରୂପକୁ ଦେଖାଇ ହେବା ପାଇଁ । ଛଳ ଛଳ ଅନ୍ତରଙ୍ଗ ଅପହଞ୍ଚ ହୋଇ ଯାଏ । ନିଷ୍ଠୁର ବର୍ତ୍ତମାନକୁ ସହି ନ ହୋଇ ଅତୀତକୁ ଫେରି ଯିବାକୁ ଇଚ୍ଛା ହୁଏ । ହଜିଲା ସ୍ମୃତିକୁ ସାଉଁଟିବାକୁ ଭାରି ମନ ହୁଏ । ହୃଦୟରେ ଜମାଟ ବାନ୍ଧିଥିବା କୋହ ଆଉ ମୋହକୁ ପରସ୍ତ ପରସ୍ତ ଖୋଲି ପୁଣି ଥରେ ଦେଖିବାକୁ ମନେ ହୁଏ ।


ଚାରି ଭଉଣୀ ଭାଇ ଭିତରେ ଚୁନିଟି ଦେଖିବାକୁ ଖୁବ୍ ସୁନ୍ଦରୀ । ହେଲେ କଥା କହି ପାରେନା, ସେଇଥି ପାଇଁ ବାପା ବିରାଟ ଧନୀ ଆଉ ବଡ଼ ଅଫିସର୍ ଅଫିସର୍ ଥାଇ ମଧ୍ୟ ବାହାଘର କରିବା କଷ୍ଟ ହେଉଛି । ମାଆ ବି ବଡ଼ ଚିନ୍ତାରେ ରୁହନ୍ତି । ବାପା ଅନେକ ଥର ମାଆକୁ ବୁଝାଇ କୁହନ୍ତି ବ୍ୟସ୍ତ ହୁଅନା ଆମ ଚୁନି ପାଇଁ ରାଜକୁମାର ପରି ଜ୍ୱାଇଁ ଆସିବ । ସବୁ ଝିଅ ବାହା ହୋଇ ଘରକୁ ଆସନ୍ତି । ନିଜ ସ୍ୱାମୀ ସହ ସାଙ୍ଗ ହୋଇ ଯିବା ଆସିବା ଦେଖି ଚୁନିର ମନରେ ହୃଦୟରେ ଅମାନିଆ ଝଡ ସୃଷ୍ଟି ହୁଏ । ସେହି ଝଡକୁ କିଏ ବୁଝି ପାରନ୍ତି କି ନ ପାରନ୍ତି କିନ୍ତୁ ଜନ୍ମ ଦେଇଥିବା ମାଆ ବେଶ୍ ବୁଝିପାରେ । କଥା କହି ପାରୁନଥିବା ଝିଅର ମନ କଥାକୁ କେବଳ ମାଆ ହିଁ ବୁଝିପାରେ । ମାଆର ମମତା ଆଗରେ କାହାରି ଭାବନା କି କାହାର ସ୍ନେହ ପ୍ରେମ ସମତୁଲ ହେବନି । ହେଲେ ଯୌବନର ଜୁଆର ମାଡି କେତେବେଳେ ମନକୁ କୁଆଡ଼କୁ ମାଡ଼ିଯାଏ, ଜଣା ପଡେନି । ମାଆର ଯେବେ ଠାରୁ ଦେହ ଖରାପ ଲାଗୁଛି ସେବେଠାରୁ ଚୁନିର ଚିନ୍ତା ଆହୁରି ବଢ଼ି ଯାଇଛି । ଧୀରେ ଧୀରେ ନିଜର ମାନସିକ ବିକୃତି ଆରମ୍ଭ ହେଲା ମାଆର । ସିଏ ରୋଗିଣା ହୋଇ ଶଯ୍ୟାଶାୟୀ ହେଲେ । ବାପାଙ୍କୁ ଶହେ ଥର ଡାକି କହିଛନ୍ତି, ଚୁନିର ବିବାହ କଥା । ବାପା ବି ଚିନ୍ତାରେ ନିମଗ୍ନ ଥିଲେବି, ମାଆର ଅସୁସ୍ଥତା ପାଇଁ ଆହୁରି ଭାଙ୍ଗି ପଡ଼ିଲେ । ବେଳେବେଳେ ବିରକ୍ତ ହୋଇ କୁହନ୍ତି କଣ ଗଛରେ ଫଳ ହୋଇଛି ତୋଳି ଆଣି ଦେଇଦେବି । ତୁ ଆଗ ଭଲ ହୋଇ ଯାଆ । ହେଲେ ମାଆ ଆଉ ଭଲ ହେଲାନି । ସମୟ ସ୍ରୋତରେ ଅଦିନିଆ ଝଡ଼ ଆସି ସବୁ ଧ୍ୱଂସ କରି ଚାଲିଗଲା । ଚୁନି ମନର ଭାବନା ହୃଦୟର ଭାଷା ଆଖିର କଥାକୁ ପଢି ପାରୁଥିବା ବ୍ୟକ୍ତିଟି ସଂସାରୁ ବିଦାୟ ନେଲା । ଅବାରିତ ଲୁହ ଗଡ଼ାଇ ନିରବ ଦ୍ରଷ୍ଟା ସାଜଥିବା ଚୁନିକୁ କାହାରିକୁ ପଚାରିବାକୁ ସମୟ ନାହିଁ । ସବୁ ଝିଅ ପୁଅ ପହଞ୍ଚି କେତେ ଗୁଣ ବଖାଣି ବଖାଣି କାନ୍ଦୁଥିଲେ । ହେଲେ ଚୁନିର ହୃଦୟରେ ମାଆର କେତେ ଗୁଣ ବଖାଣି ଥିଲା, ତାକୁ କିଏ ଶୁଣି ପାରିବ । ସେ ତ ଖନୀ । ଭାଇ ଭଉଣୀ କେହି ବି ତାର ଜୀବନ କାହାଣୀ ବିଷୟରେ ଜ୍ଞାତ ନଥିଲେ । ସବୁ କଥା ମାଆ ହିଁ ଜାଣିଥିଲା । ଏବେ କେତେ ଅସହାୟ ସେ । କଥା କହି ପାରୁନଥିବା ପାଟିଟି ଅନେକ କଥା କହିବାକୁ ଚାହୁଁଥିଲେ ବି ତାକୁ ବୁଝିବାକୁ କେହି ନାହିଁ ।ମାଆ ମରିଯିବା ପରେ ବାପା ତର ତର ହୋଇ ଭାଇକୁ ବିବାହ କରିଦେଲେ । ଚୁନିର ଭାବନା ବିଶ୍ୱା ସ ଆନନ୍ଦ ସବୁ ଆଠ ଦିନରେ ଭାଙ୍ଗି ଚୁରିଭୂତ୍ ହୋଇ ଗଲା । ଭାଉଜ ପୁରା ଭାଉଜ ହେଲା, ଟିକେ ବି ମାଆର ମମତା ସ୍ନେହ ଶ୍ରଦ୍ଧା ତା ପାଖରେ କିଛିନଥିଲା । ବଡ଼ଲୋକର ଝିଅ ସେ କେବଳ ତା ସ୍ୱାମୀକୁ ଜାଣିବାକୁ ଚାହିଁଲା । କେବେ ବାପାଙ୍କ ଖାଇବା ପିଇବା, କି ଚୁନିର ଭଲ ମନ୍ଦ ବୁଝିବା ତା ପାଇଁ ଖୁବ୍ କଷ୍ଟ ଥିଲା । ଭାଇ ଯେତେ ବୁଝାଇଲେ ବି ସେ ବୁଝିବାକୁ ନାରାଜ ।


ନିରବରେ ଲୁହ ଗଡ଼ାଇ ଦେଉଥିଲା ଚୁନି । ହଠାତ୍ ପାଖ ଗାଆଁର କେହି ଜଣେ ଅଜଣା ବ୍ୟକ୍ତି ଆସି ପହଞ୍ଚି ବାହାଘର ପ୍ରସ୍ତାବ ଆଣିଲେ । ସତକୁ ସତ ପୁଅଟି ରାଜକୁମାର ପରି । କିନ୍ତୁ ଖୁବ୍ ଗରୀବ ଥିଲେ । ପୁଅର ବାପ ଆସି ଚୁନିର ମୁଣ୍ଡକୁ ଆଉଁସି ଦେଇ କହିଲେ, ଲକ୍ଷ୍ମୀ ପ୍ରତିମା ପରି ବୋହୁ ମୋର ପାଟି ନ ଫିଟିଲେ କଣ ହେଲା, ଦେଖି ଦେଲେ ପେଟ ପୁରିଯିବ । କିନ୍ତୁ ବାପା ଅନେକ ଥର ଭାବି, ପୁଅକୁ ଝିଅ ଦେଖିଲେ ବିବାହ କରିବା ପାଇଁ ଅନୁରୋଧ କଲେ ପୁଅର ବାପକୁ । ସତକୁ ସତ ପୁଅ ଏକ ନିର୍ଦ୍ଦିଷ୍ଟ ଦିନରେ ଆସି ପହଞ୍ଚି ଚୁନିକୁ ଦେଖି ରାଜି ହୋଇଗଲା । ଚୁନିର ଭାବନା ସ୍ୱପ୍ନ ସତ ହେଲା ପରି ଦେଖା ଗଲା । ଭାଇ ଭଉଣୀ ବାପା ସମସ୍ତେ ମିଶି ବିବାହର ଆୟୋଜନ କରିବାକୁ ଲାଗିଲେ ।

 ଏତେ ସୁନ୍ଦର ଝିଅକୁ ଦେଖିଲେ ଯେ କୌଣସି ପୁଅ ରାଜି ହୋଇଯିବା ସ୍ଵାଭାବିକ । କିନ୍ତୁ ମନର ଭାବକୁ ପ୍ରକାଶ କରିବା ସହିତ ନିଜ ସହଧର୍ମିଣୀର ଅନେକ ସ୍ନେହବୋଳା କଥା ବି ଆବଶ୍ୟକ । ଯାହାକୁ ଚୁନିର ସ୍ୱାମୀର ଅଭାବ ହେଉଥିଲା । ବାପା ଭାଇ ଭଉଣୀ ମିଶି ଚୁନି ଶାଶୁଘର ଯିବା ପୂର୍ବରୁ ଘରନଥିଲା ଘର, ଚଳିବା ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣି ଘରକୁ ନିଜ ଘର ପରି ସଜାଇ ଦେଇଥିଲେ । ଯଥେଷ୍ଟ ପରିମାଣରେ ଯୌତୁକ ଦେଇ ନିଜର ଝିଅର ଖୁସି ଆଉ ଆନନ୍ଦ ପାଇଁ ସବୁ କରିଥିଲେ ଚୁନିର ପରିବାର । ସହୃଦୟ ବ୍ୟକ୍ତି ଟିଏ ଆସି ଝିଅର ହାତ ଧରି ଜୀବନ କାଟିବାକୁ ଆଗେଇ ଆସିଥିବାରୁ ଟଙ୍କା ପଇସା, କେଉଁଥିରେ ଅଭାବ ରଖିନଥିଲେ ତାର ବାପା । ସତକୁ ସତ ନୂଆ ସଂସାର ଗଢ଼ିବା ସ୍ୱପ୍ନକୁ ନେଇ ଜୀବନ ଆରମ୍ଭ କରିଥିଲେ ଚୁନି ଆଉ ତାର ସ୍ୱାମୀ ବିକାଶ । କିଛି ଦିନ ପରେ ଝିଅ ଆଉ ପୁଅ ଦୁଇଟି ସନ୍ତାନର ଜନନୀ ସାଜି ନୂଆ ସୁଖ ଅନୁଭବ କରୁଥିଲା ।ଘରରମଙ୍ଗଳକାରକ ପାଇଁ ଯେତେ ଓଷା ବ୍ରତ ପାଳନ କରି ସମସ୍ତଙ୍କର ଶୁଭ କାମନା କରି ଥାଏ ।ହଠାତ୍ ଦିନେ ସେ ଆବିଷ୍କାର କଲା, ଶାଶୁ ଶଶୁର ନଣନ୍ଦ ଗୋଟିଏ ଘରେ ବସି ବିଭିନ୍ନ ଆଲୋଚନାରେ ବ୍ୟସ୍ତ ଅଛନ୍ତି । ନିଜେ ସିନା କଥା କହି ପାରେନା, ତାକୁ ସବୁ ଶୁଭୁଥିଲା । ଏତେ ସୁନ୍ଦର ଭାବରେ ନିଜର ପରିବାର ପୋଷିବା ଉଦ୍ଦେଶ୍ୟରେ ତାକୁ ଏ ଘରକୁ ବୋହୁ କରି ଆଣିଥିଲେ । ନିଜ ସ୍ୱାମୀ ବି ତାଙ୍କ କଥାରେ ସମ୍ମତି ଜଣାଇଥିଲେ । ସେ ଆଉ କେଉଁ ଏକ ଝିଅକୁ ଖୁବ୍ ଭଲ ପାଉଥିଲେ । କିଛି ଦିନ ପରେ ଝିଅ ବାହାଘର ପାଇଁ ଚୁନି ବାପା ଠାରୁକିଛି ଟଙ୍କା ପଇସା ଆଣି ବାହାଘର ପରେ ଦେଖିବା । ବୋଲି ଶଶୁର କହିଲେ । ଶାଶୁ କହିଲେ ଯେତେ ସୁନ୍ଦର ହେଲେ କଣ ହେବ କଥା କହିପାରୁନାହିଁ । ଛୋଟ ଛୋଟ ପିଲା ଦୁଇଟା କାନ୍ଦି କାନ୍ଦି ଲୋଟି ଗଲେ ବି ପଦେ ଗୀତ ବୋଲି ଶୁଣାଇ ପାରିବନି । ଖାଲି ତା ବାପା ଆମ ଘର କରିଦେଲା, ପୁଅକୁ ଦୋକାନ ଖଣ୍ଡେ କରି ବସାଇଦେଲା । ଘରେ ଯେତେ ଜିନିଷ ପତ୍ର ସବୁ ଦେଇ ଆମ ଘରର ଖାତିର ବଢ଼ାଇ ଦେଲା । ସେଇଥିପାଇଁ ଆମ ତାକୁ ବୋହୁ କଲୁ । ସାନ ନଣନ୍ଦଟି ଯାହାକୁ ନିଜର ସାନ ଭଉଣୀ ଭାବି ସ୍ନେହ ଶ୍ରଦ୍ଧା ପ୍ରେମ ଦେଇ ଘରୁ ଆଣିଥିବା ସବୁ ଜିନଷପତ୍ର ତାକୁ ଆଗ ଦେଇଦିଏ । ମନ ଖୁସିରେ ଘରର ସବୁ କାମ ଶେଷ କରି ଦୁଇ ଛୁଆଙ୍କୁ ଧରି ଖେଳା ଖେଳି କରନ୍ତି । ସେ ବି ଆଜି ବିପକ୍ଷରେ ଗପୁଚି । ଯାହାର ହାତ ଧରି ସାତ ଜନ୍ମର ସାଥୀ ଭାବେ ଗ୍ରହଣ କରିଥିଲା, ହସି ହସି ଅନେକ ଅଭାବ ଦୁଃଖ ସହି ଥିଲା, ଯାହା ପାଇଁ ଦୁଇଟା ଦୁଇଟା ସନ୍ତାନକୁ ଅପରେସନ ହୋଇ ଜନ୍ମ ଦେଇଥିଲା ବାପ ଘରୁ ଜିଦି କରି ସବୁ ଜିନିଷ ଆଣି ଭରି ଦେଉ ଥିଲା , ବେକାର ସମସ୍ୟା ସମାଧାନ ପାଇଁ ବାପା ରାଜି ଲକ୍ଷା ଧିକ ଟଙ୍କା ଦେଇ ଦୋକାନ କରାଇ ଥିଲେ, ସେ ବି ଅନ୍ୟ ଝିଅର ପ୍ରେମରେ ପାଗଳ ।


ଏତେ କଥା ଶୁଣି, ପାଖ ପଡୋଶୀ ଝିଅ ପାଖକୁ ଯାଇ ଫୋନ୍ କରିଲା ଚୁନି । ଏତେ ଅବିଶ୍ୱାସୀ ଲୋକଙ୍କ ପାଖରେ ନ ରହିବା ପାଇଁ ସ୍ଥିର କଲା । ଶେଷ ନିଷ୍ପତ୍ତି ବିଷୟରେ ବାପାଙ୍କୁ ଥରଟିଏ କହିବାକୁ ମନସ୍ଥ କଲା ।

   ବାପା ଝିଅର ଆଖିରୁ ଲୁହ ଦେଖି ଦୁଃଖିତ ହୋଇ ଥିଲେ ମଧ୍ୟ ତାର ଘର ସଜାଡିବାକୁ ଚେଷ୍ଟା କଲେ । ତା ନଣନ୍ଦକୁ ଭଲ ଜାଗା ଦେଖି ବିବାହ ଦେବା, ଶାଶୁ ଶଶୁରଙ୍କ ପାଇଁ ଭଲ ଉପହାର, ନାତି ନାତୁଣୀଙ୍କ ପାଇଁ ଅନେକ ଜିନିଷ ଦେଇ କିଛି ମାତ୍ରାରେ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କଲେ । ପରିବର୍ତ୍ତନ ସମସ୍ତେ ହୋଇ ଗଲା ପରେ ବି ସ୍ୱାମୀର ବ୍ୟବହାର ଖୁବ୍ ଖୁବ୍ଧ କଲା ଚୁନିକୁ । ସତରେ କେତେ ବେଇମାନ ଏଇ ସଂସାର । ଅସଜଡା ଘରକୁ ସଜାଡିବା ପରେ ଲୋକ କେମିତି ବଦଳିଯାଆନ୍ତି ।


ଏଥର ସେ ନିଜେ ନିଜକୁ ଟାଣ କରି ବାପଘରକୁ ଫେରି ଆସିବାର ପ୍ରୟାସ କଲା । କୁନି ପିଲା ବଡ଼ ହୋଇ ମାଆ ଡାକରେ ତାର ଗୋଡ଼ ଅଟକିଗଲା । ଝିଅଟି ବଡ଼ ହୋଇ ବିବାହ ବୟସ ହେଲା । ବାପା ଅବସର ଗ୍ରହଣ କରିଥିଲେ, ତଥାପି ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କଲେ ସବୁ ଦେଇ ନେଇ ବିବାହ ଦେବାକୁ । ସ୍ୱାମୀର ଅନ୍ୟ ଝିଅ ସମ୍ପର୍କ ପାଇଁ ନିଜ ଛୁଆକୁ ଭଲରେ ଦେଖୁନଥିଲା । ପୁଅଟି ଯେତେବେଳେ ରୋଜଗାର ମ ହୋଇ ଗଲା ବାପା ପୁଅକୁ ନିଜର କରି ଚୁନିକୁ ଘରୁ ବାହାର କରିଦେବା ପାଇଁ ଚେଷ୍ଟା ଚାଲିଲା ।

ଚୁନି କାନ୍ଦି କାନ୍ଦି ଘରକୁ ଫେରି ଆସିଲା । ସେଇ ପୁରୁଣା ସ୍ୱପ୍ନକୁ ମନେ ପକାଇ ଅନେକ ଥର ଅଜାଣ ତରେ ଲୁହ ବୋହି ଯାଏ । କେତେ ସ୍ୱାର୍ଥପର ଏଇ ମଣିଷ, ଅବିଶ୍ୱାସୀ ଏଇ ମଣିଷ ସମାଜ ।



Rate this content
Log in

Similar oriya story from Tragedy